Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରିୟ ଗଣମାଧ୍ୟମ!!କେତେ ଘୃଣା ଆଉ ବିଦ୍ଵେଷ ତିଆରି କଲେ ଯାଇ ଆମେ ଚୁପ ରହିବା, କୁହନ୍ତୁ ତ!!
ବିଶେଷ ଖବର

ପ୍ରିୟ ଗଣମାଧ୍ୟମ!!କେତେ ଘୃଣା ଆଉ ବିଦ୍ଵେଷ ତିଆରି କଲେ ଯାଇ ଆମେ ଚୁପ ରହିବା, କୁହନ୍ତୁ ତ!!

May 8, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଟେଲିଭିଜନ ଖୋଲିବାକୁ ଆଗରୁ ଭୟ ଲାଗୁଥିଲା। ଏବେ ଫେସବୁକ ବା ଟୁଇଟର ଖୋଲିବାକୁ ବି ଡର ଲାଗିଲାଣି। ଆମ ସମୟର ଖବର ସବୁ ଏତେ ଭୟାନକ ଓ ବିଦ୍ବେଷପୂର୍ଣ୍ଣ ଯେ, ତାକୁ ଦେଖିବାକୁ ବା ପଢିବାକୁ ହେଲେ ପ୍ରଥମେ ନିଜର ରକ୍ତଚାପ ପରୀକ୍ଷା କରିବା ନିତାନ୍ତ ଜରୁରୀ। ଯେ କୌଣସି ଖବରକୁ ଗୋଟେ ନାଟକୀୟ ପୋଷାକ ପିନ୍ଧାଇ ଦେବାର ପାଗଳ ପ୍ରବୃତ୍ତି ଆମ ଗଣମାଧ୍ୟମକୁ ଭୟ ତଥା ଘୃଣା ସୃଷ୍ଟି କରୁଥିବା ଏକ ମେସିନରେ ପରିଣତ କରି ଦେଉଛି। ଆଜିର ସମୟ ଯେତେବେଳେ ଆମଠୁ ଅଧିକ ସାନ୍ତ୍ଵନା ଓ ଆଶ୍ଵାସନା ଆଶା କରୁଛି, ଆମେ ସେତେବେଳେ ଲୋକଙ୍କୁ ଅଧିକରୁ ଅଧିକ ଆଶଙ୍କିତ ତଥା ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛୁ। “ହୁ ହୁ ହୋଇ ବଢୁଛି କରୋନା”, “ସୁରତ ଫେରନ୍ତା ବଢାଇଲେ ରାଜ୍ୟବାସୀଙ୍କ ଚିନ୍ତା”, “କଲିକତି କରୋନା” ଭଳି ଉଦ୍ଭଟ ଶିରୋନାମା ସବୁ ଆମ ମନ-ମସ୍ତିସ୍କରେ ଯାବତୀୟ ଦୁର୍ଭାବନା ତିଆରି କରି ଚାଲିଛି।

ଗଣମାଧ୍ୟମର କରୋନା ଚିନ୍ତା ଓ ଅସଲ ସତ୍ୟ ଭିତରେ ଆକାଶ ପାତାଳ ପ୍ରଭେଦ ରହିଛି। ଅସଲ ସତ୍ୟ ହେଉଛି, ଆମେରିକା ତୁଳନାରେ ୟୁରୋପର ସ୍ଥିତି ଭଲ। ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩୨.୯୬% ଲୋକ ଯୁକ୍ତରାଷ୍ଟ୍ର ଆମେରିକାର ବାସିନ୍ଦା। ସେହି ତୁଳନାରେ ଇଟାଲିରେ ୫.୬%, ଫ୍ରାନ୍ସରେ ୪.୫୪%, ବିଲାତରେ ୫.୨୫%, ଜର୍ମାନୀରେ ୪.୩୮% ଆକ୍ରାନ୍ତ ଅଛନ୍ତି। ୟୁରୋପ ତୁଳନାରେ ଏସିଆ ମହାଦେଶର ସ୍ଥିତି ଯଥେଷ୍ଟ ଭଲ। ଏସିଆରେ ଭାରତର ସ୍ଥିତି ତୁଳନାତ୍ମକ ଭାବରେ ଟିକେ ଉଦବେଗଜନକ। ତେବେ ସମୁଦାୟ ପୃଥିବୀର ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧.୩୮% ଲୋକ ଭାରତରେ ଅଛନ୍ତି। ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଅତ୍ୟନ୍ତ ଭଲ। ତେଣୁ ଓଡିଶା ଗଣମାଧ୍ୟମର ଭାଷା ସେ ଦୃଷ୍ଟିରୁ ଅଧିକ ଶାନ୍ତ ରହିବା ଉଚିତ ହୁଅନ୍ତା। ହେଲେ ପ୍ରତିଟି ନୂଆ ପୋଜିଟିଭ କେସକୁ ନେଇ ଆମେ ଏମିତି ଚିତ୍କାର କରୁଛୁ, ସତେକି କରୋନା ମାଡିବସି ଆମ ତଣ୍ଟି ଚିପି ପକାଇଲାଣି। ଏ ସମ୍ପର୍କରେ ଟିକେ ସଂଯତ ଓ ଶାନ୍ତ ଭାଷାର ପ୍ରୟୋଗ ହେଲେ ଆମର ଟିଆରପି ଖସିଯିବ କି?

