Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲାଗୁ ହେଲା ଆଦର୍ଶ ଆଚରଣ ବିଧି,ଏଥର ସବୁ ବୁଥରେ ଭିଭିପିଏଟି, ସୋସିଆଲ ମିଡିଆ ତଥ୍ୟ ଦେବେ ପ୍ରାର୍ଥୀ
ବିଶେଷ ଖବର

ଲାଗୁ ହେଲା ଆଦର୍ଶ ଆଚରଣ ବିଧି,ଏଥର ସବୁ ବୁଥରେ ଭିଭିପିଏଟି, ସୋସିଆଲ ମିଡିଆ ତଥ୍ୟ ଦେବେ ପ୍ରାର୍ଥୀ

March 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
NEW DELHI, MAR 10 (UNI):- Chief Election Commission of India Sunil Arora addressing a press conference to announce the Lokshabh elections, in New Delhi on Sunday.UNI PHOTO-DK2U
NEW DELHI, MAR 10 (UNI):- Chief Election Commission of India Sunil Arora addressing a press conference to announce the Lokshabh elections, in New Delhi on Sunday.UNI PHOTO-DK2U

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ  ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ  ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଓ ଏପ୍ରିଲ ୨୯ରେ ୬ଟି ଆସନରେ ଭୋଟଗ୍ରହଣ କରାଯିବ। ଲୋକସଭା ଓ ବିଧାନସଭା ନିର୍ବାଚନ ଓଡିଶାରେ ଏକ ସଙ୍ଗେ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନଗୁଡିକର ନିର୍ବାଚନ ସେହି ତାରିଖରେ ହେବ। ମେ୨୩ତାରିଖରେ ସାରା ଦେଶରେ ଗୋଟିଏ ଦିନରେ ଭୋଟ ଗଣତି ହେବ।

ଦେଶରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥର ନିର୍ବାଚନରେ ସବୁ ବୁଥରେ ଭିଭିପିଏଟି ବ୍ୟବହାର କରାଯିବ। ଏହି ସମୟ ମଧ୍ୟରେ ସରକାର ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ନୀତି ଘୋଷଣା କରିପାରିବେ ନାହିଁ। ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ୨୦୧୪ରେ ଦେଶରେ ୯ଲକ୍ଷ ମତଦାନ କେନ୍ଦ୍ର ହୋଇଥିଲା ବେଳେ ଏ ବର୍ଷ ଏହା ୧୦ଲକ୍ଷକୁ ବୃଦ୍ଧି ପାଇଛି ।ଲୋକସଭା ନିର୍ବାଚନରେ ୯୦କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୧୮-୧୯ ବର୍ଷ ବୟସର ୧.୫୯ କୋଟି ନୂଆ ଭୋଟର ଚଳିତ ଥର ଭୋଟ ଦେବେ। ଗତ ନିର୍ବାଚନରେ ଦେଶରେ ଭୋଟରଙ୍କ ସଂଖ୍ୟା ୮୩.୪କୋଟି ଥିଲା। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାଁ ଯୋଡାଯାଇପାରିବ। ତେଣୁ ଏହି ସଂଖ୍ୟା ଆହୁରି ବଢିପାରେ। ନିର୍ବାଚନ ଓ ନାମ ସଂପର୍କିତ ସୂଚନା ଯାଞ୍ଚ ପାଇଁ ହେଲପଲାଇନ ନମ୍ବର ୧୯୫୦କୁ ବ୍ୟବହାର କରିପାରିବେ। ଶବ୍ଦ ପ୍ରଦୂଷଣ ରୋକିବାକୁ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସମସ୍ତ ଗୁରୁତ୍ବପୂର୍ଣ ଘଟଣାର ଭିଡିଓ ରେକର୍ଡିଙ୍ଗ କରାଯିବ।

ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସଂପର୍କିତ ସମସ୍ତ ତଥ୍ୟ ଦାଖଲ କରିବେ। ସୋସିଆଲ ମିଡିଆରେ ରାଜନୈତିକ ବିଜ୍ଞାପନ ପୂର୍ବରୁ ଅନୁମତି ନେବାକୁ ପଡିବ। ବିଭିନ୍ନ ରାଜନୈତିକ ଦଳର ବିଜ୍ଞାପନ ସଂପର୍କରେ ନଜର ରଖିବାକୁ ନିର୍ବାଚନ କମିଶନ ଗୁଗୁଲ, ଫେସବୁକ, ଟ୍ବିଟର ଓ ୟୁ଼୍ଟ୍ୟୁବକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ବିଜ୍ଞାପନ ସଂପର୍କିତ ଅଭିଯୋଗ ଶୁଣିବା ପାଇଁ ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସୋସିଆଲ ମିଡିଆ ବିଜ୍ଞାପନ ମଧ୍ୟ ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶିବ। ସି-ଭିଜିଲ ଆପ ଜରିଆରେ ଲୋକମାନେ ନିର୍ବାଚନରେ ଅନିୟମିତିତା  ସଂପର୍କିତ ସୂଚନା ଗୋପନୀୟରେ ଦେଇପାରିବେ। ନିର୍ବାଚନ କମିଶନଙ୍କ ପକ୍ଷରୁ ଗତ ବର୍ଷ ଏହି ଆପ ଲଞ୍ଚ ହୋଇଥିଲା। କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀ ପ୍ରତିରକ୍ଷା ବିଭାଗ କିମ୍ବା କୌଣସି ଯବାନଙ୍କ ଫଟୋକୁ ନିର୍ବାଚନରେ ବ୍ୟବହାର କରିପାରିବେ ନାହି ଁ।

 

generalelection thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026

VB-G RAM G Act: ଭିବି-ଜି ରାମ ଜି ଯୋଜନାର ଶୁଭାରମ୍ଭ କଲେ ଶ୍ରୀ ଶିବରାଜ ସିଂହ ଚୌହନ

July 2, 2026

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026
Latest News

କେତେବେଳେ ଆରମ୍ଭ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍?: ଜାଣନ୍ତୁ ସବୁକିଛି

July 3, 2026

ପଞ୍ଜାବ ନିର୍ବାଚନ ପୂର୍ବରୁ ବଢିଲା ଚର୍ଚ୍ଚା: ଅମିତ ଶାହଙ୍କୁ ଭେଟିଲେ କଂଗ୍ରେସ ନେତା ସୁଖଜିନ୍ଦର ସିଂହ ରନ୍ଧାୱା

July 3, 2026

ଜୁଲାଇ ୨୦ ରୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କର ଫୋକସରେ ରହିବ ଏହି ବିଲ

July 3, 2026

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.