Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାର ହୋ!!  କରୋନା ନାମରେ ଶ୍ରମିକଙ୍କୁ ମାରି କେଉଁ ଯଶବାନା ଉଡାଇବ ହେ!!
ବିଶେଷ ଖବର

ସରକାର ହୋ!!  କରୋନା ନାମରେ ଶ୍ରମିକଙ୍କୁ ମାରି କେଉଁ ଯଶବାନା ଉଡାଇବ ହେ!!

May 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏଇ କିଛି ଦିନ ହେଲା, ପ୍ରତିଦିନ ଟେଲିଭିଜନ ଖୋଲିଲେ, ଗୋଟେ ଖବର ନିଶ୍ଚୟ ଆଖିରେ ପଡୁଛି। ରାସ୍ତାରେ ଚାଲୁଥିବା ଶ୍ରମିକ ଓ ଶହ ଶହ ସଂଖ୍ୟା ରେ ସେମାନଙ୍କର ଅପମୃତ୍ୟୁ। କରୋନା ଭୂତାଣୁକୁ ରୋକିବା ପାଇଁ ଭାରତ ସରକାର ଅବ୍ୟାହତ ରଖିଥିବା ଲକ ଡାଉନ ଏବେ ବଜ୍ରପାତ ଭଳି ପ୍ରତିଦିନ ଆମ ଶ୍ରମିକଙ୍କୁ ମାରି ଚାଲିଛି। ସଡ଼କ ଦୁର୍ଘଟଣାରେ, ଭୋକ ଓପାସରେ କିମ୍ବା ଖରାଝାଞ୍ଜିରେ ଏମାନେ ପ୍ରତିଦିନ ମରୁଛନ୍ତି। ଏମାନଙ୍କର ମରଣ ଏବେ ସବୁଠାରୁ ବଡ ଖବର। ହେଲେ ଏ ଖବରରେ ସରକାରଙ୍କର ନିଦ ଭାଙ୍ଗୁ ନାହିଁ। ଲକ ଡାଉନର ପଚାଶ ଦିନ ପରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଲେ, ଚାଲି ଚାଲି ଆସୁଥିବା ଶ୍ରମିକଙ୍କ ଦାୟିତ୍ୱ ରାଜ୍ୟ ସରକାରମାନେ ନିଅନ୍ତୁ। ଏକଥା କେନ୍ଦ୍ର ସରକାର କହିନଥାନ୍ତେ, ଯଦି ସୁପ୍ରିମ କୋର୍ଟ ସେମିତି କିଛି ପରାମର୍ଶ ଦେଇନଥାନ୍ତେ।

ପଚାଶ ଦିନରେ ଏମିତି କୌଣସି ଦିନ ନାହିଁ, ଯେଉଁ ଦିନ ଶ୍ରମିକମାନେ ପୁଲିସର ଲାଠି ମାଡ଼ ଖାଇ ନାହାନ୍ତି ବା ରାସ୍ତାରେ ମରି ନାହାନ୍ତି। ବିଭିନ୍ନ ବେସରକାରୀ ସୂତ୍ରରୁ ଜଣା ପଡୁଛି ଯେ ଲକ ଡାଉନର ଚାପ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା କରୋନା ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ସହ ପ୍ରାୟ ସମାନ। ମାର୍ଚ୍ଚ ୨୪ ରେ ଲକ ଡାଉନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କହିଥିଲେ ଯେ, ଯିଏ ଯେଉଁଠି ଅଛନ୍ତି, ସେଇଠି ରହନ୍ତୁ। ସରକାର ସେମାନଙ୍କର ଦାୟିତ୍ୱ ନେବେ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶୃତି ରଖିଲେ କି? ସରକାରୀ ଶିବିର ଓ ଶ୍ରମିକ ବସ୍ତି ଗୁଡିକ ପାଇଁ ସରକାରୀ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ଯାହାର ପରିଣତି ସ୍ବରୂପ ହଜାର ସଂଖ୍ୟା ରେ ଆମର ଶ୍ରମିକମାନେ ଆଜି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଛନ୍ତି।

