ସାବଧାନ କରୋନା ବୁଲୁଛି, ଲକଡାଉନ ଅମାନିଆଙ୍କ ସଚେତନତା ପାଇଁ ରାସ୍ତାରେ ବୁଲିଲା କରୋନା ଭାଇରସ ଡିଜାଇନର କାର

Published: Apr 8, 2020, 8:33 pm IST

ଭୁବନେଶ୍ବର, ସାବଧାନ, ସାବଧାନ ରାସ୍ତାରେ କରୋନା ଭାଇରସ ବୁଲୁଛି, ଆପଣଙ୍କ ପାଖକୁ ଆସିପାରେ, ଦୟାକରି ଘରେ ରୁହନ୍ତି। ଏହା କୈଣସି ସ୍ଲୋଗାନ ନୁହେଁ। ସତରେ ରାସ୍ତା ଉପରେ କରୋନା ଭାଇରସ ବୁଲୁଛି। ଲକଡାଉନ ଅମାନିଆଙ୍କୁ ସାବାଡ କରିବା ପାଇଁ କରୋନା ଆକୃତିର ଏକ କାର କରାଯାଇ ଏହି ସଚେତନତା କରାଯାଇଛି। ଯାହା ସକାଳୁ ସଂଜ ପର୍ଯ୍ୟନ୍ତ ରାସ୍ତାରେ ବୁଲୁଛି। ଯେ ଦେଖିବ ସେ ଜାଣିବ ଯେ ପ୍ରକୃତରେ ରାସ୍ତାରେ କରୋନା ଭାଇରସ ବୁଲୁଛି।

ଏହିପରି ସଚେତନତାର ପରିକଳ୍ପନା କରିଛନ୍ତି ହାଇଦ୍ରାବାଦର ସୁଧା କାର ସଂଗ୍ରହାଳୟ। ଏହି ସଂଗ୍ରହାଳୟର ବିଭିନ୍ନ ଆକୃତିର କାର ନିର୍ମାଣ କରିବାରେ ପୂର୍ବରୁ ବେଶ୍ ପ୍ରସିଦ୍ଧି ରହଛି। କରୋନା ଭାଇରସର ଭୟାବହତା ଦେଖି ଏବଂ ଲୋକଙ୍କୁ ସଚେତନତା କରିବା ପାଇଁ ଏହାର ପ୍ରତିଷ୍ଠାତା କେ. ସୁଧାକାର ଯାଦବ ଏପରି କାରର ପରିକଳ୍ପନା କରିଛନ୍ତି। ଲକଡାଉନ ଆରମ୍ଭ ହେବାର ମାତ୍ର ଦଶ ଦିନ ଭିତରେ ସେ ଏହି କାର ତିଆରି କରିପାରିଛନ୍ତି। ଏଥିରେ ସେ 100 ସିସିର ଏକ ଇଂଜିନ ଲଗାଇ ଏହି ଡିଜାଇନିଂ କରିଛନ୍ତି। କେବଳ ଜଣେ ଡ୍ରାଇଭର ଏଥିରେ ବସିବାର ବ୍ୟବସ୍ଥା କରାଯାଇଛି।

ଏହି କାରଟି ଦିନରେ 40 କିଲୋମିଟର ପର୍ଯ୍ୟନ୍ତ ବୁଲିପାରିବ। ସଂଗ୍ରହାଳୟ ତରଫରୁ ହାଇଦ୍ରାବାଦର ବିଭିନ୍ନ ରାସ୍ତାରେ ଏହାକୁ ପରିକ୍ରମା କରାଯାଉଛି। ଏପରିକି ବିଭିନ୍ନ ଛକର ଠିକ ମଝିରେ ଏହି କରୋନା କାରକୁ ରଖାଯାଉଛି। ମଜାକଥା ହେଲା ଅମାନିଆ ଲୋକମାନେ ଦୂରରୁ ଏହି କରୋନାକୁ ଦେଖି ଫେରି ଯାଉଥିବାର ପରିଲକ୍ଷିତ ହେଉଛି।

Related posts