Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୧ ଦିନରେ ୨୨୦୦ ରୁ ଅଧିକ କରୋନା ଜନିତ ମୃତ୍ୟୁ, ଆମ ପାଇଁ ଚିନ୍ତାର କାରଣ ନୁହେଁ କି?
ବିଶେଷ ଖବର

୨୧ ଦିନରେ ୨୨୦୦ ରୁ ଅଧିକ କରୋନା ଜନିତ ମୃତ୍ୟୁ, ଆମ ପାଇଁ ଚିନ୍ତାର କାରଣ ନୁହେଁ କି?

May 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ପରିସଂଖ୍ୟାନ ବା ଷ୍ଟାଟିଷ୍ଟିକ୍ସ ସବୁବେଳେ ଗୋଟେ ଦୋଧାରି ତଲୁଆର। ଏହା ଉଭୟ ପଟକୁ କାଟି ପାରିବାର ଦକ୍ଷତା ରଖିଥାଏ। ଆଜିର ସମୟରେ ଡାଟା ଆନାଲିଟିକ୍ସ ଯେତେବେଳେ ସମାଜ ବିଜ୍ଞାନ ଓ ସାମ୍ବାଦିକତାର ସବୁଠୁ ବଡ ଆଧାର ପାଲଟିଛି, ସେତେବେଳେ କରୋନା ସଂକ୍ରମଣ ସମୟର ପରିସଙ୍ଖ୍ୟାନକୁ ନେଇ ବିଭିନ୍ନ ସରକାରମାନେ ଯେଉଁ  ବିଶ୍ଳେଷଣ ପ୍ରସ୍ତୁତ କରୁଛନ୍ତି ତାର ସଠିକ ଅନୁଧ୍ୟାନ କରିବା ପ୍ରତି ସାମ୍ବାଦିକର ପ୍ରାଥମିକ ଦାୟିତ୍ଵ। ମଝିରେ କିଛିଦିନ ଭାରତ ସରକାର ଯେଉଁ ନିୟମିତ ସାମ୍ବାଦିକ ସମ୍ମିଳନୀ କରୁଥିଲେ ତାକୁ ବନ୍ଦ କରିଦେଲେ। ପୁଣିଥରେ ଗତ ୨୦ ତାରିଖରେ ସରକାରୀ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେଲା ଓ ସେଦିନ ସରକାରୀ ମୁଖପାତ୍ର ଲବ ଅଗ୍ରୱାଲ କହିଲେ ଯେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଆରୋଗ୍ଯ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢୁଛି। ତେବେ ଏକଥା କହିଲା ବେଳେ ଶ୍ରୀ ଅଗ୍ରୱାଲ ଏକଥା କହିଲେ ନାହିଁ ଯେ ଭାରତରେ ଆରୋଗ୍ଯ ହାର ପୃଥିବୀର ହାର ସହିତ ସମାନ। ମୋଟାମୋଟି ୪୦% ପୃଥିବୀର ଆକ୍ରାନ୍ତ ଓ ଭାରତୀୟ ଆକ୍ରାନ୍ତ ଇତି ମଧ୍ୟରେ ଆରୋଗ୍ଯ ଲାଭ କରି ସାରିଲେଣି।

ଭାରତ ନିଜକୁ ଯଦି ଆମେରିକା, ଋଷିଆ ଓ ବ୍ରାଜିଲ ସହିତ ତୁଳନା କରିବ ତାହେଲେ ଆମର ଆରୋଗ୍ଯ ହାର ଠିକ ଅଛି ବୋଲି କୁହାଯିବ। ତେବେ ଆମେ ଯଦି ନିଜକୁ ଚୀନ (୧୦୦%), ଜର୍ମାନୀ (୮୮%),  ଇରାନ ( ୭୮%) , ସ୍ପେନ (୭୦%), ଇଟାଲୀ (୫୮%) ସହିତ ତୁଳନା କରିବା ତାହେଲେ ଆମର ସ୍ଥିତି ଆଜି ମଧ୍ୟ ଜଟିଳ ରହିଛି ବୋଲି କହିବାକୁ ହେବ। ଆରୋଗ୍ୟ ଲାଭ କରୁଥିବା ଆକ୍ରାନ୍ତଙ୍କ ସଂଖ୍ୟା କୁ ୬୦ ରୁ ୮୦% ଭିତରେ ରଖିପାରିଲେ, ଆମେ କରୋନା ର ସମ୍ଭାବ୍ୟ ଭିଡକୁ ରୋକିପାରିବା। ଗୋଟେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ବଢିଗଲେ, ସେଠାରେ ସ୍ଥିତି ସମ୍ଭାଳିବା ସହଜ ନୁହେଁ। ବର୍ତ୍ତମାନ ମହାରାଷ୍ଟ୍ର ଓ ଗୁଜରାଟରେ ସେ ସ୍ଥିତି ଉପୁଜିଛି।

