Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରମିକ ଆଜି ନିଜ ଦୁଃଖରେ ନିଜେ ଆତ୍ମନିର୍ଭର, ତା ଲାଗି ନା ଅଛନ୍ତି ସରକାର ନା ରହିଛି ଅଦାଲତ
ବିଶେଷ ଖବର

ଶ୍ରମିକ ଆଜି ନିଜ ଦୁଃଖରେ ନିଜେ ଆତ୍ମନିର୍ଭର, ତା ଲାଗି ନା ଅଛନ୍ତି ସରକାର ନା ରହିଛି ଅଦାଲତ

May 16, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ମାନ୍ୟବର ସୁପ୍ରିମକୋର୍ଟ କହିଲେ, କିଏ କେଉଁଠି ଚାଲିବାକୁ ଚାହିଁଲେ, ତାଙ୍କୁ ଅଟକାଇବାର ଦାୟିତ୍ୱ ଆମର ନୁହଁ। ସେ ଦାୟିତ୍ୱ ରାଜ୍ୟ ସରକାରମାନେ ବୁଝନ୍ତୁ। ଆମ ଦେଶର ସର୍ବୋଚ୍ଚ ଅଦାଲତ ଯାହା କହିବେ, ତାହା ହିଁ ଚୂଡାନ୍ତ। ତେଣୁ ସେ ସମ୍ପର୍କରେ ପ୍ରଶ୍ନ କରିବାର ଅଧିକାର ଆମର ନାହିଁ। କେବଳ ଏ ଦେଶର ସାଧାରଣ ନାଗରିକ ଭାବରେ ଆମେ ଏତିକି ବୁଝି ଯିବାକୁ ବାଧ୍ୟ ଯେ, ଗରିବ ହେବାର ଭାଗ୍ୟ କୁ ଭଗବାନ ଭରସା ରେ ସହିଯିବା ଅପେକ୍ଷା ଆମର ଆଉ କିଛି ବାଟ ନାହିଁ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କର ଓକିଲ ତୁଷାର ମେହେତା କହିଲେ, ସରକାର ତ ସମସ୍ତଙ୍କୁ ଛାଡ଼ିବେ ବୋଲି କହୁଛନ୍ତି, ଏ ଲୋକ ସବୁ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରୁନାହାନ୍ତି କାହିଁକି!!

ଭଲକଥା, ଏମାନେ ସବୁ ଅମାନିଆ। ହେଲେ ଓକିଲ ବାବୁ, ବୋଧହୁଏ ଜାଣିନାହାନ୍ତି, ମାସ ପୂରିଲେ ଘରଭଡା ଦେବାକୁ ପଡେ। ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣି ତାଳି ଓ ଥାଳି ବାଡ଼ଉଥିବା ଘର ମାଲିକ, ମାସ ଶେଷରେ ଘରଭଡା ନ ପାଇଲେ ଶ୍ରମିକଙ୍କୁ ରାସ୍ତାକୁ ଫୋପାଡ଼ି ଦିଏ। ଆଜି ଲକ୍ଷ ଲକ୍ଷ ଶ୍ରମିକ ପାଦରେ ଚାଲି ସଉକ ମେଣ୍ଟାଉ ନାହାନ୍ତି। ସେମାନେ ହଜାର ହଜାର କିଲୋମିଟର ବାଟ ଚାଲିବାକୁ ଓ ଚାଲୁ ଚାଲୁ ମରିବାକୁ ବାଧ୍ୟ ହୋଇଛନ୍ତି। କରୋନା ଭୂତାଣୁକୁ ରୋକିବା ପାଇଁ ସରକାରୀ ଲକ ଡାଉନ ଆଜି ଲକ୍ଷ ଲକ୍ଷ ଶ୍ରମିକ ପରିବାର ଲାଗି ଅଭଶାପ ପାଲଟି ଯାଇଛି। ଭୋକ, ଭୟ ଓ ଅଭାବ ର ଭାଷା କୁ ମାନ୍ୟବର ସୁପ୍ରିମକୋର୍ଟ ବୁଝିବାକୁ ନ ଚାହିଁଲେ, ଆମେ କେବଳ ବ୍ୟଥିତ ହେବା ସିନା, ଅଧିକ କିଛି କରି ପାରିବା ନାହିଁ।

