Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାରୀ ଓ ଦେଶର ଶ୍ରମିକଶ୍ରେଣୀ ପ୍ରତି ଶାସକଙ୍କ ଦୃଷ୍ଟିଭଙ୍ଗୀ
ବିଶେଷ ଖବର

ମହାମାରୀ ଓ ଦେଶର ଶ୍ରମିକଶ୍ରେଣୀ ପ୍ରତି ଶାସକଙ୍କ ଦୃଷ୍ଟିଭଙ୍ଗୀ

May 11, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଶ୍ରୀକାନ୍ତ ମହାନ୍ତି

କୌଣସି ପୂର୍ବପ୍ରସ୍ତୁତି ନ କରି କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖ ମଧ୍ୟ ରାତିରେ କୋରନା ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ସାରା ଦେଶରେ ଅଚାନକ ଲକ-ଡାଉନ ଘୋଷଣା କଲେ।ମାତ୍ର ଚାରି ଘଣ୍ଟାର ସମୟ ମଧ୍ୟରେ ପ୍ରସ୍ତୁତି ହେବା ପାଇଁ ଦେଶବାସୀଙ୍କୁ କୁହାଗଲା ଓ ଏହି ତଲାବନ୍ଦୀ ସମୟରେ ଘରେ ବସି ଟିଭି ରେ ରାମାୟଣ,ମହାଭାରତ ଧାରାବାହିକ ଦେଖି ଉପଭୋଗ କରିବା ପାଇଁ ସରକାରଙ୍କ ତରଫରୁ ପରାମର୍ଶ ଦିଆଗଲା।ଅଥଚ ଖାଦ୍ୟ ଏବଂ ଆୟର ଗ୍ୟାରେଣ୍ଟି ନ କରି ଦେଶର ଶ୍ରମଜୀବୀ ମଣିଷଙ୍କୁ ଅଚାନକ ଅନିଶ୍ଚିତତା ଓ ରୋଜଗାରହୀନ ଅବସ୍ଥା କୁ ଠେଲି ଦିଆଗଲା ।ଏହା ସହ କୋଟି କୋଟି ପ୍ରବାସୀ ଶ୍ରମିକଙ୍କୁ ବଂଚିବାର ସମସ୍ତ ରାସ୍ତାକୁ ବନ୍ଦ କରି ଭୋକ ଉପାସରେ ରଖି ଜୀବନ ଧାରଣ କରିବାର ସର୍ବନିମ୍ନ ଗ୍ୟାରେଣ୍ଟିକୁ ରାତାରାତି ଛଡେଇ ନିଆଗଲା ।

ବଞ୍ଚି ରହିବାର ଅନ୍ୟ ଉପାୟ ନପାଇ ସାରା ଦେଶରେ ଲକ୍ଷ ଲକ୍ଷ ରୋଜଗାରହୀନ ଓ ଅର୍ଥହୀନ ଶ୍ରମିକ ଚାଲି ଚାଲି, ସାଇକେଲରେ ଅବା ଟ୍ରଲିରେ ଶହ ଶହ କିଲୋମିଟର ଦୂରରେ ଥିବା ନିଜ ଘରକୁ ଫେରିବାକୁ ବାଧ୍ୟ ହେଲେ ।ସାରା ଦେଶର ମଧ୍ୟବିତ୍ତ ଜନତା ଏପ୍ରିଲ ପାଞ୍ଚ ତାରିଖରେ ଯେତେବେଳେ ନିଜର ଵାଲକୋନି ଉପରେ ଦୀପ,ମହମବତୀ ଜାଳି କୋରନା ବିରୋଧି ଲଢ଼େଇର ସିପାହୀ ମାନଙ୍କୁ ସମ୍ବର୍ଦ୍ଧନା କରୁଥିଲା ଠିକ ସେହି ସମୟରେ ସାରା ଦେଶର ରାଜପଥରେ ଲକ୍ଷ ଲକ୍ଷ ଦେଶ ନିର୍ମାଣକାରୀ ଶ୍ରମିକ ଅଖିଆ ଆଉ ଅନିଦ୍ରାରେ ନିଜ ନିଜ କର୍ମସ୍ଥାନ ଥିବା ସହରରୁ ନୀରବରେ ଆଉ ନିରାଡ଼ମ୍ବରରେ ବିଦାୟ ନେଉଥିଲେ।ମାତ୍ର ଆମର ଏହି ” ଜନମଙ୍ଗଳକାରୀ” ସରକାର ସେହି ଭୋକିଲା ଶ୍ରମିକଙ୍କୁ ରାସ୍ତାରେ ଖାଦ୍ୟ ଗଣ୍ଡେ ଯୋଗାଇ ଦେଇ ପାରିବାକୁ ମଧ୍ୟ ସକ୍ଷମ ହେଲା ନାହିଁ । ସେହି ଶ୍ରମଜୀବୀ ମଣିଷ ରାସ୍ତାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲା ଓ ସେମାନଙ୍କ ମଧ୍ୟରୁ ଅନେକ ଭୋକ ଉପାସରେ ଜୀବନ ହରେଇଲେ। ଆଉ ତା ସହିତ ଲକ- ଡାଉନ ନିୟମ ଭାଙ୍ଗିଥିବାରୁ ଶହ ଶହ ସଂଖ୍ୟାର ଶ୍ରମିକମାନେ ପୋଲିସ ନିର୍ଯ୍ୟାତନାର ଶିକାର ହେଲେ । ସଭ୍ୟ ସମାଜ ବୋଲି ଦାଦୀ କରୁଥିବା ଆମ ଦେଶରେ ଏହି ସବୁ ଘଟଣା ଥିଲା ଅତି ହୃଦୟ ବିଦାରକ ଓ ଅମାନବୀୟ ।
ଅପରପଟେ ଏହି ଅପାତକାଳୀନ ପରିସ୍ଥିତିର ସୁଯୋଗ ନେଇ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ମାନେ ପ୍ରଚଳିତ ଶ୍ରମ ଆଇନରେ ସଂଶୋଧନ ଆଣି ଶ୍ରମ ଦିବସକୁ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କଲେ ଓ ମାଲିକଶ୍ରେଣୀର ଇଛାରେ ଶ୍ରମିକର ଛଟେଇକୁ ଆଇନରେ ପରିଣତ କଲେ। ଏପରିକି ଉତ୍ତର ପ୍ରଦେଶର ଯୋଗୀ ସରକାର ଆଗାମୀ ତିନି ବର୍ଷ ପାଇଁ ୩୮ ଟି ଶ୍ରମ ଆଇନ କୁ ଅକାମୀ କରିଦେଲେ।

