Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାଦନ ଶ୍ରମିକ, ଲକ ଡାଉନ ଓ ଭାରତୀୟ ରାଜନୀତିର ଅମାନବୀୟ ଚେହେରା
ବିଶେଷ ଖବର

ଦାଦନ ଶ୍ରମିକ, ଲକ ଡାଉନ ଓ ଭାରତୀୟ ରାଜନୀତିର ଅମାନବୀୟ ଚେହେରା

April 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ଭୂତାଣୁକୁ ନେଇ ସମସ୍ତଙ୍କର ଭୟ ସ୍ଵାଭାବିକ। ହେଲେ ସେଇ ଭୟକୁ ବେଖାତିର କରି ହଜାର ହଜାର ଶ୍ରମିକ  ରାସ୍ତାକୁ ଓହ୍ଳାଉଛନ୍ତି କାହିଁକି? ଦିଲ୍ଲୀ, ମୁମ୍ବାଇ, ସୁରତ ଭଳି ସହରରେ ଏହି ଶ୍ରମିକମାନଙ୍କର ଭିଡ ଆମେ ବିଭିନ୍ନ ସମୟରେ ଦେଖୁଛୁ। ସେମାନେ ମହାନଗର ଗୁଡିକରେ ଛେଉଣ୍ଡ ହେଉ ପଡି ରହିବା ଅପେକ୍ଷା ନିଜ ଗାଁ କୁ ଫେରିଯିବା ପାଇଁ ବ୍ୟାକୁଳ। ସେମାନେ ସରକରାଇ କଟକଣା ଓ ଲକ ଡାଉନ ସମୟରେ ପୋଲିସ ଲାଠିକୁ ବେଖାତିର କରି ଘରକୁ ଫେରିବାକୁ ଚାହିଁବା ପଛରେ କଣ କାରଣ ରହିଛି? ମାର୍ଚ୍ଚ ୨୪ ରୁ ମଇ ୩, ଦୀର୍ଘ ଚାଳିଶ ଦିନ ଧରି ବିନା ଜୀବିକାରେ ଜୀବନ ନିର୍ବାହ କରିବାର ଦୁଃଖ ବିଷୟରେ ଭାରତ ସରକାର ବୋଧହୁଏ ବିଲକୁଲ ଅବଗତ ନୁହନ୍ତି। କରୋନା ସଂକ୍ରମଣ ରୋକିବାକୁ ଲକ ଡାଉନ କୁ ଏକମାତ୍ର ଉପାୟ ବୋଲି ବିବେଚନା କରୁଥିବା ଭାରତ ସରକାରଙ୍କ ରାଜନୀତିରେ, ଏହି ଲକ ଡାଉନ ଦ୍ଵାରା ସର୍ବାଧିକ ପ୍ରଭାବିତ ହେଉଥିବା ଶ୍ରମିକଙ୍କ ପାଇଁ କୌଣସି ଚିନ୍ତା ଥିଲା ଭଳି ମନେ ହେଉନାହିଁ।

ସାରା ଦେଶରେ ପ୍ରାୟ ଚାଳିଶ କୋଟି ଏ ପ୍ରକାର ଶ୍ରମିକ ଅଛନ୍ତି, ଯେଉଁମାନେ ନିଜ ଗାଁ ଓ ଘର ଛାଡି ବିଭିନ୍ନ ମହାନଗର ଓ ସହରରେ ଜୀବିକା ନିର୍ବାହ କରନ୍ତି। ଲକ ଡାଉନ ସମୟରେ ସେମାନଙ୍କ ପାଖରେ ନା ଘର ଅଛି, ନା ଅଛି ରାସନ। ସରକାର କହୁଛନ୍ତି, ସମସ୍ତଙ୍କୁ ଖାଇବା ବନ୍ଦୋବସ୍ତ କରା ଯାଇଛି। ଏହା ଅନେକାଂଶରେ ଅର୍ଦ୍ଧସତ୍ୟ। ମୁଠାଏ ଭାତ ପାଇବାକୁ ମୁମ୍ବାଇ ଓ ଦିଲ୍ଲୀରେ ଘଣ୍ଟା ଘଣ୍ଟା ଧରି ଏହି ଶ୍ରମିକମାନେ ଅପେକ୍ଷା କରି ବସିଛନ୍ତି। ସେମାନେ ଯେଉଁ ଶିବିରସବୁରେ ରହୁଛନ୍ତି, ସେଗୁଡିକର ସ୍ଥିତି ଅତ୍ୟନ୍ତ ଦୟନୀୟ। ମାସ ମାସ ଧରି ଏମାନଙ୍କୁ ଅସ୍ଵାସ୍ଥ୍ୟକର ଓ ଅସହାୟ ଅବସ୍ଥାରେ ଲକ ଡାଉନ କରି ରଖିବାର ଅନ୍ୟ ଏକ ବିପଦ ମଧ୍ୟ ରହିଛି। କୌଣସି ଶିବିରରେ ଯଦି କରୋନା ଭୂତାଣୁ ପ୍ରବେଶ କରେ, ତାହେଲେ ତାକୁ ରୋକିବା ଅସମ୍ଭବ ହୋଇ ପଡିବ।

