Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କରୋନା ମୁକାବିଲା ଲାଗି ଜୀବନ ସହଜ ଓ ସାଧାରଣ ହେବା ସବୁଠୁ ବେଶୀ ଜରୁରୀ
ବିଶେଷ ଖବର

କରୋନା ମୁକାବିଲା ଲାଗି ଜୀବନ ସହଜ ଓ ସାଧାରଣ ହେବା ସବୁଠୁ ବେଶୀ ଜରୁରୀ

June 22, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ଅର୍ଥ ବ୍ୟବସ୍ଥା ଟ୍ରାକକୁ ଫେରିବ ବୋଲି ଅନ୍ତର୍ଜାତୀୟ ସ୍ତରର ଦୁଇଟି ରେଟିଂ ଏଜେନ୍ସି ଆକଳନ

 

କେଦାର ମିଶ୍ର

ଆଜିର ତାରିଖରେ ଓଡିଶାରେ କରୋନାର ସ୍ଥିତି କଣ? ଗତ କାଲି ରାଜ୍ୟରେ ସର୍ବାଧିକ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ ମାସ ସାରା ପ୍ରତ୍ୟହ ଓଡିଶାରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ଏମାନେ ପ୍ରାୟତଃ ପ୍ରବାସୀ। ଯେଉଁମାନେ ଅନ୍ୟ ରାଜ୍ୟରୁ ଓଡିଶାକୁ ଫେରିଛନ୍ତି ବା ଫେରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ହେଲେ କେମିତି? ବର୍ତ୍ତମାନ ସମୟରେ ତିନି ମାସରୁ ଅଧିକ ଲକ ଡାଉନରେ ଆମେ ରହି ସାରିଛୁ। ତା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଓ ଏହା ଯେ ଆଗାମୀ ସମୟରେ କମିବ, ସେ ଆଶା ଦିଶୁନାହିଁ। ରାଜ୍ୟ ସରକାର ଆମକୁ କହିଥିଲେ ଜୁନ ଘାଟି ଟପିଗଲେ, ବିପଦ ଟଳି ଯିବା ସତ କହିବାକୁ ଗଲେ, ଜୁନ ପରେ ଆଗକୁ ଆହୁରି ଅନେକ ଘାଟି ଓ ଅନେକ ବିପଦର ସମ୍ଭାବନା ଜଳ ଜଳ ହୋଇ ଦିଶୁଛି।   

ସର୍ବାଧିକ ସଂକ୍ରମିତ ପ୍ରବାସୀ ଯାତ୍ରୀଙ୍କ ମଧ୍ୟରୁ ବାହାରୁଥିବାରୁ ଭାରତରେ ଆନ୍ତଃ-ରାଜ୍ୟ ଯାତ୍ରା ପାଇଁ ସଙ୍ଗରୋଧ ବା କୁଆରେଣ୍ଟାଇନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇ ପାରିବ କି? ଏ ପ୍ରଶ୍ନ ପଚାରିବା ପୂର୍ବରୁ, ଆଉ ଏକ ପ୍ରଶ୍ନ ଉଠିବ, ଏହା ଆବଶ୍ୟକ କି? କରୋନା ସଂକ୍ରମଣ କୁ ରୋକିବା ଲାଗି ଅନନ୍ତ କାଳ ପର୍ୟନ୍ତ ଆମେ ଲୋକଙ୍କୁ ଗୃହବନ୍ଦୀ, ସହରବନ୍ଦୀ ବା ରାଜ୍ୟବନ୍ଦୀ କରି ପାରିବା କି?ପୂର୍ବରୁ କର୍ଣ୍ଣାଟକ ସରକାର ଗୋଟେ ନିର୍ଦ୍ଦେଶନାମା ଦେଇଥିଲେ, ଯେଉଁଥିରେ କୁହା ଗଲା ଯେ ତାଙ୍କ ରାଜ୍ୟକୁ ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର କିମ୍ବା କେରଳରୁ କେହି ଆସି ପାରିବେ ନାହିଁ। ଯଦି ଆସିବେ ତାହେଲେ ତାଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ। ଓଡିଶା ସରକାର ମଧ୍ୟ ଓଡିଶା ଆସୁଥିବା ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ନିୟମ ଜାରି କରିଛନ୍ତି।