ପ୍ରବାସୀ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ଚାରି ଆଡୁ ଚାପ ପଡିଲା ଓ ସରକାର ଏକ ପ୍ରକାର ବାଧ୍ୟ ହୋଇ କେତେକ ସ୍ଥାନରେ ସେମାନଙ୍କ ଫେରିବା ପାଇଁ ବସ ଓ ଟ୍ରେନର ବ୍ୟବସ୍ଥା କଲେ। ମାତ୍ର ପ୍ରାୟ ଦୁଇ ମାସ ଧରି ଆୟ ନଥିବା ଶ୍ରମିକ ମାନଙ୍କୁ ଗାଡି ଭଡା ନିଜେ ଯୋଗାଡ଼ କରିବା ପାଇଁ ବାଧ୍ୟ କରାଗଲା।ଅଳ୍ପ କିଛି ସ୍ଥାନରେ ଲୋକେ ନିଜ ତରଫରୁ ଧାର ଉଦ୍ଧାର କରି ଟିକେଟ କାଟି ବହୁ ଅସୁବିଧାରେ ନିଜ ରାଜ୍ୟକୁ ଫେରିପାରିଲେ ।ଜନ ଅସନ୍ତୋଷ କୁ ଦୃଷ୍ଟିରେ ରଖି ଏଥିରୁ ଫାଇଦା ନେବା ପାଇଁ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବାସୀ ଶ୍ରମିକ ମାନଙ୍କ ଟିକେଟ ଖର୍ଚ୍ଚ ବହନ କରିବାର ଘୋଷଣା କଲେ ।ଆଉ କେନ୍ଦ୍ର ସରକାର ଅନ୍ୟ ଉପାୟ ନ ପାଇ ଟିକେଟ ଖର୍ଚ୍ଚର ୮୫ ଭାଗ ଦେବେ ବୋଲି କହିଲେ। ଯଦିଓ ଏ ସମ୍ବନ୍ଧରେ କୌଣସି ବିଧିବଦ୍ଧ ସରକାରୀ ଘୋଷଣାନାମା ଜାରି କରା ଗଲାନାହିଁ । ଏପରିକି କେନ୍ଦ୍ର ସରକାର ସୁପ୍ରିମକୋର୍ଟ ରେ ଏହି ସମ୍ବନ୍ଧରେ କୌଣସି ତଥ୍ୟ ମଧ୍ୟ ଦେଇ ପାରିଲେ ନାହିଁ।

