Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ ଡାଉନ ଓ ଶଟ ଡାଉନ କରୋନା ସଂକ୍ରମଣ ରୋକିବାର ଚିରସ୍ଥାୟୀ ମାଧ୍ୟମ କି?
ବିଶେଷ ଖବର

ଲକ ଡାଉନ ଓ ଶଟ ଡାଉନ କରୋନା ସଂକ୍ରମଣ ରୋକିବାର ଚିରସ୍ଥାୟୀ ମାଧ୍ୟମ କି?

June 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜୁନ ମାସ ଓଡିଶାରେ କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ସମୟରେ ଯେତେବେଳେ ସାରା ଦେଶରେ ତାଲାବନ୍ଦ ପ୍ରତ୍ୟାହୃତ ସେତେବେଳେ ଓଡିଶା ସରକାର ସବୁଠୁ ଅଧିକ କଟକଣା ଲାଗୁ କରୁଛନ୍ତି। ବିଭିନ୍ନ ଅର୍ଥନୈତିକ ସଂସ୍ଥା ର ସର୍ବେକ୍ଷଣ ଅନୁଯାୟୀ ଲକ ଡାଉନ କୋହଳ ହେବା ପରେ ଦେଶର ପାଞ୍ଚଟି ରାଜ୍ୟରେ ଅର୍ଥନୈତିକ ଗତିବିଧି ସାମାନ୍ୟ ହେବା ଆରମ୍ଭ କରିଛି। ଏହି ପାଞ୍ଚୋଟି ରାଜ୍ୟ ଭିତରେ ତାମିଲନାଡୁ ମଧ୍ୟ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ମହାରାଷ୍ଟ୍ର ପରେ ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ରାଜ୍ୟ। ତାମିଲନାଡୁରେ ପ୍ରାୟ ୨୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାମିଲନାଡୁ ତୁଳନାରେ ଓଡିଶାରେ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ଅତ୍ୟନ୍ତ ସୀମିତ। ତା ସତ୍ତ୍ୱେ ଓଡିଶାରେ ଅର୍ଥନୈତିକ ଗତିରୋଧ ଜାରି ରଖିବାର କାରଣ କଣ?

ଜୁନ ୧ ତାରିଖରୁ ଓଡିଶା ସରକାର କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଲକ ଡାଉନକୁ କୋହଳ କରିବା ପରିବର୍ତ୍ତେ ଅଧିକ କଠୋର କରିଛନ୍ତି। ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସପ୍ତାହକୁ ଦୁଇଦିନ ୧୧ ଟି ଜିଲ୍ଲାରେ ଶଟ ଡାଉନ ଘୋଷଣା କରି ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସଂପୂର୍ଣ୍ଣ ଠପ କରି ଦେବାର ଏ ନିଷ୍ପତ୍ତି ପଛରେ ମୁଖ୍ୟ କାରଣ କଣ? ଓଡିଶା ସରକାର ଜୁନ ମାସରେ ବ୍ୟାପକ ଗୋଷ୍ଠୀ ସଂକ୍ରମଣ ଆଶଂକା କରୁଛନ୍ତି କି? ଯଦି ଗୋଷ୍ଠୀ ସଂକ୍ରମଣ ର ସମ୍ଭାବନା ରହିଛି, ତାକୁ ସାପ୍ତାହିକ ଶଟ ଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ଜରିଆରେ ରୋକିହେବ ବୋଲି ଭାବିବା ପଛରେ ସତରେ କିଛି ବୈଜ୍ଞାନିକ କାରଣ ରହିଛି କି?

ଓଡିଶା ସରକାର ଭାରତ ସରକାରଙ୍କ ଆଗରୁ ଲକ ଡାଉନ ନିଷ୍ପତ୍ତି ନେଇଥିଲେ ଓ ଏବେ ଏହା ଏକ ସହଜିଆ ସରକାରୀ ବ୍ୟବସ୍ଥା ପାଲଟି ଯାଇଛି। ଯେହେତୁ କରୋନା ସଂକ୍ରମଣ କୁ ସୀମିତ ରଖିବା ଲାଗି ଲକ ଡାଉନ ଏକ ବାଟ ବୋଲି ଲୋକେ ବୁଝିଥିଲେ , ତେଣୁ ଏହାକୁ ମାନିବା ବ୍ୟତୀତ ଲୋକଙ୍କ ପାଖରେ ଅନ୍ୟ ବିକଳ୍ପ ନଥିଲା। ଏହାର ଅର୍ଥନୈତିକ ପରିଣତି ଯେ କେତେ ଭୟଙ୍କର ହେବ, ସେ କଥା ଏବେ ସ୍ପଷ୍ଟ ଦିଶିବା ଆରମ୍ଭ କଲାଣି । କୋଟି କୋଟି ଲୋକଙ୍କର ଚାକିରି ଚାଲି ଗଲାଣି।  ଲକ୍ଷ ଲକ୍ଷ ବ୍ୟାବସାୟିକ ସଂସ୍ଥା ବୁଡିଯିବା ଅବସ୍ଥାରେ । ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇସାରିଛି। ସେସବୁର ଫଳ କରୋନା ତୁଳନାରେ କମ ବା ବେଶୀ କ୍ଷତିକାରକ, ତାହା ଏବେ କହିବା ମୁସ୍କିଲ। ହେଲେ ଆଜିର ସ୍ଥିତିରେ ଲକ ଡାଉନ ଯେ ଅର୍ଥନୀତି ଦୃଷ୍ଟିରୁ ଆତ୍ମଘାତୀ ଏ କଥା ମାନିବାକୁ ଆମେ ବାଧ୍ୟ।

