Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବ୍ୟାଙ୍କ ଠକେଇର ନୂଆ ସ୍ଲୋଗାନ, କୁତ୍ତାଖାତାର ଜୟ ହେଉ!!
ବିଶେଷ ଖବର

ବ୍ୟାଙ୍କ ଠକେଇର ନୂଆ ସ୍ଲୋଗାନ, କୁତ୍ତାଖାତାର ଜୟ ହେଉ!!

April 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଭାରତର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଗତକାଲି ଲାଗ ଲାଗ ୧୩ ଟି ଟୁଇଟ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଯେଉଁମାନେ ଏ ଦେଶର ବିଭିନ୍ନ ବ୍ୟାଙ୍କର ଟଙ୍କା ଖାଇ ପଳାଇଛନ୍ତି, ସେଇଟା କେବଳ ଏକ ସାଧାରଣ କଥା। ଅବଶ୍ୟ ଏହି ସାଧାରଣ କଥାର ଅସାଧାରଣ ଦିଗ ଟି ହେଉଛି, ଯେଉଁମାନେ ପଇସା ଖାଇ ପଳାଇଛନ୍ତି, ସେମାନେ ଦେଶ ଛାଡି ପଳାଇଛନ୍ତି। ତେଣୁ ସେମାନଙ୍କ ପାଖରୁ ପଇସା ଫେରିବାର ସମ୍ଭାବନା ବହୁତ କମ। ତେଣୁ ବ୍ୟାଙ୍କଖାତାକୁ ସଫା ଦେଖାଇବାକୁ ଏହି ସବୁ ଟଙ୍କାକୁ ଖାତାରୁ କାଟି ଦିଆ ଯାଇଛି। ତେବେ ଏହା ଋଣ ଛାଡ ନୁହେଁ, ଆବଶ୍ୟକ ସ୍ଥଳେ ଏହା ଆଦାୟ କରିବାର ପଦକ୍ଷେପ ନିଆଯାଇ ପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ଏ କଥାରେ ନୂଆ କିଛି ନାଇଁ। ଯେତେବେଳେ ନରେନ୍ଦ୍ର ମୋଦୀ ସରକାର ସମୟରେ ମେହୁଲ ଚୋକସି, ବିଜୟ ମାଲ୍ୟା, ନୀରବ ମୋଦୀ ପ୍ରମୁଖ ଯେତେବେଳେ ଦେଶ ଛାଡି ପଳାଇଲେ, ସେତେବେଳେ ଏଇ ସମାନ ଯୁକ୍ତି ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ଵର୍ଗତ ଅରୁଣ ଜେଟଲି ମଧ୍ୟ କରୁଥିଲେ।

ଗତ ସପ୍ତାହରେ ସୂଚନା ଅଧିକାର କର୍ମୀ ସାକେତ ଗୋଖଲେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦେଶର ବିଭିନ୍ନ ବ୍ୟାଙ୍କର ଟଙ୍କା ଖାଇ ଶୁଝୁନଥିବା ଲୋକଙ୍କ ନାଁ ଜାଣିବାକୁ ଚାହିଁଥିଲେ। ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଏହି ସବୁ ନାଁ ଜାଣିବାକୁ ସଂସଦରେ ପ୍ରଶ୍ନ ପଚାରିଥିଲେ। ସେତେବେଳେ ତାଙ୍କୁ ଏହି ତାଲିକା ଦେବାକୁ ଅର୍ଥମନ୍ତ୍ରୀ ମନା କରିଦେଇଥିଲେ। ତେବେ ଆଜି ରିଜର୍ଭ ବ୍ୟାଙ୍କ ଯେଉଁ ତାଲିକା ଦେଇଛି ସେ ତାଲିକାଟି ସଂସଦରେ ଉପସ୍ଥାପନ କରାଗଲା ନାହିଁ କାହିଁକି? ଆଜି ସେହି ତାଲିକା ପ୍ରକାଶ ପାଇଲା ପରେ ଆମେ ଦେଖୁଛୁ ଯେ ଦେଶରୁ ପଳାତକ ହୋଇଥିବା ଅନେକ ବଡ ବଡ ବ୍ୟବସାୟୀଙ୍କ ନାଁ ଏଥିରେ ଅଛି। ଯେମିତିକି ମେହୁଲ ଚୋକସି, ନୀରବ ମୋଦୀ, ବିଜୟ ମାଲ୍ୟା ଇତ୍ୟାଦି। ଏମାନେ ସମସ୍ତେ ଦେଶ ଛାଡି ଫେରାର ହୋଇ ଯାଇଛନ୍ତି।

