Categories
Municipal Election ଆଜିର ଖବର ରାଜ୍ୟ ଖବର

ଜାଣନ୍ତୁ କଟକ ମହାନଗର ନିଗମରେ କେଉଁ ଦଳକୁ ମିଳିଲା କେତେ ଆସନ

ଭୁବନେଶ୍ବର: ଆଜି ପୌର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ତିନି ମହାନଗରର ମେୟର ପଦବୀ ବିଜେଡି ଅକ୍ତିୟାର କରିଛି। ତେବେ କଟକର ମୋଟ ୫୯ ୱାର୍ଡରୁ ବିଜେଡି ଅର୍ଦ୍ଧାଧିକ ଆସନ ଦଖଲ କରିଛି। ତେବେ ଏ ନେଇ ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିସନରଙ୍କ ତରଫରୁ ପ୍ରକାଶିତ ଦଳିୟ ଭିତ୍ତିରେ ଆସନ ସଂଖ୍ୟା ହେଲା

କଟକ ମହାନଗରର ମୋଟ ଘୋଷିତ ଆସନ ସଂଖ୍ୟା ୫୯
ବିଜେଡି- ୩୮
ବିଜେପି- ୦୭
କଂଗ୍ରେସ- ୦୮
ସ୍ବାଧୀନ- ୦୬

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ସହରରୁ ଆଜି 35 କରୋନା ଆକ୍ରାନ୍ତ ଚିହ୍ନଟ

କଟକ, କଟକ ସହରରୁ ଆଜି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 26 ଜଣ ହୋମ୍ କ୍ବାରେଣ୍ଟିନ ହୋଇଥିବା ବେଳେ 6 ଜଣ ସରକାରୀ କ୍ବାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଚାକ୍ଚରୁ 3 ଜଣ ପଜିଟିଭ ବାହାରିଛନ୍ତି। ରାଉସପାଟଣାରୁ ସର୍ବାଧିକ 21 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସସିବି ଆଇସୋସେଲସନ ୱାର୍ଡରୁ 3 ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି।କାଳୀଗଳିରୁ 3, ବାଲୁବଜାରରୁ 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକର ଆଜି ଆଉ 16 ପଜିଟିଭ୍,ଲୋକାଲ କେସ୍ 2

କଟକ, କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 6 ଜଣ ସରକାରୀ କ୍ବାରେଣ୍ଟିନରୁ, 8 ଜଣ ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 2ଟି ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ଡଗରପଡ଼ାରୁ ଜଣେ ଏବଂ ସୂତାହାଟରୁ ଅନ୍ୟ ଜଣେ ସ୍ଥାନୀୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କଟକ ଜିଲ୍ଲାରେ ଛଅ ହଜାର ସାତ ଶହ ଜଣ ସଫଳତା ସହ କ୍ବାରଣ୍ଟାଇନ ସମୟ ବିତାଇଥିବାରୁ ଦିଆଗଲା ଟଙ୍କା

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

1-କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ଡ. ସୌରଭ ଗର୍ଗ କହିଛନ୍ତି ଯେ, କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲାରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ।

2-ପ୍ରବାସୀମାନଙ୍କ ରହଣି ନିମନ୍ତେ କଟକ ଜିଲ୍ଲାରେ ମୋଟ ୬୧୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ଅଦ୍ୟାବଧି ୨୩,୧୧୦ ଜଣ ଲୋକ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିସାରିଛନ୍ତି। ଓଡ଼ିଶା ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁସାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପାଖାପାଖି ଥିବା ଗ୍ରାମପଞ୍ଚାୟତଗୁଡ଼ିକ ପାଇଁ କ୍ଲଷ୍ଟର ଟିଏମ୍‌ସି ଓ କୋଭିଡ୍‌ କେୟାର ହୋମ୍‌ରେ ପରିବର୍ତ୍ତିତ ହୋଇଛି । ପ୍ରବାସୀଙ୍କ ଆଗମନ ସଂଖ୍ୟା ବହୁମାତ୍ରାରେ କମିଥିବାବେଳେ ବିଦ୍ୟାଳୟର କୋଠାଗୁଡ଼ିକୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଛି।

