Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ ସଂକ୍ରମଣ ରୋକିବାର ଏକ ମାଧ୍ୟମ ମାତ୍ର, ଏହା ପୋଲିସ ରାଜ ନ ହେଉ
ବିଶେଷ ଖବର

ଲକ ଡାଉନ ସଂକ୍ରମଣ ରୋକିବାର ଏକ ମାଧ୍ୟମ ମାତ୍ର, ଏହା ପୋଲିସ ରାଜ ନ ହେଉ

April 10, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶାର ଜଣେ ବଡ ସମ୍ପାଦକ କିଛି ଦିନ ତଳେ ଲେଖିଥିଲେ-ଖାକି ଭଗବାନ। ଅର୍ଥାତ ପୋଲିସ ହେଉଛି ଆଜିର କରୋନା କାଳରେ ଭଗବାନଙ୍କ ଅବତାର। ଆମ ଜାଣିବାରେ, ଗଣତାନ୍ତ୍ରିକ ଶାସନରେ ପ୍ରତ୍ୟେକ ଅନୁଷ୍ଠାନର ନିଜସ୍ଵ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। ପୋଲିସ ନିଜ ଦାୟିତ୍ଵ ନିର୍ବାହ କରୁଥିବା ହେତୁ ସେମାନେ ଆମର ଧନ୍ୟବାଦାର୍ହ, ହେଲେ ସେମାନେ ଭଗବାନ ବା ଧର୍ମ ହେବେ କାହିଁକି? ଗତକାଲି ଓଡିଶା ସରକାର କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଲକ ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ଦେଇଛନ୍ତି। ଓଡିଶା ସରକାର ଭାରତ ସରକାରଙ୍କ ଆଗରୁ ଲକ ଡାଉନ ନିଷ୍ପତ୍ତି ନେଇଥିଲେ ଓ ଏବେ ଏହାକୁ ବଢାଇବାର ନିଷ୍ପତ୍ତି ମଧ୍ୟ ଆଗୁଆ ନେଇଛନ୍ତି। ଯେହେତୁ କରୋନା ସଂକ୍ରମଣ କୁ ସୀମିତ ରଖିବା ଲାଗି ଲକ ଡାଉନ ଏକମାତ୍ର ବାଟ, ତେଣୁ ଏହାକୁ ମାନିବା ବ୍ୟତୀତ ଆମର ଅନ୍ୟ ବାଟ ନାହିଁ। ଏହାର ଅର୍ଥନୈତିକ  ପରିଣତି ଯେ ଆଗକୁ କେତେ ଭୟଙ୍କର ହେବ, ସେ କଥା କଲ୍ପନା ମଧ୍ୟ କରି ହେଉନାହିଁ। କୋଟି କୋଟି ଲୋକଙ୍କର ଚାକିରି ଚାଲିଯିବ।  ଲକ୍ଷ ଲକ୍ଷ ବ୍ୟାବସାୟିକ ସଂସ୍ଥା ବୁଡିଯିବେ। ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଯିବ। ସେସବୁର ଫଳ କରୋନା ତୁଳନାରେ କମ ବା ବେଶୀ କ୍ଷତିକାରକ, ତାହା ଏବେ କହିହେବ ନାହିଁ। ହେଲେ ଆଜିର ସ୍ଥିତିରେ ଲକ ଡାଉନକୁ ମାନିବାକୁ ଆମେ ବାଧ୍ୟ।

ତେବେ ଲକ ଡାଉନ ସମୟରେ ଯେଉଁ କଥାଟି ସବୁଠୁ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରୁଛି, ତା ହେଲା ପୋଲିସର ମାତ୍ରାଧିକ ବଳ ପ୍ରୟୋଗ। ପୋଲିସ କାର୍ୟାନୁଷ୍ଠାନକୁ ଅନେକ ସମୟରେ ଆଜିର ଆବଶ୍ୟକତା ବୋଲି ସୋସିଆଲ ମିଡିଆରେ କେବଳ ସମର୍ଥନ କରାଯାଉ ନାହିଁ, ଏହାକୁ ଭାରତର ମୁଖ୍ୟଧାରାର ଗଣମାଧ୍ୟମ ଆଖିବୁଜା ସମର୍ଥନ ଦେଇ ଚାଲିଛି। ଏହା କରୋନା ତୁଳନାରେ ବେଶୀ ଭୟଙ୍କର। ଲକ ଡାଉନକୁ ପୋଲିସ ରାଜ ବୋଲି ମାନିନେବା ଓ ସାଧାରଣ ଜନତାଙ୍କ ଉପରେ ପୋଲିସ ମାଡକୁ ଉଚିତ ବୋଲି ଦର୍ଶାଇବା, ଆମ ସମୟର ସବୁଠୁ ବଡ ବିଡମ୍ବନା। ବିଶେଷ କରି ଉତ୍ତର ପ୍ରଦେଶ ପୋଲିସ ଲକ ଡାଉନ ଆଳରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରୁଛି, ତାହା କୌଣସି ସଭ୍ୟ ଦେଶରେ ବରଦାସ୍ତ ଯୋଗ୍ୟ ଘଟଣା ନୁହେଁ। ଘରୁ ଟାଣି ଆଣି ଲୋକଙ୍କୁ ପୋଲିସ ମାଡ ମାରୁଥିବାର ବର୍ବର ଚିତ୍ରକୁ ଲୋକେ ସମର୍ଥନ କରିବା, ଆମ ସମୟର ନିର୍ବୋଧତା କୁ ହିଁ ସୂଚିତ କରୁଛି।