ଲକ ଡାଉନ ପୂର୍ବରୁ, ଅନ୍ତତଃ ଘରକୁ ଫେରିବା ଲାଗି ଶ୍ରମିକମାନଙ୍କୁ ଏକ ସୁଯୋଗ ଦିଆ ଯାଇପାରିଥାନ୍ତା। ଗାଁ ମାନଙ୍କରେ କୁଆରେଣ୍ଟାଇନ ତିଆରି କରିବା ଓ ପଞ୍ଚାୟତ ମାଧ୍ୟମରେ ସେମାନଙ୍କ ଖାଇବା ବନ୍ଦୋବସ୍ତ କରିବା ଅଧିକ ସହଜ ହୋଇଥାନ୍ତା। ତେବେ ଭାରତ ସରକାର ଏ ସମ୍ପର୍କରେ ଆଦୌ ସତର୍କ ପଦକ୍ଷେପ ନେଇ ନଥିଲେ। ଯାହା ଫଳରେ ବାରମ୍ବାର ଶ୍ରମିକମାନେ ରାସ୍ତାକୁ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ଭାରତ ସରକାର ଲୋକଙ୍କ ସମ୍ପର୍କରେ ସତରେ ଚିନ୍ତିତ ଅଛନ୍ତି କି?

ଦେଶର ସବୁଠୁ ଭୟଙ୍କର ମହାମାରୀ ସମୟରେ ସରକାରଙ୍କର ମନ୍ତ୍ରଣାଳୟ ଗୁଡିକ ପ୍ରାୟ ବନ୍ଦ ରହିଛି। ମନ୍ତ୍ରୀମାନେ ଘରେ ବସି ଲୁଡୁ ଖେଳୁଛନ୍ତି ବା ଟିଭି ଦେଖୁଛନ୍ତି। ଲୋକ ପ୍ରତିନିଧିମାନେ ଭିଡିଓ କନଫରେଂସିଙ୍ଗ ମାଧ୍ୟମରେ କର୍ମୀମାନଙ୍କ ସହ ଗପ କରୁଛନ୍ତି। ଏହା ବୋଧହୁଏ ଆମ ଦେଶରେ ସମ୍ଭବ। ଦେଶର ଅର୍ଥନୀତି ଓ ସାମାଜିକ ଜୀବନ ଯେତେବେଳେ ସଙ୍କଟରେ, ସେତେବେଳେ କେବଳ ବାବୁମାନଙ୍କ ହାତରେ ଶାସନ ଛାଡିଦେଇ ମନ୍ତ୍ରୀମାନେ ଆରାମ କରିବା ଗଣତାନ୍ତ୍ରିକ ଶାସନରେ କଦାପି ଗ୍ରହଣୀୟ ନୁହେଁ।

