Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଇ ୩ ପରେ କଣ, କରୋନା ବିରୋଧରେ ଯୁଦ୍ଧ ତ ଆରମ୍ଭ ହୋଇଛି ମାତ୍ର!!
ବିଶେଷ ଖବର

ମଇ ୩ ପରେ କଣ, କରୋନା ବିରୋଧରେ ଯୁଦ୍ଧ ତ ଆରମ୍ଭ ହୋଇଛି ମାତ୍ର!!

May 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମଇ ୩ ତାରିଖରେ ଲକ ଡାଉନକୁ ୪୦ ଦିନ ପୂରିବ। ତେବେ ଲକ ଡାଉନ ସହିତ କରୋନା ମୁକାବିଲାର ସଂପର୍କକୁ ଆମେ କେମିତି ଦେଖିବା, ତାହା ଆଜି ବଡ ପ୍ରଶ୍ନ। ସରକାର କହୁଛନ୍ତି, ଲକ ଡାଉନ ଯୋଗୁଁ ସଂକ୍ରମଣ ସୀମିତ ରହିଛି। ଠିକ କଥା, ତେବେ କରୋନାର ସୀମା କଣ? ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅବଶ୍ୟ ରହିଛି, ହେଲେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଯେଉଁ ମୂଲ୍ୟ ଦେବାକୁ ପଡୁଛି, ସେ ମୂଲ୍ୟ ଯେ ପୂରା ଦେଶକୁ ଉଜାଡି ଦେଇପାରେ, ସେ ପ୍ରଶ୍ନ ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଉଛି। ଜୀବନ ବଞ୍ଚାଇବାକୁ ଯାଇ କୋଟି କୋଟି ଲୋକଙ୍କର ଜୀବିକା ଉଜାଡି ଦେଲେ, ଜୀବନ ସୁରକ୍ଷିତ ରହିବାର କୌଣସି ସମ୍ଭାବନା ଆଜି ଦିଶୁନାହିଁ। କରୋନା ବିରୋଧରେ ଏକ ଲମ୍ବା ଲଢେଇରେ ଆଜି ଜୀବନ ଆଉ ଜୀବିକା ଉଭୟେ ସୁରକ୍ଷିତ ରହିବା ଜରୁରୀ।

ଲକ ଡାଉନ ଆଜି ପୂରା ଦେଶପାଇଁ ଏକ ପ୍ରକାର ବ୍ୟାଘ୍ରାରୋହଣ ପାଲଟି ଯାଇଛି। ମନୋଜ ଦାସଙ୍କ ସେଇ ପ୍ରସିଦ୍ଧ ଗପ “ବ୍ୟାଘ୍ରାରୋହଣ” ଯେଉଁଥିରେ ଗପର ନାୟକ ଗୋଟେ ବାଘ ଉପରେ ଚଢିକି ଅଛନ୍ତି। ବାଘ ପିଠିରେ ବେଶୀ ସମୟ ବସିହେବ ନାହିଁ, ବାଘ ପିଠିରୁ ଓହ୍ଳାଇଲେ ବାଘ ଖାଇବ। ଆମ ଅବସ୍ଥା ଏବେ ଠିକ ସେୟା। ଲକ ଡାଉନ ରହିଲେ, ଦେଶ ଅନାହାର ଓ ଦାରିଦ୍ର୍ୟର ସୀମାତଳକୁ ଖସିଯିବ। ଅର୍ଥନୀତିର ସ୍ଥିତି ସଂପୂର୍ଣ୍ଣ ଭାବରେ ବିଗିଡି ସାରିଛି। ଆଗକୁ ହୁଏତ ଜୀବନ ଓ ଜୀବିକା ସଂପୂର୍ଣ୍ଣ ନଷ୍ଟ ହୋଇଯାଇପାରେ। ତେଣୁ ଲମ୍ବା ସମୟର ଲକ ଡାଉନ, ଆମକୁ ଅର୍ଥନୈତିକ ଭାବରେ ବିପଦ ସଙ୍କୁଳ ଅବସ୍ଥାକୁ ନେଇ ଆସି ସାରିଛି। ତେଣୁ ଚାଳିଶ ଦିନ ପରେ ଆଉ ଅଧିକ ଲକ ଡାଉନ ଆତ୍ମଘାତି ହୋଇପାରେ। ହେଲେ ଆଜିର ସ୍ଥିତିରେ ଲକ ଡାଉନ ଉଠାଯାଇ ପାରିବ କି?

