Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସଂକ୍ରମଣ, ପରୀକ୍ଷା କମ ତେଣୁ ସଂଖ୍ୟା ବି କମ, ଏ ପଟେ ହାତରୁ ଖସି ଖସି ଯାଉଛି ସମୟ
ବିଶେଷ ଖବର

କରୋନା ସଂକ୍ରମଣ, ପରୀକ୍ଷା କମ ତେଣୁ ସଂଖ୍ୟା ବି କମ, ଏ ପଟେ ହାତରୁ ଖସି ଖସି ଯାଉଛି ସମୟ

April 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତରେ କରୋନା ପରୀକ୍ଷାର ହାର ଯଥେଷ୍ଟ କମ, ତେଣୁ ସଙ୍କ୍ରମିତଙ୍କ ସଂଖ୍ୟା ବି କମ। ଏ ପଟେ ହାତରୁ ସମୟ ଖସି ଯାଉଛି। ଭାରତରେ ଲକ ଡାଉନ ୨୪ ଦିନରେ ପହଞ୍ଚିଲାଣି। ବିଭିନ୍ନ ରାଜ୍ୟରେ ଏହା ମାସେରୁ ଅଧିକ ହେଲାଣି। ହୁଏତ ଆମେରିକା ଭଳି ଆମର ଆକ୍ରାନ୍ତଙ୍କ ସଂଖ୍ୟା ବଢୁନାହିଁ। ହେଲେ ସତରେ ଏହା ବଢୁ ନାହିଁ, ନା ଆମର ପରୀକ୍ଷା କମ! ଏ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧରନ୍ତୁ, ଆମେରିକାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଢେର ଅଧିକ। ସେଠାରେ ବର୍ତ୍ତମାନ ୬ ଲକ୍ଷ ୪୮ ହଜାର ଆକ୍ରାନ୍ତ ଓ ସେମାନଙ୍କ ମଧ୍ୟରୁ ୨୯ ହଜାର ମୃତ। ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ୪.୪୩%। ଭାରତରେ ଆକ୍ରାନ୍ତ ଓ ମୃତଙ୍କ ଅନୁପାତ ପ୍ରାୟ ଆମେରିକା ସହ ସମାନ। ଭାରତରେ କରୋନା ଜନିତ ମୃତ୍ୟୁ ହାର ଆକ୍ରାନ୍ତଙ୍କ ତୁଳନାରେ ୩.୩୪%। ଏହା କିଛି ଗୋଟେ ଉତ୍ସାହଜନକ ସଂଖ୍ୟା ନୁହେଁ।

ଅନ୍ୟାନ୍ୟ ବିକଶିତ ଦେଶ ତୁଳନାରେ ଭାରତ କରୋନାକୁ ନିୟନ୍ତ୍ରିତ କରି ପାରିଛି ବୋଲି ଭାବିଲା ବେଳକୁ ଆମକୁ ଏମିତି କିଛି ତଥ୍ୟ ମିଳୁଛି,ଯାହାର ବାସ୍ତବତା ଅତ୍ୟନ୍ତ ଭୟଙ୍କର। ଧରନ୍ତୁ, ଯେଉଁ ଦେଶମାନଙ୍କରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେହି ଦେଶମାନଙ୍କରେ କରୋନା ପରୀକ୍ଷା ସଂଖ୍ୟା ଢେର ଅଧିକ। ଆମେରିକାରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୯୮୪୫, ଇଟାଲିରେ ୧୮୪୮୧, ସ୍ପେନରେ ୧୩ ୯୧୮, ଫ୍ରାନ୍ସରେ ୫୧୧୪, ଜର୍ମାନୀରେ ୨୦୬୨୯, ଅଷ୍ଟ୍ରିଆରେ ୧୭,୪୧୦, ସୁଇଜରଲାଣ୍ଡରେ ୨୨,୯୯୩, ଋଷିଆରେ ୧୧,୦୫୬ ପରୀକ୍ଷା ହେଉଛି। ହେଲେ ଭାରତରେ କରୋନା ପରୀକ୍ଷା ସବୁଠୁ କମ। ଆଜି ସୁଦ୍ଧା ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପାଇଁ ଆମେ ମାତ୍ର ୧୯୯ଟି ପରୀକ୍ଷା କରୁଛୁ। ଦୁଇ ଦିନ ତଳେ ଏହା ମାତ୍ର ୧୪୨ ଥିବା ବେଳେ, ଏବେ ଏଥିରେ କିଛିଟା ପରିବର୍ତ୍ତନ ଆସିଛି। ପରୀକ୍ଷା ତାଲିକାରେ ଆମେ ପୃଥିବୀର ସବୁଠୁ ତଳ ଆଡକୁ ରହିଛୁ। ପାକିସ୍ତାନରେ ପ୍ରତି ୧୦ ଲକ୍ଷ ଲୋକରେ ୩୫୮ ପରୀକ୍ଷା ହୋଇ ପାରୁଛି। ପାକିସ୍ତାନରେ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁହାର ହାର ମଧ୍ୟ ଭାରତଠାରୁ କମ ରହିଛି। (ଭାରତ ୩.୩୪%, ପାକିସ୍ତାନ ୧.୯୦%)

