Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପବିତ୍ର ରମଜାନ ମାସ ପାଳନ ବେଳେ ଲକଡାଉନ ନିୟମ ମାନିବାକୁ ଭାରତୀୟ ମୁସଲମାନଙ୍କୁ ନିବେଦନ କଲେ ମନ୍ତ୍ରୀ ମୁଖତାର ନକଭୀ
ଜାତୀୟ ଖବର

ପବିତ୍ର ରମଜାନ ମାସ ପାଳନ ବେଳେ ଲକଡାଉନ ନିୟମ ମାନିବାକୁ ଭାରତୀୟ ମୁସଲମାନଙ୍କୁ ନିବେଦନ କଲେ ମନ୍ତ୍ରୀ ମୁଖତାର ନକଭୀ

April 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଦେଶରେ ଏବେ ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ପବିତ୍ର ରମଜାନ ମାସରେ ଲକଡାଉନ୍‌ ଏବଂ ସାମାଜିକ ଦୂରତା ରକ୍ଷାକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ ଭାରତୀୟ ମୁସଲମାନ ସମ୍ପ୍ରଦାୟଙ୍କୁ ନିବେଦନ କରିଛନ୍ତି। ପବିତ୍ର ରମଜାନ ମାସ ଅପ୍ରେଲ 24 ତାରିଖ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ପବିତ୍ର ମାସ ପାଳନ ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଜ ଘରେ ସୁରକ୍ଷିତ ରହି ନମାଜ ପାଠ ତଥା ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ସମ୍ପାଦନ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ନକଭୀ ଏବେ କେନ୍ଦ୍ରୀୟ ୱାକଫ ପରିଷଦର ଅଧ୍ୟକ୍ଷ ପଦରେ ମଧ୍ୟ ଅବସ୍ଥାପିତ ଅଛନ୍ତି। ଏହା ଭାରତରେ ରାଜ୍ୟ ୱାକଫ ବୋର୍ଡର ନିୟନ୍ତ୍ରକ ସଂସ୍ଥା ରୂପେ କାର୍ଯ୍ୟ କରିଥାଏ। ନକଭୀ କହିଛନ୍ତି ଯେ ରାଜ୍ୟ ୱାକଫ ବୋର୍ଡ଼ ଅଧିନରେ ସାରା ଦେଶରେ 7 ଲକ୍ଷରୁ ଅଧିକ ପଞ୍ଜିକୃତ ମସଜିଦ, ଇଦଗାହ, ଇମାମୱାଡା, ଦର୍ଘା ଏବଂ ଅନ୍ୟାନ୍ୟ ଧର୍ମୀୟ ଅନୁଷ୍ଠାନ ରହିଛି।

ଏଠାରେ ସୂଚନାଯୋଗ୍ୟ ଯେ ସାଉଦି ଆରବ ସମେତ ଅଧିକାଂଶ ମୁସଲମାନ ରାଷ୍ଟ୍ର ରମଜାନ ମାସରେ ଧର୍ମୀୟ ପୀଠସ୍ଥଳୀଗୁଡ଼ିକରେ ଅଧିକ ସଂଖ୍ୟାରେ ରୁଣ୍ଡ ହେବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।

ନଭକୀ କହିଛନ୍ତି ଯେ ସେ ଦେଶର ବିଭିନ୍ନ ଧର୍ମୀୟ ନେତୃବର୍ଗ, ବିଭିନ୍ନ ସାମାଜିକ ଓ ଧର୍ମାନୁଷ୍ଠାନର ପ୍ରତିନିଧି, ଅଧିକାରୀ ତଥା ରାଜ୍ୟ ୱାକଫ ବୋର୍ଡର ଅନ୍ୟାନ୍ୟ ପଦାଧିକାରୀମାନଙ୍କ ସହ ଏ ସଂପର୍କରେ କଥାବାର୍ତ୍ତା କରିଛନ୍ତି। ସେମାନେ ପବିତ୍ର ରମଜାନ ମାସରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଲକଡାଉନ୍‌ ତଥା ସାମାଜିକ ଦୂରତା ରକ୍ଷା ଭଳି ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଉପଲବ୍ଧି କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ସକାଶେ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଘରେ ରହି ରମଜାନ ମାସରେ ସେମାନେ ନମାଜ ପାଠ ଏବଂ ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ପାଳନ ସୁନିଶ୍ଚିତ କରିବା ଲାଗି ସେ ସେମାନଙ୍କୁ ନିବେଦନ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରୀୟ ୱାକଫ ବୋର୍ଡ଼ ମାଧ୍ୟମରେ ରାଜ୍ୟ ୱାକଫ ବୋର୍ଡଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ପବିତ୍ର ରମଜାନ ମାସରେ ସେମାନେ ଯେଭଳି ଧର୍ମସ୍ଥଳୀ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଅଧିକ ସଂଖ୍ୟାରେ ଠୁଳ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଆବଶ୍ୟକ। ଏଥିନେଇ ବିଭିନ୍ନ ଧର୍ମୀୟ ତଥା ସାମାଜ%B

Lockdown muslim
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Latest News

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.