Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନକାରାତ୍ମକ ଘରୋଇ ଉତ୍ପାଦନ ବା ନେଗେଟିଭ ଜିଡିପିର ପ୍ରଭାବ ସାଧାରଣ ଜୀବନରେ କି ପ୍ରଭାବ ପକାଇବାକୁ ଯାଉଛି?
ବିଶେଷ ଖବର

ନକାରାତ୍ମକ ଘରୋଇ ଉତ୍ପାଦନ ବା ନେଗେଟିଭ ଜିଡିପିର ପ୍ରଭାବ ସାଧାରଣ ଜୀବନରେ କି ପ୍ରଭାବ ପକାଇବାକୁ ଯାଉଛି?

June 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଅର୍ଥନୀତି ଆମ ସାଧାରଣ ଜୀବନରେ ଖୁବ ବେଶୀ ଚର୍ଚ୍ଚାର ବିଷୟ ନୁହେଁ। ଆମେ ଯେଉଁମାନେ ପରିଶ୍ରମ କରି ସାମାନ୍ଯ ଆୟ ଓ ସାଧାରଣ ବ୍ୟୟ ରେ ଜୀବନ କାଟିଥାଉ, ଆମ ଲାଗି ଅର୍ଥନୀତିର ଜଟିଳ ଗଣିତ ସବୁବେଳେ ଅବୁଝା। ତେଣୁ ଯେତେବେଳେ ଅର୍ଥନୀତିଜ୍ଞମାନେ ଦେଶର ଜିଡିପି ବଢୁଛି ବା କମୁଛି ବୋଲି କହନ୍ତି, ସେଥିରେ ସାଧାରଣ ଲୋକ ମୁଣ୍ଡ ଖେଳାଏ ନାହିଁ। ତେବେ ଅର୍ଥନୀତିର ପ୍ରତିଟି ପଦକ୍ଷେପ ସାଧାରଣ ଲୋକର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜିଡିପି ବା ସକଳ ଘରୋଇ ଉତ୍ପାଦନକୁ ଆମେ ମୋଟାମୋଟି ଆମେ ଦେଶର ଚଳନ୍ତି ସମ୍ପତ୍ତି ବୋଲି କହିପାରିବା। ଦେଶର ପ୍ରତ୍ଯେକ ଲୋକର ଆୟ-ବ୍ୟୟ, ଉତ୍ପାଦନ, କିଣାବିକା ଓ ବିଳାସ ବ୍ୟସନର ହିସାବ ଜିଡିପିରେ ମିଶିକି ରହିଥାଏ। ଜିଡିପି ବଢୁଛି ମାନେ ଆମେ ଅଧିକ ଭଲରେ ଅଛୁ। ଆମର ଆୟ ଓ ବ୍ୟୟ ସମ୍ପ୍ରସାରିତ ହେଉଛି। ଆମେ ଅଧିକ ଖାଉଛୁ, ଅଧିକ ବୁଲୁଛୁ, ଉତ୍ସବ ବ୍ୟସନରେ ଅଧିକ ଖର୍ଚ୍ଚ କରିବାର ସାହସ କରିପାରୁଛୁ। ତେଣୁ ସକାରାତ୍ମକ ଜିଡିପି ଆମ ଅର୍ଥନୈତିକ ସ୍ଥିତି ସୁଦୃଢ ଥିବାର ସଙ୍କେତ ଦେଇଥାଏ।

ଗୋଟେ ସମୟରେ ଆମେ ଦୁଇ ଅଙ୍କ ବିଶିଷ୍ଟ ଜିଡିପି କଥା ଚିନ୍ତା କରୁଥିଲେ। ଅର୍ଥାତ ବାର୍ଷିକ 10% ରୁ ଅଧିକ ଅଭିବୃଦ୍ଧି ଆମର ହେବ ବୋଲି ଆମର ଚିନ୍ତା ଥିଲା। ଆମେ ସେହି ସ୍ଥିତିର ପାଖାପାଖି ପହଞ୍ଚି ଯାଇଥିଲେ ମଧ୍ୟ।୨୦୦୬-୦୭ ଆର୍ଥିକ ବର୍ଷରେ ଆମର ଆର୍ଥିକ ଅଭିବୃଦ୍ଧି ୯.୫୭ ରେ ପହଞ୍ଚିଥିଲା। ଅତଳ ବିହାରୀ ବାଜପାୟୀ ଓ ମନମୋହନ ସିଂ ସରକାର ସମୟରେ ଭାରତକୁ ପୃଥିବୀର ନୂଆ ଅର୍ଥନୈତିକ ସିଂହ ବୋଲି କୁହା ଯାଉଥିଲା। ଆର୍ଥିକ ଉଦାରୀକରଣ ଓ ଏକ ଭାରତୀୟ ବଜାରର ସଂପ୍ରସାରଣ ଫଳରେ ପୂରା ପୃଥିବୀର ଅର୍ଥନୈତିକ ଆଶାବାଦ ଭାରତରେ ଗଢିଉଠୁଥିଲା। ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଲକ୍ଷ୍ୟ ରୁ ଆମେ ଏବେ ଆସି ନକରାତ୍ମକ ଅଭିବୃଦ୍ଧି ର ସମୟରେ ପହଞ୍ଚିଛୁ।

