Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାରୀରୁ ମୁକ୍ତି ପାଇଁ ଏକ ସୁନ୍ଦର ଭାଷଣର ଉପଚାର, ୟା ପରେ କରୋନାର ଯନ୍ତ୍ରଣା ଚାଲିଗଲା ବୋଲି ଜାଣନ୍ତୁ!!
ବିଶେଷ ଖବର

ମହାମାରୀରୁ ମୁକ୍ତି ପାଇଁ ଏକ ସୁନ୍ଦର ଭାଷଣର ଉପଚାର, ୟା ପରେ କରୋନାର ଯନ୍ତ୍ରଣା ଚାଲିଗଲା ବୋଲି ଜାଣନ୍ତୁ!!

May 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏଷୋ ପନ୍ଥାଃ…ଏହା ହିଁ ଏକମାତ୍ର ମାର୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ତାରିଖ ସନ୍ଧ୍ୟା ୮ ଟା ସମୟରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବାକୁ ଯାଇ ମୁଣ୍ଡକ ଉପନିଷଦର ଏହି ଖଣ୍ଡ ବାକ୍ୟର ପ୍ରୟୋଗ କରିଥିଲେ। ତାଙ୍କ କହିବା କଥା ଥିଲା, ବର୍ତ୍ତମାନ ପାଇଁ ଆତ୍ମନିର୍ଭରଶୀଳ ହେବା ହିଁ ଏକମାତ୍ର ମାର୍ଗ। ପ୍ରଧାନମନ୍ତ୍ରୀ ମହୋଦୟ! କେବଳ ବର୍ତ୍ତମାନ ପାଇଁ ନୁହେଁ, ସବୁବେଳେ ଓ ସବୁ ସମୟ ପାଇଁ ଆତ୍ମନିର୍ଭରଶୀଳତା ହିଁ ଏକମାତ୍ର ମାର୍ଗ। ହେଲେ ଆପଣଙ୍କ ଦଳ ଓ ଆପଣଙ୍କ ସରକାର ଜାତୀୟ ଅର୍ଥନୀତିରେ କେବେହେଲେ ଏହି ପନ୍ଥା ଅବଲମ୍ବନ କରିନାହାନ୍ତି। ତାହା ହିଁ ଆମ ଅର୍ଥନୀତିର ସବୁଠୁ ଦୁର୍ବଳ ଦିଗ। ବିଦେଶୀ ପୁଞ୍ଜି ଓ ମାତ୍ରାଧିକ ରପ୍ତାନୀ ଉପରେ ନିର୍ଭରଶୀଳ ଆମ ଅର୍ଥନୀତି ମୁଖ୍ୟତଃ ବିଦେଶୀ ପୁଞ୍ଜିର ଦାସତ୍ଵକୁ ବରଣ କରିନେଇଛି। ବିଦେଶୀ ପୁଞ୍ଜି ଓ ବିଦେଶୀ ଉତ୍ପାଦନ ବିନା ଯେମିତି ସ୍ଵଦେଶୀ ଅର୍ଥନୀତି ଚାଲି ନ ପାରେ ସେ ବ୍ୟବସ୍ଥା ଆପଣମାନେ କରି ଦେଇଛନ୍ତି। ଆଜି ଆତ୍ମନିର୍ଭରଶୀଳତା କେବଳ ଏକ ଫମ୍ପା ସ୍ଲୋଗାନ।

