Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ସରକାର କହିଲେ ତାଲା ଖୋଲ, ଓଡିଶା ସରକାର ତାଲା ପକାଇ ଚାବି ଫିଙ୍ଗିଦେଲେ
ବିଶେଷ ଖବର

କେନ୍ଦ୍ର ସରକାର କହିଲେ ତାଲା ଖୋଲ, ଓଡିଶା ସରକାର ତାଲା ପକାଇ ଚାବି ଫିଙ୍ଗିଦେଲେ

June 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କେନ୍ଦ୍ର ସରକାର ସାରା ଦେଶରେ ଯେଉଁ ଲକ ଡାଉନ ଘୋଷଣା କରିଛନ୍ତି, ସେଥିରେ ମୂଳ ଆଧାର ହେଉଛି ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଓ ମହାମାରୀ ଆଇନ। ସେହି ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଲକ ଡାଉନ ସମ୍ପର୍କରେ ଆଦେଶନାମା ଜାରି କରିଛନ୍ତି। ତେବେ ଜୁନ ୧ ରୁ ୩୦ ତାରିଖ ଭିତରେ ଲକ ଡାଉନକୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ସେହି ଅନୁସାରେ ଲକ ଡାଉନର କଟକଣାକୁ କୋହଳ କରିବା ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ଓଡିଶା ସରକାର କେନ୍ଦ୍ର ସରକାରଙ୍କ  ସବୁ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ଲକ ଆଉଟ ନିୟମକୁ ସଂପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରି ଜୁନ ମାସରେ ଲକ ଡାଉନ ନିୟମକୁ ଅଧିକ କଠୋର କରିଛନ୍ତି। ଗତ ତିନିମାସ ହେଲା ଓଡିଶାର ଜନଜୀବନକୁ ଏକ ପ୍ରକାର ଠପ କରି ରଖିଥିବା ଲକ ଡାଉନକୁ କୋହଳ କରିବାକୁ ରାଜ୍ୟ ସରକାର ରାଜି ନ ହେବା ପଛରେ କି କାରଣ ରହିଛି? ସତରେ ଓଡିଶାର କରୋନା ସ୍ଥିତି କଣ ବିପଜ୍ଜନକ ଅବସ୍ଥାରେ ରହିଛି?

ରାଜ୍ୟରେ ମାସେ ଧରି ସାନ୍ଧ୍ୟ କାଳୀନ କର୍ଫ୍ୟୁ ଜାରି କରିବା ପରେ ତାକୁ ଅଧିକ ଗୋଟିଏ ମାସ ବଢାଇବାର ଯଥାର୍ଥତା କଣ? କେନ୍ଦ୍ର ସରକାର ରାତ୍ରି ୯ ଟାରୁ ୫ ଟା ଯାଏ କର୍ଫ୍ୟୁ ବଳବତ୍ତର ରଖିଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଗୁ ନ କରିବାର କାରଣ ସମ୍ପର୍କରେ କେହି କିଛି ପ୍ରଶ୍ନ କରିବା ଅବସ୍ଥାରେ ନାହାନ୍ତି। ବର୍ତ୍ତମାନ କରୋନାକୁ ଏମିତି ଏକ ଆଳ ଭାବରେ ସରକାର ଗ୍ରହଣ କରୁଛନ୍ତି, ଯେଉଁଥିରେ ସରକାରଙ୍କର କୌଣସି ବି ପଦକ୍ଷେପକୁ ପ୍ରଶ୍ନ କରିବାର ସାହସ କାହାର ନାହିଁ। ବିରୋଧୀ ଦଳଗୁଡିକ ନିଜ ନିଜ ସୀମା ଭିତରେ ସଙ୍କୁଚିତ ହୋଇ ପଡି ରହିଥିବା ବେଳେ ଅନ୍ୟ ନାଗରିକ ସଂଗଠନ ଗୁଡିକ ଅକାମୀ ହୋଇ ପଡିଛନ୍ତି।

ରାଜ୍ୟ ସରକାର ଗୋଟେ ପକ୍ଷରେ ସ୍ଵୀକାର କରୁଛନ୍ତି ଯେ, ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ପ୍ରବାସୀଙ୍କ ମଧ୍ୟରେ ଚିହ୍ନଟ ହେଉଛନ୍ତି। ହେଲେ ପ୍ରବାସୀଙ୍କ ଆସିବାକୁ ନେଇ କୌଣସି କଟକଣା ନାହିଁ। ଅଥଚ ରାଜ୍ୟରେ ଥିବା ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାକୁ ଗତ ତିନିମାସ ହେଲାଣି ଏକପ୍ରକାର ଧ୍ଵଂସ ଆଡକୁ ଠେଲି ଦିଆ ଗଲାଣି। ଏବେ ରାଜ୍ୟରେ ଗ୍ରୀଷ୍ମ ସମୟ। ସେଥିରେ ସନ୍ଧ୍ୟା ୬.୩୦ ଟାରୁ ବ୍ୟବସାୟ ବନ୍ଦ କରିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ଏ କଥା ବୁଝା ପଡୁନି ଯେ ସନ୍ଧ୍ୟାରୁ ଲୋକଙ୍କୁ ଘରେ ତାଲା ପକାଇ ରଖିଲେ ସଂକ୍ରମଣ କମିବାର କିଛି ଯୁକ୍ତି ବା ଆଧାର ଅଛି କି? ଏହା ସହିତ ରାଜ୍ୟର ୧୧ ଟି ଜିଲାରେ ସପ୍ତାହକୁ ଦୁଇ ଦିନ (ଶନିବାର ଓ ରବିବାର) ଶଟ ଡାଉନ ଘୋଷଣା କରିଛନ୍ତି। ଅର୍ଥାତ ସପ୍ତାହରେ ୨ ଦିନ ଲୋକେ ଗୃହବନ୍ଦୀ ହୋଇ ରହିବାକୁ ବାଧ୍ୟ। ଏହା ଏକପ୍ରକାର ବିଚିତ୍ର ବ୍ୟବସ୍ଥା ମାନେ ହେଉଛି।

