Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ, ତାଲା ପଡିଛି, ହେଲେ ଚାବି ଖୋଲିବାର ସାହସ କାହା ପାଖରେ ନାହିଁ
ବିଶେଷ ଖବର

ଲକ ଡାଉନ, ତାଲା ପଡିଛି, ହେଲେ ଚାବି ଖୋଲିବାର ସାହସ କାହା ପାଖରେ ନାହିଁ

May 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ଆଠ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଉ ଚାରି ଘଣ୍ଟା ପରେ ଅର୍ଥାତ ୨୪ ତାରିଖରୁ ସାରା ଦେଶରେ ଲକ ଡାଉନ ଲାଗୁ ହେଲା। ଅର୍ଥାତ ପୂରା ଦେଶ ତାଲା ବନ୍ଦ କରି ରହିଲା। ପ୍ରଥମରେ ଏହା ୨୧ ଦିନ ଓ ତା ପରେ ଆଉ ଦୁଇଟି ପର୍ୟାୟରେ ଆହୁରି ୩୩ ଦିନ ଲକ ଡାଉନ କୁ ବଢା ଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ପୁଣି ଲକ ଡାଉନ-୪ ବିଷୟରେ ଇଙ୍ଗିତ ଦେଇସାରିଲେଣି। ଅର୍ଥାତ ଏ ଲକ ଡାଉନ ଅବ୍ୟାହତ ରହିବ।  ପ୍ରଥମରୁ କୁହା ଯାଉଥିଲା ଗୋଟିଏ ଦିନର ଜନତା କର୍ଫ୍ୟୁ ବଳରେ ଆମେ କରୋନା ଭୂତାଣୁର ସଂକ୍ରମଣକୁ ଅଟକାଇ ପାରିବା। ତାହା ଅବଶ୍ୟ ପିଲାଳିଆମୀ ଥିଲା। ତା ପରେ ଆମେ ଭାବିଲେ ଯେ ୨୧ ଦିନରେ ଏହି ଯୁଦ୍ଧ ଆମେ ଜିତିଯିବା। ତାହା ମଧ୍ୟ ଦୁରାଶା ଥିଲା। ଆଜି ପ୍ରାୟ ଦୁଇମାସର ତାଲା ବନ୍ଦ ପରେ ଆମେ ବିଶେଷ କିଛି ହାସଲ କରିବା ଅବସ୍ଥାକୁ  ଆସିନାହୁଁ। କରୋନା ଗ୍ରାଫରେ ଭାରତର ସ୍ଥାନ ଉପରକୁ ଉଠି ଉଠି ଚାଲିଛି। ବର୍ତ୍ତମାନ ଏସିଆର ସବୁଠୁ ଅଧିକ ସଂକ୍ରମିତ ଦେଶ ହେବାକୁ ଆମକୁ ଆଉ ଗୋଟିଏ ସପ୍ତାହ ଲାଗିବ। ତେବେ ଆମେ ହୁଏତ ନିଜକୁ ଆମେରିକା ଓ ୟୁରୋପ ସହିତ ତୁଳନା କରି ଟିକେ ଆଶ୍ଵସ୍ତ ହୋଇ ପାରିବା। ହେଲେ ଅସଲ ସତ୍ୟଟି ଆହୁରି ଚିନ୍ତାଜନକ। ୟୁରୋପୀୟ ଦେଶ ଇଟାଲୀ, ଜର୍ମାନୀ, ଇଂଲଣ୍ଡ, ସ୍ପେନ, ଫ୍ରାନ୍ସ ପ୍ରମୁଖ ଦେଶରେ କରୋନା ଭୂତାଣୁ ର ସଂକ୍ରମଣ ଶୀର୍ଷରେ ପହଞ୍ଚି ଏବେ ତଳକୁ ଖସିବା ଆରମ୍ଭ କଲାଣି। ହେଲେ ଭାରତରେ ସର୍ବାଧିକ ସଂକ୍ରମଣ ଜୁନ-ଜୁଲାଇ ମାସ ବେଳକୁ ହେବ ବୋଲି କୁହା ଯାଉଛି। ସେତେବେଳକୁ ଆମର ବାସ୍ତବ ସ୍ଥିତି ତା ହେଲେ କଣ ହେବ?