ସାଢେ ଚାରି କୋଟି ଓଡିଆଙ୍କ ଭିତରୁ ମାତ୍ର ୨୧୯ ଆକ୍ରାନ୍ତ। ସେମାନଙ୍କ ଭିତରୁ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଦୁର୍ଭାଗ୍ୟକ୍ରମେ ଦୁଇଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫। ଲୋକସଂଖ୍ୟା ଦୃଷ୍ଟିର ଦେଖିଲେ ରାଜ୍ୟରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅତି ନଗଣ୍ୟ। ଅଥଚ ଇତିମଧ୍ୟରେ ପାଖାପାଖି ୫୦୦୦ ସ୍ଵତନ୍ତ୍ର କୋଭିଡ ଶଯ୍ୟା ଆମେ ପ୍ରସ୍ତୁତ କରିଛୁ। ଦେଶର ସବୁଠୁ ବଡ ସଙ୍ଗରୋଧ ପ୍ରସ୍ତୁତି ଆମର ରହିଛି। ସେଥିରେ ଯଦି ପ୍ରବାସ ଫେରନ୍ତା କିଛି ଲୋକଙ୍କ ଭିତରେ କରୋନା ପୋଜିଟିଭ ବାହାରୁଛି, ତାକୁ ନେଇ ଆମେ ଏତେ ଆଶଙ୍କିତ ହୋଇ ପଡୁଛୁ କାହିଁକି? ପ୍ରବାସରୁ ଫେରୁଥିବା ଓଡିଆଙ୍କୁ ଆମେ ଏମିତି ଚିତ୍ରଣ କରୁଛୁ, ସତେକି ସେମାନେ ତାଙ୍କ ପକେଟରେ କରୋନା ଭୂତାଣୁ ଲୁଚେଇକି ଆଣୁଛନ୍ତି। ସେମାନଙ୍କ ବସ କେଉଁ ସହରର ରାସ୍ତାରେ ଘଡିଏ ଠିଆ ହୋଇ ପଡିଲେ ଆମେ ଚିତ୍କାର କରି ଚାଲିଛୁ।

ହେଲେ ପ୍ରବାସୀ ଓଡିଆମାନେ ଆଜି ଏତେ ପରମାଣରେ ଆକ୍ରାନ୍ତ ହୋଇ ଫେରୁଛନ୍ତି କାହିଁକି? ସେମାନେ ଯେଉଁ ସବୁ ରାଜ୍ୟରେ ନିଜର ଶ୍ରମଦାନ କରୁଥିଲେ, ସେ ରାଜ୍ୟ ଗୁଡିକ ତାଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆମର ଶ୍ରମିକମାନଙ୍କୁ ଆଶ୍ଵାସନା ଦେଇଥିଲେ, ସେମାନେ ଯେଉଁଠି ଅଛନ୍ତି, ସେଠି ରୁହନ୍ତୁ। ସେମାନଙ୍କର ଯତ୍ନ ସରକାର ନେବେ। ଯେଉଁଠି ଥିଲେ ସେଠି ଯଦି ଆମର ଶ୍ରମିକମାନେ ଆହୁରି ରହିବେ, ତାହେଲେ ଆଉ କିଛିଦିନ ପରେ ସେମାନେ ପୋକମାଛି ପରି ମରିବେ। ସୁରତରୁ ଫେରୁଥିବା ଶ୍ରମିକମାନେ ଯେତେ ପରିମାଣରେ ପୋଜିଟିଭ ବାହାରୁଛନ୍ତି, ସେଠି ଯେ ଗୋଷ୍ଠୀ ସଂକ୍ରମଣ ଅତ୍ୟନ୍ତ ଉତ୍କଟ, ତାହା ସ୍ପଷ୍ଟ ଜଣାପଡୁଛି। ଏହି ଶ୍ରମିକମାନଙ୍କର ପରୀକ୍ଷା ଓଡିଶା ଆସିନଥିଲେ, ହୁଏତ କେବେ ସମ୍ଭବ ହୋଇନଥାନ୍ତା।

