Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପତ୍ତିର ଅନ୍ତରାଳେ ଏ କି ଅହଂକାର
ବିଶେଷ ଖବର

ବିପତ୍ତିର ଅନ୍ତରାଳେ ଏ କି ଅହଂକାର

April 17, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦେବ ରଞ୍ଜନ

ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା। କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ।

ଆମେ ଜାଣୁଛୁ ଯେ ଗୋଟେ ରାଜ୍ୟ କଣ ଗୋଟେ ଦେଶ ମଧ୍ୟ ଯଦି ଚାହେଁ ତେବେ ବି ଭୂତାଣୁର ସଂକ୍ରମଣକୁ ରୋକିପାରିବ ନାହିଁ। ଆମେ ବିଶ୍ଵକରଣର ଦାସ ପାଲଟିସାରିଛେ। ଜାନୁଆରୀ 30 ତାରିଖରେ ଯେବେ କରୋନା ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଗଲା ସେତେବେଳଠାରୁ ଏୟାରପୋର୍ଟ ଗୁଡିକୁ ବନ୍ଦ କରିଦେବାର ଥିଲା। କିନ୍ତୁ ଧନିକଗୋଷ୍ଠୀର ‘ରାଜନୈତିକ ପ୍ରଭାବ’ ଓ ଶାସକଦଳର ସ୍ଵାର୍ଥ ମନୋବୃତ୍ତି ସେଭଳି କିଛି ହେବାକୁ ଦେଲା ନାହିଁ।

ପ୍ଲେଗ ଯେବେ ଇଉରୋପ ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ ଜାହାଜର କ୍ଯାପଟେନ ନିଜର ଜିନିଷ କେବଳ ଜାହାଜରୁ ଓହ୍ଲାଇ ଦେଇଥିଲେ ଓ ସେହିଥିରେ ଥିବା ସଂକ୍ରମିତ ମୂଷା ଇଉରୋପର ଅଧା ଜନସଂଖ୍ୟାକୁ ନଷ୍ଟ କରିଦେଇଥିଲା। ଶାସକ କ୍ଵଚିତ ନିଜର ଭୁଲ ସ୍ଵୀକାର କରିଥା’ନ୍ତି। କେବଳ ବିତିଯାଇଥିବା ଦିନର କଥା ନୁହେଁ, ଆମେରିକା ଅଥବା ଇଉରୋପରେ ଅଟକି ଥିବା ଧନୀ ରାଜନୈତିକ ପ୍ରଭାବଶାଳୀ ବର୍ଗ ଆସନ୍ତା କାଲି ଯେବେ ରାଜ୍ୟର ରାଜଧାନୀମାନଙ୍କୁ ଫେରିବେ ସେତେବେଳେ ପୁଣି ସ୍ଥିତି କଣ ହେବ ? ବ୍ୟକ୍ତିଗତ ସମ୍ବନ୍ଧ ଆଗରେ ଆଜିର ଦେଶପ୍ରେମ ଫିକା ପଡିଯିବନି ତ? ଜାତୀୟ ସ୍ତରର ପ୍ରତିଶତ ହାରରେ ଓଡିଶା ଆଜି କମ ଦେଖାଯାଉଥାଇପାରେ ମାତ୍ର ଏହା ସ୍ଥିର ନୁହେଁ।

