Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚମକୁଥିବା ଭାରତର ଏ ଅନ୍ଧକାରମୟ ଚିତ୍ର ସବୁ, ଆମ ପାଇଁ ଅପମାନ ବା ଲଜ୍ଜାର କାରଣ ନୁହେଁ କି??
ବିଶେଷ ଖବର

ଚମକୁଥିବା ଭାରତର ଏ ଅନ୍ଧକାରମୟ ଚିତ୍ର ସବୁ, ଆମ ପାଇଁ ଅପମାନ ବା ଲଜ୍ଜାର କାରଣ ନୁହେଁ କି??

April 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

“ସାଇନିଂ ଇଣ୍ଡିଆ” ବା ଚମକୁଥିବା ଭାରତ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଗୋଟେ ସମୟରେ ଭାରତ ସରକାରଙ୍କର ମନ୍ତ୍ର ଥିଲା। ଏବେ ସେଇ ମନ୍ତ୍ର ସାମାନ୍ୟ ପରିବର୍ତ୍ତିତ ହୋଇ ଅଭିନବ ଭାରତ ବା “ନ୍ୟୁ ଇଣ୍ଡିଆ” ହୋଇଛି। ଚମକୁଥିବା ଏ ନୂଆ ଭାରତ, ଯାହାର ପ୍ରଧାନମନ୍ତ୍ରୀ ଏହାକୁ ବିଶ୍ଵଗୁରୁ ବୋଲି କହନ୍ତି, ସେ ଭାରତର ବାସ୍ତବ ଛବିରେ ଏତେ ଅନ୍ଧକାର କାହିଁକି? ଆଜି ସାରା ପୃଥିବୀ ଏକ ଭୟଙ୍କର ଅନ୍ଧାର ସହିତ ଲଢେଇ କରୁଛି। ସେ ଅନ୍ଧାରର କେନ୍ଦ୍ରରେ କୋଭିଡ୧୯ ଭୂତାଣୁର ଆତଙ୍କ ରହିଛି। ହେଲେ ଭାରତରେ କୋଭିଡ଼୧୯ ଭୂତାଣୁର ପ୍ରକୋପ ତୁଳନାରେ ଭୋକର ତାଡନା ଅଧିକ ଭୟଙ୍କର ଲାଗୁଛି। ଭୂତାଣୁର ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ସାରା ଦେଶରେ ୨୧ ଦିନର ଲକ ଡାଉନ ଏବେ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ, ଏହି ଲକ ଡାଉନ ସମୟରେ ଭୋକ ଏବଂ ଅସହାୟତାର ଯେଉଁ ଛବି ଆମେ ଦେଖୁଛୁ, ସେଥିରେ ଆମର ଛାତି ଫାଟି ଯାଉନି କେମିତି?

ଲକ ଡାଉନ ଘୋଷଣା ହେବାର ପ୍ରଥମ ୭୨ ଘଣ୍ଟାରେ ଆମେ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ରାସ୍ତାରେ ଚାଲୁଥିବାର ଦୃଶ୍ୟ ଆମେ ଦେଖିଲୁ। ସେମାନେ କେଉଁଠି ପୋଲିସ ହାତରୁ ମାଡ ଖାଉଥିଲେ, କେଉଁଠି ବା ଆଣ୍ଠେଇ ଆଣ୍ଠେଇ ଚାଲୁଥିଲେ କିମ୍ବା ଆଉ କେଉଁଠି ତାଙ୍କ ଦେହରେ ରାସାୟନିକ କୀଟାଣୁନାଶକ ଛିଞ୍ଚା ଯାଉଥିବାର ଅମାନବୀୟ ଦୃଶ୍ୟ ଆମେ ଦେଖିଲୁ। ଗତ ୨୧ ଦିନ ହେଲା ସରକାରଙ୍କ ଦୟାରେ ଭାତ ଡାଲି ଖାଇ ସେମାନେ ବିଭିନ୍ନ ଶିବିରରେ ପଡି ରହିଛନ୍ତି। ହୁଏତ ଆଉ କେତେଦିନ ସେମାନେ ସେମିତି ରହିବେ, ତାର ଉତ୍ତର କେହି ଦେଇ ପାରିବେ ନାହିଁ। ମାର୍ଚ୍ଚ ୨୩ ତାରିଖ ଦିନ ଗଭୀର ଆତ୍ମବିଶ୍ବାସର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ମହାଭାରତ ହେଉଛି ୧୮ ଦିନର ଯୁଦ୍ଧ, ହେଲେ କରୋନାବିରୋଧୀ ଯୁଦ୍ଧ ହେଉଛି ୨୧ ଦିନର। ତେଣୁ ଏ ଯୁଦ୍ଧ ଆମକୁ ୨୧ ଦିନରେ ଜିତିବାକୁ ପଡିବ।