ଆମର ପ୍ରଧାନମନ୍ତ୍ରୀ କହୁଛନ୍ତି, ଦେଶର ମୋଟ ଆୟର ଦଶ ଭାଗ କରୋନା ଭୂତାଣୁ ବିରୋଧୀ ସଙ୍ଘର୍ଷ ରେ ଖର୍ଚ୍ଚ ହେଉଛି। ଅର୍ଥ ମନ୍ତ୍ରୀ ଗୋଟେ ଲମ୍ବା ତାଲିକା ଦେଇ କହିଲେ ଯେ, ଗରିବ ଲୋକଙ୍କ ଖାତା ରେ ତିନି ଲକ୍ଷ କୋଟି ଟଙ୍କା ଓ ରାସନ ଜମା ହେଲାଣି। ତେବେ ପରିବାର ପିଛା, ଏ ଟଙ୍କା ମାସକୁ ପାଞ୍ଚ ଶହ। କି ଦୟାବାନ ସରକାର ସତରେ! ମାସକୁ ପାଞ୍ଚ ଶହ ଟଙ୍କା ଓ ପାଞ୍ଚ କେଜି ଚାଉଳ ଦେଇ, ଆମକୁ କହୁଛନ୍ତି, ମାସ ମାସ ଧରି ଘରେ ବସିଥାଅ। ମୁମ୍ବାଇ କି ସୁରତ ସହରରେ ପାଞ୍ଚ ଶହ ଟଙ୍କା ର ମୂଲ୍ୟ କେତେ? ଛାଡ଼ନ୍ତୁ, ଏ ସବୁ ପ୍ରଶ୍ନ ର କିଛି ମାନେ ନାହିଁ। ସରକାର ନିଜକୁ ଦୟାଳୁ ଦେଖାଇବାକୁ ଗୋଟେ ବଡ଼ ଅଙ୍କ ତିଆରି କରନ୍ତି। ସେ ଅଙ୍କକୁ ନେଇ ଖବରକାଗଜ ଓ ଟେଲିଭିଜନ ର ହେଡ଼ଲାଇନ ତିଆରି ହୁଏ। ସରକାରୀ ଶୁଆ ହୋଇ କାମ କରୁଥିବା ଆମ ସାମ୍ବାଦିକମାନେ ଚିତ୍କାର କରନ୍ତି, “ଗରିବଙ୍କ ପାଇଁ ଖୋଲିଗଲା ସରକାରୀ ଭଣ୍ଡାର”। ହେଲେ ବେଚାରା ଗରିବ ସେମିତି ରାସ୍ତାରେ ଚାଲୁଥାଏ।

ଆମେ ଭାରତ ପାକିସ୍ତାନ ବିଭାଜନ ବେଳେ ଏମିତି ଲକ୍ଷ ଲକ୍ଷ ଉଦବାସ୍ତୁ ଶରଣାର୍ଥୀଙ୍କୁ ରାସ୍ତାରେ ଦେଖି ଥିଲୁ। ଆଜି ଭାରତ ବିଭାଜନର ୭୪ ବର୍ଷ ପରେ ସେହି ସମାନ ଦୃଶ୍ୟ। ତେବେ ଏ ଦୁର୍ଦ୍ଦଶା କେବଳ କରୋନା ଭୂତାଣୁ କରିଛି ବୋଲି କହି ହେବ ନାହିଁ। ଏହି ଦୁର୍ଦ୍ଦଶା ସରକାର ପ୍ରାୟୋଜିତ ଓ ସରକାରଙ୍କ ଦ୍ବାରା ନିୟନ୍ତ୍ରିତ। ବିନା ଯୋଜନା ଓ ରଣନୀତି ରେ ମାସ ମାସର ଲକ ଡାଉନ କୌଣସି ମସ୍ତିଷ୍କ ଥିବା ସରକାର କରେନାହିଁ। ଯଦି ଶ୍ରମିକ ମାନେ ଘରକୁ ଫେରିଲେ ସଙ୍କ୍ରମଣ ବଢ଼ିବାର ଆଶଙ୍କା ଥିଲା, ସେମାନେ ନିଜ ଜାଗାରେ କେମିତି ସୁରକ୍ଷିତ ରହିବେ ସେ ବ୍ୟବସ୍ଥା ସରକାରଙ୍କୁ କରିବାର ଥିଲା। ସରକାର ଓ କାରଖାନା ମାଲିକମାନେ ଏଥିପାଇଁ ସ୍ବତନ୍ତ୍ର ଯୋଜନା କରି ପାରିଥାନ୍ତେ।

