Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଫେରିବେ ପ୍ରବାସୀ, ଓଡିଆ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ଜାରୀ କଲେ ଗାଇଡ ଲାଇନ,ଜାଣନ୍ତୁ କଣ
ଜାତୀୟ ଖବର

ଓଡିଶା ଫେରିବେ ପ୍ରବାସୀ, ଓଡିଆ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ଜାରୀ କଲେ ଗାଇଡ ଲାଇନ,ଜାଣନ୍ତୁ କଣ

May 1, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଫେରିବେ ପ୍ରବାସୀ, ଓଡିଆ ଫେରନ୍ତାମାନଙ୍କ ପାଇଁ ରାଜ୍ୟ ସରକାର ଜାରୀ କଲେ ଗାଇଡ ଲାଇନ,ଜାଣନ୍ତୁ କଣ

ଭୁବନେଶ୍ବର, ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକମାନେ ନିଜ ନିଜ ରାଜ୍ୟକୁ ଫେରିବା ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ଆଧାରରେ ଓଡ଼ିଶାକୁ ବିଭିନ୍ନ ପ୍ରଦେଶରୁ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ଶ୍ରମଜୀବୀ, ବୃତ୍ତିଜୀବୀ, ତୀର୍ଥଯାତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ଗାଇଡ଼ଲାଇନ୍‌ ପ୍ରସ୍ତୁତ କରିଛନ୍ତି ।ସେଗୁଡିକ ହେଲା

1-ଓଡ଼ିଶାକୁ ଫେରିବା ନିମନ୍ତେ www.covid19.odisha.gov.in ପୋର୍ଟାଲ୍‌ରେ ପଂଜୀକରଣ କରିବା ବାଧ୍ୟତାମୂଳକ । ଇତି ମଧ୍ୟରେ ବହୁସଂଖ୍ୟକ ଲୋକ ଓଡ଼ିଶା ଫେରିବା ନିମନ୍ତେ ପଂଜୀକରଣ କରିଛନ୍ତି ଏବଂ ସରକାରଙ୍କ ଦ୍ୱାରା ଏହି ଆବେଦନଗୁଡ଼ିକ ଯାଞ୍ଚ କରାଯାଉଛି।

2-ମୁଖ୍ୟତଃ ଲୋକମାନେ ସଡ଼କ ଏବଂ ରେଳପଥ ଏହି ଦୁଇଟି ମାଧ୍ୟମରେ ଓଡ଼ିଶାକୁ ଫେରିପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କର ସଂପୃକ୍ତ ରାଜ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଉଭୟ ସଡ଼କ ଓ ରେଳପଥରେ ଆସୁଥିବା ଲୋକମାନଙ୍କ ପାଇଁ ଏହା ବାଧ୍ୟତାମୂଳକ।

3-ଯେଉଁମାନେ ସଡ଼କ ପଥରେ ଫେରିବେ ସେମାନେ ପଂଜୀକରଣ କରିବା ପରେ ସଂପୃକ୍ତ ରାଜ୍ୟର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ନିକଟରୁ ପାସ୍‌ ନେବେ।

4-ସଡକ ପଥରେ ଆସିବା ପାଇଁ ଓଡ଼ିଶାର ୧୧ଟି ଚେକ୍‌ ପଏଣ୍ଟକୁ ଚିହ୍ନଟ କରାଯାଇଛି । ସେଗୁଡ଼ିକ ହେଉଛି ବୀରମିତ୍ରପୁର(ସୁନ୍ଦରଗଡ଼), ଚମ୍ପୁଆ (କେନ୍ଦୁଝର), ଚାନ୍ଦିଲୀ (କୋରାପୁଟ), ଗିରିଶୋଳା (ଗଞ୍ଜାମ), କେରେଡ଼ା (ରାୟଗଡ଼ା), ମୋଟୁ (ମାଲକାନଗିରି), ସୁଙ୍କି (କୋରାପୁଟ)। ଏହି ଚେକ୍‌ଗେଟ୍‌ଗୁଡ଼ିକରେ କ୍ୟାମ୍ପ ଅଫିସ୍‌ ଖୋଲାଯିବା ସହ ସଡ଼କ ପରିବହନ କର୍ତ୍ତୃପକ୍ଷ ଏବଂ ମେଡିକାଲ୍‌ ଟିମ୍‌ ଯାଞ୍ଚ ପାଇଁ ନିୟୋଜିତ ରହିଛନ୍ତି । ଏଠାରେ ତାଙ୍କର ପାସ୍‌ ଓ ପଂଜୀକରଣ ବିବରଣୀ ଯାଞ୍ଚ କରାଯିବ ।

