Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ହେବେ ପ୍ରତ୍ୟେକ ଘରର ପ୍ରତ୍ୟେକ ସଦସ୍ୟ – ସୁବ୍ରତ ବାଗ୍‌ଚୀ
ବିଶେଷ ଖବର

ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ହେବେ ପ୍ରତ୍ୟେକ ଘରର ପ୍ରତ୍ୟେକ ସଦସ୍ୟ – ସୁବ୍ରତ ବାଗ୍‌ଚୀ

June 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ କରୋନା ଅପଡେଟ ନେଇ କୋଭିଡ୍‌-19 ଓଡ଼ିଶାର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି । ଜୁନ ମାସ ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବା୍ଗ୍‌ଚୀ ।  ଜୁନ୍‌ ହେଉଛି ଚତୁର୍ଥ ପର୍ଯ୍ୟାୟ, ଏହା ଓଡ଼ିଶାର ଭବିଷ୍ୟତ ନିର୍ଦ୍ଧାରଣ କରିବ । ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାକୁ 5ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଉପରେ କରୋନା ପ୍ରଭାବ ପଡିଛି କି ନାହିଁ ତାହା 15 ଦିନରେ ଜଣାପଡିବ । ସେହି ଘାଟିଟି ପାରି ହୋଇଗଲେ ଆମ ସମସ୍ତଙ୍କ ଉପରୁ ବିପଦ ଟଳିବ ବୋଲି କହିଛନ୍ତି ବାଗ୍‌ଚୀ । ପ୍ରବୀଣଙ୍କ ମତରେ ସାରା ଦେଶରେ ଜୁନ୍‌ ବିସ୍ଫୋରଣ ଆକାର ନେଇପାରେ ବୋଲି ସୂଚନା ରହିଛି । ଚତୁର୍ଥ ପର୍ଯ୍ୟାୟ ଲଢେଇରେ ସାରା ରାଜ୍ୟବାସୀ ସେନାପତି ବୋଲି କହିଛନ୍ତି ବାଗ୍‌ଚୀ । ପ୍ରଥମ ତିନିଟି ପର୍ଯ୍ୟାୟ ଲଢେଇରେ କର୍ଣ୍ଣଧାର ଥିଲେ ସରକାର ଓ ପ୍ରଶାସନ । ଏବେ ଜୁନ୍‌ ମାସରେ ଚତୁର୍ଥ ପର୍ଯ୍ୟାୟରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟଟି ହେଲେ ସବୁଠାରୁ ସମ୍ବେଦନଶୀଳ ଏବଂ ଏହି ସମ୍ବେଦନଶୀଳତାର ମୂଳରେ ରହିଛି ଗୋଟିଏ ବିରାଟ ଦ୍ବନ୍ଦ୍ବ ଜୀବନ ନା ଜୀବିକା । ପ୍ରତିଟି ଘରର ସଦସ୍ୟ ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ସାଜିବେ  ବୋଲି କହିଛନ୍ତି ବାଗ୍‌ଚୀ ।

ଏହି ଅବସରରେ ଗଜପତି ମହାରାଜଙ୍କୁ ପ୍ରଶଂସା କରିଛନ୍ତି । ଆମ ସମସ୍ତଙ୍କ ପାଇଁ ଗଜପତି ମହାରାଜା ଉଦାହରଣ ପାଲଟିଛନ୍ତି ।  ବିଦେଶରୁ ଫେରି ଉଭୟ ରାଜା, ରାଣୀ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବା ସହିତ ସରକାରଙ୍କ କରୋନା ଗାଇଡଲାଇନ୍‌ ମାନି କାଲି ମଧ୍ୟ ସ୍ନାନଯାତ୍ରାକୁ ନ ଆସି ଶ୍ରୀନଅରରେ ରହିଥିଲେ । ଏଥିପାଇଁ ଗଜପତି ମହାରାଜାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସେହିପରି କୋଭିଡ ପରିଚାଳନା ଦାୟିତ୍ବରୁ 9 ଜଣ ଆଇଏଏସ୍‌ଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବାଗ୍‌ଚୀ । ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡିଥାଏ । ଋଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ ହୋଇଥାଏ ବୋଲି କହିଛନ୍ତି ବାଗ୍‌ଚୀ । ଋଣ କ୍ଷେତ୍ରକୁ ନୂଆ ଯୋଦ୍ଧା ନ ଆସିଲେ ସମେସ୍ତ କ୍ଲାନ୍ତ ହୋଇଯିବେ ବୋଲି କହିଛନ୍ତି ବାଗ୍‌ଚୀ ।

କରୋନା ଅପଡେଟ୍‌ ସୁବ୍ରତ ବାଗ୍‌ଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ମେଡିକାଲ କଲେଜ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣନ୍ତୁ କେତେ

December 15, 2025

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

କଂଗ୍ରେସରୁ ବହିସ୍କୃତ ହେଲେ ମହମ୍ମଦ ମୋକିମ, ଚିଠି ଲେଖିବା ହେଲା କାଳ

December 15, 2025

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025
Latest News

ଖନ୍ତାପଡ଼ା ଷ୍ଟେସନର ୟାର୍ଡ ପୁନଃମଡେଲିଂ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

December 15, 2025

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ସଫଳତାର ସହ ସମ୍ପନ୍ନ ହେଲା ଜଟିଳ ଟ୍ୟୁମର ଅସ୍ତ୍ରୋପଚାର

December 15, 2025

IPL Auction 2026: ୩୦.୫୦ କୋଟିରେ କ୍ୟାମେରନ୍ ଗ୍ରୀନ୍ ଙ୍କୁ କିଣିଲା KKR, ହେବେ ମହଙ୍ଗା ଖେଳାଳି!

December 15, 2025

ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

December 15, 2025

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ରାମ ବିଳାସ ବେଦାନ୍ତୀଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶୋକ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.