Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାନ୍ୟବର ମୁଖ୍ୟ ବିଚାରପତିଙ୍କ “ସୁପରକୁଲ” ଅବତାର ଓ ହାର୍ଲେ ଡାଭିଡସନ ବିଳାସ
ବିଶେଷ ଖବର

ମାନ୍ୟବର ମୁଖ୍ୟ ବିଚାରପତିଙ୍କ “ସୁପରକୁଲ” ଅବତାର ଓ ହାର୍ଲେ ଡାଭିଡସନ ବିଳାସ

June 30, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆମେ ଆମର ମାନ୍ୟବର ବିଚାରପଟିମାନଙ୍କୁ ସବୁବେଳେ ଗମ୍ଭୀର ଓ ସ୍ଥିତପ୍ରଜ୍ଞ ବୋଲି ଭାବି ଆସିଛୁ। ତେଣୁ ହଠାତ ଆମେ ଯେତେବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କର ହଲିଉଡ ମାର୍କା ଫଟୋଟିଏ ଦେଖିଲୁ, ଆମକୁ ଟିକେ ଅଡୁଆ ଲାଗିବା ସ୍ଵାଭାବିକ। କି କଥା, ସବୁ ବିଚାରପତି କଣ ସମାନ ଭାବରେ ଗମ୍ଭୀର ହେବାକୁ ବାଧ୍ୟ ନା କଣ!! ବିଚାରପତି ହେଲେ ବ୍ୟକ୍ତିଗତ ସଉକ ସବୁ ଛାଡିବାକୁ ପଡିବ ବୋଲି ସେମିତି କିଛି ନିୟମ ଅବଶ୍ୟ ନାହିଁ! ବିଚାରପତି ମହାଶୟଙ୍କର ବାଇକ ଚଢା ସଉକି ଅଛି ବୋଲି ସେ ବାରମ୍ବାର କହି ଆସିଛନ୍ତି। ତେଣୁ ତାଙ୍କୁ ଗୋଟେ ନୂଆ ମୋଡ଼େଲର ହାର୍ଲେ ଡାଭିଡସନ ବାଇକରେ ବସିଥିବାର ଦେଖି କେହି କେହି କହିଲେ, ଆମ ମୁଖ୍ୟ ବିଚାରପତି ସତରେ “ସୁପର କୁଲ”। ଏ “କୁଲ” ଶବ୍ଦ ଟି ଆଜିକାର ଆମେରିକୀୟ ଇଂରାଜୀ ରେ ସର୍ବାଧିକ ବ୍ୟବହାର ହେଉଥିବା ଏକ ବିଚିତ୍ର ଶବ୍ଦ। “କୁଲ” କହିଲେ ଥଣ୍ଡା ବୋଲି ବୁଝନ୍ତୁ ନାହିଁ । “କୁଲ” ଶବ୍ଦର  ଭିନ୍ନ ଭିନ୍ନ ପ୍ରୟୋଗ ରହିଛି। କୁଲ କହିଲେ ସୁନ୍ଦର, ବଢିଆ, ଚକାଚକ, ଷ୍ଟାଇଲବାଲା, ଶାନ୍ତ ଏମିତି ଅନେକ ଅର୍ଥରେ ଏହା ବ୍ୟବହୃତ ହୋଇଥାଏ। ଜଷ୍ଟିସ ବୋବଡେଙ୍କ ଏହି ଫଟୋକୁ ଦେଖି ଅନେକ ସେହି ଅର୍ଥରେ କହିଥିଲେ ଯେ, ତାଙ୍କ ବ୍ୟକ୍ତିତ୍ବ “ସୁପରକୁଲ”।

