Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚକ୍ରବୃଦ୍ଧି ହାରରେ ବଢୁଥିବା କୋଭିଡ୧୯ ସଂକ୍ରମଣ ଓ ଲକ ଡାଉନ, କିଏ କାହା ଉପରେ ଭାରି?
ବିଶେଷ ଖବର

ଚକ୍ରବୃଦ୍ଧି ହାରରେ ବଢୁଥିବା କୋଭିଡ୧୯ ସଂକ୍ରମଣ ଓ ଲକ ଡାଉନ, କିଏ କାହା ଉପରେ ଭାରି?

April 15, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏବେ ସ୍ପଷ୍ଟ ହୋଇ ଯାଇଛି ଯେ, ଆସନ୍ତା ମଇ ୩ ତାରିଖ ପର୍ୟନ୍ତ ସାରା ଦେଶରେ ଲକ ଡାଉନ ଅବ୍ୟାହତ ରହିବ। ଅର୍ଥାତ ପ୍ରାୟ ଦେଢ ମାସ ବ୍ୟାପୀ ଦେଶର ଆର୍ଥିକ ଓ ସାମାଜିକ ଜୀବନ ଠପ ହୋଇ ରହିବ। ଯିଏ ଯେଉଁଠି ରହିଛନ୍ତି, ସେମାନେ ସେଇଠି ଆଗକୁ ଆହୁରି ୧୮ ଦିନ ଅଟକି ରହିବେ। ତେବେ ସେମାନେ କେମିତି ବଞ୍ଚିବେ, କେମିତି ଘରକୁ ଫେରିବେ, ସେଥିଲାଗି ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି ନାଇଁ। କେବଳ ଘରେ ରୁହନ୍ତୁ ବୋଲି କହିବା ଛଡା, ସରକାରଙ୍କ ପାଖରେ ଲୋକଙ୍କୁ ସହାୟତା ଦେବାକୁ ଅଧିକ କିଛି ନାହିଁ। ଗତ କାଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଯାହା କହିଲେ, ସେଥିରେ ନୀତିବାଣୀ ପ୍ରବଳ, ହେଲେ ସଙ୍କଟରୁ ମୁକୁଳିବାର ବାସ୍ତବ ବାଟ ଦିଶୁନାହିଁ। ମାସ ମାସ ଧରି ଦେଶର ଅର୍ଥନୀତିକୁ ତାଲା ପକାଇ ଜୀବନ ବଞ୍ଚାଇବାର ସଫଳତା କଥା ଆମେ କହୁଛୁ। ଆମେରିକା ଓ ୟୁରୋପ ସହିତ ନିଜକୁ ତୁଳନା କରି ଆମର ମୃତ୍ୟୁହାର କମ ବୋଲି ଆମେ ନିଜକୁ ଆଶ୍ଵାସନା ଦେଉଛୁ। ତେବେ ଏ ଆଶ୍ଵାସନାର ମୂଲ୍ୟ କଣ?

ବାସ୍ତବରେ ଭାରତରେ କରୋନା ସ୍ଥିତି ସୁଧୁରୁଛି କି? ନିଜେ ପ୍ରଧାନମନ୍ତ୍ରୀ କହୁଛନ୍ତି, ମାର୍ଚ୍ଚ ୨୨ ବେଳକୁ ଦେଶରେ ୫୫୦ ଆକ୍ରାନ୍ତ ଥିବା ବେଳେ ଏବେ ସେମାନଙ୍କର ସଂଖ୍ୟା ୧୧,୪୭୧ରେ ପହଞ୍ଚିଲାଣି। ମୃତ୍ୟୁ ସଂଖ୍ୟା ୧୦ ରୁ ବଢି ୩୯୦ ହେଲାଣି। ଗତ କିଛି ଦିନ ହେଲାଣି ଦେଶରେ ହାରାହାରି ଦିନକୁ ୧୦୦୦ କରୋନା ଆକ୍ରାନ୍ତ ବଢୁଛନ୍ତି। ହୁଏତ ଲକ ଡାଉନ କାରଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ବଢି ନାହାନ୍ତି। ତେବେ ଏସିଆର ଏମିତି କୌଣସି ଦେଶ ନାହିଁ, ଯେଉଁଠି କରୋନା ସଂକ୍ରମଣ ଲକ୍ଷେ ରେ ପହଞ୍ଚିଛି। ୟୁରୋପ-ଆମେରିକାରେ କରୋନାର ବ୍ୟାପ୍ତି ଏସିଆ ତୁଳନାରେ ଢେର ଅଧିକ। ତେଣୁ ୟୁରୋପ- ଆମେରିକା ସହିତ ଆମକୁ ତୁଳନା ନକରି, ଆମେ ଏସିଆ ସହିତ ନିଜକୁ ତୁଳନା କରିବା ସମୁଚିତ ହେବ। ଚୀନ ସମେତ କୌଣସି ବି ଏସୀୟ ଦେଶରେ କରୋନା ସଂକ୍ରମଣ ୟୁରୋପ ଭଳି ତୀବ୍ର ନୁହେଁ।

