Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାରୀ କାଳରେ ବଢିଆ ଭର୍ଚ୍ୟୁଆଲ ରାଲି, ବଜା’ ଥାଳି –ମାର ତାଳି !!
ବିଶେଷ ଖବର

ମହାମାରୀ କାଳରେ ବଢିଆ ଭର୍ଚ୍ୟୁଆଲ ରାଲି, ବଜା’ ଥାଳି –ମାର ତାଳି !!

June 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାବିନିଅନ୍ତୁ, ଭାରତରେ କରୋନା ସଂକ୍ରମଣର ବିପଦ ଆଉ ନାହିଁ। ସତରେ ନାହିଁ, ହେଲେ ଭାବିବାରେ କିଏ କାହାକୁ ବା ଅଟକାଇ ପାରିବ!! ଗତ କିଛିଦିନ ହେଲା ଭାରତର ଶାସନ ଦାୟିତ୍ଵ ସମ୍ଭାଳିଥିବା ବିଜେପିର ରାଜନୈତିକ ଗତିବିଧି ଦେଖି ମନେ ହେଉଛି, ଆମେ ସତରେ ଗୋଟେ ମହାମାରୀକୁ ଆଉ ସାମ୍ନା କରୁନାହୁଁ। ଏବେ ତ ରାଜନୀତିର ମଇଦାନ ଖୋଲି ଯାଇଛି। ବିଜେପି ତରଫରୁ କୁହାଯାଉଛି, ଗୃହମନ୍ତ୍ରୀ ଭର୍ଚ୍ୟୁଆଲ ରାଲି କରୁଛନ୍ତି। ଅର୍ଥାତ ସବୁକିଛି କେବଳ ଇଣ୍ଟରନେଟ ଜରିଆରେ ପ୍ରସାରିତ ହେଉଛି। ଭଲକଥା, ଯେହେତୁ ଦେଶରେ ସାମାଜିକ ଦୂରତ୍ଵ ଏବଂ ଲକ ଡାଉନ ବ୍ୟବସ୍ଥା ଲାଗୁ ହୋଇଛି, ସେଥିରେ ହଜାର ହଜାର ଲୋକଙ୍କୁ ଡାକି ରାଲି କରିବା ସମ୍ଭବ ନୁହେଁ। ହେଲେ ନିଜ ଦଳର କାର୍ଯ୍ୟାଳୟ ସଭା କରିବାର ଅନୁମତି ଅଛି କି? ସାମାଜିକ ଦୂରତାର ନିୟମ ସମୟରେ ଯଦି ଶତାଧିକ କର୍ମକର୍ତ୍ତା ଏକାଠି ହୁଅନ୍ତି, ସେଥିରେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଛି ନା ନାହିଁ? ଏ ପ୍ରଶ୍ନ ପଚାରିବା ବି ଏକ ଅପରାଧ!! ବର୍ତ୍ତମାନ ସମୟରେ ଶାସକ ଦଳକୁ ପ୍ରଶ୍ନ ପଚାରିଲେ ଆପଣଙ୍କ ନାଁରେ ପୁଲିସରେ ନାଲିସ କରିବାକୁ ଗୋଟେ ରଣନୀତି ପ୍ରସ୍ତୁତ ହୋଇଛି। ତେବେ “ଭର୍ଚ୍ୟୁ ଆଲ ରାଲି” ରେ “ରିଏଲ” ସଭାସଦ ଓ କର୍ମକର୍ତ୍ତାଙ୍କୁ ଦେଖି ଆମେ ତ ପ୍ରଶ୍ନ ପଚାରିବୁ ନିଶ୍ଚୟ।

ତେବେ ଏ ରାଲିର ବାର୍ତ୍ତା କଣ? ଗୃହମନ୍ତ୍ରୀ ଅମିତ ଶାହ କହିଲେ, ଲକ ଡାଉନ ସମୟରେ ୧୧ କୋଟି ଲୋକଙ୍କୁ ତାଙ୍କ ଦଳର କର୍ମକର୍ତ୍ତାମାନେ ଦି ଓଳି ଖାଇବାକୁ ଦେଉଥିଲେ। ଏଗାର କୋଟି? ଯଦି ୫୦ ଜଣଙ୍କୁ ଜଣେ କର୍ମୀ ଖାଇବାକୁ ଦେଉଥିବ ତାହେଲେ ଅତି କମରେ ୨୨ ଲକ୍ଷ ବିଜେପି କର୍ମୀ ଲକ ଡାଉନ ସମୟରେ ସକ୍ରୀୟ ରହିଥିବେ!! ଏତେ ସଂଖ୍ୟକ ରାଜନୈତିକ କର୍ମୀଙ୍କର ସେବା କାର୍ଯ୍ୟ କାହା ଆଖିରେ ପଡିଲା ନାହିଁ କେମିତି? ଲକ ଡାଉନର ପ୍ରଥମ ଦୁଇଟି ପର୍ଯ୍ୟାୟରେ କୌଣସି ରାଜନୈତିକ ଦଳର ଲୋକଙ୍କୁ ଆମେ ଦେଖିବାକୁ ପାଇ ନଥିଲୁ। ଲକ୍ଷ ଲକ୍ଷ ଶ୍ରମିକ ପାଦରେ ଚାଲି ଚାଲି ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ବେଳେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତା ସେମାନଙ୍କ ପାଖରେ ଠିଆ ହୋଇନଥିଲେ। ଅଥଚ ଆଜି ରାଲି କରି କୁହାଯାଉଛି ଯେ ଆମେ ସେମାନଙ୍କୁ ଖାଇବାକୁ ଦେଉଥିଲୁ!! ଇତିହାସରେ ଏମିତି ବିଡମ୍ବନା ବୋଧେ ଅନ୍ୟ କିଛି ନଥିବ!!

