Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା କର, ପୀଡିତ ଜନସାଧାରଣଙ୍କୁ ମୋଦୀ ସରକାରର ବେଡି ଉପରେ କରୋଡା ମାଡ
ବିଶେଷ ଖବର

କରୋନା କର, ପୀଡିତ ଜନସାଧାରଣଙ୍କୁ ମୋଦୀ ସରକାରର ବେଡି ଉପରେ କରୋଡା ମାଡ

May 7, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦୁଇ ମାସ ଧରି ଆମକୁ ତାଲା ବନ୍ଦ ଅବସ୍ଥାରେ ରଖାଯାଇଛି, କାରଣ କରୋନା ଜ୍ଵରର ଭୂତାଣୁ କାଳେ ଆମକୁ କବଳିତ କେରିନେବ। ଜୀବନ ଆଉ ଜୀବିକା, ଉଭୟେ ଆଜି ଘର ଭିତରେ ସୀମିତ। ଆମର ଅର୍ଥନୀତି ସେଇ ସ୍ତରକୁ ଯାଇନି ଯେ ଘରେ ବସି ଆମର ଜୀବିକା ଚାଲିବ, କିମ୍ବା ଜୀବିକା ନଷ୍ଟ ହେବାରୁ ତାର କ୍ଷତି ପୂରଣ ସରକାର ଦେବେ। ଆମେରିକା ଓ ୟୁରୋପୀୟ ଦେଶଗୁଡିକ ଲକ ଡାଉନ ସମୟରେ ଜୀବିକା ନଷ୍ଟ ବାବଦକୁ ଲୋକଙ୍କୁ କ୍ଷତିପୂରଣ ଦେଉଛନ୍ତି। ହେଲେ ଭାରତରେ ଠିକ ତାର ଓଲଟ ଚିତ୍ର ଦେଖିବାକୁ ପଡୁଛି। ସରକାର ଅନ୍ୟାନ୍ୟ ଦେଶ ତୁଳନାରେ ଲକଡାଉନକୁ କଡାକଡି ପାଳନ କରୁଛନ୍ତି, ହେଲେ ଲୋକଙ୍କ ଜୀବିକା ପ୍ରସଙ୍ଗରେ ସରକାରଙ୍କର ପାଟି ଶୁଭୁନି। ବରଂ ଲୋକଙ୍କ ଉପରେ ଏବେ ଅର୍ଥନୈତିକ ବୋଝ ଲଦିବାର ପ୍ରକ୍ରିୟା ଭାରତ ସରକାର ଓ ରାଜ୍ୟ ସରକାରମାନେ ଆରମ୍ଭ କରିଛନ୍ତି।

ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ହଠାତ ଡିଜେଲ ଓ ପେଟ୍ରୋଲ ଉପରେ ସରକାର ଅବକାରୀ ଟିକସକୁ ଯଥାକ୍ରମେ ୧୩ ଟଙ୍କା ଓ ୧୦ ଟଙ୍କା ବଢାଇ ଦେଇଛନ୍ତି। ଏହାର ଅର୍ଥ ହେଉଛି, ଗତ ଦୁଇ ସପ୍ତାହ ଧରି ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ନେଗେଟିଭ ସ୍ତରକୁ ଖସି ଆସିଥିଲେ ମଧ୍ୟ ଏହାର ଲାଭ ସାଧାରଣ ଗ୍ରାହକକୁ ମିଳିବ ନାହିଁ। ଯେତେବେଳେ ଆନ୍ତର୍ଜାତିକ ବଜାରରେ କଞ୍ଚାତେଲର ମୂଲ୍ୟ କମୁଛି, ସେତେବେଳେ ବଜାର ମୂଲ୍ୟକୁ ସ୍ଥିର ରଖିବା ଲାଗି ସରକାର ଅବକାରୀ ଟିକସ ବଢାଇ ଦେଉଛନ୍ତି। ହେଲେ ଯଦି ଆନ୍ତର୍ଜାତିକ ବଜାରରେ ମୂଲ୍ୟବୃଦ୍ଧି ଘଟୁଛି, ତାର ମାଡ ତୁରନ୍ତ ଲୋକଙ୍କ ପିଠିରେ ପଡୁଛି। ଏହା ଆଦୌ ଏକ ସମ୍ବେଦନଶୀଳ ସରକାରର କମ ନୁହେଁ। ଆଜି କଞ୍ଚା ତେଲର ମୂଲ୍ୟ କମ ଅଛି, ତେଣୁ ଖାଉଟିଙ୍କ ଠାରୁ ହୁଏତ ଏ ଟିକସ ଡିଲରଙ୍କ ଜରିଆରେ ସରକାରୀ ତହବିଲକୁ ଯିବ। କିନ୍ତୁ କଞ୍ଚାତେଲର ଦାମ ବଢିଗଲେ, ଏହା ପ୍ରତ୍ୟକ୍ଷ ଭାବରେ ଆମ ପକେଟରୁ ଯିବ।