ହୁଏତ ପୂରା ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ହେଲେ ଦେଶର ସାତଟି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଉଦବେଗଜନକ। ଗତକାଲି ସୁଦ୍ଧା ମହାରାଷ୍ଟ୍ରରେ ୯୯୧୫, ଗୁଜରାଟରେ ୪୦୮୨, ଦିଲ୍ଲୀରେ ୩୪୩୯, ମଧ୍ୟପ୍ରଦେଶ ରେ ୨୫୬୦, ରାଜସ୍ଥାନରେ ୨୫୫୬, ତାମିଲନାଡୁରେ ୨୧୬୨ ଓ ଉତ୍ତର ପ୍ରଦେଶରେ ୨୧୩୪ ଜଣ କରୋନା ସଂକ୍ରମିତ ରହିଛନ୍ତି। ଏହା ସହିତ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ ବଙ୍ଗରେ ସ୍ଥିତି ଗମ୍ଭୀର ହୋଇ ଚାଲିଛି। ସେଥିରେ ଲକ ଡାଉନ ଖୋଲି ସାଧାରଣ  ଜୀବନଯାତ୍ରା ପାଇଁ ସୁଯୋଗ ତିଆରି କରିହେବ କି? ଆଜି ଲକ ଡାଉନ ରଖିଲେ ବିପଦ, ନ ରଖିଲେ ମଧ୍ୟ ବିପଦ। ଏମିତି ପରିସ୍ଥିତିରେ ଆମେ କଣ କରିବା ଉଚିତ ହେବ?

ଲକ ଡାଉନ ଆରମ୍ଭରୁ ଏ ସମ୍ପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ ରାଜ୍ୟମାନଙ୍କୁ କ୍ଷମତା ଦେବା ଉଚିତ ହୋଇଥାନ୍ତା। କେବଳ ଆନ୍ତଃ ରାଜ୍ୟ ଗମନାଗମନକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିବା ବ୍ୟତୀତ ଅନ୍ୟ ସବୁ ନିଷ୍ପତ୍ତି ରାଜ୍ୟମାନଙ୍କ ହାତରେ ଛାଡିଦେବା ଉଚିତ ହୋଇଥାନ୍ତା। ତାହା ନକରି କେନ୍ଦ୍ର ସରକାର ଅନେକ ସମୟରେ ନିଜର ବଡଭାଇ ପଣିଆ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଏହାର ପରିଣତି ହେଉଛି ଏବେ ଯେଉଁ ରାଜ୍ୟ ଗୁଡିକରେ ସଂକ୍ରମଣ ଆଦୌ ନାହିଁ, ସେହି ସବୁ ରାଜ୍ୟରେ ମଧ୍ୟ ଅର୍ଥନୈତିକ କାର୍ୟକଳାପ ଠପ ହୋଇ ରହିଛି।