ଏହି ତାଲିକାରେ ଏମିତି କିଛି ନାଁ ରହିଛି, ଯେଉଁ ମାନଙ୍କ କମ୍ପାନୀକୁ ଆଜିର କମ୍ପାନୀମାନେ କିଣି ନେଇଛନ୍ତି। ତାଲିକାର ଷଷ୍ଠ ସ୍ଥାନରେ ଥିବା ରୁଚି ସୋୟା ଇଣ୍ଡଷ୍ଟ୍ରି ଲିଃ ୨୨୧୨ କୋଟି ଟଙ୍କାର ଋଣ ଖାଇ ପରିଶୋଧ କରି ନାହାନ୍ତି। ଏହି କମ୍ପାନୀକୁ ବର୍ଷେ ତଳେ ସ୍ଵଦେଶୀ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଅଧିଗ୍ରହଣ କରିଛି। ଏହି କମ୍ପାନୀର ପରିଚାଳନା ଦାୟିତ୍ବରେ ବାବା ରାମଦେବ ଓ ଆଚାର୍ୟ ବାଳକୃଷ୍ଣ ରହିଛନ୍ତି। ତେବେ କମ୍ପାନୀ ଅଧିଗ୍ରହଣ ପୂର୍ବରୁ ଏହି ୨୨୧୨ କୋଟି ଟଙ୍କାକୁ ଖାତାରୁ କଟା ହୋଇଥିଲା କି? ଏହି ଋଣକୁ ଉତ୍ତରାଧିକାରୀ ପରିଚାଳକ ପରିଶୋଧ କରିବେ ନାହିଁ କାହିଁକି?

ଏବେ ଆସନ୍ତୁ ଦେଖିବା କିଏ କେତେ ଟଙ୍କା ଚଳୁ କରି ଫେରାର ହୋଇଛନ୍ତି ବା ଚୁପ ହୋଇ ବସିଛନ୍ତି। ମେହୁଲ ଚୋକସିଙ୍କ ଗୀତାଞ୍ଜଳି ଜେମ୍ସ ଲିଃ ୫୪୯୨ କୋଟି, ଝୁଂଝୁନୱାଲା ପରିବାରର ରେଇ ଆଗ୍ରୋ ଲିଃ ୪୩୧୪ କୋଟି, ଯତୀନ ମେହେତାଙ୍କ ୱିନସମ ଡାଇମଣ୍ଡ ଆଣ୍ଡ ଜୁଏଲେରି ଲିଃ ୪୦୭୬ କୋଟି, ରୁଚି ସୋୟା ଇଣ୍ଡଷ୍ଟ୍ରିଜ ଲିଃ ୨୨୧୨ କୋଟି ଟଙ୍କା ଚଳୁ କରି ଦେଇଛନ୍ତି। ତିରିଶ ଜଣିଆ ଏହି ତାଲିକାରେ ଥିବା ଅନେକ ବ୍ୟବସାୟୀଙ୍କ ନାମରେ ଅର୍ଥନୈତିକ ଅପରାଧ ସବୁ ରହିଛି। ଅର୍ଥମନ୍ତ୍ରୀ ଏମାନଙ୍କ ଭିତରୁ କେତେଜଣଙ୍କୁ ଗିରଫ କରିଛନ୍ତି, ତାର ତାଲିକା ଦେଇ ପାରିବେ କି?

ଆମେ ଦେଖିଥିଲୁ, ୨୦୧୪ ପୂର୍ବରୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ସାମାନ୍ୟ ଅଭିଯୋଗ ଆସିଲେ ଲୋକେ ଜେଲ ଯାଉଥିଲେ। ୨ଜି ମାମଲା, ଯାହାକି ପରବର୍ତ୍ତୀ ସମୟରେ ଅଦାଲତରେ ଫସକି ଯାଇଥିଲା, ସେହି ମାମଲାରେ ଦେଶର ମନ୍ତ୍ରୀ, ବଡ ବଡ ରାଜନେତା, ସଚିବ ସ୍ତରର ଅଧିକାରୀ ଏବଂ ବ୍ୟବସାୟୀ ଜେଲ ଯାଇଥିଲେ। ଅଥଚ ମୋଦୀ ସରକାର ସମୟରେ ଜଣେ ବି ଅର୍ଥନୈତିକ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ଯାଇନି। ଏହା ସତ୍ତ୍ୱେ ମୋଦୀ ସରକାର ନିଜକୁ ନୈତିକତାର ରକ୍ଷକ ବୋଲି କହୁଛନ୍ତି କେମିତି?

ମୋଦୀ ସରକାରଙ୍କ ଆଚରଣ ସହିତ ପୁରୁଣା ଦିନର ସେଠ ଓ ସାହୁକାରଙ୍କର ଆଚରଣକୁ ଆମେ ତୁଳନା କରି ପାରିବା। ପୁରୁଣା ସେଠ ମାନେ ଗୋଟେ ଗୋପନୀୟ ଖାତା ରଖୁଥିଲେ, ଯାହାକୁ କୁତ୍ତାଖାତା ବୋଲି କୁହା ଯାଉଥିଲା। ଏହି ଖାତାରେ ସେହି ହିସାବ ରହୁଥିଲା ଯାହା କେବେ ଆଉ ଫେରିବ ନାହିଁ- ଯେମିତିକି ଦାଦାବଟି ବା ରାଜନୈତିକ ଚାନ୍ଦା। ଭାରତ ସରକାର ବୋଧହୁଏ ସେମିତି ଏକ ଖାତା ତିଆରି କରିଛନ୍ତି। ଯେଉଁ ଖାତାରେ ଅର୍ଥନୈତିକ ଅପରାଧୀଙ୍କର ତାଲିକା କୁ ସବୁଦିନ ଲାଗି ପୋତି ଦିଆଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି

January 23, 2026

ଆସନ୍ତାକାଲିଠାରୁ ଚାରିଦିନ ପାଇଁ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ୍, ଜାଣନ୍ତୁ କାରଣ

January 23, 2026

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.