Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ ତଥ୍ୟ ଓ ସୂଚନାକୁ ନେଇ ରାଜନୀତିର ଖେଳ, ସତ୍ୟ ଜାଣିବାର ସୁଯୋଗ ଆମ ପାଖରେ ରହିଛି କି?
ବିଶେଷ ଖବର

କୋଭିଡ ତଥ୍ୟ ଓ ସୂଚନାକୁ ନେଇ ରାଜନୀତିର ଖେଳ, ସତ୍ୟ ଜାଣିବାର ସୁଯୋଗ ଆମ ପାଖରେ ରହିଛି କି?

May 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କୋଭିଡ-୧୯ଏକ ମାନବୀୟ ସଙ୍କଟ ଓ ଏହି ସଙ୍କଟ ସମୟରେ କ୍ଷମତା ରାଜନୀତିର ଖେଳ ଅନ୍ତତଃ ବନ୍ଦ ରହିବା ଉଚିତ ବୋଲି ଆମେ ସମସ୍ତେ ଆଶା କରୁଛୁ। ହେଲେ ରାଜନୀତି ସହିତ ପଶାପାଲି ବିଛେଇ ବସିଥିବା ଆମର ରାଜନେତାମାନେ ଏହି ମାନବୀୟ ସଙ୍କଟକୁ ମୁକାବିଲା କରିବାରେ ରାଜନୈତିକ ସ୍ଵାର୍ଥକୁ ପଛରେ ପକାଇ କାମ କରୁଛନ୍ତି କି? ଏହାର ସ୍ପଷ୍ଟ ଉତ୍ତର ହେବ ନା। କୋଭିଡ-୧୯ ଏକ ମହାମାରୀ ଓ ଏହାର ମୁକାବିଲା ପାଇଁ ସବୁ ସରକାରୀ ନିଷ୍ପତ୍ତିକୁ ମାନିବାକୁ  ଆମେ ଆମର ନାଗରିକ ଦାୟିତ୍ଵ ବୋଲି ମାନି ନେଇଛୁ। ତେବେ ନାଗରିକ ଭାବେ ଆମେ ଆମର ଦାୟିତ୍ଵ ତୁଲାଉଥିବା ବେଳେ ଆମ ସରକାର ନିଜର ରାଜନୈତିକ ଦାୟିତ୍ଵ ନିର୍ବାହ ବେଳେ ନିରପେକ୍ଷ ରହି ଆସିଛନ୍ତି କି? କୋଭିଡ-୧୯ ର ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ପ୍ରଶ୍ନବାଚୀ ଏବେ ଉଠିବା ଆରମ୍ଭ ହୋଇଛି। ଖୋଦ ରାଜଧାନୀ ଦିଲ୍ଲୀରେ ଯେଉଁ ମୃତକଙ୍କ  ସଂଖ୍ୟା ଦିଆ ଯାଉଛି, ସେଥିରେ ତାଳମେଳ ରହୁନି। ଦିଲ୍ଲୀରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପୌର ନିଗମ ଅଧୀନରେ ଭିନ୍ନ ଭିନ୍ନ ଡାକ୍ତରଖାନା ରହିଛି। ସେଥିରୁ କେନ୍ଦ୍ର ସରକାରଙ୍କ ଅଧୀନରେ ଯେଉଁ ଡାକ୍ତରଖାନା ଗୁଡିକ ରହିଥିଲେ, ସେମାନେ ମଇ ୪ ତାରିଖ ଯାଏଁ ଦିଲ୍ଲୀ ସରକାରଙ୍କୁ ମୃତକଙ୍କ ରିପୋର୍ଟ ଦେଉନଥିଲେ। ତେବେ ଏ ସଙ୍କ୍ରାନ୍ତରେ କେନ୍ଦ୍ର ସରକାର ତଥ୍ୟ ଲୋକଙ୍କ ପାଖରେ ରଖିଲେନି କାହିଁକି?

