Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିଷେଧକ ଯଦି ଜରୁରୀ, ତା’ ହେଲେ ଲକ ଡାଉନର ଏ ଅତ୍ୟାଚାର କାହିଁକି?
ବିଶେଷ ଖବର

ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିଷେଧକ ଯଦି ଜରୁରୀ, ତା’ ହେଲେ ଲକ ଡାଉନର ଏ ଅତ୍ୟାଚାର କାହିଁକି?

May 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବର୍ତ୍ତମାନ କରୋନା ମୁକାବିଲା ଲାଗି ବିଭିନ୍ନ ସମୟରେ ଭାରତ ସରକାର, ବିଭିନ୍ନ ରାଜ୍ୟ ସରକାର ଏବଂ ଜନସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁ ପରି ଭାବରେ ପ୍ରତି ସପ୍ତାହ ରେ ନୂଆ ରଣନୀତି ବଦଳାଉଛନ୍ତି ଓ ନୂଆ ନୂଆ ତତ୍ତ୍ୱ ଦେଉଛନ୍ତି, ସେଥିରେ ଆମର ଏକମାତ୍ର ସିନେମା କଥା ମନେ ପଡୁଛି। ପ୍ରାୟ ବର୍ଷୈ ତଳେ ଗୋଟେ ସିନେମା ଥିଲା “ଅନ୍ଧାଧୁନ”। ଏହି ସିନେମାର ନାୟକ ଅନ୍ଧ ନୁହେଁ, ହେଲେ ସେ ବିଭିନ୍ନ ବାଧ୍ୟ ବାଧକତାରେ ଅନ୍ଧ ହେବାର ଅଭିନୟ କରୁଛି। ପୁରା ସିନେମାରେ ଆପଣ ବାରମ୍ବାର ଜାଣି ପାରୁ ନଥିବେ ଯେ କାହାଣୀ ଟି ସତରେ କେଉଁ ଆଡ଼କୁ ଯାଉଛି। ଆଜି ବାସ୍ତବରେ ଭାରତରେ କରୋନା ମୁକାବିଲା ର ସ୍ଥିତି ସେହି “ଅନ୍ଧାଧୁନ”ର କାହାଣୀ ପରି ଚାଲିଛି। ପ୍ରଥମ ରୁ କୁହାଗଲା, ଘରୁ ବାହାରିଲେ, ଆପଣଙ୍କୁ କରୋନା ଭୂତାଣୁ ମାଡି ବସିବ। ଆପଣଙ୍କୁ କରୋନା ଧରିଲାମାନେ ଆପଣ ଅସ୍ପୃଶ୍ୟ ଓ ସମାଜ ସହ ଆପଣଙ୍କ ସମ୍ପର୍କ ରହିବା ଏକ ଅପରାଧ। ଏବେ କୁହାଯାଉଛି, ଏହା ସାଧାରଣ ଜ୍ବର ଭଳି। ଘରେ ରହି ଏହାର ଚିକିତ୍ସା କରିହେବ। ତେବେ ଯେଉଁମାନେ ଜନସ୍ବାସ୍ଥ୍ୟ କୁ ନେଇ ଭଲ ଗବେଷଣା କରିଛନ୍ତି, ସେମାନେ ମୂଳରୁ କହୁଥିଲେ ଯେ, ଯେଉଁ ମାନଙ୍କ ଦେହରେ ଅନ୍ୟାନ୍ୟ ଜୀବନନାଶକ ରୋଗ ନାହିଁ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ସହଜ।