ପୂରା ଫେବୃୟାରୀ ଓ ମାର୍ଚ୍ଚ ମାସ ୧୮ ତାରିଖ ଯାଏଁ ଭାରତ ସରକାର କରୋନାକୁ ନେଇ ବିଶେଷ ଚିନ୍ତିତ ନଥିଲେ। ହଠାତ ପ୍ରଧାନମନ୍ତ୍ରୀଙ୍କୁ ଲାଗିଲା, ଆଜିଠାରୁ ସବକିଛି ବନ୍ଦ ହେବା ଦରକାର ଓ ସେ ଟେଲିଭିଜନରେ ଘୋଷଣା କରିଦେଲେ ଯେ, ଆଉ ଚାରି ଘଣ୍ଟା ପରେ ସବୁ ବନ୍ଦ। ତମେ ମର କି ବଞ୍ଚ, ତମେ ଭୋକରେ ମର କି ଅଭାବରେ, ପ୍ରଧାନମନ୍ତ୍ରୀଙ୍କର କିଛି ଯାଏ ଆସେ ନାହିଁ। ସେ ଯାହା କହିଲେ ତାକୁ ମାନିବାକୁ ଆମେ ବାଧ୍ୟ। ହେଲେ ଏ ଦେଶର ଭୋକିଲା ଓ ଅଭାବୀ ଲୋକମାନେ ବଡ ଅମାନିଆ (ବୋଧହୁଏ ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଟିକେ ଅଧିକ ଆତ୍ମନିର୍ଭର) । ସରକାରଙ୍କ କଥା ନ ମାନି ସେମାନେ ରାସ୍ତାରେ ହଜାର ହଜାର କିଲୋମିଟର ଚାଲୁଛନ୍ତି। ଚାଲି ଚାଲି କ୍ଳାନ୍ତ ହୋଇ ରେଳ ଧାରଣା ରେ ଶୋଇ ପଡୁଛନ୍ତି ଓ ତାଙ୍କ ଉପରେ ରେଳ ଗାଡି ମାଡି ଯାଉଛି। ମାନ୍ୟବର ସୁପ୍ରିମକୋର୍ଟ ପଚାରିଛନ୍ତି, ସେ ଲୋକେ ରେଳ ଧାରଣା ଉପରେ ଶୋଇଥିଲେ କାହିଁକି। ଓ୍ବାଜିବ ପ୍ରଶ୍ନ!! ସେଥିରେ ସୁପ୍ରିମକୋର୍ଟ କଣ ବା କହିବେ!!

ତେବେ ଗୋଟେ ସମୟ ଥିଲା, ଯେତେବେଳେ ସକାଳର ଖବରକାଗଜ ପଢ଼ି ମାନ୍ୟବର ବିଚାରପତିମାନେ ନିଜ ତରଫରୁ ଲୋକଙ୍କୁ ନ୍ୟାୟ ଦେଉଥିଲେ। ଆଜି ସୁପ୍ରିମକୋର୍ଟ କହୁଛନ୍ତି, ଏ ଦାୟିତ୍ୱ ତାଙ୍କର ନୁହେଁ। ଖବରକାଗଜ ପଢ଼ି ଆମର ବିଚାରପତି ମାନେ କିଛି ନିଷ୍ପତ୍ତି ନେବାକୁ ନାରାଜ। ସେମାନେ କେବଳ ସରକାର ଓ ସରକାରୀ ଓକିଲଙ୍କୁ ବିଶ୍ୱାସ କରନ୍ତି। ତେଣୁ ଶ୍ରମିକଙ୍କ ମାମଲାରେ ସରକାର ଙ୍କ କଥା ଅଦାଲତଙ୍କ ପାଇଁ ଚୂଡ଼ାନ୍ତ ପ୍ରମାଣ। ଆଜିର ଲକ ଡାଉନର ଦାରୁଣ ପରିଣତି ଭୋଗୁଥିବା ଆମ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ଲାଗି ଆହା କହିବାକୁ ନା ଅଛନ୍ତି ସରକାର, ନା ଅଛି ଅଦାଲତ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026
Latest News

୧୫ ଆଇପିଏସଙ୍କୁ ଜିଲ୍ଲା ନିରୀକ୍ଷଣ ଦାୟିତ୍ଵ

June 10, 2026

୨୩ ବର୍ଷ ପୁରୁଣା ନିୟମ ହଟିଲା: ସରକାରୀ ଚାକିରି ପ୍ରାର୍ଥୀଙ୍କୁ ବଡ଼ ରାହତ ଦେଲେ ମୋହନ ଯାଦବ

June 10, 2026

ମୁଦ୍ରା ଦୁର୍ବଳ, ଅର୍ଥନୀତି ମଜବୁତ: ଜାପାନର ଚମତ୍କାର କାହାଣୀ

June 10, 2026

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.