ବିଶ୍ଵରେ କ୍ଵଚିତ ଦେଶ ଅଛନ୍ତି ଯେଉଁମାନେ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି। ହୁଏତ ଇଟାଲୀ ଓ ସ୍ପେନକୁ ବାଦ ଦେଲେ ଇଉରୋପର ଅନ୍ୟ କୌଣସି ଦେଶ ସଂପୂର୍ଣ୍ଣ ଲକ ଡାଉନ କରିନାହାନ୍ତି। ଦକ୍ଷିଣ କୋରିଆ ଲକ ଡାଉନ ବଦଳରେ କେବଳ ଅଧିକ ସଂଖ୍ଯାରେ ଟେଷ୍ଟିଙ୍ଗକୁ ଆପଣାଇନଥିଲେ ସଫଳତା ପାଇନଥାନ୍ତା କି ଉତ୍ତର କୋରିଆ ନିଜର ଚୀନ ସୀମାକୁ ସିଲ କରିନଥିଲେ ଓ ସମସ୍ତ ଦେଶଫେରନ୍ତାଙ୍କୁ ସଙ୍ଗରୋଧ ଗୃହକୁ ନେଇଯାଇନଥିଲେ ଏଥିରେ ସଫଳତା ପାଇନଥାନ୍ତେ। ଭାରତ ମାତ୍ର ଚାରିଘଣ୍ଟାରେ ଲକ ଡାଉନ ଘୋଷଣା କରି 33 ଲକ୍ଷ ବର୍ଗ କିଲୋମିଟରର ଏକ ଦେଶକୁ “ଦେଶର ହିତ ଲାଗି” ଏକ ଅଦୃଶ୍ୟ ଜେଲରେ ପରିଣତ କରିଦେଲା ଓ ସଂପୂର୍ଣ୍ଣ ଦେଶକୁ ଆଇନ ଶୃଙ୍ଖଳାରେ ବ୍ଯାହତ ହେବା ଆଶଙ୍କରେ ପୁଲିସବାହିନୀ ହାତକୁ ଟେକିଦିଆଗଲା। ଏ ସବୁ କେବଳ ଏକ ଯୁଦ୍ଧ ଲଢିବା ଲାଗି କରିଦିଆଗଲା।

ସବୁ ରାଜ୍ୟ ଭଳି ଓଡିଶାରେ ମଧ୍ୟ ପ୍ରଶାସକମାନେ (ହୁଏତ ଦିଲ୍ଲୀ ଓ କେରଳ କିଛିତ ବ୍ୟତିକ୍ରମ) କାରୋନା ବିରୋଧୀ ଯୁଦ୍ଧର ମଙ୍ଗ ଧରିନେଲେ। ହୁଏତ ଆଜି ସାମୟିକ ଭାବରେ ଆମେ ଏହାର ସଂକ୍ରମଣକୁ ରୋକିପାରିଛୁ ଓ ଏହାର ଶ୍ରେୟ ତ ସେମାନଙ୍କୁ ନିଶ୍ଚିତ ଯିବ। କିନ୍ତୁ ସେମାନେ କ୍ଵଚିତ ମଣିଷକୁ ଦେଖଥା’ନ୍ତି। ସେମାନେ କାଗଜ ଓ ଅକ୍ଷର ଉପରେ ଗୁରୁତ୍ଵ ଦେଉଥିବା ଏକ ବର୍ଗ ଯେଉଁମାନେ ପୁଲିସର ଲାଠି ଓ ଗୁଳିକୁ ମଧ୍ୟ ନିଜ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ନେଇଥାନ୍ତି। ସେମାନଙ୍କ ପାଇଁ ରାଜ୍ୟବାସୀ କେବଳ ପରିସଙ୍ଖ୍ୟାନ ମାତ୍ର। କାରୋନାର ସଂକ୍ରମଣକୁ ରୋକିବା ଏକ ଆହ୍ଵାନ ସତ। ଏହା ସହିତ ସମାଜର ଦୁର୍ବଳ, ଅତି ଦୁର୍ବଳ ବର୍ଗ ଏପରିକି ସ୍ଵାଧୀନ ଅର୍ଥନୀତି ବର୍ଗ (ସରକାରୀ ଚାକିରିଆ ନୁହନ୍ତି) ମଧ୍ୟ ଯେ କେଉଁଭଳି ଅସୁବିଧାରେ ନରହନ୍ତି ତାହାକୁ ମଣିଷଭାବରେ ଅନୁଭବ କରିବା ଓ ସେଥିଲାଗି ବ୍ୟବସ୍ଥାଗତ ସଂଶୋଧନ ତୁରନ୍ତ କରିବା ସମାନ ସମୟରେ ଜରୁରୀ ଥିଲ।

