Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ19 ସ୍ଥିତିକୁ ଦେଖି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର,ଖରାଛୁଟି ମଧ୍ୟ ସାମିଲ
ଜାତୀୟ ଖବର

କୋଭିଡ19 ସ୍ଥିତିକୁ ଦେଖି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର,ଖରାଛୁଟି ମଧ୍ୟ ସାମିଲ

April 28, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ19 ସ୍ଥିତିକୁ ଦେଖି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପରିମାଣ ବୃଦ୍ଧି କଲେ କେନ୍ଦ୍ର ସରକାର,ଖରାଛୁଟି ମଧ୍ୟ ସାମିଲ

ନୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ଏବଂ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ-19 ସ୍ଥିତିକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନ ଯୋଜନାକୁ ସୁଚାରୁ ରୂପେ ଚଳାଇବା ଲାଗି ରୋଷେଇ ଖର୍ଚ୍ଚରେ ବାର୍ଷିକ କେନ୍ଦ୍ରୀୟ ଆବଣ୍ଟନ ପରିମାଣ ବୃଦ୍ଧି କରିବାକୁ ମନ୍ତ୍ରୀ ଘୋଷଣା କରିଥିଲେ।

ଏହି ଯୋଜନାରେ କେନ୍ଦ୍ରୀୟ ଆବଣ୍ଟନ ପରିମାଣକୁ ପୂର୍ବର 7,300 କୋଟି ଟଙ୍କାରୁ 8,100 କୋଟି ଟଙ୍କାକୁ ବୃଦ୍ଧି କରି ଦିଆଯାଇଛି। ଅର୍ଥାତ ଏଥିରେ 10.99 % ବୃଦ୍ଧି ହୋଇଥିବା ମନ୍ତ୍ରୀ ଘୋଷଣା କରିଥିଲେ। ଏହି ଖର୍ଚ୍ଚରେ ଡାଲି, ପରିବା, ତେଲ, ମସଲା ଓ ଇନ୍ଧନ ଆଦି ସାମିଲ ରହିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଆଖି ଆଗରେ ରଖି ଲକଡାଉନ ସମୟରେ ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ରାସନ ଯୋଗାଇ ଦିଆଯାଇଛି। ଯାହାଫଳରେ ସେମାନେ ଯଥେଷ୍ଟ ପୁଷ୍ଟିକର ଖାଦ୍ୟ ପାଇପାରିବେ। ଏହି ଅବସରରେ ମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ। ଖରାଛୁଟି ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିପାଇଁ ଅତିରିକ୍ତ 1600 କୋଟି ଟଙ୍କା ଖର୍ଚ୍ଚ କରାଯିବ। ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମ ତ୍ରୈମାସ ପାଇଁ 2500 କୋଟି ଟଙ୍କାର ଅସ୍ଥାୟୀ ଅନୁଦାନ ବ୍ୟବସ୍ଥା କରାଯାଇଛି।

ଶ୍ରୀ ପୋଖରିୟାଲ ଆହୁରି ସୂଚନା ଦେଇଥିଲେ ଯେ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ସର୍ତ୍ତାବଳୀକୁ କୋହଳ କରାଯାଇଛି। ଭାରତ ସରକାର ପୂର୍ବ ବର୍ଷର ବଳକା ଅର୍ଥ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରମାନଙ୍କୁ ଅନୁମତି ଦେଇଛନ୍ତି, ଯାହାର ପରିମାଣ ପାଖାପାଖି 6200 କୋଟି ଟଙ୍କା ହେବ। ଏହାଛଡ଼ା ପ୍ରଥମେ ତ୍ରୈମାସରେ ଅସ୍ଥାୟୀ ଭାବେ 4450 କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।

ଏହି ଅବସରରେ ରାଜ୍ୟଗୁଡ଼ିକୁ ଅନୁରୋଧ କରି ମନ୍ତ୍ରୀ କହିଥିଲେ ଯେ ସେମାନେ ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ଜାରି ହୋଇଥିବା ଅର୍ଥକୁ ତୁରନ୍ତ ରାଜ୍ୟ କାର୍ଯ୍ୟାନ୍ବୟନ ସମିତିକୁ ହସ୍ତାନ୍ତର କରି ଦିଅନ୍ତୁ। ଯାହାଫଳରେ ଏହି ଅର୍ଥ ସଠିକ ଭାବେ ବିନିଯୋଗ ହୋଇପାରିବ ଏବଂ ପରବର୍ତ୍ତୀ କିସ୍ତି ଜାରି ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇପାରିବ।

ବୈଠକରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ କୋଭିଡ-19 କାରଣରୁ ଦେଖାଦେଇଥିବା ପରିସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଏବଂ ଶିକ୍ଷାଗତ ବିକାଶ ସୁନିଶ୍ଚିତ କରିବା ଲାଗି ନୂଆ ନୂଆ ଅଭିଜ୍ଞତା କରିବା ସହିତ ଆମକୁ ଚତୁରତାର ସହିତ ଏହି ପରିସ୍ଥିତିକୁ ଏକ ସୁଯୋଗରେ ପରିଣତ କରିବାକୁ ହେବ।

