Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୀନକୁ ହରାଇବାକୁ ହେଲେ ଆମର ସବୁଠୁ ବଡ ଅସ୍ତ୍ର ଆମର ଗଣତାନ୍ତ୍ରିକ ରାଜନୀତି ହେବା ଉଚିତ
ବିଶେଷ ଖବର

ଚୀନକୁ ହରାଇବାକୁ ହେଲେ ଆମର ସବୁଠୁ ବଡ ଅସ୍ତ୍ର ଆମର ଗଣତାନ୍ତ୍ରିକ ରାଜନୀତି ହେବା ଉଚିତ

June 20, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଏବଂ ୧୦ ଜଣ ସୈନିକଙ୍କୁ ବାନ୍ଧିବା ଭଳି ଖବର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ ତଥା କ୍ରୁଦ୍ଧ କରିଛି। ଆମ ମନରେ ଚୀନ ପ୍ରତି କ୍ରୋଧ ସ୍ଵାଭାବିକ। ଖାଲି ଆମେ ଯେ ଚୀନକୁ ନେଇ କ୍ଷୁବ୍ଧ ତା ନୁହେଁ, ପୃଥିବୀର ବହୁ ବଡ ବଡ ଦେଶ ଚୀନର ରାଜନୈତିକ ଏବଂ ଅର୍ଥନୈତିକ ପଦକ୍ଷେପକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ। ପୃଥିବୀର ଏକ ଆର୍ଥିକ ମହାଶକ୍ତି ଭାବରେ ଚୀନର ଅଭ୍ୟୁଦୟ ପୃଥିବୀର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଶୀତଳ ଯୁଦ୍ଧ ସମୟରେ ଆମେରିକା ବନାମ ସୋଭିଏତ ଋଷିଆର ଯେଉଁ ପ୍ରତିଯୋଗିତା ଆମେ ଅତୀତରେ ଦେଖିଥିଲୁ, ତାହା ଏବେ ପରିବର୍ତ୍ତିତ ହୋଇ ଆମେରିକା ବନାମ ଚୀନର ରୂପ ନେଉଛି। ଏବେ ପୃଥିବୀର ସବୁ ବିକଶିତ ଓ ବିକାଶଶୀଳ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବାର କ୍ଷମତା ଚୀନ ହାତକୁ ଆପେ ଆପେ ଚାଲି ଆସିଛି। ସେହି ଅର୍ଥନୈତିକ କ୍ଷମତା ବଳରେ ଚୀନ ନିଜର ପ୍ରତିଯୋଗୀ ରାଷ୍ଟ୍ର ଯଥା-ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ତାଇୱାନ ଓ ଭାରତ ସହିତ ବିଭିନ୍ନ ବାଗରେ ଝଗଡା କରିବାର ସୁଯୋଗ ତିଆରି କରୁଛି। ନିଜ ପ୍ରତିଯୋଗୀ ରାଷ୍ଟ୍ରର ଆଭ୍ୟନ୍ତରୀଣ ଅର୍ଥନୀତିକୁ ଦୁର୍ବଳ କରିବା ସହିତ ସାମାଜିକ ଅସ୍ଥିରତା ତିଆରି କରିବାର ବିଭିନ୍ନ ରଣନୀତି ଏବେ ଚୀନ ସଚେତନ ଭାବରେ କାର୍ୟକାରୀ କରୁଛି। ସେହି କ୍ରମରେ ଗତ ୪୫ ବର୍ଷ ଧରି ଭାରତ-ଚୀନ ସୀମାନ୍ତରେ ରହିଥିବା ଶାନ୍ତିପୂର୍ଣ୍ଣ ସ୍ଥିତି କୁ ବଦଳାଇ ଉଭୟ ଦେଶର ସୀମାନ୍ତକୁ ହିଂସ୍ର ତଥା ବିବଦମାନ କରିବାର ଉଦ୍ୟମ ଆରମ୍ଭ ହୋଇଛି।