୨୧ ଦିନ ପରେ ଇତି ମଧ୍ୟରେ ବିତିଯାଇଛି। ଯୁଦ୍ଧ ଜିତିବା ତ ଦୂରର କଥା ଏ ଯୁଦ୍ଧ ଆଜି ବି ଆରମ୍ଭ ପର୍ୟାୟରେ ରହିଛି। ମାର୍ଚ୍ଚ ୨୩ ବେଳକୁ ୫୦୦ ପାଖାପାଖି କରୋନା ଆକ୍ରାନ୍ତ ରହିଥିବା ବେଳେ ଆଜି ସେ ସଂଖ୍ୟା ୧୦ ହଜାରରେ ପହଞ୍ଚିଲାଣି। ଆସନ୍ତା ଦୁଇ ବା ତିନି ସପ୍ତାହରେ ସ୍ଥିତି ଯେ ସୁଧୁରିଯିବ, ସେ ଭରସା ବି ନାହିଁ। ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରବଳ ମାତ୍ରାରେ ବଢୁଛି। ତେଣୁ ୨୧ ଦିନ ନୁହଁ, ଏ ଯୁଦ୍ଧ ଆହୁରି ଅନେକ ଲମ୍ବା। ଥାଳି ବାଡେଇ ବା ଦୀପାବଳି ପାଳନ କରି ଏ ଯୁଦ୍ଧ ଜିତିବାର ପିଲାଳିଆମୀ ବିଷୟରେ ଆମର ଜନ ସାଧାରଣ ବୁଝି ସାରିଥିବେ ବୋଲି ଆମେ ଆଶା କରୁଛୁ।

ଆଜି ଏହି ଲକ ଡାଉନ ସମୟରେ ଯେଉଁ ଚିତ୍ର ସବୁଠୁ ବେଶୀ ପୀଡା ଦେଉଛି, ତା ହେଉଛି ଏ ଦେଶର ଗରିବ ଓ ସାଧାରଣ ଲୋକଙ୍କ ସମସ୍ୟା। ନିଜ ଛୁଆ ପିଲାଙ୍କୁ ଖାଇବାକୁ ଦେଇ ନପାରି ଗୋଟେ ସ୍ତ୍ରୀ ଲୋକ ଗଙ୍ଗା ନଦୀରେ ନିଜର ପାଞ୍ଚୋଟି ଛୁଆଙ୍କୁ ଭସେଇ ଦେଉଛି। ଆଗ୍ରା ସହରରେ କ୍ଷୀର ବିକି ନପାରି ଚାଷୀମାନେ ରାସ୍ତାରେ ଢାଳି ଦେଇଥିବା କ୍ଷୀରକୁ କୁକୁରମାନଙ୍କ ସହିତ ଜଣେ ଗରିବ ଲୋକ ଆଞ୍ଜୁଳାରେ ଆଣି ପିଉଛି।ଡାଇଲିସିସ କରିବାକୁ ମନା କେରିଦେବାରୁ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବୃଦ୍ଧ ରାସ୍ତାରେ ପ୍ରାଣ ହରାଉଛନ୍ତି। ଲକ ଡାଉନର ଏହି ପୀଡା, ଅନେକଙ୍କ ଜୀବନକୁ ପଙ୍ଗୁ କରି ଦେଇଥିବା ବେଳେ ଜୀବିକା ଉଜାଡି ଦେଇଛି। ଅତି କମରେ ୪୦ କୋଟି ଭାରତୀୟଙ୍କର ଜୀବିକା ବିପନ୍ନ ହେବ ଓ ସେମାନେ ଗରିବୀ ସୀମାରେଖା ତଳକୁ ଖସିଯିବେ ବୋଲି ଏବେ ଆନ୍ତର୍ଜାତିକ ଶ୍ରମ ସଂଗଠନ କହିଛି। ତେବେ ଏମାନଙ୍କ ଲାଗି ନୂଆ ଭାରତ ବା ଚମକୁଥିବା ଭାରତର କିଛି ବାର୍ତ୍ତା ଅଛି କି?

Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.