ସେ ଆହୁରି କହିଥିଲେ ଯେ, କୋଭିଡ-19 ବିରୋଧରେ ଭାରତର ଲଢ଼େଇ ଜନସାଧାରଣଙ୍କ ଦ୍ବାରା ପରିଚାଳିତ, ଏହା ଆମ ପ୍ରଧାନମନ୍ତ୍ରୀ  ତାଙ୍କର ‘ମନ କୀ ବାତ’ କାର୍ଯ୍ୟକ୍ରମରେ କହିସାରିଛନ୍ତି। ବ୍ୟବସାୟ, କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ସ୍ବାସ୍ଥ୍ୟସେବା ଆଦି ପ୍ରତ୍ୟେକ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ କାରଣରୁ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସମସ୍ତେ ଏହି ପରିବର୍ତ୍ତନକୁ ଗ୍ରହଣ ମଧ୍ୟ କହିଛନ୍ତି। ସମସ୍ତେ ମିଶି ମହାମାରୀର ମୁକାବିଲା କରିପାରିବା ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।

ଶ୍ରୀ ପୋଖରିୟାଲ କହିଥିଲେ ଯେ ଦେଶର 33 କୋଟି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣରେ ଯେପରି କୌଣସି ଅସୁବିଧା ନଭୋଗନ୍ତି ସେଥିପ୍ରତି ଆମେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ କରିବା ଉଚିତ। ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଦୀକ୍ଷା, ସ୍ବୟମ, ସ୍ବୟମପ୍ରଭା, ବିଦ୍ୟାଦାନ 2.0, ଇ-ପାଠଶାଳା, ଦୂରଦର୍ଶନର ଶିକ୍ଷା ଟିଭି ଚ୍ୟାନେଲ, ଡିଶଟିଭି, ଟାଟା ସ୍କାଏ, ଜିଓ, ଏୟାରଟେଲ ଡିଟିଏଚ ଆଦି ଜରିଆରେ ଅନଲାଇନ ଏବଂ ଇ-ଶିକ୍ଷାଦାନକୁ ସୁଦୃଢ଼ କରାଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏସବୁ ପଦକ୍ଷେପ ବ୍ୟତୀତ, ଏନସିଇଆରଟି ପକ୍ଷରୁ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଜାରି କରାଯାଇଛି । ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକ ଏହାକୁ ଗ୍ରହଣ କରିପାରିବେ। ବିଦ୍ୟାଳୟ ଖୋଲିବା ସମ୍ପର୍କରେ ଆମକୁ ନିରାପତ୍ତା ଗାଇଡଲାଇନ ପାଳନ କରିବାକୁ ହେବ।

ଏହି ବୈଠକ କାଳରେ ମନ୍ତ୍ରୀ ସୂଚନା ଦେଇଥିଲେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଲକଡାଉନ କଟକଣାରୁ ବହି ଦୋକାନକୁ ବାଦ ଦେବା ନିମନ୍ତେ ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀଙ୍କୁ ପଢ଼ିବା ପାଇଁ ଆବଶ୍ୟକ ପାଠ୍ୟପୁସ୍ତକ ମିଳିପାରିବ।

ସେହିପରି ମଞ୍ଜୁରିପ୍ରାପ୍ତ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ନିର୍ମାଣ ଲାଗି ଆବଶ୍ୟକ ଜମି ଯୋଗାଇ ଦେବାକୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ଏହାଦ୍ବାରା ସମ୍ପୃକ୍ତ ରାଜ୍ୟର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଅନୁରୂପ ଭାବେ ବୋର୍ଡ ପରୀକ୍ଷା ଖାତା ଦେଖା ଆରମ୍ଭ କରିବା ଓ ସିବିଏସଇ ଖାତା ଦେଖା ପାଇଁ ସୁବିଧା ପ୍ରଦାନ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ମନ୍ତ୍ରୀ ଅନୁରୋଧ କରିଥିଲେ।

ଶ୍ରୀ ପୋଖରିୟାଲ ରାଜ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସମସ୍ତ ସମସ୍ୟା ଓ ପରାମର୍ଶ ଶୁଣିଥିଲେ। ରାଜ୍ୟଗୁଡ଼ିକ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ। ସେହିପରି ଶିକ୍ଷା କ୍ଷେତ୍ରରେ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ନିମନ୍ତେ ଶ୍ରୀ ପୋଖରିୟାଲ ଧନ୍ୟବାଦ ଜଣାଇବା ସହିତ ମନ୍ତ୍ରଣାଳୟ ପକ୍ଷରୁ ଯଥାସମ୍ଭବ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

ଏହି କନଫରେନ୍ସରେ 22ଟି ରାଜ୍ୟର ଶିକ୍ଷାମନ୍ତ୍ରୀ ଏବଂ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଶିକ୍ଷା ସଚିବମାନେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଅନୀତା କରଓ୍ବାଲଙ୍କ ସମତେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଉପସ୍ଥିତ ଥିଲେ ।

Education Department ମଧ୍ୟାହ୍ନ ଭୋଜନ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ସ୍ଲୋଭାକିଆ ରାଷ୍ଟ୍ରପତିଙ୍କୁ ପିତଳ ଡୋକ୍ରା ମୃଗ ସେଟ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

June 19, 2026

ଷ୍ଟେସନ୍ ମାଷ୍ଟରଙ୍କୁ ସଶକ୍ତ କରିବା ଦିଗରେ ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ

June 19, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା

June 20, 2026

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.