Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ବାହାରେ ଓଡିଶାର ନୂଆ ପରିଚୟ, କରୋନା ଏବଂ ବାତ୍ୟା ମୁକାବିଲାରେ ମାଇଲଖୁଣ୍ଟ ତିଆରୁଛି ଓଡିଶା
ବିଶେଷ ଖବର

ଓଡିଶା ବାହାରେ ଓଡିଶାର ନୂଆ ପରିଚୟ, କରୋନା ଏବଂ ବାତ୍ୟା ମୁକାବିଲାରେ ମାଇଲଖୁଣ୍ଟ ତିଆରୁଛି ଓଡିଶା

June 4, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାଶ୍ରୀ ଦାଶ

ପାଖାପାଖି ଅଢେଇ ମାସ ହେବ ମୁଁ ଘର ଭିତରେ ରହିଛି । ଯଦିଓ ମୋର ବୟସ ସେତେଟା ବେଶୀ ନୁହେଁ । ତଥାପି ଏପରି ଏକ ଅଜଣା ଓ ଅଦୃଶ୍ୟ ଭୟକୁ ସାମ୍ନା କରିବା ମୋ’ ପାଇଁ ନୂଆ । ତେବେ ଘରେ ରହୁଛି ବୋଲି ସୟମ ପାଉଛି ପଢିବା ଓ ଲେଖିବାକୁ । ଆଜିକାଲି ସୋସିଆଲ ମିଡିଆର ଅନେକ କିଛି କଣ୍ଟେଣ୍ଟ ରହୁଛି ପଢିବାକୁ । ସେସବୁକୁ ପଢିଲା ପରେ ଲାଗୁଛି, ଆଜି ସମେସ୍ତ ଯେପରି ଧରାଶାୟୀ ହୋଇ ପଡୁଛନ୍ତି । ସେ ଛୋଟ ରାଷ୍ଟ୍ର ହେଉ ବା ୟୁଏଇ ପରି ଧନୀରାଷ୍ଟ୍ର । କାହାର ପାଖରେ କିଛି ଉପାୟ ନାହିଁ ।

ଦୁବାଇରେ ପାଖାପାଖି ଦୁଇ ମାସ ହେବ ଲକ୍‌ ଡାଉନ୍‌ ଜାରି ରହିଛି । ତେବେ ଏହି ଦୁଇ ମାସ ଭିତରେ ମୁଁ ମୋ ପଡୋଶୀମାନଙ୍କ ସହ ମିଶିଛି । ସାମ୍‌ନାରେ ରହିଥିଲେ ମଧ୍ୟ କେବେ ସେମାନଙ୍କ ଘରକୁ ଯିବା ବା କଥା ହେବାର ସୁଯୋଗ ସେତେଟା ମିଳିନି । କେତେବଳେ ହାଇ, ହାଲୋ ବା ଆଉ କେତେବେଳେ ଏକ ଛୋଟ ସ୍ମାଇଲ୍‌ । ସେତିକିରେ ଆମର ବନ୍ଧୁତା ରହିଯାଏ । ମୋ ଘର ସାମ୍‌ନାରେ ଏକ ଆଫ୍ରିକାନ୍‌ ପରିବାର ରହୁନ୍ତି । ସେହିପରି ଆଉ ଜଣେ ଲେବାନନ୍‌ର । ଆଉ ଜଣେ କେରଳର । ସେହି ଦୁଇ ପରିବାର ପାଇଁ ମୋ ପରିଚୟ କେବଳ ଭାରତୀୟ ।

ଅନେକ ସମୟରେ ସେମାନଙ୍କ ମୁହଁରୁ ଭାରତୀୟ ଖାଇବାର ପ୍ରଶଂସା ଶୁଣିଛି । ଭାରତ ଏକ ବଡ ଦେଶ ଓ ଏଠାରେ ବୁଲିବା ପାଇଁ ଅନେକ ଜାଗା ଅଛି । ସେମାନେ ଅନେକ ଥର ଭାରତ ଆସିବାକୁ ଇଚ୍ଛା କରନ୍ତି ତେବେ ଲକ୍‌ଡାଉନ୍‌ ପରେ ଭାରତର ଅବସ୍ଥା ଯାହା ତାକୁ ଦେଖି ସେମାନେ ଭାରି ଦୁଃଖୀତ । ଆମ ଭିତରେ ଯଦି ମାନବିକତା ବଞ୍ଚି ରହିଛି ,ତେବେ ଅନ୍ୟ ଦୁଃଖରେ ସାମିଲ୍‌ ହେବା କିଛି ନୂଆ କଥା ନୁହେଁ । ତେବେ କେରଳ ସରକାର ଯେଉଁଭରପି ଭାବରେ କରୋନା କ୍ରାଇସିସ୍‌କୁ ସାମ୍ନା କରିଛି ତାହା ପ୍ରଶଂସାଯୋଗ୍ୟ । ଜଣେ ଭାରତୀୟ ହିସାବରେ ମୁଁ ମଧ୍ୟ ଗର୍ବିତ କେରଳ ସରକାର ପାଇଁ । କିନ୍ତୁ ତା’ଠାରୁ ଅଧିକ ଗର୍ବିତ ଓଡ଼ିଶା ସରକାର ପାଇଁ । ବର୍ତ୍ତମାନ ଯାଏଁ ଓଡ଼ିଶା ସରକାର ଯେଉଁପରି ପଦକ୍ଷେପ ନେଇଛନ୍ତି, ତାହା କାହାପାଇଁ ଅଛପା ନୁହେଁ । ଆଉ ମୋ’ ହୃଦୟଟା ସେତେବେଳେ ଗର୍ବରେ ଫୁଲିଯାଏ । ଯେତେବେଳେ ଅନ୍ୟମାନେ କୁହନ୍ତି ତୁମ ରାଜ୍ୟରେ କରୋନା ମୃତ୍ୟୁହାର ଖୁବ୍‌ କମ୍‌ ।