5-ଯେଉଁମାନେ ପୂର୍ବରୁ ପଂଜୀକରଣ କରିନଥିବେ ସେମାନେ ଚେକ୍‌ ପଏଣ୍ଟରେ ଥିବା କ୍ୟାମ୍ପ ଅଫିସ୍‌ରେ ପଂଜୀକରଣ କରିପାରିବେ । ଗାଡିରେ ଆସୁଥିବା ସମସ୍ତଙ୍କର ବିବରଣୀ ଥାଇ ଏକ ଟ୍ରାଞ୍ଜିଟ୍‌ ପାସ୍‌ ଗାଡିର ସମ୍ମୁଖରେ ଲଗାଯିବ, ଏହା ପରମିଟ୍‌ ଭାବେ ବିବେଚିତ ହେବ । ଚେକ୍‌ ପଏଣ୍ଟରେ ଭିଡ଼ କମାଇବା ପାଇଁ ପୂର୍ବରୁ ପଂଜୀକରଣ କରି ଓଡ଼ିଶା ଆସିବା ପାଇଁ ସରକାରଙ୍କ ଦ୍ୱାରା ଅନୁରୋଧ କରାଯାଇଛି ।

6-ଯେଉଁମାନେ ଟ୍ରେନ୍‌ରେ ଫେରିବେ ସେମାନେ ସଂପୃକ୍ତ ରାଜ୍ୟରୁ ବାହାରିବା ପୂର୍ବରୁ ପଂଜୀକରଣ କରିବେ । ଓଡ଼ିଶାର କେତୋଟି ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ ହିଁ ଟ୍ରେନ୍‌ ରହିବ । ଓଡ଼ିଶା ସରକାରଙ୍କ ବିନା ଅନୁମତିରେ କୌଣସି ଟ୍ରେନ୍‌ ଓଡ଼ିଶାକୁ ପ୍ରବେଶ କରିପାରିବ ନାହିଁ ।

7-ଉଭୟ ସଡ଼କ ଓ ରେଳ ପଥରେ ଫେରୁଥିବା ଲୋକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଯାନବାହନ ବ୍ୟବସ୍ଥା କରାଯିବ । ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉଭୟ ସ୍ଥାନରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ । ସହରାଞ୍ଚଳରେ ମୁନିସିପାଲ୍‌ କମିଶନରଙ୍କ ଦ୍ୱାରା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ସ୍ଥଳେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ । ସୁବିଧା ନଥିଲେ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଅଥବା ନିଜ ଖର୍ଚ୍ଚରେ ସ୍ୱୀକୃତିପ୍ରାପ୍ତ ହୋଟେଲ୍‌ ବା ଲଜ୍‌ରେ ରହିପାରିବେ। ଗ୍ରାମାଞ୍ଚଳ ପାଇଁ ୨ ଲକ୍ଷ ୬୦ ହଜାର ଶଯ୍ୟା ସମ୍ବଳିତ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳକୁ ଫେରୁଥିବା ଲୋକମାନେ ଏହିଠାରେ ୧୪ ଦିନ ରହିବେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ତଦାରଖ କରାଯିବ।

