Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ସହିତ ଯୁଦ୍ଧ ନୁହେଁ, ଏବେ କରୋନା ସହ ସନ୍ଧି ଓ ଶାନ୍ତି ର ମାର୍ଗ ଖୋଜିବାକୁ ପଡିବ!!
ବିଶେଷ ଖବର

କରୋନା ସହିତ ଯୁଦ୍ଧ ନୁହେଁ, ଏବେ କରୋନା ସହ ସନ୍ଧି ଓ ଶାନ୍ତି ର ମାର୍ଗ ଖୋଜିବାକୁ ପଡିବ!!

June 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏ ଯୁଦ୍ଧର ସମୟ ନା ଶାନ୍ତିର ସମୟ? ଏଠି ଜୟ-ପରାଜୟ ବଡ ନା ଜୀବନର ସ୍ଵାଭାବିକତା ବଡ? ମନେ ରଖନ୍ତୁ, ଯୁଦ୍ଧ ମଣିଷର ସ୍ଵାଭାବିକ ଅବସ୍ଥା ନୁହେଁ। କ୍ଷମତାର ଅହଂକାର ଓ ପତିଆରା ପାଇଁ ଯୁଦ୍ଧର ଆୟୋଜନ। ସେଠି ଅହଂକାର ବଡ କଥା। ହେଲେ ପ୍ରକୃତି ସହିତ ମଣିଷର ଅହଂକାର ତିଷ୍ଠିବ କି? ମଣିଷ ଯେତେ କ୍ଷମତା ଓ ଦକ୍ଷତା ହାସଲ କଲେ ମଧ୍ୟ ପ୍ରକୃତି ଆଗରେ ସେ ଅସହାୟ। ତେଣୁ ଅନେକ ସମୟରେ ପ୍ରକୃତିକୁ ଈଶ୍ଵର ବୋଲି ଆମେ ନତ ମସ୍ତକ ହୋଇଛୁ। ଆଜି କରୋନା ମହାମାରୀର ସଂକ୍ରମଣ ସମୟରେ ଆମକୁ ସେହି ପୁରୁଣା ମାନବୀୟ ପ୍ରଜ୍ଞାର ଆବଶ୍ୟକତା ବେଶୀ। ଆମେ କରୋନା ଯୁଦ୍ଧ, କରୋନା ଯୋଦ୍ଧା ଇତ୍ୟାଦି ବିଶେଷଣ ମାଧ୍ୟମରେ ହୁଏତ ଗୋଟେ ଜୋଶ ତିଆରି କରିବାର ଉଦ୍ୟମ କରୁଛୁ, ହେଲେ ଏହା ଯେ ଯୁଦ୍ଧ ନୁହେଁ ଓ ଏଥିରେ କାହାର ଜୟ-ପରାଜୟ ତୁଳନାରେ ମଣିଷର ଅସ୍ତିତ୍ଵ ଇ ବଡ କଥା, ସେକଥା ବୁଝିବାର ସମୟ ଆସିଛି।

କରୋନା କୁ ବ୍ୟୁହ ରଚନା କରି ହରାଇବା ଭଳି ସ୍ଥିତି ଆମେ ମୂଳରୁ ତିଆରି କରିନାହୁଁ। ଏହା ଯେତେବେଳେ ଚୀନରେ ନିଜର କାୟା ବିସ୍ତାର କରୁଥିଲା ସେତେବେଳୁ ଆମେ ଅନ୍ୟମାନେ ସତର୍କ ହେଲୁନାହିଁ। ଆଜି ସେଥିପାଇଁ କେତେବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ଚୀନକୁ ଆମେ ଦାୟୀ କରୁଛୁ। ହେଲେ ଜାନୁଆରୀ ମାସର ଖବରକାଗଜ ଓ ଟେଲିଭିଜନ ରିପୋର୍ଟ ଦେଖିଲେ, ଗୋଟିଏ କଥା ସ୍ପଷ୍ଟ ହୋଇଯିବ ଯେ, ସେତେବେଳେ ଲକ ଡାଉନର କଷ୍ଟ ଭୋଗୁଥିବା ଚୀନ କୁ ଦେଖି ସାରା ପୃଥିବୀ ଗୋଟେ ପ୍ରକାର ଉଲ୍ଲସିତ ଅନୁଭବ କରୁଥିଲା। ଚୀନରେ କରୋନା ସଂକ୍ରମଣର ପ୍ରକାର ପ୍ରକାର କାହାଣୀ ଆମେ ଦେଖୁଥିଲେ ଓ ପଢୁଥିଲେ। ସେତେବେଳେ ଚୀନର ଅର୍ଥନୈତିକ ସ୍ଥିତି ସଂପୂର୍ଣ୍ଣ ଭାବରେ ବିପର୍ୟସ୍ତ ହୋଇପଡିବ ବୋଲି ଭାବି ବିଶ୍ଵର ଅନ୍ୟ ମହାଶକ୍ତିମାନେ କୁରୁଳି ଉଠୁଥିଲେ। ଆମେରିକା ସେତେବେଳେ ଚୀନ ସହିତ କୌଣସି ଅର୍ଥନୈତିକ ଗତିରୋଧ ବା ପ୍ରତିବନ୍ଧକ କଥା ଚିନ୍ତା ମଧ୍ୟ କରୁ ନଥିଲା।