ଆଜିର ସ୍ଥିତିରେ ଦିଲ୍ଲୀରୁ ଆସୁଥିବା ଲୋକକୁ ଓଡିଶାରେ ଲୋକେ ସନ୍ଦେହ କରିବେ। ଓଡିଶାରୁ କର୍ଣ୍ଣାଟକ ଯାଉଥିବା ଲୋକକୁ ସେଠିକାର ଲୋକ ପୂରେଇ ଦେବେନାହିଁ। ଅର୍ଥାତ ଦୀର୍ଘଦିନ ଧରି ଏକ ବିଭାଜିତ ଓ ସନ୍ଦେହୀ ଦେଶ ଭାବରେ ଆମକୁ ପରଷ୍ପର ସହିତ ବଞ୍ଚିବାକୁ ପଡିବ।

ବାସ୍ତବରେ ଏହା ସମ୍ଭବ କି? ଗୋଟେ ଦେଶ ଯାହାର ସମ୍ବିଧାନ ଆମକୁ ଦେଶର ସବୁ ଭାଗକୁ ବିନା ବାଧାରେ ପ୍ରବେଶ କରିବାର ଅଧିକାର ଦେଇଛି, ସେଠାରେ ସଙ୍ଗରୋଧ ଏକ ଚିରସ୍ଥାୟୀ ବ୍ୟବସ୍ଥା ହୋଇପାରିବ କି? ତାପରେ କରୋନା ଭୂତାଣୁର ଭୟ ଆମର ସାମାଜିକ ଢାଞ୍ଚା ତଥା ଜାତୀୟ ସଂହତି ଉପରେ ଏକ ବିପଦ ସୃଷ୍ଟି କରିବା ଉଚିତ ହେବ କି? ଆରମ୍ଭରୁ ଆମକୁ ଗୋଟିଏ କଥା କୁହାଗଲା ନାହିଁ ଯେ ଆମକୁ ଭାରତୀୟ ଭାବରେ ହିଁ ଏହି ବିପଦ ସହିତ ଲଢିବାକୁ ପଡିବ।

ଆମର ସବୁଠୁ ବଡ ସମସ୍ଯା ହେଉଛି,ଲକ ଡାଉନ କୁ କରୋନା ପ୍ରତିହତ ପାଇଁ  ଏକ ପ୍ରସ୍ତୁତି ପର୍ବ ବୋଲି ନ ଭାବି ଆମେ ଏହା ହିଁ କରୋନାର ନିରାକରଣ ବୋଲି ଭାବିଲେ। ଯିଏ ଯେଉଁଠି ଅଛନ୍ତି ସିଏ ସେଇଠି ରହିବା ହିଁ ଏହି ସମସ୍ୟାର ସମାଧାନ ବୋଲି ଏକ ଉଦ୍ଭଟ ଚିନ୍ତା ଆମ ମୁଣ୍ଡରେ ପଶିଗଲା। ଲକ ଡାଉନ ଏକ ଅସ୍ଥାୟୀ ବ୍ୟବସ୍ଥା ଓ ଏଥିରେ ସାମୟିକ ଭାବେ ଆମେ ସଂକ୍ରମଣ କୁ ଅଟକାଇ ପାରିବା। ହେଲେ କରୋନା ର ମୁକାବିଲା ଲାଗି ବ୍ୟାପକ ପରୀକ୍ଷା ତଥା ଯୁଦ୍ଧକାଳୀନ ପ୍ରସ୍ତୁତି କୁ ନେଇ ଭାରତ ସରକାରଙ୍କର ମନୋଭାବ ସବୁବେଳେ ହାଲୁକା ରହି ଆସିଛି। ଲକ ଡାଉନ ସମୟରେ ରାଜ୍ୟ ରାଜ୍ୟ ଭିତରେ ସନ୍ଦେହ ଓ ଉତ୍ତେଜନାର ଭାବନା ଅଧିକ ଉଗ୍ର ହୋଇଛି।

