Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାରୀର ରାଜନୀତି-କ୍ଷମତାର ପଶାପାଲିରେ ମଣିଷ କେବଳ ଏକ ଅସହାୟ ଗୋଟି ମାତ୍ର!!
ବିଶେଷ ଖବର

ମହାମାରୀର ରାଜନୀତି-କ୍ଷମତାର ପଶାପାଲିରେ ମଣିଷ କେବଳ ଏକ ଅସହାୟ ଗୋଟି ମାତ୍ର!!

June 13, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆସନ୍ତା ଜୁନ ୧୯ ତାରିଖରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କର ନିର୍ବାଚନ ପ୍ରଚାର ପୁଣି ଆରମ୍ଭ କରିବେ। ଆମେରିକାର ଟୁଲ୍ସା ନାମକ ଏକ ସହରରେ ଟ୍ରମ୍ଫ ତାଙ୍କର ରାଲି ଆୟୋଜନ କରୁଛନ୍ତି। ଟୁଲ୍ସା ସହର, ୧୯୨୧ ମସିହାରେ କୃଷ୍ଣାଙ୍ଗ ଓ ଶ୍ଵେତାଙ୍ଗଙ୍କ ମଧ୍ୟରେ ଏକ ଭୟଙ୍କର ଗୃହାଯୁଦ୍ଧ ର ମୂକ ସାକ୍ଷୀ। ଜର୍ଜ ଲଏଡଙ୍କ ହତ୍ୟା ପରେ ଆଜି ଯେତେବେଳେ ଆମେରିକାର ଜନ ଆନ୍ଦୋଳନ ବ୍ୟାପକ ହେଉଛି, ସେହି ସମୟରେ ଟ୍ରମ୍ଫ ନିଜକୁ ପୁଣିଥରେ ରାଷ୍ଟ୍ରପତି ଭାବେ ଦେଖିବାକୁ ଅତ୍ୟନ୍ତ ବ୍ୟାକୁଳ। ୨୧ ଲକ୍ଷ ଆମେରିକୀୟ ଯେ ଆଜି କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ଏବଂ ଲକ୍ଷେ ଷୋହଳ ହଜାର ଲୋକଙ୍କର ଜୀବନ ଚାଲି ଗଲାଣି, ଏହା ରାଜନୀତି ପାଇଁ ଖୁବ ବେଶୀ ବଡ କଥା ନୁହେଁ। ମାନବୀୟ ସଂବେଦନା ମରି ଯାଇଥିବା ସମୟର ଏକ ଦାରୁଣ ଚିତ୍ର ଆମେ ଆମେରିକାରେ ଦେଖୁଛୁ। ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଲି ବଡ ନା ଲୋକଙ୍କ ଜୀବନ, ସେ ପ୍ରଶ୍ନ ଆଜି କିଏ ବା କାହାକୁ ପଚାରିବ?

ସମାନ କଥା ଆମ ଦେଶରେ ମଧ୍ୟ ଘଟୁଛି। ମାର୍ଚ୍ଚ ମାସରେ ଯେତେବେଳେ ଆମ ଦେଶରେ ମାତ୍ର ୫୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ସେତେବେଳେ ହଠାତ ଆମ ସରକାର କରୋନା ବିରୋଧରେ ଯୁଦ୍ଧ ଘୋଷଣା କରିଦେଲେ। କହିଲେ, ଆମର କରୋନା ଯୋଦ୍ଧାଙ୍କ ପାଇଁ ଆମେ ତାଳି ବଜାଇବୁ। ୨୧ ଦିନର କରୋନା ମହାଭାରତ ଯୁଦ୍ଧରେ କରୋନା କୁ ହରାଇବୁ। ଅକସ୍ମାତ ତାଲାବନ୍ଦ ଘୋଷଣା କରି ସାରା ଦେଶରେ ହାହାକାର ତିଆରି କରାଗଲା। ଦେଶର ଗରିବ, ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କୁ ପୋଲିସ ମାଡ ଦେଇ ଘରେ ପୂରେଇଲା। ରାସ୍ତାରେ ଚାଲି ଚାଲି ଘରକୁ ଫେରିବାକୁ ଲକ୍ଷ ଲକ୍ଷ ବ୍ୟାକୁଳ ଭାରତୀୟଙ୍କର ଯନ୍ତ୍ରଣା ଆମେ ଦେଖିଲୁ। କିଏ ରାସ୍ତାରେ ମଲେ, କାହା ଉପରେ ବସ ମାଡିଗଲା ବା କାହାକୁ କାହାକୁ ଟ୍ରେନ କାଟିଦେଲା। ଟ୍ରେନରେ ପାଣି ଟୋପେ କି ଔଷଧ ମୁଣ୍ଡେ ନ ପାଇ ଲୋକ ମୃତ୍ୟୁବରଣ କଲେ। ଲୋକଙ୍କ ଅସହାୟତାର ଚିତ୍ର ଦେଖି ଆମେ ଯେ ଏକବିଂଶ ଶତାବ୍ଦୀରେ ବଞ୍ଚୁଛୁ, ଏ କଥା ବିଶ୍ଵାସ କରି ହେଲାନାହିଁ।

