Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁଜରାଟ ମଡେଲ, ଯେଉଁଠି ଡାକ୍ତରଖାନାର ଅବସ୍ଥା କାଳ କୋଠରୀରୁ ବି ଦୟନୀୟ!!
ବିଶେଷ ଖବର

ଗୁଜରାଟ ମଡେଲ, ଯେଉଁଠି ଡାକ୍ତରଖାନାର ଅବସ୍ଥା କାଳ କୋଠରୀରୁ ବି ଦୟନୀୟ!!

May 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କାଳ  କୋଠରୀ ଠୁ ଆହୁରି ଖରାପ ଅବସ୍ଥାରେ ଥିବା ଏ ଡାକ୍ତରଖାନା ବିଷୟରେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ କିଛି ଜାଣିଛନ୍ତି ନା ନାହିଁ- ଏମିତି ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଛନ୍ତି ମାନ୍ୟବର ଗୁଜରାଟ ହାଇକୋର୍ଟ। ଗତକାଲି ଏକ ଜନସ୍ବାର୍ଥ ମାମଲାର ବିଚାର କରି ଗୁଜରାଟ ହାଇକୋର୍ଟ ଯାହା କହିଛନ୍ତି, ତାହା ଅତ୍ୟନ୍ତ ଉଦବେଗଜନକ ଓ ଯନ୍ତ୍ରଣାଦାୟକ। ଗତ କିଛି ମାସ ହେଲା ଗୁଜରାଟରୁ ଯେଉଁ ପ୍ରକାର ଖବର ଆସୁଛି, ତାକୁ ରହସ୍ୟମୟ ଢଙ୍ଗରେ ଜାତୀୟ ଗଣମାଧ୍ୟମରେ ଚପାଇ ଦିଆଯାଉଛି। ରାଜନୈତିକ କାରଣରୁ ଆମର ଜାତୀୟ ଗଣମାଧ୍ୟମରେ ଗୁଜରାଟକୁ ନେଇ ଏକ ରହସ୍ୟମୟ ନୀରବତା ରହିଛି। ଗୁଜରାଟରୁ ଆସୁଥିବା ସଂଖ୍ୟାଧିକ ପ୍ରବାସୀ ଶ୍ରମିକ ନିଜ ରାଜ୍ୟରେ କାରୋନା ସଂକ୍ରମିତ ବୋଲି ଜଣା ପଡ଼ୁଛନ୍ତି। ଅଥଚ ଗୁଜରାଟରେ ସେମାନଙ୍କର ପରୀକ୍ଷା ହୋଇନାହିଁ। ଗତ ଅଢେଇ ମାସ ଭିତରେ ଗୁଜରାଟ ସଙ୍କ୍ରମିତଙ୍କ ସଂଖ୍ୟାକୁ ନେଇ ଟାଳଟୁଳ ଅଙ୍କ ଦେଇ ଚାଲିଛି। କମ ପରୀକ୍ଷା କାରଣରୁ, ସଙ୍କ୍ରମିତଙ୍କ ସଂଖ୍ୟା କମ ଆସୁଛି ବୋଲି ଅଭିଯୋଗ ଆସୁଛି। ରାଜ୍ୟର ରାଜଧାନୀ ଅହମଦାବାଦ ଓ ଶିଳ୍ପ ନଗରୀ ସୁରତରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ବଢି ଚାଲିଛି। ଗୁଜରାଟର ମୋଟ ୧୩,୬୬୯ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଅହମଦାବାଦରେ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ସରକାରୀ ଚିହ୍ନଟ ପ୍ରକ୍ରିୟା ଓ ପରୀକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ରହିଛି। ସୁରତରେ ସରକାରୀ ଭାବରେ ମାତ୍ର ୧୨୮୫ ଆକ୍ରାନ୍ତ ଅଛନ୍ତି ବୋଲି କୁହାଯାଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ବୋଲି କୁହା ଯାଉଛି। ମାନ୍ୟବର ଗୁଜରାଟ ହାଇ କୋର୍ଟ ରାଜ୍ୟ ସରକାରଙ୍କର ପରୀକ୍ଷା ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହି ରାୟର ଶୁଣାଣି ବେଳେ ଗୁଜରାଟର ଆଡଭୋକେଟ ଜେନେରାଲ ସ୍ଵୀକାର କରିଥିଲେ ଯେ ଯଦି ବ୍ୟାପକ ପରୀକ୍ଷା କରାଯାଏ, ତାହେଲେ ୭୦% ଲୋକ ଆକ୍ରାନ୍ତ ବୋଲି ଜଣା ପଡିବେ। ଏହା ବୋଧେ କୌଣସି ବି ରାଜ୍ୟ ଲାଗି ଏକ ଭୟଙ୍କର ପ୍ରସଙ୍ଗ।  ତେବେ ହାଇକୋର୍ଟ ନିଜ ରାୟରେ ଅହମଦାବାଦ ସାଧାରଣ ଡାକ୍ତରଖାନା ଉପରେ ସର୍ବାଧିକ ଗୁରୁତ୍ଵ ଦେଇଛନ୍ତି। ଏହି ସରକାରୀ ଡାକ୍ତରଖାନା ଟି ଅତ୍ୟନ୍ତ ଦୟନୀୟ ଓ କଳାପାଣି ରେ ଥିବା କାଳ କୋଠରୀ ଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। କେବଳ ଏହି ଡାକ୍ତରଖାନାରେ ରାଜ୍ୟର ୩୯% ରୋଗୀ ଅର୍ଥାତ ୩୭୭ ଜଣ ପ୍ରାଣ ହରାଇଲେଣି। ଦେଶର ଅନ୍ୟ କୌଣସି ଡାକ୍ତରଖାନାରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ପ୍ରାଣ ହରାଇ ନାହାନ୍ତି।

ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ଗୁଜରାଟରେ କରୋନା ମୃତ୍ୟୁ ହାର ଜାତୀୟ ହାର ଠାରୁ ପ୍ରାୟ ଦୁଇଗୁଣ ଅଧିକ ରହିଛି। ରାଜ୍ୟରେ ପ୍ରତିଦିନ ମାତ୍ର ୩% କରୋନା ଆକ୍ରାନ୍ତ ବଢୁଛନ୍ତି ବୋଲି ସରକାରୀ ସୂତ୍ର କହୁଛି। ହେଲେ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ଜାଣିଶୁଣି ସରକାର ଆକ୍ରାନ୍ତଙ୍କ ସଂଖ୍ୟା କୁ ପ୍ରତିଦିନ ୩୦୦ ରୁ ୪୦୦ ଭିତରେ ସୀମିତ ରଖୁଛନ୍ତି। ସରକାରୀ ଡାକ୍ତରଖାନା ଗୁଡିକରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ କୌଣସି ସ୍ଵତନ୍ତ୍ର ସୁବିଧା ନାହିଁ। ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଥାନୀୟ କମ୍ପାନୀ ତରଫରୁ ଯେଉଁ ଭେଣ୍ଟିଲେଟର କିଣା ଯାଇଥିଲା ତାହା ଅତ୍ୟନ୍ତ ନିକୃଷ୍ଟ ମାନର ବୋଲି ଏବେଡାକ୍ତରମାନେ କହିଲେଣି। ଭେଣ୍ଟିଲେଟର କିଣା ମାମଲାରେ ବଡ ଦୁର୍ନୀତି ଅଭିଯୋଗ ମଧ୍ୟ ଆସୁଛି।