ସବୁ ଶ୍ରମିକମାନଙ୍କ ଘରକୁ ଫେରି ଯିବାର ଚିନ୍ତା ଦେଶର ଶାସକ ବର୍ଗକୁ ଘାରିଲା । ଶ୍ରମିକ ଅଭାବରେ ମାଲିକଶ୍ରେଣୀର ସମସ୍ତ କଳକରଖାନା ଓ ଅନୁଷ୍ଠାନ ବନ୍ଦ ହେଇଯିବାର ସେମାନଙ୍କୁ ଜଳ ଜଳ ଦେଖାଗଲା। କର୍ଣ୍ଣାଟକ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ମାନେ ତ ରାଜ୍ୟର ଶିଳ୍ପପତି ଓ ବିଲ୍ଡରମାନଙ୍କ ଚାପରେ ପ୍ରତିଷ୍ଠାନ ଗୁଡିକରେ ଶ୍ରମିକ ମାନଙ୍କ ଅଭାବ ହେବାର ଆଶଙ୍କା କରି ତୁରନ୍ତ ଟ୍ରେନ ବାତିଲ କଲେ ଏବଂ ଶେଷରେ ଶ୍ରମିକମାନଙ୍କୁ ଏକ ପ୍ରକାର ବନ୍ଧକ ପରିସ୍ଥିତରେ ରଖିଲେ ।ଅଳ୍ପେବହୁତେ ସବୁ ରାଜ୍ୟ ଅଘୋଷିତ ଭାବେ ଏହି ସମାନ ନୀତି ଗ୍ରହଣ କଲେ। ଏପରିକି ଓଡ଼ିଶା ଉଚ୍ଚ ନ୍ୟାୟାଳୟ କୋରନା ଭୁତାଣୁ ର ସଂକ୍ରମଣର ବାହାନା ନେଇ ପ୍ରବାସୀ ଶ୍ରମିକମାନଙ୍କ ଯିବାଆସିବା ଉପରେ କଟକଣା ଲଗେଇଲେ।ଯଦିଓ ପରେ ସୁପ୍ରିମକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ଓ ପୁଣି ଟ୍ରେନ ଚାଲିବା ଆରମ୍ବ କରିଛି । ଏହି ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଏହା ଦେଶର ଶ୍ରମଜୀବୀ ମଣିଷ ପାଇଁ ଆଣି ଦେଇଛି ଅକଥନୀୟ ମାନସିକ ନିର୍ଯ୍ୟାତନା,ଘୋର ଶାରିରୀକ କ୍ଲାନ୍ତି ଓ ଭୟାନକ ଆର୍ଥିକ ଦୁଃସ୍ଥିତି।

ଏଠାରେ ଆମେ ମନେ ପକାଇ ଦେବା ପାଇଁ ଚାଂହୁ ଯେ ଦେଶ ବାହାରୁ ଉଡାଜହାଜରେ ଆସିଥିବା ବାବୁଭୟା ମାନଙ୍କ ଖର୍ଚ୍ଚ କେନ୍ଦ୍ର ସରକାର ନିଜେ ବହନ କରିଥିଲେ ଏବଂ ଏଥିରେ ଜଣଙ୍କ ପିଛା ହାରାହାରି ୯୨,୬୦୦ ଟଙ୍କା ଖର୍ଚ୍ଚ ହୋଇଥିବାର ଆକଳନ କରାଯାଉଛି ।ଅଥଚ ଏ କେମିତି କଥା ଯେ ଦେଶର ଭୋକିଲା ନିଃସହାୟ ପ୍ରବାସୀ ଶ୍ରମିକମାନଙ୍କ ଟ୍ରେନ/ବସରେ ଆସିବା ଖର୍ଚ୍ଚ ସେମାନେ ନିଜେ ଦେବା ପାଇଁ ବାଧ୍ୟ କରାଯାଉଛି। ଆମ ସରକାର ଏତେ ସମ୍ବେଦନହୀନ ହୋଇଗଲେ ଯେ ଏତିକି ମାତ୍ର ଭାବି ପାରିଲେ ନାହିଁ,ଦୁଇ ମାସ ହେବ ରୋଜଗାର ହରାଇ ଭୋକ ଉପାସରେ ରହିଥିବା ଏହି ଶ୍ରମିକମାନେ ଟ୍ରେନ/ବସ ଭଡା କେଉଁଠୁ ଯୋଗାଡ଼ କରିବେ ?
ପ୍ରକାଶ ଥାଉକି ଭାରତୀୟ ରେଳ(Indian Railways) ପିଏମ୍ କେୟାରସ(PM CARES) ପାଣ୍ଠି କୁ ଏବେ ଏବେ ୧୫୧ କୋଟି ଅର୍ଥ ଦାନ କରିଛି ।ସେହି ପାଣ୍ଠିରେ କଣ ଏହି ପ୍ରବାସୀ ଶ୍ରମିକମାନଙ୍କର ଯାତ୍ରାଭଡା ର ବନ୍ଦୋବସ୍ତ କରାଯାଇ ପାରି ନ ଥାନ୍ତା ! ଯଦି ଏହି ପାଣ୍ଠି ମହାମାରୀ ଯୋଗୁଁ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ଖର୍ଚ୍ଚ ରେ ଲାଗି ପାରିବ ନାହିଁ ତେବେ ଏହି ପିଏମ କେୟାରସ ପାଣ୍ଠି କଣ ପାଇଁ ଗଢ଼ା ଯାଇଛି?

