Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଧାରଣ ପରିବହନ ବ୍ୟବସ୍ଥା ସ୍ଵାଭାବିକ ହେବା ପରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ନିରର୍ଥକ ହେବାକୁ ବାଧ୍ୟ 
ବିଶେଷ ଖବର

ସାଧାରଣ ପରିବହନ ବ୍ୟବସ୍ଥା ସ୍ଵାଭାବିକ ହେବା ପରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ନିରର୍ଥକ ହେବାକୁ ବାଧ୍ୟ 

May 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତରେ ଆନ୍ତଃ-ରାଜ୍ୟ ଯାତ୍ରା ପାଇଁ ସଙ୍ଗରୋଧ ବା କୁଆରେଣ୍ଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇ ପାରିବ କି? ଏ ପ୍ରଶ୍ନ ପଚାରିବା ପୂର୍ବରୁ, ଆଉ ଏକ ପ୍ରଶ୍ନ ଉଠିବ, ଏହା ଆବଶ୍ୟକ କି? କରୋନା ସଂକ୍ରମଣ କୁ ରୋକିବା ଲାଗି ଅନନ୍ତ କାଳ ପର୍ୟନ୍ତ ଆମେ ଲୋକଙ୍କୁ ଗୃହବନ୍ଦୀ, ସହରବନ୍ଦୀ ବା ରାଜ୍ୟବନ୍ଦୀ କରି ପାରିବା କି? କର୍ଣ୍ଣାଟକ ସରକାର ଗୋଟେ ନିର୍ଦ୍ଦେଶନାମା ଦେଇଛନ୍ତି, ଯେଉଁଥିରେ କୁହା ଯାଇଛି ଯେ ତାଙ୍କ ରାଜ୍ୟକୁ ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର କିମ୍ବା କେରଳରୁ କେହି ଆସି ପାରିବେ ନାହିଁ। ଯଦି ଆସିବେ ତାହେଲେ  ତାଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ। ଇତି ମଧ୍ୟରେ ଓଡିଶା ସରକାର ମଧ୍ୟ ଓଡିଶା ଆସୁଥିବା ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ନିୟମ ଜାରି କରିଛନ୍ତି। ବିଭିନ୍ନ ରାଜ୍ୟର ସଙ୍ଗରୋଧ ବ୍ୟବସ୍ଥା ଦେଖିଲେ, ଆମକୁ ଗୋଟେ ସିଦ୍ଧାନ୍ତରେ ପହଞ୍ଚିବାକୁ ପଡିବ ଯେ, ଦେଶ ଭିତରେ ଏବେ ଅନେକ ପ୍ରବାସୀ କେନ୍ଦ୍ର ତିଆରି କରିବାକୁ ପଡିବ। ଦିଲ୍ଲୀରୁ ଆସୁଥିବା ଲୋକକୁ ଓଡିଶାରେ ଲୋକେ ସନ୍ଦେହ କରିବେ। ଓଡିଶାରୁ କର୍ଣ୍ଣାଟକ ଯାଉଥିବା ଲୋକକୁ ସେଠିକାର ଲୋକ ପୂରେଇ ଦେବେନାହିଁ। ଅର୍ଥାତ ଦୀର୍ଘଦିନ ଧରି ଏକ ବିଭାଜିତ ଓ ସନ୍ଦେହୀ ଦେଶ ଭାବରେ ଆମକୁ ପରଷ୍ପର ସହିତ ବଞ୍ଚିବାକୁ ପଡିବ।