ଏତେ ବଡ ଅର୍ଥନୈତିକ ବିପଦ ସମୟରେ ଲୋକଙ୍କ ଉପରେ ଟିକସ ବସାଇ ସରକାର ଚଳାଇବାର ଉପାୟ ଯେଉଁ ସରକାର ଚିନ୍ତା କରନ୍ତି, ତାଙ୍କର ମାନବୀୟ ସଂବେଦନା ଉପରେ ପ୍ରଶ୍ନବାଚୀ ଉଠିବା ସ୍ଵାଭାବିକ। ସାରା ପୃଥିବୀରେ ସବୁଠୁ ଅଧିକ ତେଲ ଟିକସ ଭାରତ ସରକାର ନେଇଥାନ୍ତି। ଡିଜେଲ ଓ ପେଟ୍ରୋଲର ଖାଉଟି ମୂଲ୍ୟ ଉପରେ ସର୍ବାଧିକ ୬୯% ଟିକସ ସରକାର ଆଦାୟ କରୁଛନ୍ତି।  ଏହା ଏକ ରେକର୍ଡ। ଦିଲ୍ଲୀ ରେ ମିଳୁଥିବା ପେଟ୍ରୋଲ ଓ ଡିଜେଲ ଦର ଆଧାରରେ ଆମେ କହିପାରିବା ଯେ ୭୧.୨୬ ପଇସାର ଲିଟରେ ପେଟ୍ରୋଲରୁ ସରକାରଙ୍କୁ ଆମେ ୪୯.୪୨ ପଇସା ଟିକସ ଆକାରରେ ଦେଉଛୁ। ସେହିପରି ଡିଜେଲର ୬୯.୩୯ଟଙ୍କାରୁ ୪୮.୯ଟଙ୍କା ଟିକସ ବାବଦକୁ ସରକାର ନେଉଛନ୍ତି। ଏହା ପୃଥିବୀର ସବୁ ଦେଶଠାରୁ ଅଧିକ। ବିଜିନେସ ଟୁଡେ ର ତଥ୍ୟ ଅନୁସାରେ ଇଟାଲୀ ୬୪%, ଜର୍ମାନୀ ଓ ଫ୍ରାନ୍ସ ୬୩%, ଇଂଲାଣ୍ଡ ୬୩%,  ସ୍ପେନ ୫୩%, ଜାପାନ ୪୭%,କାନାଡା ୩୩% ଓ ଆମେରିକା ୧୯% ଟିକସ ଆଦାୟ କରିଥାନ୍ତି।

ପୃଥିବୀର ସବୁଠୁ ବିକଶିତ ଦେଶମାନଙ୍କଠାରୁ ଭାରତରେ ତେଲ ଟିକସ ଅଧିକ। କରୋନା ସଂକ୍ରମଣ ସମୟରେ ଏ ପ୍ରକାର ମାତ୍ରାଧିକ ଟିକସ ବଢାଇବା ପରେ କୌଣସି ପ୍ରତିବାଦ ସମ୍ଭବ ନୁହେଁ। କାରଣ ବର୍ତ୍ତମାନ ଦେଶରେ ଲକଡାଉନ ଯୋଗୁଁ ହଜାର କଟକଣା ରହିଛି। ତେଣୁ ଦରବୃଦ୍ଧି ଭଳି ଲୋକ ବିରୋଧୀ ନିଷ୍ପତ୍ତି ଏ ସମୟରେ ନେବା ନିତାନ୍ତ ଗ୍ରହଣୀୟ ନୁହେଁ।

କରୋନା ପରବର୍ତ୍ତୀ ଅର୍ଥନୈତିକ ସ୍ଥିତିକୁ ସାମ୍ନା କରିବା ଲାଗି ବର୍ତ୍ତମାନର ସରକାର ପାଖରେ ଦରବୃଦ୍ଧି ହିଁ ଏକମାତ୍ର ଉପାୟ ବୋଲି ଏବେ ଜଣା ପଡୁଛି। ଆଗାମୀ ଦିନରେ ଲୋକେ ନିଜର ଜୀବିକା ହରାଇବା ସହିତ ଦରବୃଦ୍ଧିର ଭୀଷଣ ମାଡ ଖାଇବାକୁ ପ୍ରସ୍ତୁତ ହେବା ବୋଧେ ଜରୁରୀ! ତେବେ ଅର୍ଥନୀତିର ଏହି ଦୁରବସ୍ଥାରେ ଯଦି ଲୋକଙ୍କ ପିଠିରେ କୋରଡା ମାଡ ପଡେ ସେଥିରେ ଅର୍ଥନୈତିକ ସ୍ଥିତି ସୁଧୁରିବ କି? ଏହାର ସିଧା ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡିବ ଓ ଲୋକଙ୍କ ଭିତରୁ କିଣାବିକା କମିଯିବ। ବରଂ ଦରବୃଦ୍ଧି ଅର୍ଥନୀତିର ସଙ୍କଟକୁ ଅଧିକ ଜଟିଳ କରିବ।

କରୋନା ସଙ୍କଟରେ ଭାରତ ଯେଉଁ ପ୍ରକାର ଅଗ୍ରସର ହେଉଛି, ସେଥିରେ ଆଗକୁ ଆମକୁ ଗୋଟେ ଭୀଷଣ ଅସୁରକ୍ଷିତ ଭବିଷ୍ୟତର ସାମ୍ନା କରିବାକୁ ପଡିପାରେ। ସେଥିରେ ଅର୍ଥନୀତିର ପରିଚାଳନା ପାଇଁ ଏକ ସୁଦୃଢ ଏବଂ ସଂବେଦନଶୀଳ ନେତୃତ୍ବର ଆବଶ୍ୟକତା ରହିଛି। ଆମେ ଏ ଯାଏ କେବଳ ଅନ୍ଧ ଭାବରେ ଭାବପ୍ରବଣ ଭାଷଣ ଶୁଣି ଆସୁଛୁ। ଜିଜୀୟା କର ଭଳି କରୋନା ଟିକସ ମାଧ୍ୟମରେ ଅର୍ଥନୀତିକୁ ସୁଧାରି ହେବନାହିଁ। ଏହା ଆଗକୁ ଅଧିକ ବଡ ସମସ୍ୟାର କାରଣ ପାଲଟିବ।   

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.