Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଣା ହୋଇ ଯାଇଥିବା ଅର୍ଥନୀତିର ବେଲୁନରେ  “ପ୍ୟାକେଜ” ର ପବନ କି କାମରେ ଆସିବ?   
ବିଶେଷ ଖବର

କଣା ହୋଇ ଯାଇଥିବା ଅର୍ଥନୀତିର ବେଲୁନରେ  “ପ୍ୟାକେଜ” ର ପବନ କି କାମରେ ଆସିବ?   

May 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମ ଭାରତୀୟମାନେ ଅର୍ଥନୀତି ତଥା ରାଜନୀତିର ଗହନ କଥା ବୁଝିବାକୁ ସବୁବେଳେ ପଛଘୁଞ୍ଚା ଦେଇଥାଉ। ଆମକୁ ପୁରାଣର ସେଇ ଗୋଟିଏ କଥା କାଳକାଳରୁ ପ୍ରଭାବିତ କରି ଆସିଛି-ବିଶ୍ଵାସେ ମିଳଇ ହରି ତର୍କେ ବହୁ ଦୂର। ତେଣୁ ତର୍କ ଓ ବିଶ୍ଳେଷଣ କଥା ଉଠିଲେ ଆମକୁ ନିଦ ମାଡେ। ତାର ସୁବିଧା ନେଇ ଆମର ରାଜନେତାମାନେ ଆମକୁ ବଢିଆ ଗଦ ଶୁଙ୍ଘାନ୍ତି। ଆମକୁ ବଶ କରିବାର କଳା ଟି ସେମାନଙ୍କୁ ଭଲଭାବରେ ଜଣା। ଏହି ଗୁଣ ଯୋଗୁଁ ଦେଶର ଅର୍ଥନୈତିକ ଦୁର୍ଦ୍ଦଶା ଲାଗି ଯେଉଁ ରାଜନେତାମାନେ ଦାୟୀ ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ଆମେ ଭୟ କରୁ କିମ୍ବା ଭକ୍ତି ଯୋଗୁଁ ପ୍ରଶ୍ନ ପଚାରିବାକୁ ଆଡେଇ ଯାଉ। ଆଜି ଭାରତର ଅର୍ଥନୈତିକ ଦୁର୍ଗତି ଏକ ବାସ୍ତବତା। ତେବେ କରୋନା ଭୂତାଣୁ ଯୋଗୁଁ ଏ ଦୁର୍ଦ୍ଦଶା ବୋଲି ଆମକୁ କେହି କେହି କହିବାକୁ ଚେଷ୍ଟା କରୁଛନ୍ତି।

ତେବେ ସତରେ କଣ କରୋନା ଭୂତାଣୁ ହିଁ ଏଥିପାଇଁ ଦାୟୀ? ଏହା ପୂର୍ବରୁ ଆମର ଅର୍ଥନୀତିର ସ୍ଥିତି ଭଲ ଥିଲା କି? କରୋନା ଭୂତାଣୁର ସଂକ୍ରମଣ ହେତୁ ସାରା ପୃଥିବୀର ଅର୍ଥନୀତି ନିମ୍ନଗାମୀ, ତେଣୁ ସ୍ଵାଭାବିକ ଭାବରେ ଭାରତର ଅର୍ଥନୀତି ମଧ୍ୟ ତଳକୁ ଖସିବାକୁ ବାଧ୍ୟ ବୋଲି ଆମେ ନିଜେ ନିଜକୁ ଆଶ୍ଵାସନା ଦେଉଛୁ। ଭାରତ ସରକାର ଆମକୁ ଏବେ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ଅର୍ଥନୀତିର ଢାଞ୍ଚା ଆଗାମୀ ଦିନରେ ବଦଳିବ ଓ ଯଥାଶୀଘ୍ର ଆମେ “ଆତ୍ମନିର୍ଭରଶୀଳ ଭାରତ” ଗଠନ କରିପାରିବା।

