Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମା’ ପରି କିଏ ହେବ?
ବିଶେଷ ଖବର

‘ମା’ ପରି କିଏ ହେବ?

May 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୌଭାଗ୍ୟ ରଂଜନ ମହାନ୍ତି

ଆଜିକାଲି ବାପା, ମାଆ ଏବଂ ସନ୍ତାନମାନଙ୍କ ସମ୍ପର୍କକୁ କେନ୍ଦ୍ର କରି କେତେ କଥା, କେତେ ଦୃଶ୍ୟ ଗାଁ ରୁ ସହର ଯାଏଁ-ସବୁଠି । କେଉଁଠି ଗୋଟିଏ  ଛାତ ତଳେ ଥାଇ ବି ଅଲଗା ହାଣ୍ଡି, ଆଉ କେଉଁଠି ସନ୍ତାନମାନଙ୍କ ମଧ୍ୟରେ ବାପା-ମାଆଙ୍କ ଭାଗ-ବଂଟା, କିଏ କେବେ କାହା ଘରେ ଖାଇବ । ଆଜି ତା ପିଣ୍ଡା, କାଲି ୟା ପିଣ୍ଡାରେ ଭାତ ଥାଳି । ଯେମିତିକି ମଣିଷ ନୁହଁନ୍ତି, ପଦାର୍ଥ ।

ଯେଉଁ ‘ମାଆ’ ଦଶମାସ ଦଶ ଦିନ ଧରି ଗର୍ଭ ଧାରଣ କରି ନିଜ ସନ୍ତାନକୁ ଦେଖାଇଥାଏ ପ୍ରଥମ ସୂର୍ଯ୍ୟଲୋକ । ଯାର ହାତ ଧରି କୁନି କୁନି ପାଦରେ ଚାଲିବା ଶିଖାଇ ଥାଏ, ନିଜେ ନଖାଇ ସନ୍ତାନକୁ ଖୁଆଇ ପିଆଇ ବଡ କରିଥାଏ । ଯେଉଁ ମାଆ ଶିଶୁର ଆଦ୍ୟଗୁରୁ ସାଜି ଶିକ୍ଷା ଦାନ କରିଥାଏ, ଯିଏ କି ଛୁଆ ପାଇଁ ସାଜିଥାଏ, କଲ୍ୟାଣମୟୀ, ଶୁଭାଙ୍କାକ୍ଷୀ, ଦୟାବନ୍ତ, କ୍ଷମାଶାଳୀ ପରିଶେଷରେ ଅର୍ଥାତ ପରିଣମ ବୟସରେ ଏହା କଣ ତା’ର ପ୍ରାପ୍ୟ?

କାହିଁ ସିଏ କେବେ ତା’ର ଜୀବନ କାଳ ମଧ୍ୟରେ କୌଣସି ବି କର୍ତ୍ତବ୍ୟ କରି ନଥାଇ ତା’ର ସନ୍ତାନ ପାଇଁ ନିଜର ସ୍ୱାର୍ଥରକ୍ଷା କରି ଆଜି କାହିଁକି ଏଇ ପରିଣତ ବୟସରେ ସନ୍ତାନମାନେ ଏହି ଭଳି ଅବିଚାର କରୁଛନ୍ତି । ସହରରେ ରହୁଥିବା ଆଭିଜାତ୍ୟ ପରିବାରର ଅବସ୍ଥା ମଧ୍ୟ କମ କାରୁଣ୍ୟ ନୁହଁ । ଯେଉଁମାନଙ୍କ ଭବିଷ୍ୟତ ଗଢିବାରେ ବାପା ମା ତାଙ୍କର ସକଳ ଶ୍ରମ ଓ ରକ୍ତ ସମର୍ପିତ କରିଦେଇଥାନ୍ତି । ପରିଶେଷରେ ପରିଣତ ବୟସରେ ସେଇ ବାପାମାଙ୍କୁ ଜରାବାସ(ବୃଦ୍ଧା ଶ୍ରମ)ରେ ଯେ କାଳତିପାତ କରିବାକୁ ପଡ଼ିବ, ନିର୍ଯ୍ୟାତନାର ଶିକାର ହେବାକୁ ପଡିବ ତାହା କିଏ ଅବା ଜାଣିଥିଲା?