ପ୍ରଥମେ ଅପେକ୍ଷାକୃତ ସ୍ୱଳ୍ପ ବିବଦମାନ ଅଞ୍ଚଳ ଭାବରେ ପରିଗଣିତ ଲଦ୍ଦାଖ ଅଞ୍ଚଳରେ ଚୀନ ନିଜର ସାମରିକ ଶକ୍ତି ବଢାଇ ଚାଲିଛି। ଚୀନର ମୁକାବିଲା ପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଭାରତ ଉଦ୍ୟମ ଆରମ୍ଭ କରିଛି। ତେବେ ଅର୍ଥନୈତିକ ଭାବରେ ଚୀନକୁ ଦୁର୍ବଳ କରିବା ଲାଗି ଆମେ ଚୀନ ସାମଗ୍ରୀକୁ ବର୍ଜନ କରିବା ଦରକାର ବୋଲି ଏକ ଯୋଜନାବଦ୍ଧ ପ୍ରଚାର ଏବେ ଶାସକ ଦଳ ବିଜେପି ତରଫରୁ ଆରମ୍ଭ ହୋଇଛି। ବିଜେପି ସହିତ ଜଡିତ ଅନେକ ସଂଗଠନ ଏବେ “ବୟକଟ ଚୀନ” ର ଡାକରା ଦେଇଛନ୍ତି। କ୍ରୋଧ ଏବଂ ଉତ୍ତେଜନାରୁ ଏ ପ୍ରକାର ଡାକରା ହୁଏତ ଠିକ ଶୁଭୁଛି। ହେଲେ ଚୀନ ଓ ଭାରତର ଅର୍ଥନୈତିକ ସମ୍ପର୍କର ବିଶ୍ଳେଷଣ ନ କରି, ଶୋଭାଯାତ୍ରାରେ ବାହାରିବାର ବିଶେଷ କିଛି ଅର୍ଥ ନାହିଁ।

ଭାରତରେ ଚୀନର ପୁଞ୍ଜିଲଗାଣ ଧାରା ସେତେବେଶୀ ପ୍ରଭାବଶାଳୀ ନୁହେଁ। ପ୍ରସିଦ୍ଧ କୂଟନୈତିକ ପତ୍ରିକା “ଦି ଡିପ୍ଲୋମେଟ” ର ତଥ୍ୟ ଅନୁଯାୟୀ ଗତ ୨୦ ବର୍ଷରେ ଭାରତକୁ ବିଭିନ୍ନ ବିଦେଶୀ ରାଷ୍ଟ୍ରରୁ ୪୫୬.୯୧ ବିଲିୟନ ଡଲାର ପୁଞ୍ଜି ଆସିଛି। ସେଥିରୁ ମାତ୍ର ୨.୩୪ ବିଲିୟନ ଡଲାର ଚୀନରୁ ଆସିଛି, ଯାହାର ପରିମାଣ ମୋଟ ବିଦେଶୀ  ପୁଞ୍ଜି ଲଗାଣର ମାତ୍ର ୦.୫୧%। ହେଲେ ଗତ ପାଞ୍ଚ ବର୍ଷରେ ଏହି ଧାରା ବଦଳି ଯାଇଛି। ମୋଟ ୨.୩୪ ବିଲିୟନ ଡଲାର ପୁଞ୍ଜିରୁ ଗତ ୫ ବର୍ଷରେ ସର୍ବାଧିକ ୧.୮୧ ବିଲିୟନ ଡଲାର ପୁଞ୍ଜି ଚୀନରୁ ଭାରତକୁ ଆସିଛି। ଭାରତର କୃଷି, ଟେଲି ଯୋଗାଯୋଗ, ପର୍ୟଟନ ଓ ମନୋରଞ୍ଜନ, ଗୃହ ନିର୍ମାଣ, ଖଣିଜ ଶିଳ୍ପ, ବୈଷୟିକ କୌଶଳ, ସ୍ୱାସ୍ଥ୍ୟ ଇତ୍ୟାଦି କ୍ଷେତ୍ରରେ ଚୀନ ପୁଞ୍ଜିର ପ୍ରଭାବ ବଢି ଚାଲିଛି।