ଜାନୁଆରୀ ପରେ ଚୀନରୁ କରୋନା ଭୂତାଣୁ ଇରାନ, ଦକ୍ଷିଣ କୋରିଆ, ତାଇୱାନ, ସିଙ୍ଗାପୁର, ଭିଏତନାମ ଇତ୍ୟାଦି ଏସୀୟ ଦେଶମାନଙ୍କୁ ବ୍ୟାପିବା ଆରମ୍ଭ କରିଥିଲା। ୟୁରୋପରେ କରୋନା ର ପ୍ରଭାବ ଆରମ୍ଭ ହେବା ଆଗରୁ ଛୋଟ ଛୋଟ ଏସୀୟ ଦେଶ ଗୁଡିକ ଏହାର ମୁକାବିଲା କରିବାରେ ସଫଳ ହୋଇଥିଲେ। ଭିଏତନାମ, ତାଇୱାନ ଓ ଦକ୍ଷିଣ କୋରିଆ କରୋନା ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଏମାନେ ସତର୍କତା ଓ ସର୍ବାଧିକ ପରୀକ୍ଷଣକୁ ପ୍ରାଥମିକତା ଦେଇ ନିଜ ନିଜ ଦେଶରେ ଲୋକଙ୍କୁ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି।

ଦକ୍ଷିଣ କୋରିଆରେ ମୋଟ ଆକ୍ରାନ୍ତ ୧୧, ୫୯୦ ଏବଂ ମୃତ ୨୭୩, ଭିଏତନାମରେ ଆକ୍ରାନ୍ତ ୩୨୮ ଓ ମୃତ ୦ ଏବଂ ତାଇୱାନରେ ମୋଟ ଆକ୍ରାନ୍ତ ୪୪୩ ଏବଂ ମୃତ ୭। ଏହି ତିନୋଟି ଯାକ ଦେଶ ଚୀନ ସହିତ ଗଭୀର ଭାବରେ ସଂଯୁକ୍ତ। ଏହି ଦେଶମାନଙ୍କର ଅନୁଭବକୁ ପୃଥିବୀର ମହାଶକ୍ତିମାନେ ଅଣଦେଖା କଲେ। ଯେତେବେଳେ ଇଟାଲି ଓ ସ୍ପେନ ରେ କରୋନା ବ୍ୟାପକ ଭାବରେ ମାରକ ପ୍ରଭାବ ବିସ୍ତାର କରୁଥିଲା, ସେତେବେଳେ ଆମେରିକା ନିଜକୁ ସୁରକ୍ଷିତ ରଖିବାର ଉପାୟ ବାହାର କରି ପାରିଥାନ୍ତା। ଆମେରିକା ନିଜର ପ୍ରସ୍ତୁତି ଏବଂ ସତର୍କତାରେ ଅବହେଳା କରିବାର ପରିଣତି ସ୍ୱରୂପ ଏହା ଆଜି କରୋନାର ସବୁଠୁ ଅଧିକ ଯନ୍ତ୍ରଣା ଭୋଗୁଛି। ୧୮ ଲକ୍ଷ ୮୧ ହଜାର ଆକ୍ରାନ୍ତ ଏବଂ ୧ ଲକ୍ଷ ୮ ହଜାର ମୃତ ଆମେରିକୀୟଙ୍କ ଯନ୍ତ୍ରଣା କୁ ନେଇ ଅତି ଅମାନବୀୟ ରାଜନୀତି ସେଠିକାର ନେତୃତ୍ଵ କରୁଛନ୍ତି।