ଆଉ ଶେଷରେ ଏପରି ଏକ ଅନିଶ୍ଚିତତା ଓ ଦୟନୀୟ ପରିସ୍ଥିତିରେ ଏ ଦେଶର ନିର୍ମାଣକର୍ତ୍ତା ମେହନତୀ ମଣିଷ ଏବେ ପୁଣି ଘରକୁ ଫେରିବା ପାଇଁ ମୃତ୍ୟୁକୁ ଖାତିର ନ କରି ଦେଶର ରାଜପଥରେ। ଶହ ଶହ କିଲୋମିଟର ଚାଲି ଚାଲି ତାକୁ ଆଜି ତାର ଜନ୍ମଭୂମିକୁ ଫେରିବାକୁ ପଡୁଛି। ଏବେ ଏବେ ଯେଉଁ ଦୁଃଖଦ ଖବର ମଇ ଆଠ ସକାଳୁ ସକାଳୁ ଶୁଣିବାକୁ ମିଳିଛି ତାହା ହେଉଛି ମହାରାଷ୍ଟ୍ର ର ଔରଙ୍ଗାବାଦ ନିକଟରେ ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକମାନେ ଥକା ମେଣ୍ଟାଇବା ପାଇଁ ଟ୍ରେନ ଲାଇନ ରେ ଶୋଇପଡିଥିବା ବେଳେ ଏକ ମାଲଗାଡି ଟ୍ରେନ ଚଢ଼ିଯାଇ ପନ୍ଦର ଜଣଙ୍କ ମୃତ୍ୟୁ ଘଟିଛି। କି ମର୍ମନ୍ତୁଦ ଏ ଘଟଣା ଯାହା ସମଗ୍ର ମାନବତାକୁ ଦୋହଲାଇ ଦେଇଛି ।

ଏ ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଦେଶର ଶାସକ ଗୋଷ୍ଠୀର ଶ୍ରମଜୀବୀ ମଣିଷ ପ୍ରତି ଥିବା ଏ ପ୍ରକାର ମାନସିକତାକୁ କେଉଁ ଯୁଗର ବୋଲି ଧରାଯିବ ?ଶାସକ ମାନେ କଣ ନିଜକୁ ସମ୍ରାଟ ଆଉ ଶ୍ରମଜୀବୀ ମଣିଷ କୁ ନିଜର ଦାସ ବୋଲି ଭାବନ୍ତି ?
ଆଉ ଆମେ ଶେଷରେ ଏହା କହିବାକୁ ବାଧ୍ୟ ହେଉଛୁ ଯେ ଦେଶର ନିର୍ମାଣକର୍ତ୍ତା ଶ୍ରମଜୀବୀ ମଣିଷ,ତୁମେ ସବୁ ଗଢିଛ,ତୁମର ଶ୍ରମରେ ମାଲିକର ପୁଞ୍ଜିକୁ ବହୁଗୁଣ କରିଛ,ଏ ରାଷ୍ଟ୍ରକୁ ଶକ୍ତିଶାଳୀ କରିଛ ମାତ୍ର ଆଜି ଶାସକ ଶ୍ରେଣୀର ଏ ପ୍ରକାର ଆଚରଣ ବିରୁଦ୍ଧରେ ତୁମକୁ ସ୍ୱର ଉତ୍ତୋଳନ କରିବାକୁ ପଡିବ।ମଣିଷର ଅଧିକାର ନେଇ ତୁମକୁ ବଞ୍ଚିବାକୁ ପଡିବ ।ମହାମାରୀ ର ଆଳରେ ଆଜି ତୁମର ସମସ୍ତ ଅଧିକାର କୁ ଛଡେଇ ନେବା ପାଇଁ ଶାସକ ଶ୍ରେଣୀ ଚାହିଁ ବସିଛି । ଆଜି ତୁମକୁ ହରାଇବା ପାଇଁ କିଛି ନାହିଁ ମାତ୍ର ଏହି ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ବିରୁଦ୍ଧରେ ସଂଘର୍ଷ କରିବା ବ୍ୟତିରକେ ଆଉ ତୁମ ଆଗରେ ମଧ୍ୟ ଅନ୍ୟ ରାସ୍ତା ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026
Latest News

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

ବାରବାଙ୍କୀରୁ ବହରାଇଚ୍ ୪-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଜାତୀୟ ରାଜପଥ ନିର୍ମାଣକୁ ଅନୁମୋଦନ

March 19, 2026

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.