ଆତ୍ମନିର୍ଭରଶୀଳ ହେବାକୁ ଆମକୁ ସ୍ଵାଧୀନତା ଆନ୍ଦୋଳନ ସମୟରୁ ଜଣେ ଲୋକ ବାରମ୍ବାର ଚେତାଇ ଦେଇ ଆସୁଥିଲେ। ସେ ଆମର ପ୍ରିୟା ବାପୁ, ଆମର ପ୍ରିୟ ମହାତ୍ମା ଗାନ୍ଧୀ। ସ୍ବାବଲମ୍ବୀ ନହେଲେ ସ୍ଵରାଜ ବା ସ୍ଵାଧୀନତା ର କିଛି ମୂଲ୍ୟ ନାହିଁ ବୋଲି ସେ ବାରମ୍ବାର ଆମକୁ କହି ଆସୁଥିଲେ। ସ୍ଵାଧୀନତା ପରେ ସେଥିପାଇଁ ବୋଧେ ଆମେ ସମାଜବାଦୀ ଅର୍ଥନୀତିକୁ ଗ୍ରହଣ କରିଥିଲୁ। ତେବେ ନେହେରୁଙ୍କର ସମାଜବାଦୀ ଅର୍ଥନୀତିକୁ ଅଭିବୃଦ୍ଧିର ବିରୋଧୀ ବୋଲି କିଏ କହିଥିଲା? ନବେ ଦଶକରେ ଯେତେବେଳେ ଆମେ ଆମ ବଜାରକୁ ଉନ୍ମୁକ୍ତ କରିଦେଲୁ ଓ ବିଦେଶୀ ପୁଞ୍ଜିର ବଜାରରେ ନିଜକୁ ଠିଆ ହେବାକୁ ସଜ କଲୁ, ସେତେବେଳେ ଗାନ୍ଧୀଙ୍କୁ ଆମେ ପୁରୁଣାକାଳିଆ ବୋଲି ଭାବି ନଥିଲେ କି? ଆଜି ହଠାତ ଗାନ୍ଧୀ ଅର୍ଥନୀତିକୁ ମୋଦୀ ପୋଷାକ ପିନ୍ଧାଇବାର ଏ ଉଦ୍ୟମ ବେଳେ, ଇତିହାସ ଆମକୁ ପରିହାସ କରୁଥିବ ନିଶ୍ଚୟ।

ତେବେ ଅର୍ଥନୀତିର ଯେଉଁ ଅବସ୍ଥାରେ ଆମେ ଠିଆ ହୋଇଛୁ, ସେଠି କୌଣସି ନୀତିଗତ ପରିବର୍ତ୍ତନ ଆଜି ସମ୍ଭବ ନୁହେଁ। କେବଳ ଭାଷଣରେ ଦେଶ ଆତ୍ମା ନିର୍ଭରଶୀଳ ହେବନାହିଁ। ଆତ୍ମ ନିର୍ଭରଶୀଳ ହେବାକୁ ସ୍ଵଦେଶୀ ପୁଞ୍ଜି, ସ୍ଵଦେଶୀ ଶ୍ରମ ଓ ସ୍ଵଦେଶୀ ବଜାର, ଏହି ତିନୋଟି ପ୍ରାଥମିକ ଆବଶ୍ୟକତା। ଆଜି ଯେତେବେଳେ “ଲୋକାଲ ପାଇଁ ଭୋକାଲ” ହେବାକୁ ପ୍ରଧାନମନ୍ତ୍ରୀ କହୁଛନ୍ତି, ସେତେବେଳେ ତାଙ୍କ ନିଜ ଦଳର ମୁଖ୍ୟମନ୍ତ୍ରୀମାନେ ବିଦେଶୀ କମ୍ପାନୀମାନଙ୍କୁ ନାଲି ଗାଲିଚା ବିଛେଇ ଡାକିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଶ୍ଚୟ ଜାଣିଥିବେ ଯେ ବିଦେଶୀ କମ୍ପାନୀଙ୍କୁ ଡାକିବା ଲାଗି ଯେଉଁ ଗାଲିଚା ବିଛା ଯାଇଛି, ସେଥିରେ ଏ ଦେଶର ଶ୍ରମିକମାନଙ୍କର ରକ୍ତ ଲାଗିଛି। ବିଦେଶୀ ପୁଞ୍ଜି ଲାଗି ସ୍ଵଦେଶୀ ଶ୍ରମକୁ ଗୋଲାମୀରେ ରୂପାନ୍ତରିତ କରିବାର ଉଦ୍ୟମ ଏବଂ ସ୍ଵଦେଶୀ ଅର୍ଥନୀତି ଏକା ସାଙ୍ଗରେ ଚାଲିବ କେମିତି?