କରୋନା ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର -୪.୯ ହୋଇପାରେ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଲକ ଡାଉନ ର ପ୍ରଥମ ପର୍ୟାୟ ପରେ ଦେଶର ଅଭିବୃଦ୍ଧି ୧.୯ କୁ ଖସିଆସିବ ବୋଲି ଏପ୍ରିଲ ରେ ଆଇଏମଏଫ କହିଥିଲା। ଏବେ ନିଜର ପୂର୍ବାନୁମାନକୁ ସଂଶୋଧନ କରି ଏହା -୪.୯ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋଭିଡ ସଂକ୍ରମଣ ତଥା ଏଥିଲାଗି ଆଗକୁ ଜାରି ରହିଥିବା ଲକ ଡାଉନର ସମୟସୀମା ଉପରେ, ଏହି ଅଙ୍କ ନିର୍ଭର କରୁଛି। ଲକ ଡାଉନ ଖୋଲିବାର ପ୍ରକ୍ରିୟା ଭାରତରେ ଆରମ୍ଭ ହୋଇଥିଲେ ମଧ୍ୟ ଦେଶରେ କୋଭିଡ ସଂକ୍ରମଣ ବଢି ବଢି ଚାଲିଛି। ଦେଶରେ ସଂକ୍ରମିତ ଅଞ୍ଚଳ ଯେତେ ବଢିବ, ସେହି ସବୁ ଅଞ୍ଚଳରେ ଆର୍ଥିକ ଗତିରୋଧ ଲାଗି ରହିବ। ଅତି ସହଜ ଭାବରେ କହିଲେ, ଯେତେ ଅଧିକ ବନ୍ଦ ସେତେ ଅଧିକ ଆର୍ଥିକ କ୍ଷତି। ଆର୍ଥିକ କ୍ଷତିର ଏହି ଦୁର୍ଦ୍ଦିନ ଆମର ଅର୍ଥନୈତିକ ଭବିଷ୍ୟତକୁ ଘୋର ଅନ୍ଧାର ଆଡକୁ ନେଇଯିବ।

ତେବେ ଆମର ମୂଳ ଚିନ୍ତା ହେଉଛି ନେଗେଟିଭ ଜିଡିପିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କଣ ପଡିବ! ସାଧାରଣ ଲୋକର ଭାଷାରେ କହିଲେ ଯେତେବେଳେ ଘରକୁ ଅଧିକ ପଇସା ଆସୁଛି, ଆପଣ ସେତେବେଳେ ଅଧିକ ଖର୍ଚ୍ଚ ଓ ଅଧିକ ସଞ୍ଚୟ କରୁଛନ୍ତି। ଆୟ ଯେତେ କମୁଛି, ବ୍ୟୟ ମଧ୍ୟ ସେତିକି କମୁଛି। ଯେତେବେଳେ ଆମର ଅଭିବୃଦ୍ଧି ହାର ୭% ରୁ ୪% କମି ଆସିଲା, ସେତେବେଳେ ଆମେ ଦେଖିଲୁ ଆମ ଦେଶରେ ନୂଆ ଗାଡି କିଣିବା ବନ୍ଦ ହୋଇଗଲା। ଲୋକେ ବିସ୍କୁଟ ଓ ଚକୋଲେଟ କିଣିବା କମ କରିଦେଲେ। ନୂଆ ଲୁଗାର ବିକ୍ରି କମ ହୋଇଗଲା। ଏବେ ୪% ଜାଗାରେ ଯେତେବେଳେ -୪.୯% ଅଭିବୃଦ୍ଧି ହେବ, ସେଥିରେ ଆମ ଜୀବନ ଋଣ ଯନ୍ତାରେ ପଡିବାକୁ ବାଧ୍ୟ। ନେଗେଟିଭ ଜିଡିପିର ଅର୍ଥ ହେଉଛି, ଆମର ଆୟ ତୁଳନାରେ ବ୍ୟୟ ବହୁତ ବହୁତ ଅଧିକ।

ଅତି ସହଜ ଭାଷାରେ କହିଲେ, ଆଗାମୀ ଦିନରେ ଆମ ହାତକୁ ପଇସା ଆସିବା କମିଯିବ। ଉତ୍ପାଦନ କମିବା ସହିତ ରୋଜଗାର କମିବ। ଲୋକଙ୍କର ଚାକିରୀ ଚାଲିଯିବ। ଚାକିରୀ ଯାହାର ରହିବ, ସେ ପୂର୍ବ ତୁଳନାରେ କମ ଉପାର୍ଜନ କରିବେ। ବଜାରରେ ବିକାକିଣା ସଙ୍କୁଚିତ ହେବ। ସରକାର ଜନ କଲ୍ୟାଣ ଲାଗି ଯେତେ ଟଙ୍କା ଖର୍ଚ୍ଚ କରୁଥିଲେ, ସେତିକି ଖର୍ଚ୍ଚ କରି ପାରିବେ ନାହିଁ। ଆୟ କମିବ, ହେଲେ ବଜାରରେ ଦରଦାମ ବଢିବ। ଦରଦାମ ବଢିଲେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବ।

ତେଣୁ ଆଗାମୀ କିଛି ମାସ ଦେଶର ଅର୍ଥନୈତିକ ସ୍ଥିତି ଅଧିକ ସଙ୍କଟ ଆଡକୁ ଗତି କରିବ। ଏହାର ପ୍ରଭାବରେ ଆମେ ଦେଖୁଛେ ବିଭିନ୍ନ କମ୍ପାନୀ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଚାକିରିରୁ ଛଟେଇ କରୁଛନ୍ତି। ଦୀର୍ଘ ତିନିମାସ ହେଲାଣି ଆମର ଉତ୍ପାଦନ ହ୍ରାସ ପାଉଛି। ଲୋକଙ୍କ ପକେଟରେ ପଇସା ନାହିଁ, ତେଣୁ ଚାହିଦା କମୁଛି। ମାର୍ଚ୍ଚ ରୁ ଜୁନ ମାସ ଭାରତରେ ବିବାହ ଋତୁ ଚାଲେ। ଲକ ଡାଉନ ଯୋଗୁଁ ପୂରା ବିବାହ ବଜାର ଏଥର ବନ୍ଦ। ଏମିତି ଅନେକ କ୍ଷେତ୍ର ରହିଛି, ଯେଉଁଥିରେ ଉତ୍ପାଦନ ପୂରା ଠପ। ଆଗକୁ ଆଉ କେତେ ସମୟ କୋଭିଡ ର ପ୍ରଭାବ ଜାରି ରହିବ ସେ କଥା ଆଜି କହିବା ସମ୍ଭବ ନୁହେଁ। ତେଣୁ ୨୦୨୨ ଆର୍ଥିକ ବର୍ଷରେ ଆମେ ୬% ଅଭିବୃଦ୍ଧିକୁ ଫେରିବୁ ବୋଲି ଯାହା ଆକଳନ କରାଯାଉଛି, ତାହା ବି ଏକ ପ୍ରକାର ଆକାଶ କଇଆଁ ଚିଲିକା ମାଛ ଭଳି ଲାଗୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

August 9, 2026

ସମ୍ପୂର୍ଣ୍ଣ ଦାବି ପୂରଣ କଲେନାହିଁ ସରକାର: ଆସନ୍ତାକାଲି ବିଧାନସଭା ଘେରାଉ କରିବେ ଛାତ୍ରଛାତ୍ରୀ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ଇ-୨୦ ପେଟ୍ରୋଲରେ କ୍ଲୋରାଇଡ୍ ଓ ଜଳୀୟ ବାଷ୍ପ ଅଛି?: ପରୀକ୍ଷଣରୁ ହେଲା ସ୍ପଷ୍ଟ

August 9, 2026
Latest News

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026

କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ

August 10, 2026

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.