3-ଅଦ୍ୟାବଧି ୬୧ଟି କ୍ଲଷ୍ଟର ଟିଏମ୍‌ସିରେ ୧୪୬୫ ଶଯ୍ୟା ପ୍ରସ୍ତୁତି ସରିଛି, ଆଜି ସୁଦ୍ଧା ଏଥିରେ ୧୦୫ ଜଣ ରହୁଛନ୍ତି । ପ୍ରବାସୀମାନଙ୍କ ସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ଏହି ବ୍ୟବସ୍ଥା କରାଯାଇଛି ।

4-କୋଭିଡ୍‌ ପଜିଟିଭ୍‌ମାନଙ୍କ ଅସ୍ଥାୟୀ ରହଣି ନିମନ୍ତେ ୩୭୩ଟି ଗ୍ରାମପଞ୍ଚାୟତରେ ୩୩୯ଟି କୋଭିଡ୍‌ କେୟାର ହୋମ୍‌ ପ୍ରସ୍ତୁତ ରହିଛି । ଏଗୁଡ଼ିକରେ ସମୁଦାୟ ୩୩୧୫ ଶଯ୍ୟା ରହିଛି । ଅସ୍ଥାୀୟ ରହଣି ପରେ କୋଭିଡ୍‌ ପଜିଟିଭ୍‌ମାନେ ଏଠାରୁ କୋଭିଡ୍‌ କେୟାର ସେଣ୍ଟର ବା କୋଭିଡ୍‌ ହସ୍‌ପିଟାଲ୍‌କୁ ଯାଉଛନ୍ତି ।

5-କଟକ ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ନୂଆ କରି ଆସୁଥିବା ଲୋକମାନଙ୍କୁ ତଦାରଖ କରିବା ସହିତ ହୋମ୍‌ କ୍ୱାରାଣ୍ଟାଇନ୍‌ ଅନୁପାଳନ ଉଦ୍ଦେଶ୍ୟରେ ୨୨୯୫ଟି ଗ୍ରାମରେ ୫୭୦୩ଟି ୱାର୍ଡ କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ୱାର୍ଡ ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଓ ଆଶା/ଅଙ୍ଗନବାଡ଼ି କର୍ମୀ ସଭ୍ୟ ଭାବେ ରହିଛନ୍ତି । ୧୧ଟି ବ୍ଲକ୍‌ରେ ତାଲିମ କାର୍ଯ୍ୟ ସଂପନ୍ନ ହୋଇଥିବାବେଳେ ଅବଶିଷ୍ଟ ୩ଟିରେ ତାଲିମ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ।

6-ଆଜି ସୁଦ୍ଧା କଟକର ଗ୍ରାମାଞ୍ଚଳଗୁଡ଼ିକରେ ୭୪୮ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୬୯ ଜଣ ସୁସ୍ଥ ହେବା ସହିତ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ସକି୍ରୟ ରୋଗୀ ରହିଛନ୍ତି ।

7-କଟକ ଜିଲ୍ଲାରେ କୋଭିଡ୍‌ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ୭୦୦ ଶଯ୍ୟାର ବନ୍ଦୋବସ୍ତ କରାଯାଇଛି । ଅଶ୍ୱିନୀ କୋଭିଡ୍‌ ହସ୍‌ପିଟାଲ୍‌ରେ ୧୫୦ଟି ଶଯ୍ୟା, ଆଠଗଡସ୍ଥିତ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୧୫୦ଟି ଶଯ୍ୟା, ଟାଙ୍ଗିସ୍ଥିତ ଡ୍ରିମ୍‌ସର କୋଭିଡ୍‌ କେୟାର ସେଣ୍ଟରରେ ୩୦୨ଟି ଶଯ୍ୟା ଓ କଟକ ମହାନଗର ନିଗମ ପରିଚାଳିତ ବିଦ୍ୟାଧରପୁର କୋଭିଡ୍‌ କେୟାର ସେଣ୍ଟରରେ ୯୮ଟି ଶଯ୍ୟା ଏଥିରେ ଅନ୍ତର୍ଭୁକ୍ତ।

8-କ୍ୱାରାଣ୍ଟାଇନ୍‌ ଅବଧିକୁ ସଫଳତାର ସହିତ ସଂପୂର୍ଣ୍ଣ କରିଥିବା ହେତୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୭୦୭ ଜଣ ଲୋକଙ୍କୁ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