ରାଜନୈତିକ ଭାବରେ ଆମକୁ ଧାରଣା ଦିଆ ଯାଉଛି ଯେ ଭାରତ ଚୀନରୁ ସର୍ବାଧିକ ଜିନିଷ ରପ୍ତାନି କରୁଥିବାରୁ, ଆମେ ଯଦି ଚୀନ ସାମାନକୁ ବର୍ଜନ କରିବା ତାହେଲେ, ଚୀନକୁ ଅର୍ଥନୈତିକ ଭାବରେ ହରାଇ ପାରିବା। ଏହି ଧାରଣାର କୌଣସି ଅର୍ଥନୈତିକ ଆଧାର ନାହିଁ। ବର୍ତ୍ତମାନ ଭାରତର ପାଞ୍ଚୋଟି ବଡ ବ୍ରାଣ୍ଡ ଭିତରୁ ୪ ଟି ବ୍ରାଣ୍ଡ ଚୀନ କମ୍ପାନୀର ଉତ୍ପାଦନ। ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ଚୀନ ମୋବାଇଲ କମ୍ପାନୀ ଗୁଡିକର ବ୍ୟାପକ ଉତ୍ପାଦନ ନେଟୱାର୍କ ତିଆରି ହୋଇ ସାରିଛି। ଚୀନ ଭାରତକୁ ନିଜ ସମଗ୍ର ରପ୍ତାନୀର ମାତ୍ର ୨% (୭୦.୩୨ ବିଲିୟନ ଡଲାର) ପଠାଉଥିବା ବେଳେ ଭାରତ ନିଜର ସମଗ୍ର ରପ୍ତାନୀର ୮% (୧୬.୭୫ ବିଲୟାନ ଡଲାର) ଚୀନ କୁ ପଠାଇଥାଏ। ତେଣୁ ଭାରତରେ ଚୀନ ରୁ ରପ୍ତାନି ହୋଇ ଆସୁଥିବା ସାମଗ୍ରୀକୁ ବର୍ଜନ କଲେ ବିଶେଷ କ୍ଷତିଗ୍ରସ୍ତ ହେବାର ନାହିଁ। ଏହାର ବିପରୀତରେ ଆମେ ଚୀନକୁ ରପ୍ତାନି କରୁଥିବା ସାମଗ୍ରୀ ଉପରେ ଏହାର କୁ ପ୍ରଭାବ ପଡିବାର ସମ୍ଭାବନା ଅଧିକ।

ପାକିସ୍ତାନ ସହିତ ଆମର ପାରମ୍ପରିକ ଶତ୍ରୁତା କାରଣରୁ ସେହି ଦେଶରେ ଆମର ଆମଦାନୀ-ରପ୍ତାନି ସମ୍ପର୍କ ସେତେ ପ୍ରଭାବଶାଳୀ ନୁହେଁ। ହେଲେ ଗତ ପାଞ୍ଚ ବର୍ଷ ଭିତରେ ଭାରତର ପ୍ରାୟ ସବୁ କ୍ଷେତ୍ରରେ ଚୀନ ପୁଞ୍ଜିର ବ୍ୟାପକ ଅନୁପ୍ରବେଶ ଘଟିଛି। ମୋବାଇଲ ଫୋନ ବଜାରରେ ଚୀନର କମ୍ପାନୀ, ଅପପୋ, ବିବୋ, ସିଓମୀ, ୱାନ ପ୍ଲସ, ଜିଓନି, ଲିନୋଭୋ ଏବଂ  ଇଲେକ୍ଟ୍ରିକାଲ୍ସ କ୍ଷେତ୍ରରେ ହୁୱେଇ ଏବେ ଭାରତୀୟ ବଜାରର ସବୁଠୁ ଅଗ୍ରଣୀ ବ୍ରାଣ୍ଡ। ସେହିପରି ପେଟିଏମ, ଓଲା, ଓୟୋ, ଏଚଡିଏଫସି ବ୍ୟାଙ୍କ ଭଳି ବଡ କମ୍ପାନୀରେ ଚୀନର ପଇସା ଲାଗିଛି।

ତେଣୁ ଚୀନଙ୍କୁ ଅର୍ଥନୈତିକ ସ୍ତରରେ ଚାପଗ୍ରସ୍ତ କରିବା ପାଇଁ ଭାରତକୁ ଆହୁରି ଅନେକ କିଛି କରିବାକୁ ପଡିବ। ତେବେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଚୀନର ଏକଛତ୍ରବାଦୀ ବ୍ୟବସ୍ଥା ବିରୋଧରେ କୂଟନୈତିକ ସଂଘର୍ଷ ଅନେକାଂଶରେ ଅଧିକ ଲାଭ ଦେବ। ଚୀନ ଭଳି ଶକ୍ତିଶାଳୀ ଶତ୍ରୁକୁ ଭାବ ପ୍ରବଣତାରେ ନୁହେଁ, ବରଂ ବାସ୍ତବବାଦୀ ରଣନୀତି ଜରିଆରେ ହିଁ ମୁକାବିଲା କରିବା ସହଜ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026
Latest News

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.