Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ବିଶେଷ ଖବର

ରାଜ୍ୟରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

April 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଲକ୍‌ଡାଉନକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି।

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି।

ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହାହିଁ ଏକମାତ୍ର ବାଟ।

ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା କେସ୍‌ ଆସିଲା ତା’ପରଠାରୁ ଆଜି ପର୍ଯ୍ୟନ୍ତ ୪୪ଟି କେସ୍‌ ଆସିଛି। ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି।

ଏହି ସମୟ ମଧ୍ୟରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ୍‌ ୩୦୦୦ରୁ ଆସି ୪ ଲକ୍ଷରେ ପହଞ୍ଚିଛି। ୯/୧୧ର ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳି ଦେଇଥିଲେ ତା’ଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି। ତଥାପି ଆମେରିକା ସମ୍ପୂର୍ଣ୍ଣ ଭାବରେ ଲକ୍‌ଡାଉନ୍‌ କରିନାହିଁ।

ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରେ ନିଷ୍ପତ୍ତି ନେବାକୁ ହୋଇଛି। ଏହି କଠିନ ପରିସ୍ଥିତିରେ ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ବ ଦେଇ ଆମେ ନିଷ୍ପତ୍ତି ନେଇଛୁ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକ୍‌ ଡାଉନ୍‌ ସମୟସୀମା ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି କଲୁ। ରାଜ୍ୟ କ୍ୟାବିନେଟ୍‌ ଆଜି ଲକ୍‌ ଡାଉନ୍‌ ସମୟ ସୀମା ଏପ୍ରିଲ୍‌ ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରିଛି। ସେହିପରି ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନସେବା ବନ୍ଦ ରଖିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ।

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମର ଶ୍ରମିକ ଭାଇ ଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ। ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକ ବନ୍ଧୁମାନଙ୍କର ଯତ୍ନ ନେଉଛନ୍ତି।

ଏହି ଲକ୍‌ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନ୍‌ଆରଇଜିଏସ୍‌ କାର୍ଯ୍ୟକ୍ରମ ଜାରି ରହିବ। କିନ୍ତୁ ଏସବୁ କାମରେ ସାମାଜିକ ଦୂରତ୍ବକୁ କଡାକଡି ଭାବରେ ପାଳନ କରାଯିବ। ଲୋକଙ୍କ ଖାଦ୍ୟ ନିରାପତ୍ତା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍‌ ଡାଉନ୍‌ ସମୟରେ ଯେପରି ମାଲ୍‌ ପରିବହନରେ ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ କୋଭିଡର ଟେଷ୍ଟିଂ ଓ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି। ଖୁବ ଶୀଘ୍ର ରାଜ୍ୟରେ ୧ ଲକ୍ଷ ରାପିଡ ଟେଷ୍ଟିଂ ସୁବିଧା ବିକାଶ କରିବା ପାଇଁ ଆମେ ପଦକ୍ଷେପ ନେଇଛୁ।

ଯେଉଁ ଡାକ୍ତରମାନେ ମୋର ଅନୁରୋଧ ରକ୍ଷା କରି ଟେଲି ମେଡିସିନ୍‌ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ମୁଁ ଘୋଷଣା କରୁଛି ରାଜ୍ୟର ସବୁ ସ୍କୁଲ କଲେଜକୁ ଜୁନ୍‌ ୧୭ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ ଶତ୍ରୁ ଭାବରେ ଦେଖାଦେଇଛି। ଜୀବନଯାତ୍ରା ଆଉ ଆଗଭଳି ରହିନାହିଁ। ଆମେ ସମେସ୍ତ ଏହା ବୁଝିବା ଦରକାର ଏବଂ ସାହସର ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ କାମ ରହିବା ଦରକାର। ମହାପ୍ରଭୁଙ୍କ ଆର୍ଶୀବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତରୁ ଆମକୁ ଶୀଘ୍ର ମୁକୁଳାଇ ପାରିବ।

lockdownextension naveenpattanik
Share. Facebook Twitter LinkedIn Email WhatsApp Copy Link

Related Posts

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025

ନୂଆବର୍ଷ ପାଇଁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

December 31, 2025

ବଣଭୋଜି ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି

December 31, 2025

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୭୬.୬୧ ଲକ୍ଷ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ

December 31, 2025
Latest News

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025

ନୂଆବର୍ଷ ପାଇଁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

December 31, 2025

ବଣଭୋଜି ଋତୁରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି

December 31, 2025

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୭୬.୬୧ ଲକ୍ଷ ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.