ପ୍ରଶ୍ନ ହେଉଛି, ବାରମ୍ବାର ଅର୍ଥନୀତିର ସ୍ଵାଭାବିକ ଗତିକୁ ଅଟକ ରଖି ଆମେ ଆତ୍ମ ନିର୍ଭର ହୋଇ ପାରିବା କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ଚିନ୍ତାଧାରା ସବୁବେଳେ କ୍ଷମତା ହାସଲର ରାଜନୀତି ଦ୍ଵାରା ପ୍ରଭାବିତ। ତେଣୁ ଅର୍ଥନୀତିର ମୌଳିକ ବିକାଶ ତୁଳନାରେ କ୍ଷମତା ଦଖଲ କରିବାର ଲୋକପ୍ରିୟ କୌଶଳକୁ ସେ ଅର୍ଥନୀତିରେ ପ୍ରୟୋଗ କରିଛନ୍ତି। ବାରମ୍ବାର ଲୋକଙ୍କୁ ଆର୍ଥିକ “ଝଟକା” ଦେବାଟାକୁ ନିଜର ରାଜନୈତିକ ସଫଳତା ବୋଲି ମୋଦୀଙ୍କର ହୃଦବୋଧ ହୋଇଛି। ତାହା ଅନେକାଂଶରେ ସତ୍ୟ ମଧ୍ୟ। ଲୋକେ “ମୋଦୀ ଝଟକା” ସହିତ ଅଭ୍ୟସ୍ତ ହୋଇ ଗଲେଣି। ଏହାକୁ ମନସ୍ତତ୍ତ୍ଵରେ “ମାସୋକିଜମ” ବୋଲି କୁହାଯାଏ। ଜଣେ ଲୋକକୁ ଆପଣ ଏତେ ଅନ୍ଧ ଭାବରେ ଭଲ ପାଇବା ଆରମ୍ଭ କରନ୍ତି ଯେ, ସେ ଦେଉଥିବା ପୀଡା ଓ ଯନ୍ତ୍ରଣାକୁ ମଧ୍ୟ ଆପଣ ଭଲପାଇବା ଆରମ୍ଭ କରନ୍ତି। ଭାରତୀୟ ରାଜନୀତିରେ ଏ ମାସୋକିଷ୍ଟ ସମୟରେ ଆମକୁ ଆହୁରି ଅନେକ ଅର୍ଥନୈତିକ ଯନ୍ତ୍ରଣା ଭୋଗିବାକୁ ପଡିବ।

ଆପଣ ଯଦି ଅର୍ଥନୀତିରେ ରୁଚି ରଖନ୍ତି ତାହେଲେ ଡିସେମ୍ବର ୨୦୧୯ ରେ ମୋଦୀ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନ୍ୟମଙ୍କର ଏକ ଲେଖା ମନେଥିବ ନିଶ୍ଚୟ। ଅରବିନ୍ଦ ସୁବ୍ରମନ୍ୟମଙ୍କ ଲେଖାର ଶୀର୍ଷକ ଥିଲା “ଭାରତୀୟ ଅର୍ଥନୀତିର ବିରାଟ ମାନ୍ଦାବସ୍ଥା, କାହିଁକି ଓ ଏଥିରୁ ମୁକୁଳିବାର ବାଟ କଣ”( India’s great slowdown, what happened? What’s the way out?)  ଏହି ଲେଖାରେ ଗୋଟେ କଥା ଅତ୍ୟନ୍ତ ସ୍ପଷ୍ଟ ଭାବରେ କୁହା ଯାଇଥିଲା ଯେ ମୋଦୀ ସରକାର ଅର୍ଥନୀତିର ସ୍ଵାଭାବିକ ଗତିକୁ ବାରମ୍ବାର ଅଟକ ରଖିବାର ପ୍ରୟାସ କରୁଛନ୍ତି ଓ ତାହାର ପରିଣତି ସ୍ୱରୂପ ଦେଶର ଅଭିବୃଦ୍ଧି ହାର ୭% ରୁ ଖସି ଆସି ୪.୫% ରେ ପହଞ୍ଚିଛି। ଅର୍ଥନୀତିକୁ ସୁଧାରିବା ଲାଗି ଆନ୍ତର୍ଜାତିକ ବଜାରରେ ତେଲ ଦର ହ୍ରାସ ପାଇବା ଏକ ବଡ ସୁଯୋଗ ସୃଷ୍ଟି କରିଥିଲା। ତେବେ ବିମୂଦ୍ରାକରଣ ଏବଂ ଅଚିନ୍ତିତ ଜିଏସଟି ବ୍ୟବସ୍ଥା ଆମର ଅର୍ଥନୀତିକୁ ବହୁତ ବଡ ଝଟକା ଦେଇଥିଲା। ସେହି ଝଟକା କୁ ସମ୍ଭାଳି ନ ପାରି ଦେଶର ଅର୍ଥନୀତି ତଳକୁ ତଳ ଖସିବା ଆରମ୍ଭ କରିଥିଲା।