ଲକ ଡାଉନ ସମୟର ଏ ଅମାନବୀୟ ଚିତ୍ର ଆମ ରାଜନୀତିକୁ କିଛିଟା ବଦଳାଇ ପାରିଲା କି? ବହୁତ ସାଧାରଣ ଲୋକଙ୍କୁ ଆମେ ଦେଖିଛୁ ଯେଉଁମାନେ ରାସ୍ତାରେ ଭୋ ଭୋ ହୋଇ କାନ୍ଦିଛନ୍ତି। ଲକ ଡାଉନ କୋହଳ ହେଲା ବେଳକୁ ଏବେ କରୋନା ସଂକ୍ରମଣ ମାଡି ଚାଲିଛି। ପ୍ରଥମେ ସହରୀ ଧନୀ ଓ ମଧ୍ୟବିତ୍ତଙ୍କ ମଧ୍ୟରେ ସୀମିତ ଥିବା କରୋନାର ସଂକ୍ରମଣ ଏବେ ଗାଁକୁ ଓ ଗରିବ ଲୋକଙ୍କର କୁଡିଆ ଘରେ ପଶିଲାଣି। ଏବେ ଦିଲ୍ଲୀ ଓ ମୁମ୍ବାଇ ସହରରେ ଲୋକଙ୍କର କଲବଲ ଅବସ୍ଥା। ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ବିଛଣା ନାହିଁ। ଲୋକ ହସପିଟାଲର ଗାଢୁଆ ଘରେ ମାରି ପଡ଼ୁଛନ୍ତି। ଉତ୍ତର ପ୍ରଦେଶରେ ରାସ୍ତାରେ ମରୁଥିବା ଲୋକଙ୍କୁ ଅଳିଆ ବୁହା ଗାଡିରେ ନେଇ ଫୋଫାଡି ଦିଆ ହେଉଛି।

ଯେଉଁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ କୋଭିଦ ଯୋଦ୍ଧା ବୋଲି କହି ଆମେ ସେମାନଙ୍କ ପାଇଁ ଥାଳି ବଜାଉଥିଲେ, ଆଜେ ସେମାନେ ସବୁଠୁ ବେଶୀ ସଂକ୍ରମିତ। ବିଭିନ୍ନ ବଡ ଡାକ୍ତରଖାନାରୁ ଏବେ ସଂକ୍ରମଣର ଖବର ଆସୁଛି। ଦିଲ୍ଲୀର ଗୋଟେ ବଡ କେନ୍ଦ୍ରୀୟ ଡାକ୍ତରଖାନାର ଡାକ୍ତରମାନେ ତିନି ମାସ ହେଲା ଦରମା ପାଇନାହାନ୍ତି। ଏମାନଙ୍କ ଲାଗି ଆଉ ଥରେ ତାଳି ଓ ଥାଳି ମାଡ ର ଆୟୋଜନ ହେବ କି? ମାର୍ଚ୍ଚ ମାସରେ ଯୋଦ୍ଧା ଅବତାର ନେଇ ଭାଷଣ ଦେଉଥିବା ଆମର ପ୍ରଧାନମନ୍ତ୍ରୀ ଏବେ ଆତ୍ମନିର୍ଭର ଅବତାରରେ। ପ୍ରତିଦିନ କୁହାଯାଉଛି, ଏଇ ସଙ୍କଟ ଆମ ପାଇଁ ସୁଯୋଗ ତିଆରି କରିବ। କଣ ସେ ସୁଯୋଗ?