ଲକ ଡାଉନକୁ ଅତ୍ୟନ୍ତ ତରବାରିଆ ଭାବରେ ଓ କଠୋର ଭାବରେ ଲାଗୁ କରିବା ବେଳେ ଭାରତ ସରକାରଙ୍କର ଆକଳନ କଣ ସତରେ ଭୁଲ ଥିଲା? ମାର୍ଚ୍ଚ ୨୪ ତାରିଖ ବେଳକୁ ଦେଶରେ ମୋଟ ୫୩୬ ସଂକ୍ରମିତ ରହିଥିଲେ ଓ ସେମାନେ ପ୍ରାୟ ସଭିଏଁ ଥିଲେ ବିଦେଶ ଫେରନ୍ତା ବା ବିଦେଶୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି। ସ୍ଥାନୀୟ ସଂକ୍ରମଣ ସ୍ତରକୁ ସେତେବେଳେ ଭାରତ ଆସିନଥିଲା। ତେଣୁ ସେତେ ବେଳେ ଏକ ଯୋଜନାବଦ୍ଧ ଏବଂ ପ୍ରଭାବଶାଳୀ ଲକ ଡାଉନ ପାଇଁ ଆମ ପାଖରେ ସମୟ ଥିଲା, ସୁଯୋଗ ମଧ୍ୟ ଥିଲା। ତାହା ନ କରି ମାତ୍ର ଚାରି ଘଣ୍ଟା ଭିତରେ ଲକ ଡାଉନ ଘୋଷଣା କରିବାର ପରିଣତି ସ୍ଵରୂପ ଦେଶରେ ଦେଶରେ ଏକ ଭୟଙ୍କର ସଙ୍କଟ ଦେଖା ଦେଲା। ଲକ୍ଷ ଲକ୍ଷ ଗରିବ ଶ୍ରମିକ କୌଣସି ପ୍ରକାର ଉପାୟ ନଦେଖି ରାସ୍ତାରେ ଚାଲି ଚାଲି ଘରକୁ ଫେରିବା ଆରମ୍ଭ କଲେ। ସେମାନଙ୍କୁ ଅଟକାଇବା ଲାଗି ସରକାରଙ୍କୁ ଅନେକ ସମୟରେ ଲାଠି ପ୍ରୟୋଗ କରିବାକୁ ପଡିଲା। ତେବେ ପ୍ରଥମ ୨୧ ଦିନ ର ଲକ ଡାଉନ ସମୟରେ ଦେଶରେ କରୋନା ସଂକ୍ରମଣର ଶ୍ରୁଙ୍ଖଳାକୁ ଭାଙ୍ଗିବା ଲାଗି ଆମ ପାଖରେ ଗୋଟେ ବଡ ସୁଯୋଗ ରହିଥିଲା, ଯାହାକୁ ଆମେ କାମରେ ଲଗାଇ ପାରିଲୁ ନାହିଁ।