କରୋନା ମୁକାବିଲାରେ ଗୋଟେ ଅନ୍ଧ ମୁହାଣିରେ ଆମେ ଠିଆ ହୋଇଛୁ। ଦିନକୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେତିକି ସୁସ୍ଥ ମଧ୍ୟ ହେଉଛନ୍ତି। ରାଜ୍ୟରେ ଗତ କାଲି ସୁଦ୍ଧା ୨୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣର ଏକ ବିଶେଷ ପରିବର୍ତ୍ତନ ଦେଖା ଯାଉଛି। ଏଠି ୯୫% ରୁ ଅଧିକ ଆକ୍ରାନ୍ତ ଅନ୍ୟ ରାଜ୍ୟରୁ ଆସିଛନ୍ତି। ତେଣୁ ପ୍ରବାସୀ ଓଡିଆଙ୍କ ଯାତାୟାତକୁ ନିୟନ୍ତ୍ରଣ କରିବା ଓ ସେମାନଙ୍କ ଉପରେ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ତାହା ନକରି ପୂରା ରାଜ୍ୟର ଜୀବନ ଓ ଜୀବିକାକୁ ବ୍ୟାହତ କରିବାର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଲକ ଡାଉନ କୋହଳ କରିବା ପରିବର୍ତ୍ତେ ରାଜ୍ୟ ସରକାର ଏହାକୁ ଅଧିକ ଜଟିଳ କରିବା ହୁଏତ ଲୋକ ଅଶାନ୍ତିର କାରଣ ହୋଇପାରେ।

ଲୋକଙ୍କ ମନରୁ କାରୋନା ଭୟକୁ ଦୂର କରିବା ପରିବର୍ତ୍ତେ ଏହାକୁ ଅଧିକ ବଢାଇବାକୁ ରାଜ୍ୟ ସରକାର ଚାହୁଁଛନ୍ତି। ରାତ୍ରି କାଳୀନ କର୍ଫ୍ୟୁ ସହିତ ସାପ୍ତାହିକ ଶଟ ଡାଉନ ଓଡିଶାର ଅର୍ଥନୈତିକ ମେରୁଦଣ୍ଡକୁ ସଂପୂର୍ଣ୍ଣ ଭାବରେ ଭାଙ୍ଗିଦେବ। ସରକାର ନିଜକୁ “ମାଇଁ ବାପ” ବୋଲି ଭାବି ସବୁଦିନ ଲୋକଙ୍କୁ ପୋଷି ପାରିବେ ନାହିଁ। ଲୋକଙ୍କ ଜୀବନ ବଞ୍ଚାଇବାର ତଥାକଥିତ ଲକ୍ଷ୍ୟରେ ଜୀବିକାକୁ ନଷ୍ଟ କରିଦେବା ଏକ ଭୟଙ୍କର ଭୁଲ। ଶଟ ଡାଉନ ନାଁରେ ୧୧ ଜିଲ୍ଲାର ଲୋକଙ୍କ ଜୀବିକାକୁ ସପ୍ତାହରେ ଦୁଇ ଦିନ ବନ୍ଦ କରିଦେବା ଆଦୌ ଉଚିତ ପଦକ୍ଷେପ ନୁହେଁ। ଶଟ ଡାଉନ ଏକ ଅତ୍ୟାବଶ୍ୟକ ବ୍ୟବସ୍ଥା ଓ ଏହା କେବଳ “କଣ୍ଟେନମେଣ୍ଟ ଜୋନ” ରେ ଲାଗୁ ହେବା ଦରକାର। ତାହା ନ କରି ପୂରା ୧୧ ଟି ଜିଲ୍ଲାରେ ୪ ସପ୍ତାହରେ ୮ ଦିନର ଶଟ ଡାଉନ ଲାଭ ଅପେକ୍ଷା କ୍ଷତି ହିଁ ଅଧିକ କରିବ।  ଭୟ ଏବଂ ଆଶଙ୍କାର ବାତାବରଣ ତିଆରି କରି ଲୋକଙ୍କର ସ୍ଵାଧୀନତା ଓ ଜୀବିକାର ସୁଯୋଗକୁ ନଷ୍ଟ କଲେ, ସେଥିରେ ସରକାର ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେବେ!!

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026

ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ୪ ଯୁବକ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.