ଦେଶରେ ଲକ ଡାଉନ ଆରମ୍ଭ ହେବା ପରଠୁ କରୋନା ପରୀକ୍ଷା ବଢିବା ଉଚିତ ଥିଲା। ଅନ୍ତତଃ ପ୍ରଥମ ପର୍ୟାୟରେ ୧୦ ଲକ୍ଷ ଲୋକରେ ୫୦୦ ପରୀକ୍ଷା କରିବାର ଏକ ଲକ୍ଷ୍ୟ ଆମେ ଧାର୍ୟ କରି ପାରିଥାନ୍ତେ। ମୂଳରୁ ଆମ ପାଖରେ ପରୀକ୍ଷଣ ଉପକରଣ ନଥିଲା। ଯେତେବେଳେ ଆମେ ଏହା ଆଣିବାକୁ ଚାହିଁଲେ, ସେତେବେଳେ ବିଶ୍ଵ ବଜାରରେ ଏହାର ଚାହିଦା ହୁ ହୁ ହୋଇ ବଢିବା ଆରମ୍ଭ ହୋଇଗଲା। ଏବେ ମଧ୍ୟ ଦେଶରେ ଜନସଂଖ୍ୟା ଅନୁପାତରେ ପର୍ୟାପ୍ତ ପରୀକ୍ଷା ଉପକରଣ ନାହିଁ। ଏହା ଚିନ୍ତାର ବିଷୟ। ଜାତୀୟ ସ୍ତରରେ ପରୀକ୍ଷା ହାର ପ୍ରତି ୧୦ ଲକ୍ଷ ଲୋକରେ ୧୯୯ ଥିବା ବେଳେ ଓଡିଶା ଭଳି ରାଜ୍ୟରେ ଏହା ମାତ୍ର ୮୮।

ଯେଉଁ ରାଜ୍ୟରେ ଯେତେ ଅଧିକ ନମୂନା ପରୀକ୍ଷା ହେଉଛି, ସେ ରାଜ୍ୟରେ ଆକ୍ରାନ୍ତଙ୍କ ହାର ସେତେ ଅଧିକ ବୋଲି ଜଣା ପଡୁଛି। ମହାରାଷ୍ଟ୍ରରେ ପ୍ରତି ୧୦ ଲକ୍ଷ ଲୋକରେ ୨୮୯, ଦିଲ୍ଲୀରେ ୬୯୬, ରାଜସ୍ଥାନରେ ୩୬୫, କେରଳରେ ୪୨୫,  ପରୀକ୍ଷା ହେଉଛି। ହେଲେ ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପରୀକ୍ଷାର ସ୍ଥିତି ସେତେ ସକାରାତ୍ମକ ନୁହେଁ। ଗତ ଦୁଇ ଦିନ ଭିତରେ ଓଡିଶା ନିଜର ପରୀକ୍ଷଣ ବ୍ୟବସ୍ଥାକୁ ଉନ୍ନତ କରିଛି ଓ ଗତ ଦୁଇ ଦିନରେ ଦୈନିକ ୨୦୦ ନମୂନା ବଦଳରେ ୧୦୦୦-୧୨୦୦ ନମୂନା ପରୀକ୍ଷା କରୁଛି। ହେଲେ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୧୦ଲକ୍ଷରେ ୫୧, ପଶ୍ଚିମବଙ୍ଗରେ ୨୨, ବିହାରରେ ୫୫, ଅସାମରେ ୯୦,ମଧ୍ୟପ୍ରଦେଶରେ ୧୨୬ ପରୀକ୍ଷା ହେଉଛି। ଏହା ଲକ ଡାଉନ ସମୟ ପାଇଁ ଚିନ୍ତାର ବିଷୟ।