ଏବେ ଯେତେବେଳେ ଲକ ଡାଉନ ଖୋଳୁଛି, ସେତେବେଳେ ସାଧାରଣ ଜୀବନଯାତ୍ରା ଅଧିକ ସ୍ଵାଭାବିକ ହେଉଛି। ରେଳଗାଡି ଓ ବିମାନ ଯିବା ଆସିବା ଆରମ୍ଭ କଲେଣି। ଘରୋଇ ଗାଡିର ଚଳାଚଳ ଉପରେ ଆଉ ପ୍ରତିବନ୍ଧକ ନାହିଁ।

ଏମିତି ଏକ ସ୍ଵାଭାବିକ ବ୍ୟବସ୍ଥାରେ ବାଧ୍ୟତାମୂଳକ ସଙ୍ଗରୋଧ ସମ୍ଭବ ହେବ କେମିତି? ଆଗକୁ ଲକ ଡାଉନ ଓ କୁଆରେଣ୍ଟାଇନ ବ୍ୟବସ୍ଥାଠୁ ଅଲଗା ସମାଧାନର ବାଟ ଆମକୁ ଖୋଜିବାକୁ ପଡିବ। ସଂଖ୍ୟାଧିକ ଅଳ୍ପ ଲକ୍ଷଣ ଥିବା ବା ଆଦୌ ଲକ୍ଷଣ ନଥିବା ଲୋକଙ୍କର ଘରୋଇ ଚିକିତ୍ସା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇ ପାରିଲେ ସ୍ଵତନ୍ତ୍ର ଡାକ୍ତରଖାନା ଗୁଡିକ ଉପରେ ଚାପ କମିଯିବ। ସେଥିପାଇଁ କରୋନା କୁ ନେଇ ଯେଉଁ ଅତିକାୟ ଭୟର ବାତାବରଣ ତିଆରି ହୋଇଛି ତାକୁ ବଦଳାଇବାକୁ ପଡିବ। ଘରୋଇ ସତର୍କତା ଏବଂ ଘରୋଇ ଉପଚାର ଏବେ ଆମ ପାଇଁ ସବୁଠୁ ବଡ ଲକ୍ଷ୍ୟ ହେବା ଉଚିତ।

ସବୁ ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବାର ବାଧ୍ୟବାଧକତା ଅନେକାଂଶରେ ଆମର ଭୟକୁ ଅଧିକ ଦୃଢୀଭୂତ କରିବ। ଏବେ କରୋନାକୁ ସହଜ ଭାବରେ ଗ୍ରହଣ କରି ତାର ମୁକାବିଲା କରିବାର ସମୟ ଆସିଛି। ଅସାଧାରଣ ସମୟ ଓ ଅସାଧାରଣଆହ୍ଵାନ ବୋଲି ଏହାକୁ ଆମେ ସବୁଦିନ ଗ୍ରହଣ କରିପାରିବା ନାହିଁ। ସହଜ ଓ ସାଧାରଣ ଭାବରେ ଆମକୁ କରୋନା ରୁ ନିଜକୁ ବଞ୍ଚାଇବାକୁ ପଡିବ।     

Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା

August 10, 2026

ଶେଷ ହେବ କି ସଂସଦର ଅଚଳାବସ୍ଥା?: ବିରୋଧୀଙ୍କୁ ଏହା କରିବା ପାଇଁ ନିବେଦନ କଲେ କିରେନ ରିଜିଜୁ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026
Latest News

ରୁଷରୁ ଭାରତକୁ ବିଛାଯିବ ରେଳ ଲାଇନ: ଜାଣନ୍ତୁ ଯୋଜନା

August 10, 2026

ଦୁଇ ବରିଷ୍ଠ ଆଇପିଏସଙ୍କୁ ଡିଜି ପ୍ୟାହାକୁ ପଦନ୍ନୋତି, ଖୁବ ଶିଘ୍ର ନୂଆ ଡିଜିଙ୍କ ନାମ ଘୋଷଣା

August 10, 2026

ଶେଷ ହେବ କି ସଂସଦର ଅଚଳାବସ୍ଥା?: ବିରୋଧୀଙ୍କୁ ଏହା କରିବା ପାଇଁ ନିବେଦନ କଲେ କିରେନ ରିଜିଜୁ

August 10, 2026

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.