ପୋଲିସ ଓ ସରକାରୀ ବଳ ପ୍ରୟୋଗ କରି ଲକ ଡାଉନ କୁ ଏକ ଚିରସ୍ଥାୟୀ ବ୍ୟବସ୍ଥା ଭାବେ ରଖିବାର ଏକ ଉଦ୍ଦେଶ୍ୟ ଲକ ଡାଉନ ପଛରେ ରହିଛି କି?  ପ୍ରାଥମିକ ସ୍ତରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆଜିର ଆବଶ୍ୟକତା ବୋଲି ସୋସିଆଲ ମିଡିଆରେ ସମର୍ଥନ ମିଳୁଥିଲା।ହେଲେ ମାତ୍ରାଧିକ ଲକ ଡାଉନ ଓ ଶଟ ଡାଉନର ପ୍ରୟୋଗ ଏବେ ଲୋକଙ୍କ ମନରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କଲାଣି।

ସାମାଜିକ ଦୂରତ୍ଵ ତିଆରି ଲାଗି ଲକ ଡାଉନ/ଶଟ ଡାଉନ କୁ ଏକମାତ୍ର ମାର୍ଗ ବୋଲି ଭାବିବାର ଅନ୍ତିମ ପରିଣତି ବ୍ୟାପକ ଜଣ ଅସନ୍ତୋଷର ରୂପ ନେଇପାରେ। କରୋନା ଭୂତାଣୁ ଏକ ଚିରସ୍ଥାୟୀ ସଙ୍କଟ ଓ ଏହାକୁ କୌଣସି ତାଳିପକା ବ୍ୟବସ୍ଥାରେ ରୋକିହେବ ବୋଲି ଭାବିବା ଠିକ ହେବନାହିଁ। ଭୟ ଓ ଆଶଙ୍କାର ବାତାବରଣ ପରିବର୍ତ୍ତେ ଏକ ସକାରାତ୍ମକ ବାର୍ତ୍ତା ଦେବା ଆଜିର ସମୟ ପାଇଁ ବେଶୀ ଜରୁରୀ। ସବୁ କଥା ଓ ସବୁ ଆବଶ୍ୟକତା ଘରେ ରହି ମେଣ୍ଟାଇ ପାରିବାର ସ୍ଥିତି ରାଜ୍ୟବାସୀଙ୍କର ନାହିଁ।

ଲକ ଡାଉନ ସମୟରେ ଲୋକଙ୍କ ତ୍ୟାଗର ମୂଲ୍ୟ ସବୁଠୁ ଅଧିକ। ସେମାନେ ନିଜର ସାମ୍ବିଧାନିକ ସ୍ଵାଧୀନତା ଓ ଜୀବିକାକୁ ତ୍ୟାଗ କରିଛନ୍ତି। କୋଟି କୋଟି ଲୋକଙ୍କର ଜୀବନ ଓ ଜୀବିକା ଆଜି ଉଜୁଡି ଯାଇଛି। ମାସ ମାସ ଧରି ବେକାର ହୋଇ ଘରେ ପଡି ରହିବା ପାଇଁ ଲୋକେ  ବାଧ୍ୟ, କାରଣ ଆମେ ଏକ ବଡ ସଙ୍କଟକୁ ସାମ୍ନା କରୁଛୁ। ସେଥିରେ ସାମାନ୍ୟ ବ୍ୟତିକ୍ରମ ହେଲେ ପୋଲିସ ଲୋକଙ୍କୁ ମାରିବ, ଜରିମାନା ଅସୁଲ କରିବ ଏବଂ ପୋଲିସ ଜୁଲୁମକୁ ଦେଖି ସାମ୍ବାଦିକ ସୁସୁରି ମାରିବେ, ତାହା ଗୋଟେ ଅସଭ୍ୟ ସମାଜର ଲକ୍ଷଣ।

ଆଜି ସରକାରୀ କର୍ମଚାରୀଙ୍କ ଅପେକ୍ଷା ସାଧାରଣ ଜନତାର ନିଷ୍ଠା ଓ ତ୍ୟାଗ ବହୁ ଅଧିକ। ତାକୁ ଯଦି ଆଜିର ବ୍ୟବସ୍ଥା  ସମ୍ମାନ ଦେବ ନାହିଁ, ତାହେଲେ ତାର ପରିଣତି ଆଦୌ ଭଲ ହେବନାହିଁ। ସବୁଠୁ ବଡ କଥା ହେଉଛି, ଲୋକଙ୍କ ଦୁର୍ଦ୍ଦଶା ସମୟରେ ଓଡିଶାର ରାଜନୈତିକ ବିରୋଧିମାନେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି। କେନ୍ଦ୍ର ଜାରି କରିଥିବା ଲକ ଆଉଟ ନିୟମକୁ ଓଡିଶା ସରକାର ସଂପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଭାରତୀୟ ଜନତା ପାର୍ଟି ମୁହଁ ରେ ତୁଣ୍ଡି ବାନ୍ଧି ବସିଛି। କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟ ଏ ପ୍ରସଙ୍ଗରେ କଣ କହିବେ କିଛି ବୁଝି ପାରୁନାହାନ୍ତି। ବସ୍ତୁତଃ ରାଜ୍ୟବାସୀ ଏବେ କେବଳ ଭାଗ୍ୟ ଓ ଭଗବାନଙ୍କ ଭରସାରେ ପଡି ରହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.