ତେବେ ଗତ ୨୦ ଦିନରେ ହଠାତ ଆମ ଦେଶରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୨୨୦୦ ଲୋକ ମୃତ୍ୟୁ ବରଣ କଲେଣି। ଆପାତତଃ ପ୍ରତିଦିନ ୧୦୦ ରୁ ଅଧିକ ଲୋକ ଆମର ପ୍ରାଣ ହରାଉଛନ୍ତି। ହୁଏତ ଅନ୍ୟ ଦେଶ ତୁଳନାରେ ଆମର ମୃତ୍ୟୁ ହାର କମ ରହିଛି ବୋଲି ଆମେ ନିଜକୁ ଆଶ୍ଵାସନା ଦେଉଛୁ। ହେଲେ ତୁଳନାତ୍ମକ ଭାବରେ ଆମେ କରୋନା ରୋକିବା ଲାଗି ଯେତିକି ମୂଲ୍ୟ ଦେଉଛୁ, ସେ ତୁଳନାରେ ଆମେ କେତେ ଲାଭ ପାଉଛୁ, ତାର ଆକଳନ ଜରୁରୀ। ଲକ ଡାଉନ ସତ୍ତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢୁଛି।ଲକ ଡାଉନର ପ୍ରଭାବରେ ଅନ୍ୟ ପ୍ରକାର ମୃତ୍ୟୁ ଓ ଅନାଟନ ମଧ୍ୟ ବଢୁଛି। ଭୋକ, ଅବସାଦ, ରାସ୍ତା ଚାଲିବାର ପୀଡା ଓ ଘରକୁ ଫେରିବାର ବିକଳ ପ୍ରୟାସରେ ଆମର ଶତାଧିକ ଶ୍ରମିକ ପ୍ରାଣ ହରାଇ ସାରିଲେଣି। ତେଣୁ ପ୍ରତ୍ୟକ୍ଷ କରୋନା ଓ ଏହାର ପରୋକ୍ଷ ପ୍ରଭାବ ଯୋଗୁଁ ଦେଶରେ ଅଧିକ ପ୍ରାଣହାନୀ ଘଟୁଛି।

ଏହାକୁ ରୋକିବାରେ ଭାରତ ସରକାର ସଫଳ ହେଉନାହାନ୍ତି କାହିଁକି? ନିଜ ରାଜ୍ୟମାନଙ୍କରେ କେତୋଟି ରାଜ୍ୟ ସରକାର ମୃତ୍ୟୁ ହାର କୁ ଯଥେଷ୍ଟ ସୀମିତ ରଖିବାରେ ସଫଳ ହୋଇଛନ୍ତି। କେରଳରେ ମୋଟ ୬୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୪ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏବେ “ବନ୍ଦେ ଭାରତ” ମିଶନ ମାଧ୍ୟମରେ ୧୫୦ରୁ ଅଧିକ ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଛନ୍ତି। ନଚେତ କେରଳ ଇତିମଧ୍ୟରେ କରୋନା ମୁକ୍ତ ହେବାର ଗୌରବ ହାସଲ କରିଥାନ୍ତା। ସେହିପରି ଛତିଶଗଡ ଆଜି ପର୍ୟନ୍ତ ମୃତ୍ୟୁହାରକୁ ୦% ରଖିପାରିଛି। ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ୧୧୪ ହୋଇଥିବା ବେଳେ ୫୯ ଜଣ ଆରୋଗ୍ୟ ଲାଭ କଲେଣି। ଓଡିଶାରେ ଗତ ଦୁଇ ସପ୍ତାହ ହେଲା ପ୍ରବାସୀ ଶ୍ରମିକଙ୍କ ଆଗମନ ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣ ବଢିଛି। ତେବେ ସେହି ତୁଳନାରେ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ବି ବଢୁଛି।  ତେବେ ଓଡିଶାରେ ମୃତ୍ୟୁହାର ସବୁଠୁ କମ ରହିଛି।

