Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି କାରଖାନାରେ ଶ୍ରମିକମାନେ 8 ଘଣ୍ଟା ପରିବର୍ତ୍ତିେ 12 ଘଣ୍ଟା କରିବେ କାମ, ସରକାର ଜାରୀ କଲେ ଗାଇଡ ଲାଇନ
ବିଶେଷ ଖବର

ଏଣିକି କାରଖାନାରେ ଶ୍ରମିକମାନେ 8 ଘଣ୍ଟା ପରିବର୍ତ୍ତିେ 12 ଘଣ୍ଟା କରିବେ କାମ, ସରକାର ଜାରୀ କଲେ ଗାଇଡ ଲାଇନ

May 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି କାରଖାନାରେ ଶ୍ରମିକମାନେ 8 ଘଣ୍ଟା ପରିବର୍ତ୍ତିେ 12 ଘଣ୍ଟା କରିବେ କାମ, ସରକାର ଜାରୀ କଲେ ଗାଇଡ ଲାଇନ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ଏଣିକି କାରଖାନାରେ ଶ୍ରମିକମାନେ 8ଘଣ୍ଟା ନୁହେଁ 12 ଘଣ୍ଟା କାମ କରିବେ। ଏଥିପାଇଁ ତାଙ୍କୁ 4 ଘଣ୍ଟାର ଓଭର ଟାଇମ ପାରିଶ୍ରମିକ ମିଳିବ। ଏ ନେଇ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଏହି ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କ ଗାଇଡ ଲାଇନ ସହିତ ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ନେଇ ଯେଉଁ ପଦକ୍ଷେପ ନେଇଛନ୍ତି ସେଗୁଡିକ ହେଲା

1-କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍‌ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ।

2-କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି ସପ୍ତାହକୁ ୭୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । କୌଣସି ସାବାଳକ ଶ୍ରମିକଙ୍କୁ ଏକକାଳୀନ ୬ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯିବ ନାହିଁ, ଅତିକମ୍‌ରେ ଅଧଘଣ୍ଟା ପାଇଁ ବିଶ୍ରାମ ସମୟ ଦେବାକୁ ହେବ । ସମୁଦାୟ ୧୩ ଘଣ୍ଟାରୁ ଅଧିକ ସମୟ କାରଖାନାରେ ରହିହେବ ନାହିଁ ।

3-ସରକାରଙ୍କ ସ୍ୱତନ୍ତ୍ର ଅନୁମତି ବିନା କୌଣସି ମହିଳା ଶ୍ରମିକଙ୍କୁ କାରଖାନାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ।

4-କାରଖାନା ଆଇନର ଧାରା ୫୯ ଅନୁସାରେ ଜଣେ ଶ୍ରମିକ ସପ୍ତାହକୁ ସର୍ବାଧିକ ୨୪ ଘଣ୍ଟା ଓଭର ଟାଇମ୍‌ କରିପାରିବେ ଏବଂ ତାଙ୍କୁ ଦୈନିକ ଅତିରିକ୍ତ ୪ ଘଣ୍ଟା ଓଭର ଟାଇମ୍‌ ମଜୁରୀ ପ୍ରଦାନ କରାଯିବ ।

5-କୋଭିଡ୍‌-୧୯ ସଂପର୍କିତ ଅନ୍ୟାନ୍ୟ ସମସ୍ତ ମାର୍ଗଦର୍ଶିକାକୁ କଡ଼ାକଡ଼ି ଅନୁପାଳନ କରାଯିବ।

6-କୋଭିଡ୍‌-୧୯ରୁ ମୁକାବିଲା ନିମନ୍ତେ ଓଡ଼ିଶାରେ ତାଲିମପ୍ରାପ୍ତ ଡାକ୍ତର, ନର୍ସ ଏବଂ ଚିକିତ୍ସା ସହାୟକମାନଙ୍କୁ ପ୍ରସ୍ତୁତ ରଖାଯାଇଛି । ସ୍ୱତନ୍ତ୍ର ଭାବେ ଗଠିତ ତାଲିମ ଓ ଦକ୍ଷତା ବିକାଶ ଟିମ୍‌ଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ୍‌ ନର୍ସ, ୪୧୦୫ ଲାବୋରେଟୋରୀ ଟେକ୍‌ନିସିଆନ୍‌, ୪୧୧୪ ଆୟୁଷ ଡାକ୍ତର, ୪୯୦୫ ଆମ୍ବୁଲନ୍ସ ଡ୍ରାଇଭର, ୧,୩୫,୮୨୦ ଏଏନ୍‌ଏମ୍‌, ଆଶା/ଅଙ୍ଗନବାଡ଼ି କର୍ମୀ ଏବଂ ୭୨୩୬ ସଫେଇ କର୍ମଚାରୀଙ୍କୁ କୋଭିଡ୍‌-୧୯ ଯୋଦ୍ଧା ଭାବେ ତାଲିକାଭୁକ୍ତ କରାଯାଇଛି ।

7-ଖରିଫ୍‌-୨୦୨୦ରେ ୯୬ ଲକ୍ଷ ମେଟି୍ରକ୍‌ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । କୃଷକମାନଙ୍କୁ ଲାଭାନ୍ୱିତ କରିବା ଉଦ୍ଦେଶ୍ୟରେ ଫାର୍ମ ପଣ୍ଡ ଖନନ ଓ ଫସଲ ଋଣ ପ୍ରଦାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି ।

ଲକଡାଇନ
Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା, ୧୪ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ

July 2, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

July 2, 2026

ତାରାତାରିଣୀ ପୀଠ ନିକଟ ହୋଟେଲ ରୁ ଯୁବକର ଶବ ଉଦ୍ଧାର

July 2, 2026

ଦିଅରଙ୍କ ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ, ପୁଅ ଗୁରୁତର

July 2, 2026

ଖୋର୍ଦ୍ଧାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ; ଘୋଷଯାତ୍ରା ପୂର୍ବରୁ କଡ଼ା ଯାଞ୍ଚ ଓ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.