ସେହି ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚକ୍ରବୃଦ୍ଧି ହାରରେ ବଢୁ ନାହିଁ କି? ଦିନକୁ ହାରାହାରି ହଜାରେ ଆକ୍ରାନ୍ତ ବଢିଲେ, ତାର ସଂକ୍ରମଣ ୨ ରୁ ୨୨ ଗୁଣ ବଢିବାର ସମ୍ଭାବନା ରହିଛି। ଗତ ୨୧ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଗୁଣ ବଢି ସାରିଛି। ଜାତୀୟ ସ୍ତରରେ ସଙ୍କ୍ରମିତଙ୍କ ସଂଖ୍ୟା କମିବାର ନାଁ ଧରୁନାହିଁ। ଇତି ମଧ୍ୟରେ କେରଳ, ଓଡିଶା ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। କେରଳ ଗତ ଜାନୁଆରୀ ୩୦ ରୁ ଆଜି ପର୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟାକୁ ୩୮୬ ରେ ସୀମିତ ରଖିବାରେ ସଫଳ ହୋଇଛି। ମୋଟ ୩୮୬ ରୁ କେରଳରେ ୨୧୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ଏବେ ସେଠାରେ ୧୭୩ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ଏଠାରେ ସ୍ପଷ୍ଟ ଭାବରେ କରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାରେ କେରଳ ସରକାର ସମର୍ଥ ହୋଇଛନ୍ତି।

ସେହିପରି ଓଡିଶାରେ ମାର୍ଚ୍ଚ ୧୫ରୁ ଆଜି ଯାଏ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ଆରୋଗ୍ୟ ଲାଭ କଲେଣି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। କର୍ଣ୍ଣାଟକରେ ସ୍ଥିତି ସୁଧୁରି ଆସୁଥିବା ବେଳେ ଗତ ଦିନେ ଦୁଇ ଦିନରେ ସ୍ଥିତି ଟିକେ ଜଟିଳ ହୋଇଛି। ତେବେ ସଂକ୍ରମଣ କମୁଥିବା ରାଜ୍ୟ ତୁଳନାରେ ବଢୁଥିବା ରାଜ୍ୟଙ୍କର ସଂଖ୍ୟା ଅଧିକ। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୫ରେ ପହଞ୍ଚିଛି। ଏଠି ଦିନକୁ ହାରାହାରି ୨୫୦/୩୦୦ ଆକ୍ରାନ୍ତ ବଢୁଛନ୍ତି। ଏହା ଉଦବେଗର ବିଷୟ। ଦିଲ୍ଲୀ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,ଜାମ୍ମୁ-କାଶ୍ମୀର ଇତ୍ୟାଦି କ୍ଷେତ୍ରରେ ସଙ୍କ୍ରମିତଙ୍କ ସଂଖ୍ୟା ଚକ୍ରବୃଦ୍ଧି ହାରରେ ବଢୁଛି।