ପଶ୍ଚିମବଙ୍ଗରେ କୋଭିଡ-୧୯ କାରଣରୁ ହୋଇନଥିବା ମୃତ୍ୟୁ କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣା ଓଟରା ରାଜନୀତି ଦୀର୍ଘ ସମୟ ଚାଲିଥିଲା। ସମାନ କଥା ଗୁଜରାଟ ଓ ମଧ୍ୟ ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି ରାଜ୍ୟ ସରକାରମାନେ ଚପାଇ ଦେଉଥିବାର ଖବର ଏବେ ଫୁଟି ବାହାରିବା ଆରମ୍ଭ କଲାଣି। କୋଭିଡ-୧୯ ଚିକିତ୍ସା ଆଳରେ ଅନେକ ସାଧାରଣ ରୋଗୀଙ୍କ ଚିକତ୍ସାରେ ଅବହେଳା ହେଉଛି ଓ ସେହି କାରଣରୁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଥିବାର ଦୁଃଖଦ ଖବର ଏବେ ମିଳୁଛି। ଘରୋଇ ଡାକ୍ତରଖାନା ଗୁଡିକ ଅନେକ ସମୟରେ ସାଧାରଣ ରୋଗୀଙ୍କୁ ଫେରେଇ ଦେଉଥିବାର ହଜାର ହଜାର  ଅଭିଯୋଗ ଏବେ ଆସୁଛି। ତେଣୁ ଭାରତରେ କରୋନା ଜନିତ ମୃତ୍ୟୁହାରକୁ ନେଇ ଯେଉଁ ସରକାରୀ ତଥ୍ୟ ଆସୁଛି, ତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି।

ଏହା ସହିତ ଆଉ ଏକ ସରକାରୀ ନିୟମ, କରୋନା ସ୍ଥିତିକୁ ଜଟିଳ କରିବା ଆରମ୍ଭ କରିଛି। ଗତ ମଇ ସାତ ତାରିଖରୁ କରୋନା ପରୀକ୍ଷଣ ଏବଂ ଚିକିତ୍ସାକୁ ନେଇ କେନ୍ଦ୍ର ସରକାର ଯେଉଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି, ତାହା ଅନେକାଂଶରେ ସ୍ଥିତିକୁ ଅଧିକ ଜଟିଳ କରୁଛୁ। ଆଗକୁ ଆଉ ଲକ୍ଷଣ ନଥିବା ରୋଗୀଙ୍କର ପରୀକ୍ଷା ନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ତା ପୂର୍ବରୁ, ବାରମ୍ବାର ସରକାରୀ ସୂତ୍ରରୁ ଆମେ ଜାଣୁଥିଲୁ ଯେ ୯୦% ରୁ ଅଧିକ କରୋନା ଆକ୍ରାନ୍ତଙ୍କ ଶରୀରରେ କୌଣସି ଲକ୍ଷଣ ରହି ନଥିଲା। ଯଦି ଲକ୍ଷଣ ନଥିବା ଲୋକଙ୍କର ପରୀକ୍ଷା ହେବନାହିଁ, ତା ହେଲେ ଏହା କରୋନା ସଂକ୍ରମଣ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ନାହିଁ କି?

ଏ ସଙ୍କ୍ରାନ୍ତରେ ଓଡିଶା ସରକାରଙ୍କୁ ରାଜ୍ୟ ବିଜେପି ଏକ ପ୍ରଶ୍ନ ପଚାରି ରାଜ୍ୟ ସରକାର, ସୁପର ସ୍ପ୍ରେଡର ଭୂମିକା ନେଉଛନ୍ତି ବୋଲି ସମାଲୋଚନା କରିଛି। ତେବେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ପରିବର୍ତ୍ତନ ପାଇଁ ଦାବି ହେବା ଉଚିତ। କେନ୍ଦ୍ର ସରକାର ଇତି ମଧ୍ୟରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପ୍ରସଙ୍ଗରେ ମଧ୍ୟ ନିଜର ନିୟମ ବଦଳାଇଛନ୍ତି। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରୁ ଛାଡିବା ପୂର୍ବରୁ ସେମାନଙ୍କର ଦୁଇଟି ପରୀକ୍ଷା ହେଉଥିଲା। ଦୁଇଟି ଯାକ ପରୀକ୍ଷାରେ ଫଳାଫଳ “ନେଗେଟିଭ” ଆସିଲା ପରେ ଯାଇ ରୋଗୀଙ୍କୁ ଘରକୁ ଫେରିବାର ଅନୁମତି ମିଳୁଥିଲା। ଏବେ କିନ୍ତୁ ଆଉ ସେ ନିୟମ ଲାଗୁ ହେଉନାହିଁ। ଯଦି ତିନି ଦିନ ପାଇଁ ଜ୍ଵର ନ ଆସୁଛି ବା କରୋନା ଲକ୍ଷଣ ଦେଖା ନ ଯାଉଛି ତାହେଲେ ରୋଗୀଙ୍କୁ ବିନା ପରୀକ୍ଷାରେ ଡାକ୍ତରଖାନାରୁ ଘରକୁ ଛାଡି ଦିଆ ଯାଉଛି। ଏହା କେତେ ଦୂର ସୁରକ୍ଷିତ ବ୍ୟବସ୍ଥା, ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ରହିଛି।