ଅନେକ ଛୋଟ ରାଜ୍ୟ ଅଛନ୍ତି, ଯେଉଁମାନେ କରୋନା ସଂକ୍ରମଣକୁ ଅତ୍ୟନ୍ତ ସଫଳତା ର ସହିତ ମୁକାବିଲା କରିଛନ୍ତି। କେରଳ ଭଳି ରାଜ୍ୟ ଯିଏ ଜାନୁଆରୀ ମାସରୁ ଏହି ଲଢେଇର ଅଗ୍ରଭାଗରେ ରହିଛି, କେନ୍ଦ୍ର ସରକାର ସେଠି ଅନାବଶ୍ୟକ ମୁଣ୍ଡ ପୂରାଇବାକୁ ଚେଷ୍ଟା କରୁଛନ୍ତି। ଗତ ତିନି ମାସ ଭିତରେ କେରଳ ଆକ୍ରାନ୍ତ ସଂଖ୍ୟା ୪୯୮ରେ ସୀମିତ ରଖିଥିବା ବେଳେ ୩୮୩ ଜଣ ଆରୋଗ୍ୟ ଲାଭ କଲେଣି। ଏବେ ରାଜ୍ୟରେ ମାତ୍ର ୧୧୧ ଜଣ ସଂକ୍ରମିତ ରହିଛନ୍ତି। ଇତି ମଧ୍ୟରେ କେରଳ ସରକାର ୨୫ ହଜାରରୁ ଅଧିକ ପରୀକ୍ଷା କରି ସାରିଛନ୍ତି। ସେମିତି ଅନ୍ୟ ଏକ ସଫଳ ଉଦାହରଣ ପ୍ରସ୍ତୁତ କରିଛନ୍ତି ଛତିଶଗଡ ସରକାର। ଏହି ରାଜ୍ୟରେ ମାତ୍ର ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୬ ଜଣ ଆରୋଗ୍ୟ ଲାଭ କଲେଣି। ଜଣେ ମଧ୍ୟ ଏହି ରାଜ୍ୟରେ ମୃତ୍ୟୁବରଣ କରିନଥିବା ବେଳେ ମୋଟ ୧୫,୭୩୭ ପରୀକ୍ଷା ସରିଛି।

ଅନ୍ୟ ଛୋଟ ଛୋଟ ରାଜ୍ୟ ଯଥା ଗୋଆ, ମଣିପୁର, ହିମାଚଳ ପ୍ରଦେଶ, ତ୍ରିପୁରା, ପୁଡୁଚେରି, ଅରୁଣାଚଳ, ମିଜୋରାମ ଇତ୍ୟାଦି ଆଦୌ ସଂକ୍ରମିତ ନାହାନ୍ତି। ଆସାମ, ଓଡିଶା, ପଞ୍ଜାବ, ହରିୟାନା, ବିହାର ଭଳି ରାଜ୍ୟ ଗୁଡିକ ତୁଳନାତ୍ମକ ଭାବରେ ଯଥେଷ୍ଟ ଭଲ ସ୍ଥିତିରେ ଅଛନ୍ତି। ତେଣୂ ଲକ ଡାଉନ ପାଇଁ ଏକ ପ୍ରକାର ଜାତୀୟ ନିୟମ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ଏହି ଲଢେଇରେ କେନ୍ଦ୍ର ସରକାର “ଦାଦାଗିରି” ଦେଖାଇବା ଅପେକ୍ଷା ରାଜ୍ୟ ମାନଙ୍କର ସହଯୋଗୀ ଭୂମିକା ନେବା ଆବଶ୍ୟକ।

ବିରୋଧୀ ଦଳର ରାଜ୍ୟ ସରକାର ଗୁଡିକ ପ୍ରତି ଅନାବଶ୍ୟକ ଭାବରେ କେନ୍ଦ୍ର ତରଫରୁ ବିରୋଧୀ ମତପୋଷଣ କରା ଯାଉଛି। ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଅନେକ ସମୟରେ ସ୍ଥାନୀୟ ସରକାରଗୁଡିକୁ ଅସୁବିଧାରେ ପକାଉଛି। କେନ୍ଦ୍ରର ଶାସକ ଦଳ ବୁଝିବା ଦରକାର ଯେ, କରୋନା ଲଢେଇ ଏବେ ଆରମ୍ଭ ହୋଇଛି ମାତ୍ର। ଆଗକୁ ଆହୁରି ଲମ୍ବା ଏହି ଲଢେଇରେ ରାଜନୀତି ଅପେକ୍ଷା ମାନବିକତାର ଆବଶ୍ୟକତା ବେଶୀ!!

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.