Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ପାଇଁ ଖଳ ନାୟକ ଖୋଜୁଥିବା ରାଜନୀତି ଆମକୁ ଅଧିକ ରୋଗିଣା କରିଦେବ
ବିଶେଷ ଖବର

କରୋନା ପାଇଁ ଖଳ ନାୟକ ଖୋଜୁଥିବା ରାଜନୀତି ଆମକୁ ଅଧିକ ରୋଗିଣା କରିଦେବ

May 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯାଜପୁର, ଭଦ୍ରଖ ଓ ବାଲେଶ୍ବରରେ ଯେତେବେଳେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ସେତେବେଳେ ତୁରନ୍ତ ଗୋଟେ ପ୍ରଚାର ଆରମ୍ଭ ହୋଇଗଲା ଯେ ଏଥିପାଇଁ ପଶ୍ଚିମ ବଙ୍ଗ ଦାୟୀ। କିଛି ଲୋକ ତ ଏମିତି କହିଲେ, ସତେକି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ସଙ୍କ୍ରମିତଙ୍କୁ ଜାଣି ଶୁଣି ଓଡିଶା ପଠେଇ ଦେଉଛନ୍ତି। କଲିକତାରୁ ବା ଅନ୍ୟାନ୍ୟ ପଶ୍ଚିମ ବଙ୍ଗ କ୍ଷେତ୍ରରୁ ଲୁଚି ଛପି ଯେଉଁ ଓଡିଆମାନେ ଆସିଥିଲେ, ସେମାନେ ଏହି ତିନୋଟି ଜିଲାରେ ସଂକ୍ରମଣ ବ୍ୟାପକ ହେବାରେ ପ୍ରମୁଖ ଭୂମିକା ନେଇଛନ୍ତି। ତେବେ କରୋନା ଭୂତାଣୁ ଯେତେବେଳେ ଗୋଷ୍ଠୀ ସଂକ୍ରମଣର ସ୍ତରକୁ ଆସିଲାଣି, ସେତେବେଳେ ଏହାକୁ ଆଉ ଭୌଗୋଳିକ ସୀମାରେ ବନ୍ଧା ଯାଇପାରିବ କି? ପଶ୍ଚିମ ବଙ୍ଗରେ ଆଜି ସୁଦ୍ଧା ୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୮ ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ସଂଖ୍ୟା ସନ୍ଦେହଜନକ ବୋଲି ବିଜେପି ତରଫରୁ ଜୋରସୋର ପ୍ରଚାର ଚାଲିଛି। ଏହାର କାରଣ ଭାବେ କୁହା ଯାଉଛି ଯେ ପଶ୍ଚିମବଙ୍ଗ ମାତ୍ର ୨୧୦୦୦ ପରୀକ୍ଷା ଏ ଭିତରେ କରିଛି, ତେଣୁ କରୋନା ପୀଡିତ ସଠିକ ଭାବେ ଚିହ୍ନଟ ହେଉନାହାନ୍ତି। ୯.୩ ଲୋକଙ୍କ ଏକ ରାଜ୍ୟରେ ଏତେ ଅଳ୍ପ ପରିମାଣର ପରୀକ୍ଷା ନିଶ୍ଚିତ ଭାବରେ ଚିନ୍ତାର ବିଷୟ। ବଡ ରାଜ୍ୟ ଭାବରେ କେବଳ ମହାରାଷ୍ଟ୍ରକୁ ଛାଡି ଦେଲେ ପ୍ରାୟ ଅନ୍ୟ ସବୁ ରାଜ୍ୟ ପରୀକ୍ଷା ପାଇଁ ଯଥେଷ୍ଟ ସମ୍ବଳ ବ୍ୟୟ କରୁନାହାନ୍ତି।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅତି ସ୍ପଷ୍ଟ ଭାବରେ କହି ସାରିଛନ୍ତ ଯେ କୋଭିଡ ପରୀକ୍ଷା ଲାଗି ଆବଶ୍ୟକୀୟ ଉପକରଣ ତାଙ୍କ ରାଜ୍ୟକୁ ଯୋଗାଇ ଦିଆ ଯାଉନାହିଁ। ଏହାର ଉତ୍ତର କେନ୍ଦ୍ର ସରକାର ଦେବା ଉଚିତ। ଏତେ ବଡ ରାଜ୍ୟକୁ ପରୀକ୍ଷା ଉପକରଣ ଯୋଗାଇ ଦେବାରେ ଆଇସିଏମଆର ବିଳମ୍ବ କରୁଛି କାହିଁକି? ପରୀକ୍ଷା ପରେ ରିପୋର୍ଟ ଆସିବାରେ ଅନେକ ବିଳମ୍ବ ଘଟୁଛି, ତେଣୁ ପୋଜିଟିଭ ରୋଗୀଙ୍କ ସମ୍ପର୍କ ଖୋଜିବାରେ ଅସୁବିଧା ହେଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କହିଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ଭିତରେ ସମନ୍ଵୟ ବର୍ତ୍ତମାନର ସବୁଠୁ ବଡ ଆବଶ୍ୟକତା। ତାହା ନକରି ପଶ୍ଚିମ ବଙ୍ଗକୁ ଖଳନାୟକ ଭାବରେ ଉପସ୍ଥାପନ କରିବାର ରାଜନୀତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