ଲକ ଡାଉନ ଯେଉଁ ଦୟନୀୟ ସ୍ଥିତି ତିଆରି କଲା ତାହାର କାରଣ ମଧ୍ୟ ସେହି ପ୍ରଶାସକମାନେ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ। ଏ ସମସ୍ତ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗୁରୁତ୍ଵହୀନ କରିଦେବା ସମାଜର ସମସ୍ଯାକୁ ଆହୁରି ବଢାଇଦେଇଛି। ଆମେ ଦେଖିବାରେ ଲକ ଡାଉନର ବେଶ କିଛି ସପ୍ତାହ ପରେ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂଗଠନ ରାଜ୍ୟ ସରକାରଙ୍କୁ କିଛି ଲେଖିବା ପରେ ହୁଏତ କିଛି ଉଦ୍ୟମ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଛି ଯେମିତିକି ଛୋଟ ବ୍ୟବସାୟୀଙ୍କ ଲାଗି ଯାନବାହନ ବ୍ୟବହାରରେ କୋହଳ, ମନନେରଗାରେ କାର୍ଯ୍ୟ ଆରମ୍ଭ, ଚାଷ କାମ ଓ ମାଛ ଧରିବାକୁ ଅନୁମତି ଦେବା, ଜଙ୍ଗଲ ଜାତ ଦ୍ରବ୍ଯ ଲାଗି ଆଦିବାସୀଙ୍କ ସୁବିଧା ଲାଗି ବହୁତ ବିଳମ୍ଭରେ ପଦକ୍ଷେପ ନେବା ଇତ୍ୟାଦି। ବିଭିନ୍ନ ସହରରେ ଦୋକାନ ସବୁ ବନ୍ଦ ହେବା ହେତୁ ଛୋଟ ବ୍ୟବସାୟୀଙ୍କ ଅବସ୍ଥା, ଖଣି ଠାରୁ ରେସ୍ତୁରାଣ୍ଟ ପର୍ଯ୍ୟନ୍ତ  ସବୁଠି କାର୍ଯ୍ୟରତ ଠିକା ଶ୍ରମିକ, ବିଭିନ୍ନ ପ୍ରାଇଭେଟ ଅନୁଷ୍ଠାନ ଓ ପ୍ରାଇଭେଟ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ, ଆଉଟ ସୋର୍ସିଙ୍ଗ କର୍ମଚାରୀ, ପରିବା ଓ ଫଳ ଚାଷୀଙ୍କ ଜିନିଷର ବଜାର ସୃଷ୍ଟି, ଗାଡି ଚାଳକଙ୍କ ଇତ୍ଯାଦିଙ୍କ ସମସ୍ଯା ସମ୍ପର୍କରେ ଏବେ ବି ସରକାର ନୀରବ।

ଏଭଳି ଦୁର୍ଦ୍ଦିନରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଯେଉଁମାନଙ୍କର ଅନ୍ତତଃ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସହିତ କିଛି ସମ୍ବନ୍ଧ ରହିଛି ସଂପୂର୍ଣ୍ଣ ଅଣଦେଖା କରାଯିବା ହେତୁ, ସରକାର ଓ ଲୋକଙ୍କ ମଧ୍ୟରେ ପ୍ରାଚୀର ଆହୁରି ବିଶାଳ ହେବାରେ ଲାଗିଛି। ସେହିଭଳି ବିଭିନ୍ନ ସାମାଜିକ ସଂଗଠନ, ଟ୍ରେଡ ଯୁନିଅନ ଓ ବ୍ୟକ୍ତି ବିଶେଷଙ୍କ ଯେଉଁ ସମ୍ପର୍କ ଲୋକଙ୍କ ସହିତ ରହିଛି ତାହାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଶାସକମାନେ ଏକ ବାଧକ ଭାବରେ ଧରିନେଲେ। ତେବେ ଏତେ ସବୁ କାର୍ଯ୍ୟ କାହା ପାଇଁ ?