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ବାଇକ ଚଢି ବୁଲିବାରେ ବା ତାଙ୍କର ବାଇକ ପ୍ରତି ରହିଥିବା ଦୁର୍ବଳତା ପ୍ରଦର୍ଶନ କରାଇବାରେ କାହାର କିଛି ଆପତ୍ତି ରହିବାର କୌଣସି କାରଣ ନାହିଁ। ହେଲେ ସେ ଯେଉଁ ବାଇକ ଉପରେ ବସି ଫଟୋ ଉଠାଇଛନ୍ତି, ତାର ଦାମ ଶୁଣିଲେ ଆମ ସାଧାରଣ ଲୋକଙ୍କ ମୁଣ୍ଡ ବୁଲାଇବା ସ୍ଵାଭାବିକ। ଆମେରିକୀୟ ବାଇକ କମ୍ପାନୀ “ହାର୍ଲେ ଡାଭିଡସନ” ପୃଥିବୀର ସବୁଠୁ ଦାମୀ ବାଇକ ତିଆରି କରିଥାଏ। ଭାରତରେ ଏହି କମ୍ପାନୀର ସବୁଠୁ କମ ଦାମର ବାଇକର ମୂଲ୍ୟ ହେଉଛି ୧୨ ଲକ୍ଷ ଟଙ୍କା। ଅର୍ଥାତ ଜଣେ ଉଚ୍ଚ ମଧ୍ୟବିତ୍ତ ସେତିକି ପଇସାରେ ଦୁଇଟି କାର କିଣି ପାରିବ। ତେବେ ମାନ୍ୟବର ଜଷ୍ଟିସ ବୋବଡେ ଯେଉଁ ବାଇକଟିରେ ବସି ଫଟୋ ଉଠାଇଛନ୍ତି, ତାହା ଉକ୍ତ କମ୍ପାନୀର ଏକ ସ୍ଵତନ୍ତ୍ର ମଡେଲ। ସିଭିଓ-2020 ମଡ଼େଲର ଏହି ବାଇକର ମୂଲ୍ୟ ପ୍ରାୟ ୫୧ ଲକ୍ଷ ଟଙ୍କା।ତା ସାଙ୍ଗକୁ ଟିକସ ଓ ଅନ୍ଯାନ୍ଯ ଖର୍ଚ୍ଚ ଅଛି। ଏହା ସହିତ ଆଉ ଏକ ତଥ୍ୟ ଯାହାକି, ଅନେକଙ୍କୁ ଟିକେ ଅଡୁଆ ଲାଗୁଛି, ତା ହେଲା ବାଇକଟିର ମାଲିକ ହେଉଛନ୍ତି ରୋହିତ ସୋନାବଜି ମୁସଲେ। ଏହି ବ୍ୟକ୍ତି ଜଣକ ନାଗପୁରର ଜଣେ ବିଜେପି ନେତାଙ୍କ ପୁଅ। ଜଣେ ରାଜନୈତିକ ନେତାଙ୍କ ୫୧ ଲକ୍ଷିଆ ବାଇକରେ ଦେଶର ମୁଖ୍ୟ ବିଚାରପତିଙ୍କ ଆଗ୍ରହ କୁ ନେଇ ପ୍ରଶ୍ନ ଉଠିବା ତ ସ୍ଵାଭାବିକ!!

ତେବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ମୁଖ୍ୟ ବିଚାରପତିଙ୍କ କାର୍ୟାଳୟ କହିଛି ଯେ, ସେ ଅବସର ପରେ ଏମିତି ଏକ ବାଇକ କିଣିବାକୁ ଇଚ୍ଛା ପ୍ରକାଶ କରି “ହାର୍ଲେ ଡାଭିଡସନ” କୁ କିଛି ମଡେଲ ଦେଖାଇବାକୁ କହିଥିଲେ। କମ୍ପାନୀ ତାଙ୍କୁ ଏହି ବାଇକ ଟି ଦେଖାଇବାକୁ କୁଆଡେ ପଠାଇଥିଲା। ବ୍ୟାବସାୟିକ ନିୟମ ଅନୁସାରେ ବିକ୍ରି ହୋଇଥିବା କୌଣସି ବାଇକ କୁ “ଟେଷ୍ଟ ରାଇଡ” ପାଇଁ ପଠାଯାଏ ନାହିଁ। ସବୁଠୁ ବଡ କଥା ହେଉଛି, ଅବସର ପରେ ମାନ୍ୟବର ମୁଖ୍ୟ ବିଚାରପତି ୫୧ ଲକ୍ଷ ଟଙ୍କା ଦେଇ ଏକ ବାଇକ କିଣିବେ କେଉଁ ସୂତ୍ରରୁ?