ଜାତୀୟ ସ୍ତରରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ୧୧.୪% ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩.୩୪% ରହିଛି। ରାଜ୍ୟ ଗୁଡିକ ମଧ୍ୟରେ କେରଳରେ ଆରୋଗ୍ୟ ହାର ୫୪.୬୬% ଓ ମୃତ୍ୟୁ ହାର ୦.୫୨%, ଓଡିଶାରେ ଆରୋଗ୍ୟ ହାର ୩୦%, ବିହାରରେ ଆରୋଗ୍ୟ ହାର ୪୨.୪୨% ରହିଛି। ଏହାର ବିପରୀତରେ ମହାରାଷ୍ଟ୍ରରେ ଆରୋଗ୍ୟ ହାର ୮.୫୩%, ମୃତ୍ୟୁ ହାର ୬.୬୩%,ଦିଲ୍ଲୀରେ ଆରୋଗ୍ୟ ହାର ୧.୯୮% ଓ ମୃତ୍ୟୁ ହାର ୧.୮୫%, ଗୁଜରାଟରେ ଆରୋଗ୍ୟ ହାର ୮.୯୧%, ମୃତ୍ୟୁ ହାର ୪.୨୧%, ତାମିଲନାଡୁରେ ଆରୋଗ୍ୟ ହାର ୪.୯୪%, ମୃତ୍ୟୁହାର ୦.୯୩% ରହିଛି। କେରଳ, ଓଡିଶା ଓ ବିହାର ଭଳି ଅନ୍ୟ ରାଜ୍ୟ ଗୁଡିକରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ନ ବଢିଲେ, କରୋନା ବୃଦ୍ଧିର ଚକ୍ରକୁ ସ୍ଥିର କରିବା ସମ୍ଭବ ନୁହେଁ।

ସଂକ୍ରମଣର ଗଣିତ କହୁଛି, ଗୋଟେ ନୂଆ ପୋଜିଟିଭ କେସରୁ ଆହୁରି ୨୨ କେସର ଶ୍ରୁଙ୍ଖଳା ତିଆରି ହୋଇପାରେ। ତେଣୁ ଦିନକୁ ୧୦୦୦ ସଂକ୍ରମିତ ବଢିଲେ ସେହି ଶ୍ରୁଙ୍ଖଳା ୨ ରୁ ୨୨ ହଜାର ପର୍ୟନ୍ତ ବଢିବ। ତେଣୁ ସଂକ୍ରମଣ ହାର ନ କମିବା ଯାଏ ଲକ ଡାଉନ ର ସଫଳତାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ। ଦେଢମାସ କାଳ ଦେଶର ଅର୍ଥନୈତିକ ଜୀବନକୁ ବିପର୍ୟସ୍ତ କରିବା ସହିତ ଏକ ଭୟଙ୍କର ମାନସିକ ଅବସାଦର ସ୍ଥିତି ମଧ୍ୟ ଆମେ ତିଆରି କରୁଛୁ।

ଆଜି ପ୍ରଶ୍ନ ଉଠୁଛି, କରୋନା ସଂକ୍ରମଣର ଏ ଚକ୍ରବୃଦ୍ଧି ଅବ୍ୟାହତ ରହିବାର ଅର୍ଥ କଣ, ଅନିର୍ଦ୍ଦିଷ୍ଟ କଳା ଲାଗି ଲକ ଡାଉନ? ଆଜିର ସ୍ଥିତିରେ ତାହା ହିଁ ମନେ ହେଉଛି। ବର୍ତ୍ତମାନ ସ୍ଥିତିରେ ସଂପୂର୍ଣ୍ଣ ଲକ ଡାଉନ ଅପେକ୍ଷା ଅଧିକରୁ ଅଧିକ କଣ୍ଟେନମେଣ୍ଟ ଯୋନ ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି। ଆସନ୍ତା ଏପ୍ରିଲ ୨୦ ରୁ ଗୋଟିଏ ପରେ ଗୋଟିଏ କ୍ଷେତ୍ରକୁ ଲକ ଡାଉନରୁ ମୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହେବା ଦରକାର। ଅର୍ଥନୀତି ଯଦି ବୁଡିଯାଏ, ତାହେଲେ ସେଥିରେ କରୋନା ସଂକ୍ରମଣ ଠୁ ଅଧିକ ଲୋକ ପ୍ରଭାବିତ ହେବେ!!

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.