ଲକ ଡାଉନ ସମୟ ଭିତରେ ଅଧିକରୁ ଅଧିକ ପରୀକ୍ଷଣ, ପୋଜିଟିଭ କେସ ଗୁଡିକର ସମ୍ପର୍କ ଖୋଜିବା ସହ ପରୀକ୍ଷା ଏବଂ ସେମାନଙ୍କର ଦ୍ରୁତ ଚିକତ୍ସା ହୋଇ ପାରିଲେ, କରୋନାକୁ ନିୟନ୍ତ୍ରିତ କରା ଯାଇପାରିବ। ଏହା କେରଳ ଏବଂ ଓଡିଶାରେ ପ୍ରମାଣିତ ହୋଇଛି। ଓଡିଶାରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା କମ, ତଥାପି ପରୀକ୍ଷଣ କମ ଥିବାରୁ, ଏହାକୁ ନେଇ ମନରେ ପ୍ରଶ୍ନବାଚୀ ଉଠିବା ସ୍ଵାଭାବିକ। ଅତିକମରେ ପ୍ରତି ଦଶ ଲକ୍ଷ ଲୋକରେ ଓଡିଶାରେ ୫୦୦ ପରୀକ୍ଷା ବ୍ୟବସ୍ଥା ପାଇଁ ଲକ୍ଷ୍ୟ ରଖିବା ଜରୁରୀ। ଏ ପର୍ୟନ୍ତ ଆମେ ପ୍ରାୟ ୬ ହଜାର ପରୀକ୍ଷା କରିଥିବା ବେଳେ ଏହି ଲକ୍ଷ୍ୟ ହାସଲ ଲାଗି ଆମକୁ ଅତିକମରେ ଆହୁରି ୧୬ ହଜାର ପରୀକ୍ଷା କରିବା ଜରୁରୀ।

ଦେଶରେ ଗତକାଲି ୫ ଲକ୍ଷ ନୂଆ କୋଭିଡ ପରୀକ୍ଷା ଉପକରଣ ପହଞ୍ଚିଛି। ଏହା ସମୁଦ୍ରକୁ ଶଙ୍ଖେ ବୋଲି ଆମେ କହିପାରିବା। ଦେଶରେ ପ୍ରାୟ ଦୁଇ ଲକ୍ଷ ପରୀକ୍ଷା ହୋଇଥିବା ବେଳେ ଆମକୁ ଅତିକମରେ ଆଉ ସାଢେ ଚାରି ଲକ୍ଷ ପରୀକ୍ଷା ର ଆବଶ୍ୟକତା ରହିଛି। ଲକ ଡାଉନ ସାରିବା ପୂର୍ବରୁ ସେତକ କରି ନ ପାରିଲେ ଲକ ଡାଉନର କୌଣସି ସୁଫଳ ଆମକୁ ମିଳିବ ନାହିଁ । ଲକ ଡାଉନର ପ୍ରଥମ ସ୍ତର ଆମେ ଅତିକ୍ରମ କରି ସାରିଛୁ। ଦ୍ଵିତୀୟ ସ୍ତର ବେଳକୁ ଏହି ସୁଯୋଗ ଯେମିତି ନଷ୍ଟ ନ ହୁଏ, ତାକୁ ଦେଖିବା ସରକାରଙ୍କର ପ୍ରାଥମିକ ଦାୟିତ୍ଵ ହେବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.