ଗୁଜରାଟ ର ସୁରତ ସହରେ ସରକାରୀ ଭାବେ କରୋନା ଆକ୍ରାନ୍ତ ଙ୍କ ସଙ୍ଖ୍ୟା ୧୦୨୬ ବୋଲି କୁହାଯାଇଛି। ଅଥଚ ସୁରତ ରୁ ଓଡ଼ିଶା ଆସିଥିବା ଶ୍ରମିକଙ୍କ ଭିତରୁ ପ୍ରାୟ ସାଢ଼େ ଚାରି ଶହ ଏବେ ଆକ୍ରାନ୍ତ ଥିବା ଜଶା ପଡ଼ିଛି।ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଗୁଜରାଟ ସରକାର ଶ୍ରମିକମାନଙ୍କର କରୋନା ପରୀକ୍ଷା ବିଲକୁଲ କରି ନାହାନ୍ତି।ଏକଥା ଖାଲି ଯେ ଗୁଜରାଟରେ ଘଟିଛି ତା ନୁହେଁ। ଊଣା ଅଧିକ ସବୁ ରାଜ୍ୟରେ କରୋନା ପରୀକ୍ଷା ବେଳେ ଶ୍ରମିକ ଓ କୃଷକ ବର୍ଗଙ୍କୁ ଉପେକ୍ଷା କରାଯାଇଛି। ଆରମ୍ଭରୁ କରୋନାକୁ ନେଇ ଆମେ ଏକ ଶ୍ରେଣୀ ଚରିତ୍ର ତିଆରି କରିଥିଲେ। ଏହା ବିଦେଶରୁ ଆମଦାନୀ ହୋଇ ଆସିଥିବାରୁ ପ୍ରଥମରୁ ଉଚ୍ଚ ମଧ୍ୟବିତ୍ତ ଓ ସହରୀ ଇଲାକାରେ ଏହାର ପରୀକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଗଲା। ତେବେ ଏ ପ୍ରକାର ଉପେକ୍ଷା ଓ ଲକ ଡାଉନ ସମୟରେ ସାମାଜିକ ଦୂରତ୍ଵର ଅଭାବରୁ ଆମର ଶ୍ରମିକମାନେ ଏହା ଦ୍ଵାରା ଏବେ ବିଶେଷ ଆକ୍ରାନ୍ତ।

ଘରେ ରହିବା ବା ସାମାଜିକ ଦୂରତ୍ଵ ନିୟମର କଥା କହିବା ବେଳେ ଆମ ସରକାର ସବୁବେଳେ ଗୋଟେ ମଧ୍ୟବିତ୍ତ ମାନସିକତାରେ ରହିଲେ। ତାଙ୍କୁ ଲାଗିଲା, ଏ ଦେଶରେ ସମସ୍ତେ ଘରବାଲା ଲୋକ। ଅଥଚ ଘର ନଥିବା ଲୋକଙ୍କ ସଂଖ୍ୟା ଏ ଦେଶରେ ଅତିକମରେ ପାଞ୍ଚ କୋଟି। ତା ବ୍ୟତୀତ ଯେଉଁମାନଙ୍କର ଘର ଅଛି ସେଥିରୁ ନବେ ଭାଗ ଲୋକ ବଖରେ ଘରେ ୫/୧୦ ଲୋକ ଏକାଠି ରହନ୍ତି। ସୁରଟ, ମୁମ୍ବାଇ, ଦିଲ୍ଲୀ,କଲିକତା,ଚେନ୍ନାଇ  ଭଳି ସହରର ଶ୍ରମିକ ବସ୍ତି ବିଷୟରେ ବୋଧେ ସରକାରୀ ବାବୁମାନଙ୍କର କୌଣସି ଧାରଣା ନଥିଲା। ଏମାନଙ୍କ ପାଇଁ ଲକ ଡାଉନ ସବୁଠୁ ବେଶୀ ରୋଗର କାରଣ ପାଲଟି ଯାଇଛି।

ପରିବର୍ତ୍ତିତ ପରିସ୍ଥିତିରେ ଲକ ଡାଉନର ଚାଳିଶ ଦିନ ପରେ ଏବେ ନିଜ ରାଜ୍ୟ କୁ ଫେରୁଥିବା ଏହି ଶ୍ରମିକମାନେ ନିଜ ରାଜ୍ୟ ଓ ଗାଁ ରେ ଅପରାଧୀ ପାଲଟି ଯାଇଛନ୍ତି। ଏମାନେ ସତେ କି କରୋନା ଭୂତାଣୁର ବାହନ ଓ ଏମାନଙ୍କ ପ୍ରତି ଅପରାଧୀ ଭଳି ବ୍ୟବହାର ପ୍ରଦର୍ଶନ ଏକ ସାଧାରଣ ଘଟଣା ପାଲଟି ଯାଇଛି। ଏହାର କାରଣ ହେଉଛି, ସରକାରୀ ଭାବେ କରୋନା କୁ ଏକ ମାରାତ୍ମକ ରୋଗ ବୋଲି କହି ଲୋକଙ୍କ ମନର ଅତ୍ୟଧିକ ଭୟ ତଥା ଘୃଣା ର ଭାବନା ତିଆରି କରାଯାଇଛି। ସରକାରୀ ମୁଖପାତ୍ରମାନେ ଲୋକଙ୍କ ମନ ଭିତରେ ଏତେ ଭୟ ତିଆରି କରି ଦେଇଛନ୍ତି ଯେ, ପ୍ରବାସୀ ଙ୍କୁ ଦେଖି ଆମେ ଡ଼ରିମରୁଛୁ। ସେମାନଙ୍କ ପ୍ରତି ଶତ୍ରୁ ଓ ଅପରାଧୀ ସୁଲଭ ବ୍ୟବହାର ପ୍ରତିଦିନ ବଢ଼ି ଚାଲିଛି।

