Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍ତର ଓଡିଶାରେ କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତିର ଆବଶ୍ୟକତା ରହିଛି
ବିଶେଷ ଖବର

ଉତ୍ତର ଓଡିଶାରେ କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତିର ଆବଶ୍ୟକତା ରହିଛି

April 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କରୋନା ମୁକାବିଲାରେ ଆଜି ପର୍ୟନ୍ତ ଓଡିଶା ସରକାରଙ୍କ ରଣନୀତି ସବୁକ୍ଷେତ୍ରରେ ସଫଳ ରହି ଆସିଥିବା ବେଳେ ଆଜି ହଠାତ ସ୍ଥିତି ଏକ ଭିନ୍ନ ମୋଡ ନେଇଛି। ଯାଜପୁର, ଭଦ୍ରଖ ଏବଂ ବାଲେଶ୍ଵର ଜିଲ୍ଲାରୁ ଗୋଟିଏ ଦିନରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।(ଅନ୍ୟ ଜଣେ ରାଉରକେଲା ବିଶ୍ରା ଅଞ୍ଚଳର) ଦୁର୍ଭାଗ୍ୟଜନକ ଭାବରେ ଭଦ୍ରଖ ଓ ଯାଜପୁର ଜିଲ୍ଲାର ଆକ୍ରାନ୍ତମାନେ ଲକ ଡାଉନ ସମୟରେ କଲିକତାରୁ ମାର୍ଚ୍ଚ ଶେଷ ସପ୍ତାହରେ ଆସି ପହଞ୍ଚିଛନ୍ତି। ଏହା ନିର୍ଦ୍ଦିଷ୍ଟ ଭାବରେ ଚିନ୍ତାର ବିଷୟ। ଭଦ୍ରଖ ଓ ଯାଜପୁର ଜିଲ୍ଲାର ଏହି ଆକ୍ରାନ୍ତମାନେ ଭଣ୍ଡାରି ପୋଖରୀ, ବାସୁଦେବପୁର, କୋରେଇ ଏବଂ ଯାଜପୁର ବ୍ଲକ  ର ବାସିନ୍ଦା। ଅର୍ଥାତ ଏମାନେ ସମସ୍ତେ ବିଭିନ୍ନ ଗାଁ ରୁ ଚିହ୍ନଟ ହୋଇଛନ୍ତି।

ଆଜି ପର୍ୟନ୍ତ ପ୍ରାୟତଃ ସହର ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଗାଁ କୁ ଏ ଭୂତାଣୁ ପହଞ୍ଚିବା ନିର୍ଦ୍ଦିଷ୍ଟ ଭାବରେ ଚିନ୍ତାର ବିଷୟ। ବାହାରୁ ଆସୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ଏବେ ଗାଁକୁ ପୂରେଇ ନଦେବାର ଆବଶ୍ୟକତା ବଢି ଯାଇଛି। ବିନା ସଙ୍ଗରୋଧ ଓ ପରୀକ୍ଷାରେ ଗାଁ କୁ ଯଦି ଅବାଧ ପ୍ରବେଶର ସୁଯୋଗ ଦିଆଯାଏ ତା ହେଲେ ସ୍ଥିତି ଅତ୍ୟନ୍ତ ଜଟିଳ ହେବ ଓ ଗାଁରେ ଥରେ ଏହି ଭୂତାଣୁ ପ୍ରବେଶ କାଲେ, ତାର ସଂକ୍ରମଣ ରୋକିବା କଷ୍ଟକର ହୋଇପଡିବ।

