Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ଜାଣନ୍ତୁ କଣ ରହିଛି ନବୀନଙ୍କ ଦାବି ଓ ପ୍ରସ୍ତାବ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ଜାଣନ୍ତୁ କଣ ରହିଛି ନବୀନଙ୍କ ଦାବି ଓ ପ୍ରସ୍ତାବ

May 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
PM @narendramodi holds 5th meeting with State Chief Ministers via video conferencing on #COVID19 situation, today.

ଭୁବନେଶ୍ବର : କରୋନା ମହାମାରୀ ସହ ଲଢେଇ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ପ୍ରସ୍ତୁତି କରିଛନ୍ତି । ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଥିବାବେଳେ ଆଜି ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ମାର୍ଚ୍ଚ 24ରୁ ଦେଶରେ ଲକ୍ ଡାଉନ୍‌ ଜାରି ରହିଛି । ଲକ୍‌ ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ସ୍ଥିତି ଜଟିଳ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍‌ ଆସନ୍ତା 17 ତାରିଖରେ ଶେଷ ହେବାକୁ ଥିବାବେଳେ ଆଗାମୀ ରଣନୀତି ନେଇ ଏହି ଆଲୋଚନା କରାଯାଇଛି ।

ଏହି ଆଲୋଚନା ସମୟର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବଢାଇବା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅନେକେ ଟ୍ରେନ୍‌ ଚଳାଚଳକୁ ମଧ୍ୟ ବିରୋଧ କରିଥିଲେ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବି ଉପସ୍ଥାପନ କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ତେବେ ଆସନ୍ତୁ ଜାଣିବା, ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ କ’ଣ ରହିଛି ନବୀନଙ୍କ ଦାବି

  1. କେନ୍ଦ୍ର ସରକାରଙ୍କ ଦ୍ବାରା କରୋନା ସ୍ଥିତିକୁ ନେଇ ପ୍ରଚଳିତ ହେଉଥିବା ଜିଲ୍ଲାଓ୍ବାରୀ ଜୋନ୍‌କୁ ପରିବର୍ତ୍ତନ କରାଯାଇ ସ୍ଥାନୀୟ ପ୍ରଶାସନର ପରାମର୍ଶ କ୍ରମେ ଛୋଟ ଛୋଟ ତଥା ସାଇଣ୍ଟିଫିକ୍‌ କୋଭିଡ୍‌ ଜୋନ୍‌ରେ ପରିଣତ କରାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ନବୀନ ।
  2. ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ କରି ଏହାକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନ ଉପରେ କ୍ଷମତା ନ୍ୟସ୍ତ କରାଯାଉ।
  3. ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ତ୍ବରାନ୍ବିତ ତଥା ସଶକ୍ତ କରିବା ପାଇଁ ଜାତୀୟ ସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର (ଏସ୍‌ଓପି) ପ୍ରସ୍ତୁତ କରାଯାଉ। ରାଜ୍ୟ ମାନଙ୍କର ଉତ୍ପାଦନ ଏବଂ ଅଭିବୃଦ୍ଧି ପରସ୍ପରର ପରିପୂରକ। ତେଣୁ କେନ୍ଦ୍ର ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିୟମ ପ୍ରଣୟନ କରନ୍ତୁ ।
  4. କୋଭିଡ ପରିଚାଳନାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା କରୋନା ନୀତିରେ କିଛି ପରିବର୍ତ୍ତନ କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ସାମିଲ୍‌ କରାଯାଇପାରେ । କୋଭିଡ୍‌ ଯୁଦ୍ଧ ଆହୁରି ଲମ୍ବା ଚାଲିବାକୁ ଥିବାରୁ କେନ୍ଦ୍ର ସରକାର କରୋନା ପରିଚାଳନାରେ ପଞ୍ଚାୟତରାଜକୁ ସାମିଲ କରିବା ପାଇଁ ନବୀନ ଦାବି କରିଛନ୍ତି ।
  5. ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀଙ୍କୁ ଉଦ୍ଧାର ପାଇଁ ରାଜ୍ୟ ମାନଙ୍କସହ ପରାମର୍ଶ କରି ଟ୍ରେନ୍‌ ଚଳାଚଳ କରାଯିବା ପାଇଁ ଦାବି ରଖିଛନ୍ତି ନବୀନ ।

 

ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.