ଭାରତର ମୁଖ୍ୟ ବିଚାରପତିଙ୍କ ମୋଟ ଦରମା ହେଉଛି ୨ ଲକ୍ଷ ୮୦ ହଜାର ଟଙ୍କା।ତାଙ୍କ ଦରମାର ପ୍ରାୟ ଦୁଇ ବର୍ଷର ଦରମା ମିଶିଲେ ଯାଇ ଏହି ବାଇକ କିଣିହେବ। ତେଣୁ ଅବସର ପରେ ଏମିତି ଏକ ବିଳାସର ସ୍ଵପ୍ନ କୌଣସି ସରକାରୀ କର୍ମଚାରୀ ଦେଖିବା ସମ୍ଭବ କି? ହୁଏତ ଜଷ୍ଟିସ ବୋବଡେ ବହୁତ ଧନୀ ହୋଇ ଥାଇ ପାରନ୍ତି। ହେଲେ ବିଚାରପତି ଭାବରେ ତାଙ୍କର ଆର୍ଥିକ ସୀମା ଏମିତି ଏକ ବିଳାସକୁ ସ୍ପଷ୍ଟ ଭାବରେ ଅନୈତିକ ବୋଲି ଦର୍ଶାଉଛି।

ଆଉ ଏକ ସଂବେଦନଶୀଳ ପ୍ରଶ୍ନ ହେଉଛି, କେଉଁ ସମୟରେ ଦେଶର ମୁଖ୍ୟ ବିଚାରପତି ତାଙ୍କର ବିଳାସ ଇଚ୍ଛା ଜାହିର କରୁଛନ୍ତି। ଯେତେବେଳେ ଦେଶର ଲକ୍ଷ ଲକ୍ଷ ଶ୍ରମିକ ଖାଲି ପାଦରେ ଚାଲି ଚାଲି ହଜାର ହଜାର ମାଇଲ ବାଟ ଅତିକ୍ରମ କରୁଛନ୍ତି, ସେତେବେଳେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ୫୧ ଲକ୍ଷ ଟଙ୍କାର ବାଇକ ମୋହରେ ପଡିବା, ଏକ ବିଡମ୍ବନା ନୁହେଁ କି? ସଉକି ବା ବିଳାସ ଲାଗି ଆଜିର ସମୟ ଉପଯୁକ୍ତ କି?

କଥାରେ ଅଛି, ବଡ ଲୋକଙ୍କୁ ଉତ୍ତର ନାହିଁ। ମାନ୍ୟବର ପ୍ରଧାନ ବିଚାରପତି ହେଉଛନ୍ତି, ଭାରତୀୟ ସମ୍ବିଧାନର ପ୍ରଥମ ଜଗୁଆଳି। ସେହି ସମ୍ବିଧାନରେ ଆମକୁ ସମାନତାର ଅଧିକାର ଦିଆ ହୋଇଛି। ଯେତେବେଳେ ଦେଶର ଲକ୍ଷ ଲକ୍ଷ ଜନତା ଆଜି ଆତଙ୍କିତ ଓ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି, ସେତେବେଳେ ଛୁଟି କାଟିବାକୁ ଯାଇଥିବା ଦେଶର ପ୍ରଧାନ ବିଚାରପତିଙ୍କ ଏ ବାଇକ ବିଳାସ ସାଧାରଣ ଲୋକଙ୍କୁ ବ୍ୟଥିତ କରିବା ସ୍ଵାଭାବିକ। ତେବେ ସାଧାରଣ ଲୋକ ଭାବେ ଆମେ ପ୍ରଶ୍ନ ପଚାରିବା କାହାକୁ? ଯିଏ ଆମର ସାମ୍ବିଧାନିକ ଅଧିକାରର ପ୍ରଥମ ପ୍ରହରୀ ଏବଂ ଯାହାଙ୍କ ହାତରେ ଆମ ସାମ୍ବିଧାନିକ ଅଧିକାରର ଚାବିକାଠି ରହିଛି, ସେ ଯଦି ଜଣେ ରାଜନୈତିକ ନେତାଙ୍କ ୫୧ ଲକ୍ଷ ଟଙ୍କାର ବାଇକରେ ବସି ଫଟୋ ଉଠାନ୍ତି, ତେବେ ଆମେ ଭରସା କରିବା କାହାକୁ???

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

ଭାରତ ସହ ଘନିଷ୍ଠ ବନ୍ଧୁର ପରିଚୟ ଦେଲା ଏହି ମୁସଲିମ ଦେଶ: ପଠାଇଲା ଲକ୍ଷ ଲକ୍ଷ ବ୍ୟାରେଲ ତେଲ

March 18, 2026
Latest News

ଆଜି ମାର୍ଚ୍ଚ ୧୯ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.