ଏକଥା ବି ଆଖିରେ ପଡିଛି ଜୀବନ ସାରା ଯେଉଁ ମାଆ ବାପାଙ୍କ ଲୁହର କାରଣ ପାଲଟି ଥିବା ପିଲା(ସନ୍ତାନ) ସେମାନଙ୍କର ସ୍ୱର୍ଗ ପ୍ରାପ୍ତି ପାଇଁ ତୀର୍ଥ ଜଳରେ ଅସ୍ଥି ବିସର୍ଜନ କରିବା ସହ ଜାକ ଜମକରେ ଶ୍ରାଦ୍ଧ କର୍ମମାନ କରିଥାନ୍ତି । ବିରାଟ ଭୋଜିଭାତର ଆୟୋଜନ ମଧ୍ୟ କରିଥାନ୍ତି । ବୋହୁଟିଏ ପଳାଇ ଆସିବା ପରେ ଗୋଟିଏ ସହର ହେଲେ ବି ଅଲଗା ଅଲଗା ସ୍ଥାନରେ(ଘରେ) ପୁଅ ତା ସ୍ତ୍ରୀ ଧରି ରହିବାର ଦେଖିବାକୁ ମିଳିଥାଏ । ମାଆ ସତେ ଯେମିତି ଅଲୋଡା । ତଥାପି ମାଆ କେବେହେଲେ ତା ପୁଅର ଅମଙ୍ଗଳ ଚିନ୍ତା କରିନଥାଏ । ଏମିତି ବି କିଛି ଦୃଶ୍ୟ ନଜରକୁ ଆସିଛି ସ୍ତ୍ରୀ କଥାରେ ପଡି ମାଆକୁ (ପରିଣତ ବୟସରେ) ଦାଣ୍ଡରେ ଘୋଷାରି ଘୋଷାରି ପୁଅ ମାରୁଥିବାର । ଏହା କଣ ତାକୁ ଦଶମାସ ଦଶ ଦିନ ଗର୍ଭରେ ଧରିବାର ମୂଲ୍ୟ? ଆଧୁନିକତାର ଦ୍ୱାହି ଦେଇ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ମାଆକୁ ପୁରୁଣା କାଳିଆ ଆଉଟ୍‌ଡେଟ୍‌ଡ୍ କହି  ଅଲଗା କରି ଦେଇଥାନ୍ତି ।

ସେଇ ପୁଅ ନିଜେ ଭାବି ନେବା ଉଚିତ, ଦିନେ ନା ଦିନେ ସେ ନିଜେ ବି ବୃଦ୍ଧା ହେବ ଏବଂ ତା’ର ସ୍ତ୍ରୀ ବୃଦ୍ଧା ହେବ । ଏମିତି ଦିନ ଆସିବ ତା’ର ସନ୍ତାନ ମାନେ ମଧ୍ୟ ତାକୁ ଯେ ଏମିତି ନକରିବେ, କିଏ ଅବା କହିବ? ଏଇ ତ ପରମ୍ପରା । ତେଣୁ ସନ୍ତାନ ସନ୍ତନ୍ତି ନିଜ ବାପା ମାର କେୟାର ନିଅନ୍ତୁ, ଯେପରି ନିଜର ପୁଅ ଝିଅ ତାହା ଶିଖିବେ ଭବିଷ୍ୟତରେ ନିଜେ ଯେତେବେଳେ ବୃଦ୍ଧ ଓ ବୃଦ୍ଧା ହେବେ । ନିଜର ସନ୍ତାନମାନେ ସେମାନଙ୍କର ସନ୍ତାନ ସନ୍ତତି ସେହଭଳି ଶିକ୍ଷା ଦେବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026
Latest News

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.