Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲାର ତାଜା ସୂଚନା, ଏ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ସରକାର କଣ ନେଇଛନ୍ତି ପଦକ୍ଷେପ
ବିଶେଷ ଖବର

କରୋନା ମୁକାବିଲାର ତାଜା ସୂଚନା, ଏ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ସରକାର କଣ ନେଇଛନ୍ତି ପଦକ୍ଷେପ

April 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହି ଅନୁସାରେ ଏ ପର୍ଯ୍ୟନ୍ତ କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଗୁଡିକ ହେଲା

  1. ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅତି କମ୍‌ ସମୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ଟି ଜିଲ୍ଲାରେ ୨୪ଟି ସ୍ୱତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ୍‌ କାର୍ଯ୍ୟ କରୁଛି। ଏହି ହସ୍‌ପିଟାଲ୍‌ଗୁଡ଼ିକରେ ସମୁଦାୟ ଶଯ୍ୟା ସଂଖ୍ୟା ୩୯୫୧ ହୋଇଥିବାବେଳେ ଆଇସିୟୁ ଶଯ୍ୟା ସଂଖ୍ୟା ୨୯୩।
  2. କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥାପିତ ହେବାକୁ ଯାଉଛି। ୧୯୪ ଶଯ୍ୟା ଓ ୬ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ହସ୍‌ପିଟାଲ୍‌ ଭବାନୀପାଟଣା ସରକାରୀ ଇଂଜିନିୟରିଂ କଲେଜରେ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ।
  3. ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତ୍ରିପାଠୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କେ. ପାଣ୍ଡିଆନ୍‌ କେଉଁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଗସ୍ତ କରି ୩ଟି ଯାକ ଜିଲ୍ଲାର କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଜିଲ୍ଲାର କୋଭିଡ୍‌ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି।
  4. କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକୁ୍ୟ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ ବ୍ୟବହାର ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।
  5. ରାଜ୍ୟରେ ଘରୋଇ ହିଂସାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସ୍‌ଆପ୍‌ ନଂ-୭୨୦୫୦୦୬୦୩୯ ଜାରି କରାଯାଇଛି। ଏଥି ସହିତ ବିଭାଗର ହେଲପ୍‌ଲାଇନ୍‌ -୧୮୧ ମଧ୍ୟ କାର୍ଯ୍ୟ କରୁଛି। ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତିବିଶେଷ ଏହି ହ୍ୱାଟସ୍‌ଆପ୍‌ ଓ ହେଲପ୍‌ଲାଇନ୍‌ର ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି। ଅନୁରୂପ ଭାବରେ, ରାଜ୍ୟ ମହିଳା ଆୟୋଗ ମଧ୍ୟ ଘରୋଇ ହିଂସା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଏକ ଏକ ହ୍ୱାଟସ୍‌ଆପ୍‌ ନମ୍ବର ଜାରି କରିଛନ୍ତି ୮୭୬୩୫୪୩୦୧୩।
  6. ଦୃଢ଼ତାର ସହ କରୋନାର ମୁକାବିଲା ପାଇଁ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ଡାକ୍ତରଙ୍କ ସ୍ୱତନ୍ତ୍ର ତାଲିମ ଉପରେ ଗୁରୁତ୍ୱ ଦେଉଛନ୍ତି। କରୋନା ସନ୍ଦିUଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଲେ, କିପରି ଚିକିତ୍ସା କରାଯିବ, ସେ ସଂପର୍କରେ ବିଭନ୍ନ ଜିଲ୍ଲାର ଡାକ୍ତରଙ୍କୁ ଏସ୍‌ସିବି ମେଡିକାଲ୍‌ କଲେଜ୍‌(କଟକ)ରେ ପ୍ରଶିକ୍ଷଣ ଦିଆଯାଉଛି।
  7. ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୫୩ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫ୍ରି ଜାରି କରାଯାଇଛି ତାହା ହେଲା ୧୮୦୦୩୪୫୬୭୦୩
  8. ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ୭୦୩୩ଟି ଅସ୍ଥାୟୀ ଚିକିତ୍ସା ଶିବିର କାର୍ଯ୍ୟକରୁଛି। ଏସବୁରେ ୧,୬୩,୬୪୯ ଶଯ୍ୟାର ବ୍ୟବସ୍ଥା ରହିଛି।
  9. ଆଜି ରାଜ୍ୟର ୫୪୩୮ ଗ୍ରାମ ପଞ୍ଚାୟତରେ ୩,୩୪,୪୨୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୩ ଟି ପୌରାଞ୍ଚଳରେ ୩୫,୧୭୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।
  10. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୫ରୁ ଅପ୍ରେଲ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୪୪ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୩୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୪ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ୬ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୧୫୨ ଜଣଙ୍କୁ ଗିରଫ କରାଯାଇଛି।
  11. ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୭୬ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା

  1. ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬୭୩୪ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି।
  2. ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
  3. ପଜିଟିଭ୍‌ ବ୍ୟକ୍ତିଙ୍କ ପ୍ରତିଶତ ହାର ୦.୮୯ ରହିଛି।
  4. ୧୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି।
  5. ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି।
  6. ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୦ ରହିଛି।
  7. ଓଡ଼ିଶାରେ ଗତକାଲି ୧୧୯୭ କୋଭିଡ୍‌-୧୯ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ସଂଖ୍ୟା ଦୃଷ୍ଟିରୁ ଏହା ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ରହିଛି।

OdishaCoronaUpdate ଓଡିଶା କରୋନା ଅପଡେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ସ୍ନାୟୁ ଅସ୍ତ୍ରୋପଚାର କଲେ ସମ୍ ଡାକ୍ତର: ପୂର୍ବ ଭାରତରେ ପ୍ରଥମ

July 22, 2025

ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ: ପୁନଃ କାର୍ଯ୍ୟକ୍ଷମ ହେବ ୨୦୨୧ ରେ ବନ୍ଦ ଥିବା ଚିଲିକାର ଏହି ସ୍କୁଲ

July 22, 2025

ଦ୍ବିତୀୟ ଦିନରେ ମଧ୍ୟ ସଂସଦର ଉଭୟ ଗୃହରେ ହାଙ୍ଗାମା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନକ ପାଇଁ ଗୃହ ମୁଲତବି

July 22, 2025
Latest News

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025

ସଚେତନ ଅବସ୍ଥାରେ ଶରୀରରେ ଅତ୍ୟାଧୁନିକ ସ୍ନାୟୁ ଅସ୍ତ୍ରୋପଚାର କଲେ ସମ୍ ଡାକ୍ତର: ପୂର୍ବ ଭାରତରେ ପ୍ରଥମ

July 22, 2025

ପ୍ରତିଶ୍ରୁତି ପୂରଣ କଲେ ଆଇନ ମନ୍ତ୍ରୀ: ପୁନଃ କାର୍ଯ୍ୟକ୍ଷମ ହେବ ୨୦୨୧ ରେ ବନ୍ଦ ଥିବା ଚିଲିକାର ଏହି ସ୍କୁଲ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.