ତିନି ଲକ୍ଷରୁ ଅଧିକ ଲୋକ ଆଜି ଆକ୍ରାନ୍ତ ଓ ପାଖାପାଖି ୯ ହଜାର ଲୋକ ଆମର ମୃତ୍ୟୁ ବରଣ କଲେଣି। ୯୦୦୦ କଣ କେବଳ ଏକ ସଂଖ୍ୟା? ସେମାନଙ୍କ ମୃତ୍ୟୁ ଆମ ରାଜନୀତିରେ କିଛି ବି ତରଙ୍ଗ ସୃଷ୍ଟି କରି ପାରିନି। ଆମେରିକାରେ ତ ରାଷ୍ଟ୍ରପତି ନିର୍ବାଚନ ଅଛି, ତେଣୁ ଟ୍ରମ୍ଫ ବିକଳ ହେବା ସ୍ଵାଭାବିକ। ହେଲେ ଆମର ନିର୍ବାଚନ ଆହୁରି ୪ ବର୍ଷ ବାକି ଅଛି। ହେଲେ ଆମର ଶାସକ ଦଳ ଏବେ ଭର୍ଚୁଆଲ ରାଲି ଆୟୋଜନରେ ବ୍ୟସ୍ତ। ଗରିବ ଲୋକଙ୍କ ବାଉଁଶ ବୁଦାରେ ଟେଲିଭିଜନ ଲଗାଇ ଏବେ ଭାଷଣ ଦିଆ ଯାଉଛି। ଦେଶର ବଡ ବଡ ମନ୍ତ୍ରୀମାନେ ଏବେ ରାଜନୀତି ମଇଦାନରେ ବିରୋଧୀଙ୍କୁ ପ୍ରଶ୍ନ ପଚାରୁଛନ୍ତି।

ଏପଟେ ଡାକ୍ତରଖାନା ଅବସ୍ଥା ସାଂଘାତିକ। ଦିନକୁ ହଜାର ହଜାର ଲୋକ ଆକ୍ରାନ୍ତ ହୋଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡୁଛନ୍ତି। ଜୀବିକା ହରାଇଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ତିନିମାସ ହେଲାଣି ଦେଶରେ ସବୁ କିଛି ଏକ ପ୍ରକାର ଠପ ହୋଇ ପଡିଛି। ସଂକ୍ରମଣର ଭୟ ଭିତରେ ବଜାର ସ୍ଵାଭାବିକ ହୋଇପାରୁନି। ଶ୍ରମିକ ଅଭାବରେ କାରଖାନା ଚାଲୁନି। ହେଲେ, ଆମକୁ ଭାଷଣ ପରଷା ଯାଉଛି। ଭାଷଣରେ ସତ୍ୟ ଓ ମିଥ୍ୟାର ବିଚାର କଲେ ମୁର୍ଦ୍ଧ୍ନା ଫାଟିଯିବ।

ମହାମାରୀର ସମୟ ଆମ ରାଜନୀତିରେ ମାନବିକତାକୁ କିଛିଟା ସୁଯୋଗ ଦେବ ବୋଲି ଆମେ ଆଶା କରୁଥିଲୁ। ହେଲେ ମହାମାରୀ ଆମ ସମୟର ରାଜନୀତିକୁ ଅଧିକ ଲୋଭୀ, ସ୍ଵାର୍ଥପର ଓ ଭୀଷଣ ଭାବରେ ଅମଣିଷ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.