ଆଜି ପର୍ୟନ୍ତ କେବଳ ବିଦେଶରୁ ଆସିଥିବା ଲୋକଙ୍କ ସହ ସମ୍ପର୍କ ରଖିଥିବା ଲୋକଙ୍କ ଉପରେ ଆମେ ଆମର ନଜର ରଖିଥିଲେ। ହେଲେ ଏଇ ଘଟଣା ପରେ ଆନ୍ତଃ ରାଜ୍ୟ ଗମନାଗମନ ଉପରେ କଡା ନଜର ରଖିବା ଆଜି ଜରୁରୀ ହୋଇ ପଡିଛି। ଗତ କିଛି ଦିନ ଭିତରେ ପଶ୍ଚିମ ବଙ୍ଗରୁ ବିଭିନ୍ନ ଉପାୟରେ ଓଡିଶା ଭିତରକୁ ଲୋକ ଚାଲି ଆସୁଥିବାର ଉଦବେଗଜନକ ଖବର ଆସି ପହଞ୍ଚୁଛି। ତେଣୁ ଏହା ଉପରେ ଓଡିଶା ପୋଲିସ ଅଧିକ ସତର୍କ ହେବା ଉଚିତ।

ଆନ୍ତଃ ରାଜ୍ୟ ଗମନାଗମନ ଉପରେ କଟକଣା ସତ୍ତ୍ୱେ ଗତ ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ପ୍ରଥମ ସପ୍ତାହ ରେ ଯାଜପୁର ଓ ଭଦ୍ରଖ ଜିଲ୍ଲାର ଏହି ଆକ୍ରାନ୍ତମାନେ ପ୍ରବେଶ କାଲେ କେମିତି? ଏଥି ପାଇଁ କିଏ ଦାୟୀ, ତାର ତଦନ୍ତ ହେବା ଉଚିତ।

ତେବେ ଏ ପର୍ୟନ୍ତ ଭୁବନେଶ୍ୱର କରୋନା ଭୂତାଣୁର “ହଟ ଷ୍ପଟ”ହୋଇ ରହିଥିବା ବେଳେ ଗତ ୬ ଦିନ ହେଲା ରାଜଧାନୀରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଇତି ମଧ୍ୟରେ ଭୁବନେଶ୍ବରରେ ବ୍ୟାପକ କରୋନା ପରୀକ୍ଷା ଆରମ୍ଭ ହୋଇଛି ଏବଂ ସପ୍ତାହେ ଭିତରେ ୫୦୦୦ ନମୂନା ପରୀକ୍ଷା କରିବାର ଲକ୍ଷ୍ୟ ରହିଛି। ଭୁବନେଶ୍ବରରେ ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଏବେ ଉତ୍ତର ଓଡିଶା ସ୍ଥିତି ବିଗିଡିବା ଆରମ୍ଭ ହୋଇଛି।

ଆଗକୁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରଖ ଏବଂ ଯାଜପୁର ଜିଲ୍ଲାକୁ ନେଇ ଆଉ ଏକ ନୂଆ ଜୋନ ତିଆରି କରି, ପୂରା ଜିଲ୍ଲାର ଗ୍ରାମାଞ୍ଚଳରେ ବ୍ୟାପକ ପରୀକ୍ଷା ର ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି। ଏହା ସହିତ ଘରକୁ ଘର ବୁଲି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବା ଉଚିତ। ବିଶେଷକରି ଭଣ୍ଡାରୀପୋଖରୀ, ବାସୁଦେବପୁର, ଯାଜପୁର, କୋରେଇ ଏବଂ ବିଞ୍ଝାରପୁର ବ୍ଲକ ଗୁଡିକୁ ନେଇ ସ୍ଵତନ୍ତ୍ର ରଣନୀତି ରାଜ୍ୟ ସରକାର ପ୍ରସ୍ତୁତ କରିବେ ବୋଲି ଆମେ ଆଶା କରୁଛୁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

୫ ରାଜ୍ୟ ନିର୍ବାଚନ ଫଳାଫଳ ପରେ କେତେ ରାଜ୍ୟରେ ଶାସନ କରିବ ବିଜେପି?

May 4, 2026

ବଦଳୁଛି ତାମିଲନାଡୁର କ୍ଷମତା ସମୀକରଣ: ଥଲପତି ବିଜୟଙ୍କ ବଲରେ ବୋଲ୍ଡ ଆଉଟ ହେଲେ ଷ୍ଟାଲିନ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.