ଡିସେମ୍ବର ରେ କରୋନା ସଂକ୍ରମଣ କଥା କେହି ଚିନ୍ତା ବି କରିନଥିଲେ। ମାର୍ଚ୍ଚ ୧୮ ତାରିଖ ପର୍ୟନ୍ତ ଭାରତ ସରକାର କରୋନା କୁ ନେଇ ଆଦୌ ଚିନ୍ତିତ ନଥିଲେ। ତେବେ ମାତ୍ର ସପ୍ତାହେ ଭିତରେ ହଠାତ କରୋନା ମୁକାବିଲା କରିବାକୁ ଯାଇ ମାର୍ଚ୍ଚ ୨୨ ରୁ ଦେଶର ସ୍ଵାଭାବିକ ଅର୍ଥନୀତିକୁ ପ୍ରାୟ ଦୁଇ ମାସ ଧରି ଅଚଳ କରିଦେବାର ନିଷ୍ପତ୍ତି ନିଆଗଲା। ଗୋଟେ ମହାମାରୀର ମୁକାବିଲା କରିବାକୁ ଯାଇ ମୋଦୀ ସରକାର ଯେ ଆଉ ଏକ ଅର୍ଥନୈତିକ ମହାମାରୀକୁ ଜନ୍ମ ଦେଉଛନ୍ତି, ତାହା ସେତେବେଳେ କେହି ଭାବିନଥିଲେ।

ଆଜି କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଯେତିକି ଲୋକ ମାରୁଛନ୍ତି, ଠିକ ସେତିକି ଲୋକ ଲକ ଡାଉନର ଯନ୍ତ୍ରଣା ଯୋଗୁଁ ପ୍ରାଣ ହରାଉଛନ୍ତି। କରୋନା ସଂକ୍ରମଣ ଏକ ପ୍ରାକୃତିକ ବିପତ୍ତି ହୋଇଥିବା ବେଳେ “ଲକ ଡାଉନ” ସରକାର କୃତ ବିପତ୍ତି। ସରକାରଙ୍କ ଦ୍ଵାରା ହଠାତ ଦିଆ ଯାଇଥିବା ଏହି ଝଟକାରେ କୋଟି କୋଟି ଶ୍ରମିକ ଆଜି ପ୍ରାଣ ବିକଳରେ ରାସ୍ତାରେ ନିଜ ଘରକୁ ଫେରୁଛନ୍ତି। ଶତାଧିକ ଶ୍ରମିକ ଦୁର୍ଘଟଣାରେ ମଲେଣି। ଅନେକେ ରାସ୍ତାରେ ଦୁର୍ବଳ ହୋଇ ପ୍ରାଣ ହରାଉଛନ୍ତି। ଆଉ କିଛି ମାନସିକ ଚାପ ସମ୍ଭାଳି ନ ପାରି ଆତ୍ମହତ୍ୟା କରୁଛନ୍ତି।

ବାରମ୍ବାର ମର୍ଜି ମୁତାବକ ଅର୍ଥନୈତିକ ଝଟକା ଦେବାର ପ୍ରବଣତା ଯୋଗୁଁ ମୋଦୀ ସରକାର ଆଜି ଦେଶର ଅର୍ଥନୈତିକ ମେରୁଦଣ୍ଡକୁ ଦୋହଲାଇ ଦେଇ ସାରିଛନ୍ତି। ଆଜି ଋଣ ଦେଇ ଅର୍ଥନୀତିକୁ ସୁଧାରିବାର ଓ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ର ସ୍ଵପ୍ନ ଦେଖାଉଥିବା ନରେନ୍ଦ୍ର ମୋଦୀଙ୍କୁ କେହି ଜଣେ ଅବଶ୍ୟ ପଚାରିବା ଉଚିତ ଯେ, ଆଜ୍ଞା, ବଜାର ତ ନାହିଁ, ଗରାଖ ତ ନାହାନ୍ତି, ଉତ୍ପାଦନ ନାହିଁ କି ଶ୍ରମିକମାନେ ନାହାନ୍ତି, ତାହେଲେ ଆପଣଙ୍କ ପ୍ୟାକେଜର ଲାଭ ନେବା କିଏ?

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.