ଏକ ବାହାର ଦେଶରେ ରହି ନିଜ ରାଜ୍ୟର ପ୍ରଶଂସା ଶୁଣିବାକୁ ବା କାହାକୁ ଭଲ ନ ଲାଗେ । ଏକ ସ୍ମିତହସ ଦ୍ବାରା ମୁଁ କହେ ଥ୍ୟାଙ୍କ୍‌ ୟୁ । ଦିଲ୍ଲୀ ଓ ବେମ୍ବ ଭଳି ବଡ ବଡ ସହରକୁ ନାଁରୁ ଜାଣୁଥିବା ଲୋକେ ଆଜି ଓଡ଼ିଶାକୁ ଜାଣୁଛନ୍ତି । କେବଳ କେରଳ ନୁହେଁ, ଓଡ଼ିଶା ମଧ୍ୟ ନିଜର ନାଁ କରିପାରିଛି । କରୋନା ସହ ଲଢେଇ କରୁଥିବା ସମୟରେ ଓଡ଼ିଶା ଉପରକୁ ମାଡ଼ିଆସିଲା ଆଉ ଏକ ବିପତ୍ତି ଆମ୍ଫାନ୍‌ । ବାହାରେ ରହିଲେ ଏସବୁ ବିପତ୍ତି ମନକୁ ବିଚଳିତ କରେ । ସରକାର ଏହାର ମୁକାବିଲା କରିପାରିବେ ତ ? ସରକାର ସକ୍ଷମ ତ ? ଏମିତି ଅେନକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିଲା । ହେଲେ ଆମ ପାଇଁ ବାତ୍ୟା ଓ ମହାବାତ୍ୟା କ’ଣ ନୂଆ କଥା ? ଏମିତି କେତେ ବାତ୍ୟା ଦେଖିନୁ ଆମେ । ଏଠି ରହୁଥିବା ମୋର ବଙ୍ଗାଳୀ ବନ୍ଧୁମାନେ ମଧ୍ୟ ଭୟଭୀତ ହେଉଥିଲା । କିନ୍ତୁ ମୁଁ ସେମାନଙ୍କୁ କହୁଥାଏ ସରକାର ଯଦି ସଚେତ ତା’ହେଲେ ଡରିବାର କିଛି ନାହିଁ । ବିପତ୍ତି ସମୟରେ ଅନ୍ୟକୁ କେବଳ ସାନ୍ତ୍ବାନା ଦିଆଯାଇପାରେ ।

ଆମ୍ଫାନ୍‌ ପରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଭାବିତ ହେଲେ ସତ, କିନ୍ତୁ ପଡୋଶୀ ରାଜ୍ୟ ବେଶୀ କ୍ଷତିଗ୍ରସ୍ତ ହେଲା । ପ୍ରାୟ ଗୋଟିଏ ସପ୍ତାହ ପରେ ଫୋନ୍‌ରେ କଥାହେବାବେଳେ ମୋ ବନ୍ଧୁମାନେ ପଚାରନ୍ତି, ସବୁ କିଛି ଏତେ ଆରାମରେ କେମିତି ହେଲା । ସରକାର କଣ ସତର୍କ ଥିଲେ । ସରକାର କ’ଣ ଆଗରୁ ଜାଣିପାରନ୍ତି । ସେତେବେଳେ କେବଳ ଗର୍ବର ଭାବନା ଆସେ । ମୋ ରାଜ୍ୟ ପାଇଁ । ମୋ ସରକାର ପାଇଁ ।

ଜଣେ ପ୍ରବାସୀ ହିସାବରେ ମୋ’ ମନରେ ସବୁବେଳେ ଉଦ୍ଦୀପନା ମୋ ରାଜ୍ୟକୁ ନେଇ । ମୁଁ ଯେତିକି ଭାରତୀୟ, ସେତିକି ଓଡ଼ିଆ । ଆଉ ଯେତେବେଳେ ଓଡ଼ିଶା ଗୋଟେ ସୁଦୃଢ ହାତରେ, ମୁଁ ଗର୍ବିତ ଓଡ଼ିଆ  ହୋଇ ଓ ବାହାରେ ଓଡ଼ିଆ ହେବାର ପରିଚୟ ଦେଇ ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.