ଆଜିର ମହାମାରୀ ବେଳାରେ ଭାରତର କୋଟି କୋଟି ଶ୍ରମିକ, କୃଷକ ଓ କ୍ଷୁଦ୍ର ବ୍ୟବସାୟୀ ନିଜର ଦାନାପାଣି ହରାଇଛନ୍ତି। ସେତେବେଳେ ସେମାନଙ୍କୁ ଏକ ସୁନ୍ଦର ଭାଷଣ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦେବା ପାଇଁ ଅଧିକ କିଛି ନାହିଁ। ଯେଉଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ କଥା ପ୍ରଧାନମନ୍ତ୍ରୀ କହିଛନ୍ତି ସେଥିରୁ ପ୍ରାୟ ସାତ ଲକ୍ଷ କୋଟି ଟଙ୍କା ଆଗରୁ ଘୋଷିତ ହୋଇ ସାରିଛି। ଦୀର୍ଘ କାଳୀନ ଲକ ଡାଉନ ରହିଲେ, ଯେତେ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କାଲେ ମଧ୍ୟ ଅର୍ଥନୀତିରେ ସୁଧାର ଆସିବ ନାହିଁ। ଲକ ଡାଉନ ରହିଲେ ବଜାର ବନ୍ଦ ରହିବ ଓ ବଜାର ନ ରହିଲେ ଚାହିଦା ମଧ୍ୟ ରହିବ ନାହିଁ। ଚାହିଦା ବିନା ଯୋଗାଣ ବ୍ୟବସ୍ଥାର ବିଶେଷ କିଛି ମୂଲ୍ୟ ରହିବ ନାହିଁ। କରୋନା ସଂକ୍ରମଣର ଭୟ ଆମ ବଜାରକୁ ସଂପୂର୍ଣ୍ଣ ଧ୍ଵଂସ କରିଦେଇଛି। କାଲି ଲକ ଡାଉନ ଉଠିଲେ ମଧ୍ୟ ବଜାର ନିଜର ପୂର୍ବ ସ୍ଥିତିକୁ ତୁରନ୍ତ ଫେରି ପାରିବ ନାହିଁ। ଏଥିଲାଗି ବଜାରକୁ ଭୟମୁକ୍ତ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ସେ ବିଷୟରେ ପଦେ ମଧ୍ୟ କହିନାହାନ୍ତି।

ସବୁଠୁ ମଜାର କଥା ହେଉଛି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ କେବଳ ଭାଷାର ଯାଦୁକରୀ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି। ସେମାନଙ୍କ ପାଇଁ କରୋନା ମୁକାବିଲା ପାଇଁ ଭାଷଣ ହିଁ ବୋଧେ ଏକମାତ୍ର ଉପଚାର! ପ୍ରଧାନମନ୍ତ୍ରୀ କହିଥିବା ପ୍ୟାକେଜ ଭିତରୁ ପ୍ରଥମ ଭାଗରେ ଯାହା ଜଣା ପଡୁଛି, ସେଥିରୁ ଋଣ ପ୍ରଦାନ ଉପରେ ସର୍ବାଧିକ ଗୁରୁତ୍ଵ ଆରୋପ କରା ଯାଉଛି। ଯେତେବେଳେ ବଜାରରେ ଭୟ ଓ ଅସ୍ଥିରତାର ବାତାବରଣ ରହିଛି, ସେଥିରେ ଋଣ ଉଠାଇ ବ୍ୟବସାୟ ବା ଶିଳ୍ପର ସମ୍ପ୍ରସାରଣ ସମ୍ଭବ କି? ଅର୍ଥନୀତିର ମୌଳିକ ସମସ୍ୟା ନିରାକରଣ ନ କରି, ଋଣ ଦେଇ ଘିଅ ପିଇବାକୁ କହିବାର କୌଣସି ଅର୍ଥ ନାହିଁ!!

ସବୁଠୁ ବଡ ସମସ୍ୟା ହେଉଛି, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ବଜାରର ସ୍ଵାଭାବିକ ଅବସ୍ଥା କେବେ ଫେରିବ, ସେ କଥା କହିବାକୁ ଅସମର୍ଥ। ବିନା ବାଜାରରେ ଋଣ ଦେବାର ଭାଷଣ ର ବିଶେଷ କିଛି ମୂଲ୍ୟ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026

ଆଜି ଜାତୀୟ ସ୍ତରରେ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ କେନ୍ଦ୍ରମନ୍ତ୍ରୀ

May 7, 2026
Latest News

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.