ତାରି ଭିତରେ ସରକାରୀ ପ୍ରତାରଣା ଓ ମିଛର ଚିତ୍ର ଅଧିକ ସ୍ପଷ୍ଟ ଦିଶୁଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ପ୍ରତିଶ୍ରୁତି  ଦେଇଥିଲେ ଯେ ଲକ ଡାଉନ ସମୟରେ ଶ୍ରମିକମାନଙ୍କର ଦରମା କଟିବ ନାହିଁ। ଏହି ମର୍ମରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ସରକାରଙ୍କ ସେହି ନିର୍ଦ୍ଦେଶ ଉପରେ ଭାରତର ମହାମହିମ ସୁପ୍ରିମ କୋର୍ଟ ରହିତାଦେଶ ଦେଇଛନ୍ତି। ଅର୍ଥାତ କାରଖାନା ମାଲିକମାନେ ଶ୍ରମିକଙ୍କୁ ଦରମା ନଦେଲେ ସରକାର ସେମାନଙ୍କ ଉପରେ କିଛି କାର୍ୟାନୁଷ୍ଠାନ କରି ପାରିବେ ନାହିଁ। ପୂର୍ବରୁ କେନ୍ଦ୍ର ସରକାର ଲକ ଡାଉନ ସମୟରେ  ଶ୍ରମିକମାନଙ୍କୁ କିଛି ଭରଣ ପୋଷଣ ଦିଅନ୍ତୁ ବୋଲି ହୋଇଥିବା ପ୍ରାର୍ଥନାକୁ ସର୍ବୋଚ୍ଚ ଅଦାଲତ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ଲକ ଡାଉନ ସମୟରେ ଶ୍ରମିକଙ୍କ ଦରମା ନଦେଲେ ମଧ୍ୟ କାରଖାନା ମାଲିକମାନଙ୍କୁ କିଛି କରା ଯାଇପାରିବ ନାହିଁ।

ଏମିତି ସ୍ଥିତିରେ ଶ୍ରମିକର ଭାଗ୍ୟ କଣ?ଜୀବନର ସବୁ ଦାବି ଓ ସମ୍ବିଧାନ ଦେଇଥିବା ସବୁ ଅଧିକାରରୁ ଶ୍ରମିକମାନଙ୍କୁ ବଞ୍ଚିତ କରୁଥିବା ସରକାର କି ଯଶବାନା ସତରେ ଉଡାଇବାକୁ ଚାହୁଁଛନ୍ତି, ତାହା କେବଳ ସରକାରଙ୍କୁ ହିଁ ଜଣା।

 

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

“ଜଣେ ମହାନ ଯୋଦ୍ଧା, କିନ୍ତୁ…”: ଇସ୍ତଫା ଉପରେ ମମତା ବାନାର୍ଜୀଙ୍କୁ କୁମାର ବିଶ୍ୱାସଙ୍କ ପରାମର୍ଶ

May 7, 2026
Latest News

ମମତା ବାନାର୍ଜୀ ଆଉ ମୁଖ୍ୟମନ୍ତ୍ରୀ ନୁହଁନ୍ତି: ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 

May 7, 2026

୪୦ ବର୍ଷ ପୁରୁଣା ଯାତ୍ରୀ ସଂରକ୍ଷଣ ପ୍ରଣାଳୀର ହେବ ଆଧୁନିକୀକରଣ: ସମୀକ୍ଷା କଲେ ରେଳ ମନ୍ତ୍ରୀ

May 7, 2026

ଝଡ଼ରେ ଫସିଲା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର: ସୁରକ୍ଷିତ ବାହାର କଲେ ପାଇଲଟ୍

May 7, 2026

ନିଟ୍ ୟୁଜି-୨୦୨୬: ଏହି ଚାରୋଟି ରାଜ୍ୟରୁ ପୂରଣ ହେଲା ୪୧% ରୁ ଅଧିକ ଫର୍ମ

May 7, 2026

ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ତଥ୍ୟ ବିଭ୍ରାନ୍ତିକର: ମହାନଦୀ ବଞ୍ଚାଓ ଆନ୍ଦୋଳନ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.