Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୃଥିବୀର ଲକ୍ଷେ ମୁଣ୍ଡ ନେଲା କରୋନା, ୧୬ ଲକ୍ଷ ୬୭ ହଜାର ଆକ୍ରାନ୍ତ ଓ ୩ ଲକ୍ଷ ୭୨ ହଜାର କରୋନା ମୁକ୍ତ
ଅନ୍ତରାଷ୍ଟ୍ରୀୟ

ପୃଥିବୀର ଲକ୍ଷେ ମୁଣ୍ଡ ନେଲା କରୋନା, ୧୬ ଲକ୍ଷ ୬୭ ହଜାର ଆକ୍ରାନ୍ତ ଓ ୩ ଲକ୍ଷ ୭୨ ହଜାର କରୋନା ମୁକ୍ତ

April 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Coronavirus.

(ସମୀକ୍ଷା ବ୍ୟୁରୋ) ମାତ୍ର ଶହେ ଦିନ ଭିତରେ କରୋନା ଭୂତାଣୁ ପୃଥିବୀର ଲକ୍ଷେ ଲୋକଙ୍କର ପ୍ରାଣ ନେଇଛି। ଗତ ଦୁଇ ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ରୁ ଅଧିକ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢି ଚାଲିଛି। ଚୀନରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ସେଠିକାର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଆଜିର ୟୁରୋପ ଏବଂ ଆମେରିକା ତୁଳନାରେ ଯଥେଷ୍ଟ କମ। ଆଜି ରାତି ୧୨ ତା ସୁଦ୍ଧା କରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୬୫,୩୨ରେ ପହଞ୍ଚିଛି। ଏହି ଭୟଙ୍କର ଭୂତାଣୁର ଶିକାର ହୋଇ ପୃଥିବୀର ୧୦୧,୫୫୧ ବ୍ୟକ୍ତି ପ୍ରାଣ ହରାଇଲେଣି। ଏହା ସହିତ ୩୭୨,୨୫୩ ଏହି ଭୂତାଣୁ କବଳରୁ ମୁକ୍ତି ପାଇ ଆରୋଗ୍ୟ ଲାଭ କରିଛନ୍ତି।

ସମ୍ପ୍ରତି ସର୍ବାଧିକ କରୋନା ଆକ୍ରାନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ରହିଛନ୍ତି। ଆଜି ସୁଦ୍ଧା ଆମେରିକାରେ ସର୍ବାଧିକ ୪୮୮,୯୮୦ ଆକ୍ରାନ୍ତ ରହିଥିବା ବେଳେ ୧୮୦୦୯ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆସନ୍ତା କାଲି ହୁଏତ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଆମେରିକା ଇଟାଲି ଓ ସ୍ପେନକୁ ଟପି ଯାଇପାରେ। ବର୍ତ୍ତମାନ ସ୍ପେନ ରେ ୧୫୭,୦୫୩ ଆକ୍ରାନ୍ତ ଓ ୧୫,୯୭୦ ମୃତ ବୋଲି ସୂଚନା ରହିଛି। ଇଟାଲୀ ରେ ୧୪୭,୫୭୭ ଆକ୍ରାନ୍ତ ୧୮,୮୪୯ ମୃତ, ଫ୍ରାନ୍ସରେ ୧୨୪, ୮୬୯ ଆକ୍ରାନ୍ତ ଓ ୧୩,୧୯୭ ମୃତ, ଜର୍ମାନୀରେ ୧୧୯,୬୨୪ ଆକ୍ରାନ୍ତ ଓ ୨୬୦୭ ମୃତ, ଚୀନରେ ୮୧,୯୦୭ ଆକ୍ରାନ୍ତ ଓ ୩୩୩୬ ମୃତ, ଇଂଲଣ୍ଡରେ ୭୩,୭୫୮ ଆକ୍ରାନ୍ତ ଓ ୮୯୫୮ ମୃତ, ଇରାନରେ ୬୮,୧୯୨ ଆକ୍ରାନ୍ତ ଓ ୪୨୩୨ ମୃତ। ପୃଥିବୀର ୨୧୦ ରେ କରୋନା ଭୂତାଣୁର ମୃତ୍ୟୁ ଲୀଳା ଅବ୍ୟାହତ ରହିଛି।

ଦକ୍ଷିଣ ଏସିଆରେ ୟୁରୋପ ଏବଂ ଆମେରିକା ତୁଳନାରେ କରୋନାର ପ୍ରକୋପ ଆପାତତଃ କମ ରହିଛି। ଭାରତରେ ୭୫୯୮ ଆକ୍ରାନ୍ତ ଓ ୨୪୮ ମୃତ ବୋଲି କୋଭିଡ ଟ୍ରାକର ଇଣ୍ଡିଆ ସୂଚନା ଦେଇଛି। ପାକିସ୍ତାନରେ ୪୬୯୫ ଆକ୍ରାନ୍ତ ଓ ୬୬ ମୃତ, ଶ୍ରୀଲଙ୍କାରେ ୧୯୦ ଆକ୍ରାନ୍ତ ଓ ୭ ମୃତ, ବାଂଲାଦେଶରେ ୪୨୪ ଆକ୍ରାନ୍ତ ଓ ୨୭ ମୃତ, ନେପାଲ ରେ ୯ ଆକ୍ରାନ୍ତ, ମାଲଡେଭିସରେ ୧୯ ଆକ୍ରାନ୍ତ ଓ ଆଫଗାନିସ୍ତାନରେ ୫୨୧ ଆକ୍ରାନ୍ତ ଓ ୧୯ ମୃତ ବୋଲି ସୂଚନା ମିଳୁଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026

ଫସଫେଟ୍‌ ଓ ପଟାସ ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026
Latest News

ଓଡ଼ିଶାରେ ୧.୮୮ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

April 8, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.