କେହି କେହି ଯୁକ୍ତି କରୁଛନ୍ତି ଯେ, ଲକ ଡାଉନ ଯୋଗୁଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏହି ଯୁକ୍ତିର ସବୁଠୁ ବଡ ଦୁର୍ବଳତା ହେଉଛି, ଆମର କରୋନା  ପରୀକ୍ଷା କମ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ ରହିଥିଲା। ପ୍ରଥମ ପର୍ୟାୟ ଲକ ଡାଉନ ମାର୍ଚ୍ଚ ୨୪ ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬ ଓ ମୃତ୍ୟୁ ସଂଖ୍ୟା ୧୦ ରହିଥିଲା। ଏପ୍ରିଲ ୧୪ ରେ ଏହା ୯୭୨୪ ଆକ୍ରାନ୍ତ ୩୯୬ ମୃତଙ୍କ ପାଖରେ ପହଞ୍ଚିଥିଲା। ଏହି ୨୧ ଦିନର ପ୍ରଥମ ଲକ ଡାଉନ ସମୟରେ ଆମେ ହୁଏତ ବିପୁଳ ପରୀକ୍ଷା ଆରମ୍ଭ କରି ପାରିଥାନ୍ତୁ। ମାର୍ଚ୍ଚ ୨୪ ବେଳକୁ ଦେଶରେ ୨୨,୬୯୯ ପରୀକ୍ଷା ହୋଇଥିବା ବେଳେ ୧୪ ଏପ୍ରିଲରେ ଏହା ୨,୪୪, ୮୯୩ ହୋଇଥିଲା। ଏହି ସମୟରେ ଅନ୍ତତଃ ଆମେ ଯଦି ୧୦ ପରୀକ୍ଷା ର ଲକ୍ଷ୍ୟ ଧାର୍ୟ କରିଥାନ୍ତେ, ହୁଏତ ଆମକୁ ଏହି ସମୟରେ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାର ସୁଯୋଗ ମିଳିଥାନ୍ତା।

ଗତକାଲି ପ୍ରଧାନମନ୍ତ୍ରୀ ଲକଡାଉନ ବଢାଇବାର ସୂଚନା ଦେବା ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୦୦+ ଏବଂ ମୃତକଙ୍କ ସଂଖ୍ୟା ୨୪୧୫ରେ ପହଞ୍ଚିଛି। ଏହି ପରିସ୍ଥିତିରେ ପୂରା ଲକ ଡାଉନ ଉଠାଇବା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ଗତକାଲି ବହୁ ବଡ ବଡ କଥା କହିଛନ୍ତି, ଯାହାକୁ କି କେବଳ ଭଲ ଭାଷଣ ବୋଲି କୁହା ଯାଇପାରିବ। କରୋନା ସଂକ୍ରମଣରୁ ମୁକ୍ତି ଓ ଲକ ଡାଉନର ବେଦନାରୁ ମୁକୁଳିବାର ବାଟ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାନାହିଁ। ଏବେ ଲକ ଡାଉନକୁ କିଛିଟା କୋହଳ କରା ଯାଉଛି। ହେଲେ ଲକ ଡାଉନର ଲାଭ ଅପେକ୍ଷା କ୍ଷତିର ପରିମାଣ ଦିନକୁ ଦିନ ବଢି ଚାଲିଛି। କ୍ଷତି ଭରଣା କରିବାକୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଗତକାଲି ଘୋଷଣା କରିଛନ୍ତି। ତେବେ ସେ ପ୍ୟାକେଜ ପାଇଁ କେଉଁ ସୂତ୍ରରୁ ଅର୍ଥ ଆସିବ, ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ।

ସେ ଯାହା ବି ହେଉ ଆସନ୍ତା ଅଗଷ୍ଟ ମାସ ପର୍ୟନ୍ତ କରୋନା ଭୂତାଣୁର ପ୍ରକୋପ ଭାରତରେ ରହିବ। ତେଣୁ ସେ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିବ। ସଂଖ୍ୟା ଦେଖି ଯଦି ଲକ ଡାଉନ ଉଠାଇବାର ନିର୍ଣ୍ଣୟ ନେବାକୁ ପ୍ରଧାନମନ୍ତ୍ରୀ ଭାବୁଥାନ୍ତି, ତାହେଲେ ଏ ଦେଶରେ ଆଉ ତାଲା ଖୋଲିବାର ସମ୍ଭାବନା ଅନ୍ତତଃ ଆଉ ତିନି ମାସ ପାଇଁ ଆସିବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.