ତେବେ ଆଜିର ପ୍ରଶ୍ନ ହେଉଛି, ଦେଶର ଆଦର୍ଶ ରାଜ୍ୟ ବୋଲି ଯେଉଁ ଗୁଜରାଟର ପ୍ରଚାର ଚାଲିଥିଲା, ସେ ଗୁଜରାଟର ମୁଖ୍ୟ ଡାକ୍ତରଖାନାକୁ କାଳକୋଠରୀ ଠୁ ଦୟନୀୟ ବୋଲି କୁହାଗଲା କେମିତି? ପୃଥିବୀର ସବୁଠୁ ଡେଙ୍ଗା ମୂର୍ତ୍ତି ତିଆରି କରିଥିବା ରାଜ୍ୟରେ ଡାକ୍ତରଖାନା ଗୁଡିକ ମରଣ ଜନ୍ତା ପାଲଟିଯିବା, ଏକ ଜାତୀୟ ଲଜ୍ଜା ନୁହେଁ କି? ଗୁଜରାଟ ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଯେଉଁ କଥା କହିଛନ୍ତି, ତାହା ଯଦି ଅନ୍ୟ କୌଣସି ରାଜ୍ୟରେ ଘଟିଥାନ୍ତା, ତାହେଲେ ଗଣମାଧ୍ୟମ ଉଠୁଥାନ୍ତା ଓ ପଡୁଥାନ୍ତା। “ଦେଶ ଜାଣିବାକୁ ଚାହୁଁଛି” ବୋଲି କହି ଆମର ମାତ୍ରାଧିକ ଦେଶପ୍ରେମୀ ସାମ୍ବାଦିକମାନେ କାନଫଟା ଚିତ୍କାର କରୁଥାନ୍ତେ।ଆଜି କିନ୍ତୁ ସବୁଠି ନୀରବତା। ଗୁଜରାଟ ହାଇକୋର୍ଟ ଆଜି ଗୁଜରାଟ ମଡେଲର ବେଲୁନ ଉପରେ ଛୁଞ୍ଚି ଫୋଡି ଦେଇଛନ୍ତି। କରୋନା ମୁକାବିଲା କ୍ଷେତ୍ରରେ ଗୁଜରାଟ ଯେ ସବୁଠୁ ନିକୃଷ୍ଟ ପ୍ରଦର୍ଶନ କରୁଛି, ସେକଥା କାହାକୁ ଅଛପା ନାହିଁ।

ଅସଲ ପ୍ରସଙ୍ଗ ହେଉଛି ସର୍ବାଧିକ ପୁଞ୍ଜି ବିନିଯୋଗ ହୋଇଥିବା ଏବଂ ସବୁଠୁ ଅଧିକ ବ୍ୟାବସାୟିକ ସଫଳତା ପାଇଥିବା ଗୋଟେ ରାଜ୍ୟରେ ଜନସ୍ୱାସ୍ଥ୍ୟ ପାଇଁ ମୌଳିକ ସୁବିଧା ନାହିଁ କେମିତି? ଯେମିତି ଆମେରିକାରେ ଭେଣ୍ଟିଲେଟର ଅଭାବରେ ମାତ୍ରାଧିକ ଲୋକ ମୃତ୍ୟୁବରଣ କରୁଥିଲେ ସେଇ ସ୍ଥିତି ଆଜି ଗୁଜରାଟରେ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିଜ ରାଜ୍ୟର ଏହି ଦୟନୀୟ ସ୍ଥିତି ପାଇଁ ହୁଏତ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଭବିଷ୍ୟତରେ ଦାୟୀ କରି ବିଜେପି ନୂଆ କାହାଣୀ ଗଢିପାରେ। ହେଲେ ସମସ୍ତେ ଜାଣନ୍ତି ମୋଦୀ-ଶାହାଙ୍କ ବିନା ଇଚ୍ଛାରେ ଗୁଜରାଟରେ ପତ୍ରଟିଏ ମଧ୍ୟ ହଲେ ନାହିଁ।

ପ୍ରାୟ ତିନି ଦଶନ୍ଧି ଧରି ଗୁଜରାଟର ଶାସନ ଭାର ବିଜେପି ହାତରେ ରହି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୁଜରାଟ ମଡେଲ କୁ ଏକ ପ୍ରକାର ରାମରାଜ୍ୟ ବୋଲି ପ୍ରଚାର କରାଯାଇଥିଲା। ତେବେ ଏଇଟା କଣ ସେଇ ରାମରାଜ୍ୟ ଯେଉଁଠି ରାଜଧାନୀର ମୁଖ୍ୟ ଡାକ୍ତରଖାନା କାଳକୋଠରୀରୁ ମଧ୍ୟ ଦୟନୀୟ ସ୍ଥିତିରେ ରହିଥାଏ???

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.