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କରୋନା ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ହଠାତ ଏ ରାଜନୀତିର ଆରମ୍ଭ କାହିଁକି? ଏହାର ସ୍ପଷ୍ଟ ଉତ୍ତର ହେଉଛି, କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲକ ଡାଉନ ସମୟରେ ଯେଉଁ କେତୋଟି ଭର୍ଚ୍ୟୁଆଲ କାର୍ଯ୍ୟକ୍ରମ କରିଥିଲେ, ସେଥିରେ ଉଠିଥିବା ପ୍ରଶ୍ନ ସବୁ ସରକାରକୁ ଅଡୁଆରେ ପକାଇଛି। ତେବେ ରାହୁଲ ଗାନ୍ଧୀ ଅତ୍ୟନ୍ତ ସୀମିତ ପରିସରରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ କଥାବାର୍ତ୍ତା କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରିପୋର୍ଟର/ସମ୍ପାଦକ ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ। ବିଜେପି ତାହା କରୁନାହିଁ।

ମୋଦୀ-ଶାହ ନେତୃତ୍ବରେ ବିଜେପିର ରଣନୀତି ହେଉଛି, ସବୁକିଛି ବିଶାଳ ଓ ବିପୁଳ ଆୟୋଜନ ମାଧ୍ୟମରେ ଲୋକଙ୍କୁ କିମିଆ କରିବା। “ଭର୍ଚ୍ୟୁଆଲ ରାଲି” ସେହି ଆଚମ୍ବିତ ବା କିମିଆ କରିଦେବାର ଏକ ପ୍ରକ୍ରିୟା। ଏଠି କେବଳ ଜଣେ ନେତାଙ୍କର ୪୫ ମିନିଟର ଓଜସ୍ଵୀ ଭାଷଣ। ପ୍ରଶ୍ନ ଉତ୍ତର ବା ବିଚାର ବିମର୍ଶ ପାଇଁ କୌଣସି ସୁଯୋଗ ନାହିଁ। କେବଳ ସେହି ସମାନ ବାକ୍ୟ ଓ ସମାନ ତଥ୍ୟ ରଖି ଲୋକଙ୍କ ମନରେ ଭକ୍ତି ଭାବ ଯୋଗାଇବାର ଏହା ଏକ ସହଜ ବାଟ।

ଦେଶରେ ପ୍ରତିଦିନ ପ୍ରାୟ ଦଶ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ପ୍ରାୟ ସାଢେ ସାତ ହଜାର ଲୋକ ପ୍ରାଣ ହରାଇଲେଣି। ବର୍ତ୍ତମାନ ପୃଥିବୀର ପଞ୍ଚମ ଦେଶ ଭାବରେ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବରେ ଆମେ ସଂଘର୍ଷ କରୁଛେ। ଆମର ଅର୍ଥନୀତି ଭୟଙ୍କର ବିପଦର ଦ୍ଵାର ଦେଶରେ ଠିଆ ହୋଇଛି। ଏହି ପ୍ରସଙ୍ଗରେ ଆଲୋଚନା ବା ବିତର୍କ ପାଇଁ ସରକାର ପ୍ରସ୍ତୁତ ନୁହନ୍ତି। ଆଜିର ମହାମାରୀକୁ ମଧ୍ୟ ଏକ ଉତ୍ସବ ଭଳି ପାଳନ କରିବାକୁ ବିଜେପି ଚାହୁଁଛି। ଏ ମହାମାରୀ ମଧ୍ୟ ରାଜନୀତି ମଇଦାନ ଲାଗି ଏକ ସୁଯୋଗ!!

ଶାସକ ଦଳ ପରିବର୍ତ୍ତେ ଏମିତି ରାଲି ଯଦି ବିରୋଧୀ ଦଳ ପ୍ରଥମେ ଆୟୋଜନ କରିଥାନ୍ତେ, ତାହେଲେ ସେମାନଙ୍କୁ ଗୋଡେଇ ଗୋଡେଇ ଆମର ଗଣମାଧ୍ୟମ ପ୍ରଶ୍ନ କରିଥାନ୍ତା। ସେମାନଙ୍କୁ ମହାମାରୀ ସମୟରେ ଶାଗୁଣା ରାଜନୀତି କରୁଛନ୍ତି ବୋଲି କହି ଆମେ ଗାଳି କରିଥାନ୍ତୁ। ହେଲେ ଶାସକ ଦଳ ଆଜି ନିଜେ ରାଜନୀତିର ମଇଦାନ ଖୋଲି ଦେଇଛି। ଆଗକୁ ମହାମାରୀର ମୁକାବିଲା ଅପେକ୍ଷା ରାଜନୈତିକ ପ୍ରତିଯୋଗିତା ହିଁ ବଡ ଆକର୍ଷଣ ପାଲଟିବ। ଏବେ ଏକାଠି ହୋଇ, ରାଜନୈତିକ ମତଭେଦ ଭୁଲି ଏହି ସଙ୍କଟର ମୁକାବିଲା କରିବାର ସବୁ ବାଟ ଶାସକ ଦଳ ବନ୍ଦ କରିଦେଇଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026
Latest News

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

August 10, 2026

ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଚିନ୍ତା ଦୂର କଲେ ଯୋଗାଣ ମନ୍ତ୍ରୀ

August 9, 2026

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.