ତେବେ ଏ କଥା ସତ ଯେ କରୋନା ଭୂତାଣୁ ର ଗୁଣ, ଲକ୍ଷଣ ଓ ସଙ୍କ୍ରମଣକୁ ନେଇ ପୂଥିବୀର ଡାକ୍ତର ଓ ବୈଜ୍ଞାନିକମାନେ ସଠିକ ସିଦ୍ଧାନ୍ତ ରେ ପହଞ୍ଚି ନାହାନ୍ତି। ଆମେରିକାର ସବୁଠୁ ଅଭିଜ୍ଞ ଜନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ଆନ୍ଥୋନୀ ଫୌସି ସେଥିଲାଗି ଆମେରିକା ର ଲୋକ ପ୍ରତିନିଧି ସଭାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ କହଥିଲେ ଯେ, ଏ ରୋଗ ବିଷୟରେ ବହୂତ କଥା ମୋତେ ଜଣା ନାହିଁ।ଜଣା ନଥିବା ଏକ ରୋଗର ନିରାକରଣ ଏକ ଆହ୍ବାନ ନିଶ୍ଚୟ। ଗତ ଦେଢ ଶହ ଦିନ ଭିତରେ ଦେଢ ଶହ ନୂଆ ତତ୍ତ୍ଵ କରୋନାକୁ ନେଇ ଆସିଛି ଓ ଯାଇଛି। ଏଥିରେ ବିଭିନ୍ନ ଦେଶର ସରକାର ବାଉଳା ହୋଇଛନ୍ତି। ହାଇଡ୍ରୋକ୍ସି-କ୍ଳୋରୋକୁଇନ ଖାଇବା ନା ଖାଇବା ନାହିଁ, ମୁଖା ଲଗାଇବା ନା ଲଗାଇବା ନାହିଁ, ଲକ ଡାଉନ ରହିବ ନା କୋହଳ ହେବ, ବହୁ ଲୋକ ଆକ୍ରାନ୍ତ ହେବା ଭଲ ନା ଖରାପ, ଏମିତି ବହୁ ଦ୍ଵନ୍ଦ୍ଵ ଏହାକୁ ନେଇ ଚାଲିଛି ଓ ଆଗକୁ ଚାଲିବ ମଧ୍ୟ। ତେବେ ଏହି ଦ୍ଵନ୍ଦ୍ଵ ଯୋଗୁଁ ମାନବୀୟ ଜୀବନ ଓ ପୃଥିବୀର ଅର୍ଥନୀତି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହେଉଛି। ଆଗକୁ ଭୋକ ଓ ଦାରିଦ୍ର୍ୟ ଭୟଙ୍କର ଭବିଷ୍ୟତ ଆଡକୁ ଆମେ ଟାଣି ହୋଇ ଯାଉଛୁ। ଏକ ବଡ ମାନବୀୟ ସଙ୍କଟକୁ ଟାଳିବାକୁ ହେଲେ ଆମକୁ ଏହି ଦ୍ଵଦ୍ଵରୁ ତୁରନ୍ତ ମୁକୁଳିବାକୁ ପଡିବ।

କରୋନା ସଂକ୍ରମଣ ରୋକିବାକୁ ଏବେ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିଷେଧକ ଏକ ବିଶେଷ ଆବଶ୍ୟକତା ବୋଲି କୁହା ଗଲାଣି। ପ୍ରତିଷେଧକ ଟୀକା ବାହାରିବା ଆଗରୁ ମହାମାରୀକୁ ରୋକିବା ଲାଗି ଏହା ମଧ୍ୟ ଏକ ବାଟ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ଗତ ସପ୍ତାହରେ ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ମଧ୍ୟ ସେକଥା କହିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଲେ ଆରୋଗ୍ୟ ଲାଭକାରୀଙ୍କ ସଂଖ୍ୟା ମଧ୍ୟ ବଢିବ। ସେହିପରି କୋଭିଡ-୧୯ ଭୂତାଣୁ ପ୍ରାୟ ୯୫% ଲୋକଙ୍କୁ ହାଲୁକା ଭାବରେ ଆକ୍ରାନ୍ତ କରୁଛି। ସର୍ବାଧିକ ରୋଗୀଙ୍କ ଦେହରେ କୌଣସି ଲକ୍ଷଣ ମଧ୍ୟ ଜଣା ପଡୁନାହିଁ। ତେଣୁ ସେମାନେ ଅଳ୍ପ ସମୟରେ ଆରୋଗ୍ୟ ଲାଭ କରୁଛନ୍ତି। ଯେତେ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିବେ ସେମାନେ ଗୋଷ୍ଠୀଗତ ଭାବରେ ଏକ ପ୍ରକାର “ହର୍ଡ ଇମ୍ୟୁନିଟି” ତିଆରି କରିବେ। ଏହା ବ୍ୟାପକ ସଂକ୍ରମଣ ରୋକିବାରେ ସହାୟକ ହେବ।