ଏହାର ଠିକ ବିପରୀତରେ ମହାରାଷ୍ଟ୍ର, ଗୁଜରାଟ,ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟରେ ମୃତ୍ୟୁ ହାର ବଢୁଛି। ବର୍ତ୍ତମାନ ସମୟରେ ସବୁଠୁ ବଡ ଆହ୍ଵାନ ହେଉଛି, ସର୍ବାଧିକ ଗୁରୁତର ଥିବା କରୋନା ରୋଗୀଙ୍କ ପ୍ରାଣ ବଞ୍ଚାଇବା। ଏଥିଲାଗି ଅଧିକ ଭେଣ୍ଟିଲେଟର ଓ ଆଇସିୟୁର ଆବଶ୍ୟକତା ରହିଛି। କିଛି ରାଜ୍ୟ ଏ କ୍ଷେତ୍ରରେ ବହୁତ ଭଲ ପ୍ରସ୍ତୁତି ରଖିଥିବା ବେଳେ ଔ କିଛି ରାଜ୍ୟର ପ୍ରସ୍ତୁତି ଅତ୍ୟନ୍ତ ନୈରାଶ୍ୟଜନକ। ବିଶେଷକରି ଗୁଜରାଟ ଏ କ୍ଷେତ୍ରରେ ସବୁଠୁ ଖରାପ ପ୍ରଦର୍ଶନ କରି ଚାଲିଛି।

କରୋନା ସହିତ ପ୍ରବଳ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗ ପାଇଁ ବହୁତ ବଡ ସଙ୍କଟ ତିଆରି କରିଛି। ରାଜନୈତିକ କାରଣରୁ ପଶ୍ଚିମ ବଙ୍ଗ ଓ କେନ୍ଦ୍ର ସରକାରଙ୍କ ଭିତରେ ଅସହଯୋଗ କାରଣରୁ ସାଧାରଣ ଜନତା ଆଗରୁ କଷ୍ଟ ପାଉଛନ୍ତି। ଆଜିର ସ୍ଥିତିରେ ରାଜନୀତିକୁ ପଛରେ ପକାଇ ମାନବିକତା କାରଣରୁ ପଶ୍ଚିମବଙ୍ଗ ସାରା ଦେଶର ସହଯୋଗ ଆବଶ୍ୟକ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026

Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

August 9, 2026

ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ

August 8, 2026
Latest News

ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିବା ବିମାନର ପାଇଲଟ୍ ମଦ୍ୟପାନ କରିଥିଲେ?: ଆସିଲା ରିପୋର୍ଟ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ପରବର୍ତ୍ତୀ କିସ୍ତିରେ ୪ ହଜାର ପାଇବେ ଏହି ଚାଷୀ: ଜାଣନ୍ତୁ କିଏ ପାଇବେ ଲାଭ?

August 9, 2026

ଅଭ୍ୟାସ ମ୍ୟାଚ୍ ପରେ ଭାରତର ପ୍ଲେଇଂ ଇଲେଭେନ ଚୂଡ଼ାନ୍ତ: ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଏହି ଖେଳାଳି

August 9, 2026

ନିବେଶର ନୂଆ ଦିଗନ୍ତ: ଦିଲ୍ଲୀରୁ ଓଡ଼ିଶାକୁ ୬୬,୩୯୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୫୪ ହଜାରରୁ ଅଧିକ ନିଯୁକ୍ତି ଆଶା

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.