ବାସ୍ତବରେ ଏହା ସମ୍ଭବ କି? ଗୋଟେ ଦେଶ ଯାହାର ସମ୍ବିଧାନ ଆମକୁ ଦେଶର ସବୁ ଭାଗକୁ ବିନା ବାଧାରେ ପ୍ରବେଶ କରିବାର ଅଧିକାର ଦେଇଛି, ସେଠାରେ ସଙ୍ଗରୋଧ ଏକ ଚିରସ୍ଥାୟୀ ବ୍ୟବସ୍ଥା ହୋଇପାରିବ କି? ତାପରେ କରୋନା ଭୂତାଣୁର ଭୟ ଆମର ସାମାଜିକ ଢାଞ୍ଚା ତଥା ଜାତୀୟ ସଂହତି ଉପରେ ଏକ ବିପଦ ସୃଷ୍ଟି କରିବା ଉଚିତ ହେବ କି? ଆରମ୍ଭରୁ ଆମକୁ ଗୋଟିଏ କଥା କୁହାଗଲା ନାହିଁ ଯେ ଆମକୁ ଭାରତୀୟ ଭାବରେ ହିଁ ଏହି ବିପଦ ସହିତ ଲଢିବାକୁ ପଡିବ। ଜାତୀୟତାବାଦକୁ ନିଜ ରାଜନୀତିର ଆଧାର ବୋଲି ଦାବୀ କରୁଥିବା ଦେଶର ଶାସକ ଦଳ ଏହାକୁ ପ୍ରଥମେ ଧର୍ମ ଆଧାରରେ ବିଭାଜିତ କରିବା ଆରମ୍ଭ କଲେ। ସେଥିରେ ଦେଶର ପ୍ରମୁଖ ଗଣମାଧ୍ୟମ ମଧ୍ୟ ସାମିଲ ହୋଇଗଲେ। ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଆମେ କରୋନା ଭୂତାଣୁର ଏକ ସାମ୍ପ୍ରଦାୟିକ ଚରିତ୍ର ତିଆରି କରିଦେଲେ। କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ସିଧା ସିଧା ଏହାକୁ ସାମ୍ପ୍ରଦାୟିକ ପ୍ରସଙ୍ଗ ଭାବେ ଉପସ୍ଥାପନ କଲେ।

ସମୟ କ୍ରମେ କରୋନାର ସାମ୍ପ୍ରଦାୟିକ ଚେହେରା ଚିରି ଗଲା, ହେଲେ ତା ସହିତ ଏହାକୁ ନେଇ ଉଗ୍ର ଆଞ୍ଚଳିକ ବିଭାଜନ ଆରମ୍ଭ ହୋଇ ଗଲା। ଲକ ଡାଉନ କୁ ଆମେ ଏକ ପ୍ରସ୍ତୁତି ପର୍ବ ବୋଲି ନା ଭାବି ଆମେ ଏହା ହିଁ କରୋନାର ଔଷଧ ବୋଲି ଭାବିଲେ। ଯିଏ ଯେଉଁଠି ଅଛନ୍ତି ସିଏ ସେଇଠି ରହିବା ହିଁ ଏହି ସମସ୍ୟାର ସମାଧାନ ବୋଲି ଏକ ଉଦ୍ଭଟ ଚିନ୍ତା ଆମ ମୁଣ୍ଡରେ ପଶିଗଲା। ଲକ ଡାଉନ ଏକ ଅସ୍ଥାୟୀ ବ୍ୟବସ୍ଥା ଓ ଏଥିରେ ସାମୟିକ ଭାବେ ଆମେ ସଂକ୍ରମଣ କୁ ଅଟକାଇ ପାରିବା। ହେଲେ କରୋନା ର ମୁକାବିଲା ଲାଗି ବ୍ୟାପକ ପରୀକ୍ଷା ତଥା ଯୁଦ୍ଧକାଳୀନ ପ୍ରସ୍ତୁତି କୁ ନେଇ ଭାରତ ସରକାରଙ୍କର ମନୋଭାବ ସବୁବେଳେ ହାଲୁକା ରହି ଆସିଛି। ଲକ ଡାଉନ ସମୟରେ ରାଜ୍ୟ ରାଜ୍ୟ ଭିତରେ ସନ୍ଦେହ ଓ ଉତ୍ତେଜନାର ଭାବନା ଅଧିକ ଉଗ୍ର ହୋଇଛି।