ହୁଏତ ଓଡିଶା ପୋଲିସ ଉତ୍ତର ପ୍ରଦେଶ ଭଳି ବର୍ବର ଆଚରଣ କରୁନାହିଁ, ସେଥିଲାଗି ଓଡିଶା ପୋଲିସକୁ ଆମେ ସାଧୁବାଦ ଦେବା। ତେବେ ଲକ ଡାଉନ ସମୟରେ ଶହ ଶହ ଲୋକଙ୍କ ବାଇକ ଜବତ କରିବାର ମାନସିକତାକୁ ଆମେ ଛୋଟିଆ ଘଟନା ବୋଲି ମାନି ନେବା କି? ଘର ଆଉ ଗ୍ରସରି ଭିତରେ ଜୀବନ ସୀମିତ ରଖିବା ଲକ୍ଷ୍ୟରେରାସ୍ତାରେ ଗାଡି ଚଳାଇ ନ ଦେବାକୁ ଓଡିଶା ପୋଲିସ ଚାହୁଁଛି। (ଗତକାଲି ଏ ସମ୍ପର୍କରେ ଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଓଡିଶା ହାଇ କୋର୍ଟ ଜବତ ହୋଇଥିବା ଗାଡି ଗୁଡିକୁ ଫେରାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।) ଏହା ସାମାଜିକ ଦୂରତ୍ଵ ତିଆରି ଲାଗି ଏକାନ୍ତ ଜରୁରୀ କି? ସବୁ କଥା ଓ ସବୁ ଆବଶ୍ୟକତା ଘରେ ରହି ମେଣ୍ଟାଇ ପାରିବାର ସ୍ଥିତି କେତେ ଜଣ ଓଡିଆଙ୍କର ରହିଛି? ରାସ୍ତାରେ ଗାଡି ଚଲାଇ ନ ଦେବାର ନିୟମ ହେତୁ ଅନେକ ଖୁଚୁରା ଦୋକାନୀ ଓ ପରିବା ଦୋକାନୀ  ପ୍ରଭାବିତ ହୋଇଛନ୍ତି। ପୋଲିସ ଯାହାର ଗାଡି ଜବତ କଲା ତାକୁ ଖଳ ନାୟକ ବୋଲି କହିବାର ଗୋଟେ ସଉକ ଏବେ ଗଣମାଧ୍ୟମର ବଢି ଯାଇଛି।

ଲକ ଡାଉନରୁ କୃଷି କର୍ମକୁ ବାଦ ଦିଆ ଯାଇଛି। ତା ସତ୍ତ୍ୱେ ଅନେକ ଗାଁରେ ଚାଷୀମାନଙ୍କୁ ପୋଲିସ ବାଡାଉ ଥିବାର ଦୃଶ୍ୟ ଆମ ନଜରକୁ ଆସିଛି। ଗୋଟେ ଟେଲିଭିଜନ କାର୍ୟକ୍ରମରେ ଆମେ ଦେଖିଲୁ ନଈରୁ ମାଛ ମାରୁଥିବା ଦୁଇ ଜଣ ଧୀବରଙ୍କୁ ପୋଲିସ ପ୍ରବଳ ମାଡ ଦେଉଛି। ଲକ ଡାଉନ ସମୟରେ ମାଛ ମାରିବା ଯଦି ଅପରାଧ, ସରକାର ମାଛ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି କାହିଁକି? ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ମାଡ ଖାଉଥିବା ଦୁଇ ଅସହାୟ କେଉଟଙ୍କ ବିକଳ ଚିତ୍କାର ଶୁଣି, ଟେଲିଭିଜନ ଉପସ୍ଥାପକ ବଡ ଆନନ୍ଦରେ କୁରୁଳି ଉଠି କହୁଛନ୍ତି- ବାବାରେ କି ମାଆଆଆଡ। ଏହାକୁ ଅମଣିଷ ସାମ୍ବାଦିକତାର ସବୁଠୁ ବଡ ଉଦାହରଣ ବୋଲି ଆମେ କହି ପାରିବା।

ଲକ ଡାଉନ ସମୟରେ ଲୋକଙ୍କ ତ୍ୟାଗର ମୂଲ୍ୟ ସବୁଠୁ ଅଧିକ। ସେମାନେ ନିଜର ସାମ୍ବିଧାନିକ ସ୍ଵାଧୀନତା ଓ ଜୀବିକାକୁ ତ୍ୟାଗ କରିଛନ୍ତି। କୋଟି କୋଟି ଲୋକଙ୍କର ଜୀବନ ଓ ଜୀବିକା ଆଜି ଉଜୁଡି ଯାଇଛି। ମାସ ମାସ ଧରି ବେକାର ହୋଇ ଘରେ ପଡି ରହିବା ପାଇଁ ଆମେ ବାଧ୍ୟ, କାରଣ ଆମେ ଏକ ବଡ ସଙ୍କଟକୁ ସାମ୍ନା କରୁଛୁ। ସେଥିରେ ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସ ଲୋକଙ୍କୁ ମାରିବ, ଜରିମାନା ଅସୁଲ କରିବ ଏବଂ ପୋଲିସ ଜୁଲୁମକୁ ଦେଖି ସାମ୍ବାଦିକ ସୁସୁରି ମାରିବେ, ତାହା ଗୋଟେ ଅସଭ୍ୟ ସମାଜର ଲକ୍ଷଣ।

ଆଜି ସରକାରୀ କର୍ମଚାରୀଙ୍କ ଅପେକ୍ଷା ସାଧାରଣ ଜନତାର ନିଷ୍ଠା ଓ ତ୍ୟାଗ ବହୁ ଅଧିକ। ତାକୁ ଯଦି ଆଜିର ଗଣମାଧ୍ୟମ ସମ୍ମାନ ଦେଇ ଜାଣିନାହିଁ, ସେ ପ୍ରକାର ସାମ୍ବାଦିକତାକୁ ଧିକ।

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Latest News

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.