8-ବର୍ଡର ଚେକ୍‌ ପଏଣ୍ଟଠାରେ ଫେରୁଥିବା ଲୋକମାନଙ୍କ ହାତରେ ତାରିଖ ଥାଇ ଅଲିଭା କାଳିରେ ଷ୍ଟାମ୍ପିଂ କରାଯିବ ଏବଂ ଯେଉଁମାନେ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ ସେମାନଙ୍କ ଘର ଆଗରେ ମଧ୍ୟ ଷ୍ଟିକର ଲଗାଯିବ । ମେଡିକାଲ୍‌ ଟିମ୍‌ ନିୟମିତ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ତଦାରଖ କରିବେ ଓ ଲକ୍ଷଣ ଥିବା ଲୋକମାନଙ୍କ କୋଭିଡ୍‌ ପରୀକ୍ଷା କରାଇବେ।

9-ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅତ୍ୟନ୍ତ ବ୍ୟବସ୍ଥିତ ଉପାୟରେ କୋଭିଡ୍‌ର ମୁକାବିଲା କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ତେଣୁ ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ, ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଭାରତୀୟ ପିଙ୍ଗଳ କୋର୍ଡର ବିଭିନ୍ନ ଧାରା ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ଗାଇଡ୍‌ ଲାଇନ୍‌ ଠିକ୍‌ ଭାବରେ ଅନୁପାଳନ କଲେ ପୂର୍ବ ଘୋଷଣା ଅନୁସାରେ ୨୦୦୦ ଟଙ୍କା ପ୍ରଦାନ କରାଯିବ।

10-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନ୍‌ଫରେନ୍ସରେ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେଣୁ ଓଡ଼ିଶାର ଭାଇଭଉଣୀମାନେ ସୁରକ୍ଷିତ ଭାବେ ଓଡ଼ିଶା ଫେରି ନିଜର, ପରିବାର ଓ ନିଜ ଅଞ୍ଚଳର ସମସ୍ତଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯନିବାନ ହେବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

11-ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରୋଗ ନିରୀକ୍ଷଣ ତଥା ବିଭିନ୍ନ ଇଲାକାରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକଳାପକୁ ଦୃଢ଼ୀଭୂତ କରିବା ପାଇଁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ୍‌), ଭୁବନେଶ୍ୱର ପକ୍ଷରୁ ତ୍ୱରିତ କ୍ରିୟାନୁଷ୍ଠାନ ପାଇଁ ଦୁଇଟି ଦଳଙ୍କୁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶାଯାଇଛି।

12-ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନେ ନିଃସଙ୍କୋଚରେ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଆଗେଇ ଆସିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅନୁରୋଧ କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ସେମାନେ ସୁସ୍ଥ ଜଣାଯାଉଥିଲେ ମଧ୍ୟ ସଂକ୍ରମିତ ହୋଇଥାଇ ପାରନ୍ତି ଏବଂ ସେମାନଙ୍କ ଜରିଆରେ ସଂକ୍ରମଣ ବ୍ୟାପିପାରେ। ସେମାନେ ନିଜର କୋଭିଡ୍‌ ପରୀକ୍ଷଣ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ଏବଂ ଘରୋଇ ସଙ୍ଗରୋଧରେ ରହିବା ପାଇଁ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯ ପରୀକ୍ଷଣ ବିନାମୂଲ୍ୟରେ କରାଯାଉଛି ।

13-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୭୨୯୧ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୧,୮୨,୫୫୮ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

14-ଆଜି ରାଜ୍ୟର ୫୩୯୪ ଗ୍ରାମ ପଞ୍ଚାୟତରେ ୩,୪୧,୩୧୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୯,୭୪୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

15-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୩୦ରୁ ମଇ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୨ଟି ମାମଲା ଦାୟର
କରାଯାଇଛି । ସେଥିରୁ ୩୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୮୨ ଜଣଙ୍କୁ ଗିରଫ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ମାରୁତି ସୁଜୁକିର ଆସିଲା ପ୍ରଥମ ବୈଦ୍ୟୁତିକ ଯାନ ‘ଇ ଭିଟାରା’, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.