ଲକ ଡାଉନର ପ୍ରଥମ ପର୍ୟାୟ ସରିବା ପରେ କୃଷି କ୍ଷେତ୍ରକୁ ଏଥିରୁ ବାଦ ଦିଆ ଯାଇଛି। ଅନ୍ତତଃ ଶ୍ରମ କ୍ଷେତ୍ରକୁ ମଧ୍ୟ କଟକଣା ମୁକ୍ତ କରିବା ଜରୁରୀ ଥିଲା। ୪୦ ଦିନ ଭିତରେ ଜୀବିକା କ୍ଷେତ୍ରରେ ଅନେକ କିଛି ବଦଳି ଯାଇଥିବ ଓ ଲକ ଡାଉନ ସରିବା ପରେ ହୁଏତ ଅନେକଙ୍କର ଜୀବିକା ସବୁଦିନ ପାଇଁ ଚାଲି ଯାଇଥିବ। ସେ ପ୍ରକାର ସ୍ଥିତିରେ ସାଧାରଣ ଲୋକେ କରିବେ କଣ? ଏହାର ରାଜନୈତିକ ସମାଧାନ କରିବା ପାଇଁ କେନ୍ଦ୍ର ବା ରାଜ୍ୟ ସରକାରମାନେ ସତରେ ଚିନ୍ତିତ ଅଛନ୍ତି କି? କରୋନା ସଂକ୍ରମଣ ରୋକିବା ଲାଗି କେବଳ ଲକ ଡାଉନକୁ ଭରସା କରି ବସିଗଲେ, ସମସ୍ୟାର ସମାଧାନ ହେବନାଇଁ। ଏଠି ପାଇଁ ସାଧାରଣ ଅର୍ଥବ୍ୟବସ୍ଥା ବଞ୍ଚିରହିବା ମଧ୍ୟ ଜରୁରୀ।

ଜୀବନ ବଞ୍ଚିଲେ, ଜୀବିକାକୁ ସଳଖାଇ ହେବ ବୋଲି ଆମର ରାଜନୈତିକ ନେତୃତ୍ଵ ଭାବୁଛନ୍ତି। ହେଲେ ଜୀବିକା ଅନେକ ସମୟରେ ଜୀବନର ବଡ ନିୟାମକ। ଅର୍ଥନୈତିକ ସୁରକ୍ଷା ନଥିଲେ, ଜୀବନ ଅଧିକ ଦୁର୍ବିସହ ହୋଇପଡେ। ହୁଏତ କରୋନାକୁ ମୁକାବିଲା କରିବା ସହଜ, କିନ୍ତୁ ଭୋକ ଏବଂ ବେକାରୀକୁ ସାମ୍ନା କରିବା ସହଜ ନୁହେଁ। ଲକ ଡାଉନ ସମୟରେ ବାଧ୍ୟ କରି ଯେଉଁ ଶ୍ରମିକମାନଙ୍କୁ ଅଟକ ରଖାଯାଇଛି, ସେମାନଙ୍କୁ ପାରିଶ୍ରମିକର କିଛି ଅଂଶ ଦେବାକୁ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ ହୋଇଥିଲା, ତାକୁ ସୁପ୍ରିମ କୋର୍ଟ ଶୁଣିନାହାନ୍ତି। ଏହା ବୋଧହୁଏ ଆମ ବ୍ୟବସ୍ଥାର ସମ୍ବେଦନହୀନତାକୁ ସୂଚାଉଛି।

କୋଟି କୋଟି ଲୋକଙ୍କ ଜୀବନକୁ ଦୁର୍ବିସହ କରି ଆମେ ଗୋଟେ ମହାମାରୀକୁ ହୁଏତ ଅଟକାଇ ପାରିବା, ହେଲେ ଏହାର ଖରାପ ପରିଚାଳନା ଭବିଷ୍ୟତରେ ଆର୍ଥିକ ମହାମାରୀର କାରଣ ମଧ୍ୟ ହୋଇ ପାରିବ। ଆଜି ଜୀବନ ଓ ଜୀବିକା ଭିତରେ ସମନ୍ଵୟ ରଖି ଆମକୁ ବଢିବାକୁ ପଡିବ। ଶ୍ରମିକଙ୍କୁ ତାଙ୍କର ଜୀବନ ଓ ଜୀବିକାର ଗ୍ୟାରେଣ୍ଟି ଦେବାରେ ସରକାର ଯଦି ବିଫଳ ହୁଅନ୍ତି, ତାହେଲେ ଲକ ଡାଉନର ମୂଲ୍ୟ କିଛି ରହିବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.