କରୋନାର ଚିକିତ୍ସା ଲାଗି ବୈଜ୍ଞାନିକ ଚିନ୍ତନ ଓ ସକାରାତ୍ମକ ରାଜନୈତିକ ନେତୃତ୍ବ ଯେଉଁ ଦେଶ ଦେଖାଇଛନ୍ତି, ସେ ଦେଶ ଏହାର ମୁକାବିଲାରେ ସଫଳ ହୋଇଛନ୍ତି। ପ୍ରଥମେ ଏହାକୁ ସଠିକ ଭାବରେ ଅନୁଧ୍ୟାନ କରି ନପାରି କିଛିଟା ବିଫଳତା ଭୋଗିଥିବା ୟୁରୋପୀୟ ଦେଶ ଗୁଡିକ ଏବେ ଏହି ମହାମାରୀକୁ ଆକଟରେ ରଖିବାରେ ସଫଳ ହେଉଛନ୍ତି। ତେବେ ଆମେରିକା, ବ୍ରାଜିଲ, ଋଷିଆ, ଇଂଲଣ୍ଡ ଓ ଭାରତ ର ନେତୃତ୍ଵ କରୋନା ବିରୋଧରେ ଯୁଦ୍ଧ ଘୋଷଣାକୁ ଏକ ରାଜନୈତିକ ଫେସନ ଭାବେ ଗ୍ରହଣ କରିଥିଲେ। ପରିଣତିରେ ଆଜି ଏହି ପାଞ୍ଚୋଟି ଦେଶରେ କରୋନା ସ୍ଥିତି ବ୍ୟାପକ ଭାବରେ ବିଗିଡି ଚାଲିଛି।

ଆରମ୍ଭରୁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଏକ ଯୁଦ୍ଧ ବୋଲି ଘୋଷଣା କରିଥିଲେ ଓ ୨୧ ଦିନରେ ଏହାକୁ ଜିତିବାର ଲକ୍ଷ୍ୟ ଧାର୍ୟ କରିଥିଲେ।ସତରେ ଏହା ଏକ  ଯୁଦ୍ଧ କି? ପ୍ରକୃତିର ଏହି ସଙ୍କଟକୁ ଯୁଦ୍ଧ ବୋଲି କହି ରାଜନୈତିକ ବୟାନବାଜି ହୁଏତ ସହଜ, ହେଲେ ଏହା ସଙ୍କଟର ସମାଧାନ ନୁହେଁ। ଏହି ସଙ୍କଟରୁ ମୁକୁଳିବାକୁ ହେଲେ କରୋନା ଭୂତାଣୁ ସହିତ ଆମକୁ ସନ୍ଧି ଓ ଶାନ୍ତି ପ୍ରତିଷ୍ଠା କରିବାକୁ ପଡିବ। ସତର୍କତାର ସହିତ ଆମକୁ ଆମର ଶରୀର ଭିତରେ ରୋଗ ପ୍ରତିଷେଧକ ଶକ୍ତି ବଢାଇବାକୁ ପଡିବ। ଆବଶ୍ୟକ ସଂଖ୍ୟକ ସ୍ବାସ୍ଥ୍ୟସେବାର ଉନ୍ନତି ଆଣିବାକୁ ପଡିବ। କରୋନା କୁ ପିଛା କରି ତାକୁ ପରାସ୍ତ କରିବା ଅପେକ୍ଷା କରୋନା ରୁ ମୁକୁଳିବାର ବାଟ ଖୋଜିବା ଆଜି ବିଶେଷ ଆବଶ୍ୟକତା।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026
Latest News

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

August 10, 2026

ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଚିନ୍ତା ଦୂର କଲେ ଯୋଗାଣ ମନ୍ତ୍ରୀ

August 9, 2026

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026

‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.