ତେବେ ହର୍ଡ ଇମ୍ୟୁନିଟି ଯଦି ଏକ ଆବଶ୍ୟକତା ତାହେଲେ ଏତେ କଠୋର ଲକ ଡାଉନ ର ଆବଶ୍ୟକତା କଣ? ପ୍ରଥମ ପର୍ୟାୟ ଲକ ଡାଉନ ପରେ ଭାରତରେ ଏହାର  ଆବଶ୍ୟକତା ନଥିଲା ବୋଲି ବହୁ ବିଶେଷଜ୍ଞ କହି ସାରିଥିଲେ। ଲକ ଡାଉନ କେବଳ ସଂକ୍ରମଣ କୁ ମନ୍ଥର କରିପାରିବ। ଲକ ଡାଉନ ମାଧ୍ୟମରେ କୋଭିଡ-୧୯ ର ନିର୍ମୂଳନ ସମ୍ଭବ ନୁହେଁ। ପ୍ରଥମ ସ୍ତରରେ ଆମର ଡାକ୍ତରଖାନା ଓ ଅନ୍ଯାନ୍ଯ ଆବଶ୍ୟକୀୟ ଉପକରଣ ଆମ ପାଖରେ ନଥିଲା। ସେହି ପ୍ରଥମ ତିନି ସପ୍ତାହରେ ବ୍ୟାପକ ପରୀକ୍ଷା ଓ ନୂଆ ଡାକ୍ତରଖାନା ର ପ୍ରସ୍ତୁତି ଆମେ କରିସାରି ହର୍ଡ ଇମ୍ୟୁନିଟି କଥା ଚିନ୍ତା କରିବା ଉଚିତ ହୋଇଥାନ୍ତା। ଏବେ ଦେଶରେ ପ୍ରତିଦିନ ୬୦୦୦ ରୁ ଅଧିକ ସଂକ୍ରମିତ ବଢୁଥିବା ବେଳେ ଆମେ ଲକ ଡାଉନ କୁ ଖୋଲୁଛେ ଏବଂ ହର୍ଡ ଇମ୍ୟୁନିଟି କୁ ଏକ ଆବଶ୍ୟକତା ବୋଲି ଗ୍ରହଣ କରୁଛେ। ଏକଥା ମାସେ ତଳେ ଚିନ୍ତା କରିଥିଲେ, ଆମର ଅର୍ଥନୀତି କିଛି ଟା ଅମ୍ଳଜାନ ପାଇଥାନ୍ତା ନିଶ୍ଚୟ।

Share. Facebook Twitter LinkedIn Email WhatsApp Copy Link

Related Posts

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026

Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

August 9, 2026

ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ

August 8, 2026
Latest News

ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିବା ବିମାନର ପାଇଲଟ୍ ମଦ୍ୟପାନ କରିଥିଲେ?: ଆସିଲା ରିପୋର୍ଟ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ପରବର୍ତ୍ତୀ କିସ୍ତିରେ ୪ ହଜାର ପାଇବେ ଏହି ଚାଷୀ: ଜାଣନ୍ତୁ କିଏ ପାଇବେ ଲାଭ?

August 9, 2026

ଅଭ୍ୟାସ ମ୍ୟାଚ୍ ପରେ ଭାରତର ପ୍ଲେଇଂ ଇଲେଭେନ ଚୂଡ଼ାନ୍ତ: ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଏହି ଖେଳାଳି

August 9, 2026

ନିବେଶର ନୂଆ ଦିଗନ୍ତ: ଦିଲ୍ଲୀରୁ ଓଡ଼ିଶାକୁ ୬୬,୩୯୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୫୪ ହଜାରରୁ ଅଧିକ ନିଯୁକ୍ତି ଆଶା

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.