କେବଳ ପଶ୍ଚିମ ବଙ୍ଗରୁ ଆସୁଥିବା ଲୋକେ ଯେ କରୋନା ଆକ୍ରାନ୍ତ ହେଉଛନ୍ତି, ତା ନୁହେଁ। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଓ କେରଳରୁ ଫେରୁଥିବା ଯାତ୍ରୀ ମଧ୍ୟ କରୋନା ସଂକ୍ରମିତ ହେଲେଣି। ଏହାର ଅର୍ଥ ହେଉଛି ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି। ଗତ ଦୁଇ ଦିନ ଭିତରେ ପଞ୍ଜାବରୁ ପ୍ରାୟ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଏମାନେ ସମସ୍ତେ ମହାରାଷ୍ଟ୍ରରୁ ଫେରିଥିବା ତୀର୍ଥ ଯାତ୍ରୀ। ଗତକାଲି ଗୁଜରାଟର ସୁରତରୁ ଫେରିଥିବା ଓଡିଆଙ୍କ ଭିତରୁ ସଂକ୍ରମିତ ବାହାରିଛନ୍ତି। ଏହାର ସ୍ପଷ୍ଟ ଅର୍ଥ ହେଉଛି, ଲକ ଡାଉନ ପୂର୍ବରୁ ଲୋକେ ଯେଉଁ ସ୍ଥିତିରେ ରହିଥିଲେ ଓ ଯେଉଁ ସବୁ ଶିବିରରେ ଥିଲେ, ସେ ସବୁ ଶିବିର ଆକ୍ରାନ୍ତ ହୋଇ ସାରିଛି।

ପୂରା ଦେଶରେ ଲକ ଡାଉନ ଚାଲିଥିବା ବେଳେ ଶ୍ରମିକ ଶିବିର ଓ ବସ୍ତି ଗୁଡିକରେ ବ୍ୟାପକ ପରୀକ୍ଷା କରିବାର ଯେଉଁ ଆବଶ୍ୟକତା ଥିଲା, ତାହା ହୋଇନାହିଁ। ଏହାର ପରିଣତି ରେ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବ। ଯେଉଁମାନେ ଶ୍ରମିକମାନେ ଯେଉଁଠି ଥିଲେ, ସେଇଠି ରହିଥାନ୍ତୁ ବୋଲି ଯୁକ୍ତି କରୁଛନ୍ତି, ସେମାନେ ଏକ ଗଣହତ୍ୟାକୁ ପ୍ରୋତ୍ସାହନ ଦେଉଛନ୍ତ୍ୟୀ ବୋଲି କୁହା ଯାଇପାରିବ।

ଧରନ୍ତୁ, ସୁରତରୁ ଯେଉଁ ଆକ୍ରାନ୍ତମାନେ ଫେରିଛନ୍ତି, ସେମାନେ ଯଦି ସୁରତରେ ରହିଥାନ୍ତେ, ତାହେଲେ ସେମାନଙ୍କର ପରୀକ୍ଷା କଦାପି ହୋଇ ନଥାନ୍ତା ଓ ସେମାନେ ପୂରା ଗୋଷ୍ଠୀକୁ ସଂକ୍ରମିତ କରିଥାନ୍ତେ। ବିନା ପରୀକ୍ଷାରେ ହୁଏତ ହଜାର ହଜାର ଶ୍ରମିକ ଏମିତି ମରିଥାନ୍ତେ। ଅନ୍ତତଃ ଓଡିଶା ଫେରିବା ପରେ ସେମାନଙ୍କର ପରୀକ୍ଷା ସମ୍ଭବ ହୋଇଛି ଓ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା ଆଗକୁ ହୋଇପାରିବ।

ଆଜିର ସମୟ ପାଇଁ କାହାକୁ ଦାୟୀ କରିବାର ନୁହେଁ। ଆଜି ଖଳ ନାୟକ ତିଆରି କରିବାର ରାଜନୀତି ଆମକୁ ଅଧିକ ବିପନ୍ନ କରିବ। ଶ୍ରମିକ, ବସ୍ତି ବାସିନ୍ଦା ଓ ବିଭିନ୍ନ ଗାଁମାନଙ୍କରେ ବ୍ୟାପକ ପରୀକ୍ଷା ଲାଗି ଏକ ଜାତୀୟ ରଣନୀତି ପ୍ରସ୍ତୁତ ହେବା ଜରୁରୀ। କେବଳ କେନ୍ଦ୍ର ସରକାର ଲକ ଡାଉନ ପାଇଁ ପୋଲିସ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ଯେତିକି ସମୟ ଦେଉଛନ୍ତି, ତାଠୁ ଅଧିକ ପରୀକ୍ଷା ରଣନୀତି ପ୍ରସ୍ତୁତ କରିବା ଉଚିତ। ଦ୍ରୁତ ଆଣ୍ଟି ବଡି ପରୀକ୍ଷା ଲାଗି ଯେଉଁ ଉପକରଣ ଆସିଥିଲା, ସେ ସବୁ ଏବେ ଅକାମୀ ହୋଇ ପଡିଛି। ପରୀକ୍ଷା ଉପକରଣର ସମତୁଲ ଏବଂ ଆବଶ୍ୟକୀୟ ଆବଣ୍ଟନ କରିବାରେ କେନ୍ଦ୍ର ସରକାର ପକ୍ଷପାତିତା କରୁଥିବାର ଅଭିଯୋଗ ମଧ୍ୟ ଆସୁଛି।

ନିର୍ଦ୍ଦିଷ୍ଟ ରାଜ୍ୟ ଓ ରାଜ୍ୟ ସରକାରଙ୍କୁ ବଦନାମ କରିବାର ଷଡଯନ୍ତ୍ର ମାଧ୍ୟମରେ ରାଜନୀତିର ରୁଟି ସେକିଲେ, ସେଥିରେ ସମସ୍ତଙ୍କର ହାତ ପୋଡିବ। ଏ ପ୍ରକାର ହୀନ ରାଜନୀତି ଆମର ସାଧାରଣ ଲୋକଙ୍କୁ ବେଶୀ କଷ୍ଟ ଦେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.