ଆଜି ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ଜନସଙ୍ଗଠନର ନେତୃବର୍ଗଙ୍କ ଦ୍ଵାରା ଲକ ଡାଉନ ସ୍ଥିତିରେ ବି ସରକାର ଏକ ସମନ୍ଵୟ ରକ୍ଷା କରିପାରିଥିଲେ। କ) ଏହାଦ୍ବାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଲୋକେ ନିଜ ଏମଏଲଏ ମାଧ୍ୟମରେ ନିଜର ସୁବିଧା ଅସୁବିଧା ଗୁଡିକୁ ସରକାରଙ୍କ ଦ୍ରୁଷ୍ଟିକୁ ଆଣିପାରିଥାନ୍ତେ। ଖ) ଟ୍ରେଡ ଯୁନିଅନ ଓ ଚାଷୀ ସଂଗଠନ ମାଧ୍ୟମରେ ଲୋକେ ସରକାରଙ୍କୁ ବାସ୍ତବ ସ୍ଥିତି ସମ୍ପର୍କରେ ଶୀଘ୍ର ଅବଗତ କରାଇପାରିଥାନ୍ତା ଓ ଯାହା ଦୀର୍ଘ ଦିନ ପରେ ସରକାର କୋହଳ କଲେ ତାହା ହୁଏତ ଆଗରୁ କରିପାରିଥାନ୍ତେ। ଗ) ହୁଏତ ସେହିଭଳି ଦାୟିତ୍ଵ ହେତୁ ଅଞ୍ଚଳର ବିଧାୟକ ନିଜ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଠାବ କରିବାରେ ଓ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାର ଦାୟିତ୍ଵ ନେଇପାରିଥାନ୍ତେ। ଘ) ଏହା ଦ୍ଵାରା ଲୋକେ ଅନୁଭବ କରିବେ ନାହିଁ ଯେ ସେମାନେ ଏକୁଟିଆ ପଡିଗଲେ ବା ତାଙ୍କ କଥା ଶୁଣିବା ଲାଗି କେହି ନାହାନ୍ତି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ମନ୍ତବ୍ୟ ଅନୁସାରେ ଗଲା 100 ଦିନ ମଧ୍ୟରେ ସମଗ୍ର ବିଶ୍ବରେ ଏକ ବିରାଟ ପରିବର୍ତ୍ତନ ଆସିଲାଣି। ଏହି ବିଶ୍ୱବ୍ୟାପି ମହାମାରୀ ସମଗ୍ର ବିଶ୍ଵକୁ ବ୍ୟାପୀସାରିଲାଣି। ମାନବ ସମାଜର ଅନ୍ୟ କୌଣସି ବର୍ଗ ଏବେ ଏଥିରୁ ମୁକ୍ତ ରହିଥିବା ଜଣାପଡୁ ନାହିଁ। ଆମ୍ଭେମାନେ ଭୁଲିଯିବାନି ଯେ ଆମର କାହାରି ପାଖରେ ଏଭଳି ଏକ ବିପତ୍ତିକୁ ସାମ୍ନା କରିବାର ଅନୁଭୂତି ନାହିଁ। ସରକାରଙ୍କ ଅହଂକାର ସମାଜ ପାଇଁ ଅଧିକ ବିପତ୍ତି ଆଣିନଦେଉ।

କେରଳ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

May 4, 2026

ବଦଳୁଛି ତାମିଲନାଡୁର କ୍ଷମତା ସମୀକରଣ: ଥଲପତି ବିଜୟଙ୍କ ବଲରେ ବୋଲ୍ଡ ଆଉଟ ହେଲେ ଷ୍ଟାଲିନ

May 4, 2026

ତାମିଲନାଡୁ ନିର୍ବାଚନରେ ବଡ଼ ବିପର୍ଯ୍ୟୟ!: ନିଜ ଆସନ ମଧ୍ୟ ବଞ୍ଚାଇପାରିଲେନି ଏମକେ ଷ୍ଟାଲିନ୍

May 4, 2026
Latest News

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.