ଧରନ୍ତୁ, ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପାଇଁ ପ୍ରବାସୀ ଓଡିଆଙ୍କ ଆଗମନ ହିଁ ଦାୟୀ ବୋଲି ଆମେ ବୁଝିଗଲୁ। ପ୍ରବାସରୁ ଆସୁଥିବା ବସ ରୁ କେହି ଯଦି କେଉଁଠି ଟିକେ ଓହ୍ଲାଇ ପଡିଲେ ଆମେ ଡରିମରି ଛାନିଆ ହୋଇଗଲୁ। ସେହି ସ୍ଥିତିରେ ବିଭିନ୍ନ ରାଜ୍ୟ ଗୁଡିକ ପଡୋଶୀ ସହିତ ସୀମା ସିଲ କରିବା ଆରମ୍ଭ କରିଦେଲେ। ଏବେ ଯେତେବେଳେ ଲକ ଡାଉନ ଖୋଳୁଛି, ସେତେବେଳେ ସାଧାରଣ ଜୀବନଯାତ୍ରା ଅଧିକ ସ୍ଵାଭାବିକ ହେଉଛି। ରେଳଗାଡି ଓ ବିମାନ ଯିବା ଆସିବା ଆରମ୍ଭ କଲେଣି। ଘରୋଇ ଗାଡିର ଚଳାଚଳ ଉପରେ ଆଉ ପ୍ରତିବନ୍ଧକ ନାହିଁ।

ଏମିତି ଏକ ସ୍ଵାଭାବିକ ବ୍ୟବସ୍ଥାରେ ବାଧ୍ୟତାମୂଳକ ସଙ୍ଗରୋଧ ସମ୍ଭବ ହେବ କେମିତି? ଆଗକୁ ଲକ ଡାଉନ ଓ କୁଆରେଣ୍ଟାଇନ ବ୍ୟବସ୍ଥାଠୁ ଅଲଗା ସମାଧାନର ବାଟ ଆମକୁ ଖୋଜିବାକୁ ପଡିବ। ସଂଖ୍ୟାଧିକ ଅଳ୍ପ ଲକ୍ଷଣ ଥିବା ବା ଆଦୌ ଲକ୍ଷଣ ନଥିବା ଲୋକଙ୍କର ଘରୋଇ ଚିକିତ୍ସା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇ ପାରିଲେ ସ୍ଵତନ୍ତ୍ର ଡାକ୍ତରଖାନା ଗୁଡିକ ଉପରେ ଚାପ କମିଯିବ। ସେଥିପାଇଁ କରୋନା କୁ ନେଇ ଯେଉଁ ଅତିକାୟ ଭୟର ବାତାବରଣ ତିଆରି ହୋଇଛି ତାକୁ ବଦଳାଇବାକୁ ପଡିବ। ଘରୋଇ ସତର୍କତା ଏବଂ ଘରୋଇ ଉପଚାର ଏବେ ଆମ ପାଇଁ ସବୁଠୁ ବଡ ଲକ୍ଷ୍ୟ ହେବା ଉଚିତ।

ସବୁ ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାର ବାଧ୍ୟବାଧକତା ଅନେକାଂଶରେ ଆମର ଭୟକୁ ଅଧିକ ଦୃଢୀଭୂତ କରିବ। ଏବେ କରୋନାକୁ ସହଜ ଭାବରେ ଗ୍ରହଣ କରି ତାର ମୁକାବିଲା କରିବାର ସମୟ ଆସିଛି। ଅସାଧାରଣ ସମୟ ଓ ଅସାଧାରଣ ଆହ୍ଵାନ ବୋଲି ଏହାକୁ ଆମେ ସବୁଦିନ ଗ୍ରହଣ କରିପାରିବା ନାହିଁ। ସହଜ ଓ ସାଧାରଣ ଭାବରେ ଆମକୁ କରୋନା ରୁ ନିଜକୁ ବଞ୍ଚାଇବାକୁ ପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026

ପାକିସ୍ତାନ ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ଦୁଇ ସନ୍ଦିଗ୍ଧ ଗିରଫ

March 19, 2026

ଆଜିଠାରୁ ଆରମ୍ଭ ହେଲା ନବରାତ୍ରି: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.