9-କଟକ ମହାନଗର ନିଗମ ଅଞ୍ଚଳରେ କୋଭିଡ୍‌ ପରସ୍ଥିତିର ବିଶ୍ଳେଷଣ କରି କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ କହିଛନ୍ତି ଯେ ସ୍ୱାସ୍ଥ୍ୟାନୁଷ୍ଠାନ, ଜନଗହଳିପୂର୍ଣ୍ଣ ବଜାରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବିଶୋଧନ ଓ ସକ୍ରୀୟ ନିରୀକ୍ଷଣ କାର୍ଯ୍ୟ ଜାରି ରହିଛି। କୋଭିଡ୍‌-୧୯ ମାର୍ଗଦର୍ଶିକାକୁ କଠୋର ଭାବେ ପାଳନ କରିବା ଏବଂ ବିଭିନ୍ନ ସାମାଜିକ ଉତ୍ସବାନୁଷ୍ଠାନରେ ବୟସ୍କ ନାଗରିକମାନଙ୍କର ଅଧିକ ନ ନେବା ପାଇଁ ସେ ଅନୁରୋଧ ଜଣାଇଛନ୍ତି।

10-ଜନସାଧାରଣ ଏବଂ ସମ୍ବେଦନଶୀଳ ଲୋକମାନଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହା ସହରର ସମସ୍ତ ୱାର୍ଡରେ ଜାରି ରହିବ: ଫଳରେ ଏହି ସର୍ବେକ୍ଷଣରୁ ସଂକ୍ରମଣର ମାତ୍ରା ଆକଳନ କରିହେବ।

11-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୧୧ରୁ ଜୁଲାଇ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୮ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇ ଥିବାବେଳେ ୧ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୧ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ । ୪୫ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।

Categories
ଆଜିର ଖବର

ଭୁବନେଶ୍ବରରେ 24,କଟକରେ 59 ନୂଆ କରୋନା ପଜିଟିଭ

ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ନୂଆ 24 ଜଣ ଓ କଟକ ସହରରୁ 59 ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ କ୍ବାରାଣ୍ଚାଇନରେ ଥିବା 20 ଜଣ ଏବଂ ଲୋକାଲ କେସ୍ ଭାବେ 4 ଜଣ ଚିହ୍ନଚ ହୋଇଛନ୍ତି। ମଞ୍ଚେଶ୍ବରରେ ଥିବା ଏକ ସମ୍ବାଦପତ୍ର କାର୍ଯ୍ୟାଳୟ ନିକଟରୁ ସର୍ବାଧିକ 9 ଜଣ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ, ଏୟାରପୋର୍ଟ, ଶୈଳଶ୍ରୀ ବିହାର, ବରମୁଣ୍ଡା, ନୟାପଲ୍ଲି, ଖଣ୍ଡଗିରି ଅଞ୍ଚଳରୁ ଏସବୁ ପଜିିଟିଭ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍ ଭାବେ ଏକ ଘରୋଇ ହସପିଚାଲରୁ ତିନି ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ବରର 15 ଜଣ ସୁସ୍ଥ ହୋଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

କୋଭିଡ‌-୧୯ ନିୟନ୍ତ୍ରଣ ପାଇଁ କଟକ ପୂଜା କମିଟର ସଦସ୍ୟଙ୍କୁ କରାଗଲା ସାମିଲ, କମିଶନର ଅନନ୍ୟା ଦାସ

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମର କମିଶନର ଶ୍ରୀମତୀ ଅନନ୍ୟା ଦାସ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

କମିଶନରଙ୍କ ଅନୁସାରେ ବର୍ତ୍ତମାନ କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ କଟକ ମହାନଗର ନିଗମ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକ ସହରର ୫୯ଟି ୱାର୍ଡରେ ୱାର୍ଡ ଅଫିସରମାନଙ୍କୁ ନେଇ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି କମିଟିରେ ଟ୍ୟାକ୍ସ କଲେକ୍ଟର,
କନିଷ୍ଠ ଯନ୍ତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରତି ସାହି ପୂଜା କମିଟିରୁ ୩/୪ ଜଣ ସଦସ୍ୟ ଭାବେ ରଖାଯାଇଛି। ସେମାନେ କୋଭିଡ୍‌19 ସୁରକ୍ଷା ପାଇଁ ଉତ୍ତମ ଅଭ୍ୟାସ ସଂପର୍କରେ ସଚେତନତା ସୃଷ୍ଟି କରିବେ ଏବଂ ସନ୍ଦିଗ୍ଧ ରୋଗୀ କିମ୍ବା ବାହାରୁ ଆସୁଥିବା ଲୋକମାନଙ୍କ ସଂପର୍କରେ ପ୍ରଶାସନକୁ ଅବଗତ କରିବେ।

ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ୫୭୦୩ ୱାର୍ଡ କମିଟି ଗଠନ କରାଯାଇଛି। ପ୍ରତି ୱାର୍ଡକୁ ବାହାରୁ ଆସୁଥିବା ଲୋକମାନଙ୍କ ନିମନ୍ତେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି ଏବଂ ଏ ବାବଦରେ କଟକ ମହାନଗର ନିଗମର କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଅବଗତ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟକର୍ମୀ/ଆଶା/ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ହୋମ୍‌ କ୍ୱାରାଣ୍ଟାଇନ୍‌ ହୋଇଥିବା ଲୋକମାନଙ୍କ ଘରକୁ ଯାଇ ସେମାନଙ୍କ ଘରର ସ୍ଥିତି ତଦାରଖ କରିବା ସହ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ରିପୋର୍ଟ ପ୍ରଦାନ କରୁଛନ୍ତି।

ଯେଉଁଠାରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସମସ୍ୟା ଉପୁଜୁଛି, ସେଠାରେ ରାପିଡ୍‌ ରେସ୍‌ପନ୍ସ ଦଳ ସେମାନଙ୍କୁ ଆନୁଷ୍ଠାନିକ କିମ୍ବା ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ରେ ରଖିବା ନିମନ୍ତେ ତୁରନ୍ତ ବ୍ୟବସ୍ଥା କରୁଛନ୍ତି। ଏଥିସହିତ କଟକ ମହାନଗରରେ କୋଭିଡ‌-୧୯ ନିୟନ୍ତ୍ରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ହେଲା.

-ଲୋକମାନଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ବାରମ୍ବାର ସଚେତନ କରାଯାଉଛି।

-ଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳକୁ ବାହାରୁ ଆସିଥିବା ୫୧୦୧ ଜଣଙ୍କ ମଧ୍ୟରୁ ୩୮୯୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌, ୯୪୯ ଜଣ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଓ ୨୬୦ ଜଣ ଦେୟଯୁକ୍ତ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

-ଘରକୁ ଘର ବୁଲି ବାରମ୍ବାର ସର୍ଭେ କରାଯିବା ସହିତ ଇନ୍‌ଫ୍ଲୁଏନ୍ଜା ଭଳି ଲକ୍ଷଣ ଏବଂ ଗୁରୁତର ଶ୍ୱାସ କଷ୍ଟ ଭଳି ଲକ୍ଷଣ ଦେଖା ଯାଉଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ୪୮୧ଟି ଇନ୍‌ଫ୍ଲୁଏନ୍ଜା ଏବଂ ୧୦୦ଟି ଜ୍ୱର ଲକ୍ଷଣ ଥିବା ଲୋକ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ୍‌ ପରୀକ୍ଷଣ ମଧ୍ୟ କରାଯାଇଛି।

-୨୬ ଜୁନ୍‌ ସୁଦ୍ଧା କଟକ ସହରରେ ୩୧୮୦ ଜଣ ଲୋକଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। କଟକର ଗ୍ରାମାଞ୍ଚଳରେ ୧୮୩୬ ଜଣ ଲୋକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।

-୧୦ଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଛି, ଯେଉଁମାନେ କଟକର ସହରାଞ୍ଚଳରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।

-ସମ୍ବେଦନଶୀଳ ବର୍ଗର ଜନସାଧାରଣଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୧୦,୦୦୦ ବରିଷ୍ଠ ନାଗରିକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସିଟି ହସ୍ପିଟାଲର ଡାକ୍ତରଙ୍କୁ କରୋନା

ଭୁବନେଶ୍ବର : ରାଜ୍ୟରେ ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟର ପ୍ରଥମ ଡାକ୍ତର ଭାବରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହି ଡାକ୍ତର । ଏହି ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିଲେ । ନିକଟରେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଡାକ୍ତର ଜଣକ କେନ୍ଦ୍ରାପଡା ଯାଇଥିବା ଜଣାପଡିଛି । ନମୂନା ପଜିଟିଭ୍‌ ଆସିବା ପରେ ଡାକ୍ତରଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଟକ ନଗର ପ୍ରଶାସନ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି ।