Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ‌-୧୯ ନିୟନ୍ତ୍ରଣ ପାଇଁ କଟକ ପୂଜା କମିଟର ସଦସ୍ୟଙ୍କୁ କରାଗଲା ସାମିଲ, କମିଶନର ଅନନ୍ୟା ଦାସ
ଜାତୀୟ ଖବର

କୋଭିଡ‌-୧୯ ନିୟନ୍ତ୍ରଣ ପାଇଁ କଟକ ପୂଜା କମିଟର ସଦସ୍ୟଙ୍କୁ କରାଗଲା ସାମିଲ, କମିଶନର ଅନନ୍ୟା ଦାସ

June 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କମିଶନରଙ୍କ ଅନୁସାରେ ବର୍ତ୍ତମାନ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକ ସହରର ୫୯ଟି ୱାର୍ଡରେ ୱାର୍ଡ ଅଫିସରମାନଙ୍କୁ ନେଇ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି କମିଟିରେ ଟ୍ୟାକ୍ସ କଲେକ୍ଟର,
କନିଷ୍ଠ ଯନ୍ତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରତି ସାହି ପୂଜା କମିଟିରୁ ୩/୪ ଜଣ ସଦସ୍ୟ ଭାବେ ରଖାଯାଇଛି। ସେମାନେ କୋଭିଡ୍‌19 ସୁରକ୍ଷା ପାଇଁ ଉତ୍ତମ ଅଭ୍ୟାସ ସଂପର୍କରେ ସଚେତନତା ସୃଷ୍ଟି କରିବେ ଏବଂ ସନ୍ଦିଗ୍ଧ ରୋଗୀ କିମ୍ବା ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ପ୍ରଶାସନକୁ ଅବଗତ କରିବେ।

ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ୫୭୦୩ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି ୱାର୍ଡକୁ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି ଏବଂ ଏ ବାବଦରେ କଟକ ମହାନଗର ନିଗମର କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଅବଗତ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟକର୍ମୀ/ଆଶା/ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ହୋମ୍‌ କ୍ୱାରାଣ୍ଟାଇନ୍‌ ହୋଇଥିବା ଲୋକମାନଙ୍କ ଘରକୁ ଯାଇ ସେମାନଙ୍କ ଘରର ସ୍ଥିତି ତଦାରଖ କରିବା ସହ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ରିପୋର୍ଟ ପ୍ରଦାନ କରୁଛନ୍ତି।

ଯେଉଁଠାରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସମସ୍ୟା ଉପୁଜୁଛି, ସେଠାରେ ରାପିଡ୍‌ ରେସ୍‌ପନ୍ସ ଦଳ ସେମାନଙ୍କୁ ଆନୁଷ୍ଠାନିକ କିମ୍ବା ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ରେ ରଖିବା ନିମନ୍ତେ ତୁରନ୍ତ ବ୍ୟବସ୍ଥା କରୁଛନ୍ତି। ଏଥିସହିତ କଟକ ମହାନଗରରେ କୋଭିଡ‌-୧୯ ନିୟନ୍ତ୍ରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ହେଲା.

୧-ଲୋକମାନଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ବାରମ୍ବାର ସଚେତନ କରାଯାଉଛି।

୨-ଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳକୁ ବାହାରୁ ଆସିଥିବା ୫୧୦୧ ଜଣଙ୍କ ମଧ୍ୟରୁ ୩୮୯୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌, ୯୪୯ ଜଣ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଓ ୨୬୦ ଜଣ ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

୩-ଘରକୁ ଘର ବୁଲି ବାରମ୍ବାର ସର୍ଭେ କରାଯିବା ସହିତ ଇନ୍‌ଫ୍ଲୁଏନ୍ଜା ଭଳି ଲକ୍ଷଣ ଏବଂ ଗୁରୁତର ଶ୍ୱାସ କଷ୍ଟ ଭଳି ଲକ୍ଷଣ ଦେଖା ଯାଉଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ୪୮୧ଟି ଇନ୍‌ଫ୍ଲୁଏନ୍ଜା ଏବଂ ୧୦୦ଟି ଜ୍ୱର ଲକ୍ଷଣ ଥିବା ଲୋକ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ୍‌ ପରୀକ୍ଷଣ ମଧ୍ୟ କରାଯାଇଛି।

୪-୨୬ ଜୁନ୍‌ ସୁଦ୍ଧା କଟକ ସହରରେ ୩୧୮୦ ଜଣ ଲୋକଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। କଟକର ଗ୍ରାମାଞ୍ଚଳରେ ୧୮୩୬ ଜଣ ଲୋକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

୫-୧୦ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଛି, ଯେଉଁମାନେ କଟକର ସହରାଞ୍ଚଳରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।

୬-ସମ୍ବେଦନଶୀଳ ବର୍ଗର ଜନସାଧାରଣଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୧୦,୦୦୦ ବରିଷ୍ଠ ନାଗରିକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

cmc
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Latest News

ଛୁରି ଭୁସି ଔଷଧ କମ୍ପାନୀର ମ୍ୟାନେଜରଙ୍କୁ ହତ୍ୟା: ଜଣେ ଅଟକ

February 21, 2026

ଦୟାପଲୀ ଗ୍ରାମର ହତ୍ୟାକାଣ୍ଡ ମାମଲା: ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

February 21, 2026

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.