ସବୁ ରାଜ୍ୟ ସରକାରମାନଙ୍କ ପାଖରେ ବ୍ୟାପକ ପରୀକ୍ଷା ପାଇଁ ଲକ ଡାଉନ ଏକ ଭଲ ସୁଯୋଗ ସୃଷ୍ଟି କରିଥିଲା। ସେଥିରେ ଓଡିଶା, କେରଳ, ଛତିଶଗଡ, ଆସାମ ଭଳି ରାଜ୍ୟ ସଫଳ ହୋଇଥିବା ବେଳେ ବଡ ରାଜ୍ୟଗୁଡିକ ବିଫଳ ହୋଇଛନ୍ତି। ଏହି ସବୁ ରାଜ୍ୟରୁ ଫେରୁଥିବା ଶ୍ରମିକମାନେ ଏବେ ଅଧିକ ସଂକ୍ରମିତ ହେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଆମର ପ୍ରବାସୀ ବନ୍ଧୁକୁଟୁମ୍ବଙ୍କୁ ଆମେ ଆଜି ମରଣ ମୁହଁରେ ଠେଲି ଦେବା କି? ହୁଏତ ଏମାନେ ଆସିବା ପରେ ସବୁଜ ଜୋନ ଥିବା ଅଞ୍ଚଳ ନାଲି ହୋଇଯାଉଛି। ତେଣୁ ଲୋକଙ୍କ ମନରେ ଭୟ ଓ କ୍ଷୋଭ ବଢୁଛି। ଏ ସଙ୍କ୍ରାନ୍ତରେ ପ୍ରଶାସନ ନିଜର ଦୃଷ୍ଟିକୋଣ ବଦଳାଇବା ଦରକାର। ଯେଉଁମାନଙ୍କୁ ବାହାରୁ ଆଣି ରଖାଯାଉଛି, ସେମାନଙ୍କୁ ଅଲଗା ୟୁନିଟ ଭାବରେ ବିବେଚନା କରିବା ଦରକାର। ବାହାରୁ ଆସୁଥିବା ଲୋକେ ଯେ ହେତୁ ସଙ୍ଗରୋଧରେ ରହୁଛନ୍ତି ଓ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ସମ୍ପର୍କ ରହିନାହିଁ, ତେଣୁ ସେହି ସଂଖ୍ୟା ଆଧାରରେ ଗୋଟେ ଜିଲ୍ଲାକୁ ରେଡ ଜୋନ ଘୋଷଣା କରିବା ଉଚିତ ହେବନାହିଁ।

ଗତକାଲି ଓଡିଶା ହାଇକୋର୍ଟ କହିଛନ୍ତି ଯେ, ବିନା ପରୀକ୍ଷାରେ ପ୍ରବାସୀଙ୍କୁ ରାଜ୍ୟକୁ ପ୍ରବେଶ ଅନୁମତି ଆଇଏ ନଯାଉ। ଏହା ଯଦିଓ ଏକ ଉଚିତ ପଦକ୍ଷେପ, ତେବେ ସରକାରଙ୍କ ପାଖରେ କେତେ ପରିମାଣରେ ପରୀକ୍ଷା କିଟ ମହଜୁଦ ଅଛି, ତାରି ଉପରେ ସବୁକିଛି ନିର୍ଭର କରିବ। ଯଦି ସମସ୍ତଙ୍କ ପରୀକ୍ଷା ପରେ ଯାଇ ପ୍ରବେଶ ଅନୁମତି ମିଳିବ ତା ହେଲେ, ସଙ୍ଗରୋଧ କେନ୍ଦ୍ର ଗୁଡିକର ଆବଶ୍ୟକତା ପଡିବ ନାହିଁ। ଏହା ସହିତ ଆଉ ଏକ ବଡ ପ୍ରଶ୍ନ ଉଠିବ ଯେ ଭାରତ ଭିତରେ ଭାରତୀୟ ନାଗରିକଙ୍କ ଚଳ ପ୍ରଚଳ ଲାଗି କରୋନା ପରୀକ୍ଷା ବାଧ୍ୟତାମୂଳକ କି?

ପୁଣି ଥରେ ଆମେ କହିରଖୁଛୁ ଯେ, ଓଡିଶା ସ୍ଥିତି ଢେର ଭଲ ରହିଛି। ତେଣୁ ଶହେ କି ହଜାର ଆକ୍ରାନ୍ତ ହୋଇଗଲେ, ତାକୁ ନେଇ ଛାନିଆଁ ହେବାର କୌଣସି କାରଣ ନାହିଁ।  ପ୍ରବାସରେ ଥିବା ପରଦେଶୀ ଆମ ନିଜ ଲୋକଙ୍କ ବିରୋଧରେ ଏ ଘୃଣା ଓ ବିଦ୍ଵେଷର ବାତାବରଣ ବନ୍ଦ ହେଉ।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026

ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

May 7, 2026

ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି

May 7, 2026
Latest News

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.