ସବୁଠୁ ଚିନ୍ତାର ବିଷୟ ହେଉଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୭୩ ଲକ୍ଷ ରୁ ଅଧିକ ଓ ମୃତ୍ୟୁ ସଂଖ୍ୟା ୪୯୦୦ ଟପି ସାରିଲାଣି। ହେଲେ ବିହାର ଓ ତେଲେଙ୍ଗାନା ଭଳି ରାଜ୍ୟ ଏବେ ମଧ୍ୟ ଅତି ଅଳ୍ପ ସଂଖ୍ୟକ ପରୀକ୍ଷା କରୁଛନ୍ତି। ତେଲେଙ୍ଗାନାରେ ୩.୭୨କୋଟି ଜନସଂଖ୍ୟା ଥିବା ବେଳେ ସେଠାରେ ପରୀକ୍ଷା ହୋଇଛି ମାତ୍ର ୨୩,୩୮୮। ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ବିହାରରେ ପରୀକ୍ଷଣର ମାତ୍ରା ହେଉଛି ମାତ୍ର ୭୦ ହଜାର। ସାଢେ ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ମାତ୍ର ଅଢେଇ ଲକ୍ଷ ପରୀକ୍ଷା ହୋଇଛି। ତେଣୁ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ବଡ ରାଜ୍ୟମାନଙ୍କର ଏ ପ୍ରକାର ଉଦାସୀନତା ସ୍ଥିତିକୁ ଅଧିକ ଜଟିଳ କରିବା ନିଶ୍ଚିତ। ବିନା ପରୀକ୍ଷାରେ ବା ସୀମିତ ପରୀକ୍ଷଣ କରି ରାଜ୍ୟମାନେ ଗୋଷ୍ଠୀ ସଂକ୍ରମଣର ପଥ ପରିଷ୍କାର କରୁ ନାହାନ୍ତି କି?

Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026

Dharmendra Statement: ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ…

August 9, 2026

ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ

August 8, 2026

ପାକିସ୍ତାନ ସହିତ ଯୁଦ୍ଧ ହେଲେ ଭାରତ ବିରୋଧରେ ଲଢିବେ କି  ତୁର୍କୀ ଏବଂ ସାଉଦି?: ଜାଣନ୍ତୁ ଯୋଜନା

August 8, 2026
Latest News

ଅଭ୍ୟାସ ମ୍ୟାଚ୍ ପରେ ଭାରତର ପ୍ଲେଇଂ ଇଲେଭେନ ଚୂଡ଼ାନ୍ତ: ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଏହି ଖେଳାଳି

August 9, 2026

ନିବେଶର ନୂଆ ଦିଗନ୍ତ: ଦିଲ୍ଲୀରୁ ଓଡ଼ିଶାକୁ ୬୬,୩୯୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୫୪ ହଜାରରୁ ଅଧିକ ନିଯୁକ୍ତି ଆଶା

August 9, 2026

ସମୁଦ୍ର ମୁହାଣରୁ ଯୁବକ ଉଦ୍ଧାର

August 9, 2026

‘ଘରେ ଘରେ ତ୍ରିରଙ୍ଗା’: ଯୁବଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ‘ବାହ୍ୟଶକ୍ତିରୁ ଦୂରେଇ ରୁହ’

August 9, 2026

ସୀମା ନିର୍ଦ୍ଧାରଣକୁ ନେଇ ଦକ୍ଷିଣ ଭାରତର ଚିନ୍ତା କାହିଁକି? ୫ଟି ପ୍ରଶ୍ନରେ ବୁଝନ୍ତୁ ପୂରା କାହାଣୀ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.