Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ୍‌ଡାଉନ୍‌ 4.0ରେ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ : ଜାଣନ୍ତୁ କଣ ହେଲା କଟକଣା ମୁକ୍ତ
ବିଶେଷ ଖବର

ଲକ୍‌ଡାଉନ୍‌ 4.0ରେ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ : ଜାଣନ୍ତୁ କଣ ହେଲା କଟକଣା ମୁକ୍ତ

May 18, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏକ ପ୍ରେସ୍‌ମିଟ୍‌ ଜରିଆରେ ଲକ୍‌ଡାଉନ୍‌ 4.0ର ଗାଇଡ୍‌ଲାଇନ୍‌କୁ ସ୍ପଷ୍ଟ କରିଛନ୍ତି । ଲକ୍‌ଡାଉନ୍‌କର ଗାଇଡ୍‌ଲାଇନ୍‌ ପୂର୍ବରୁ ରାଜ୍ୟରେ କରୋନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ । ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 71.27 ଜଣ ଆକ୍ରାନ୍ତ ହେଉଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର 19.04 ରହିଛି । ଦେଶରେ ପ୍ରତି 10 ଲକ୍ଷ ଲୋକଙ୍କ ମଧ୍ୟରୁ 170 ଜଣଙ୍କ ଟେଷ୍ଟିଂ କରାଯାଉଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର 202 ରହିଛି । ସେହିପରି ମୃତ୍ୟୁହାରରେ ରାଜ୍ୟ 0.46 ରହିଛି ଯାହାକି ସର୍ବନିମ୍ନ ଏହି ସମୟରେ ଭାରତର ମୃତ୍ୟୁହାର 3.9 ରହିଛି । ଭାରତରେ 23.95 ଟେଷ୍ଟିଂରେ ଗୋଟିଏ ପଜିଟିଭ୍‌ ଆସୁଥିବା ବେଳେ ଓଡିଶାରେ ଏହି ହାର 109 ରହିଛି । ଏହା ମଧ୍ୟରେ ଦେଶରେ ସମୁଦାୟ 23 ଲକ୍ଷ ଟେଷ୍ଟିଂ କରାଯାଇଥିବା ବେଳେ ଓଡିଶା 1 ଲକ୍ଷ ଟେଷ୍ଟିଂ ଅତିକ୍ରମ କରିବାକୁ ଯାଉଛି । ରାଜ୍ୟରେ ସମୁଦାୟ 876 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 277 ଜଣ ସୁସ୍ଥ ହୋଇ ସାରିଛନ୍ତି । ଏହା ସହିତ ଭୁବନେଶ୍ବର ମହାନଗର ନିଗମ ଆଜି କରୋନା ମୁକ୍ତ ହୋଇଥିବା କାରଣରୁ ମୁଖ୍ୟ ଶାସନ ସଚିବ ସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟର 876 ଆକ୍ରାନ୍ତଙ୍କ ମଧ୍ୟରୁ 764 କେସ୍‌ କ୍ବାରେଣ୍ଟିନ୍‌ ସେଣ୍ଟରରୁ ବାହାରିଛନ୍ତି । ଅନ୍ୟ 122 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ 2 ହଜାର କୋଟିର ଅଧିକ ଅର୍ଥରାଶି ସହାୟତା ଭାବରେ ପ୍ରଦାନ କରାଯାଇଥିଲା । ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଆଗୁଆ ଦରମା ମଧ୍ୟ ପ୍ରଦାନ କରିଛନ୍ତି ସରକାର । ରାଜ୍ୟକୁ ଏହା ମଧ୍ୟରେ 1 ଲକ୍ଷ 76 ହଜାର 301 ଜଣ ପ୍ରବାସୀ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ଫେରିଛନ୍ତି । ଟ୍ରେନ୍‌ ଜରିଆରେ 80 ହଜାର, ବସ୍‌ ଜରିଆରେ 70 ହଜାର ଏବଂ ଅନ୍ୟାନ୍ୟ ଗାଡି ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ମାନଙ୍କୁ ଅଣାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ 62ଟି ଟ୍ରେନ୍‌ ଆସିଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆହୁରି 40ଟି ଟ୍ରେନ୍‌ ଆସିବାକୁ ଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେହିପରି କ୍ବାରେଣ୍ଟିନ୍‌ ସେଣ୍ଟର ଏବଂ ଟେଷ୍ଟିଂକୁ ନେଇ ଓଡିଶା ଦେଶରେ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଲକ୍‌ଡାଉନ୍‌ 4.0 ସମୟରେ ଏକାଧିକ କଟକଣା ଉଠିବାକୁ ଥିବା ବେଳେ ସାଧାରଣ ଲୋକ ପୂର୍ବବତ୍‌ ନିୟମ ମାନି ଚଳିବେ । ଟ୍ରେନ୍‌ ଏବଂ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିବା ବେଳେ ଏୟାର ଆମ୍ବୁଲାନ୍ସ ଜରିଆରେ ସ୍ବତନ୍ତ୍ର ରୋଗୀଙ୍କୁ ବିମାନ ଯାତ୍ରାର ସୁଯୋଗ ମିଳିପାରିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଇଛି । ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଘରକୁ ପାର୍ସଲ୍‌ ଏବଂ ହୋମ୍‌ ଡେଲିଭରୀ ଜାରି ରହିବ।

ଏହି ସମୟରେ ସମସ୍ତ ସ୍କୁଲ୍‌, କଲେଜ୍‌, ଜିମ୍‌, ସ୍ବିମିଂପୁଲ୍‌, ସପିଂ ମଲ୍‌ ଏବଂ ସିନେମା ହଲ୍‌କୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଧାର୍ମିକ ଏବଂ ରାଜନୈତିକ ଏକତ୍ରୀକରଣକୁ ବନ୍ଦ ରଖାଯାଇଛି । ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉଭୟ ପକ୍ଷଙ୍କ ସହମତି ଭିତ୍ତିରେ ଚାଲୁ କରାଯିବ । ସାମାଜିକ ଦୂରତ୍ବ ନିୟମ ସହିତ ଘରୋଇ ଟ୍ୟାକ୍ସି,କ୍ୟାବ୍‌ ଚଳାଚଳ କରିପାରିବେ । ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍‌ କମିଶନର ରେଡ୍‌, ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ ନିର୍ଦ୍ଧାରଣ କରିବେ । ଏହା ସହିତ ବିଭିନ୍ନ ଷ୍ଟାଡିୟମ୍‌କୁ ଖୋଲାଯିବ ମାତ୍ର ଦର୍ଶକଙ୍କୁ ପ୍ରବେଶର ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ରାଜ୍ୟର ସମସ୍ତ କ୍ବାରେଣ୍ଟିନ୍‌ ସେଣ୍ଟର ଏବଂ କୋଭିଡ୍‌ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯିବ । କଣ୍ଟେନମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନ ଗୁଡିକରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଖୋଲାଯିବ । ମାସ୍କ ପିନ୍ଧିବା ବର୍ତ୍ତମାନ ଜରୁରୀ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ବଳବତ୍ତର ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ସହିତ ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ଭଲ ରହିଛି ଏବଂ ଆଗାମୀ ଦିନରେ ଅର୍ଥନୀତିରେ ଉନ୍ନତି ଘଟିବ ବୋଲି ମୁଖ୍ୟ ଶାସନ ସଚିବ ମତ ଦେଇଛନ୍ତି ।

asittripathy Lockdown4.0
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.