Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଆମେ ଅନ୍ୟ ଦେଶମାନଙ୍କ ତୁଳନାରେ ସତରେ ଭଲ ପ୍ରଦର୍ଶନ କରୁଛୁ କି?
ବିଶେଷ ଖବର

କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଆମେ ଅନ୍ୟ ଦେଶମାନଙ୍କ ତୁଳନାରେ ସତରେ ଭଲ ପ୍ରଦର୍ଶନ କରୁଛୁ କି?

July 1, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଆସନ୍ତା ନଭେମ୍ବର ଯାଏ ଆମକୁ କରୋନା ଭୂତାଣୁର ମୁକାବିଲା ଲାଗି ଏକ ପ୍ରକାର ସତର୍କ ରହିବାକୁ ପଡିବ। ପୂର୍ବରୁ ୨୧ ଦିନରେ ଯୁଦ୍ଧ ଜିଣିଯିବାର ଯେଉଁ ଦମ୍ଭ ସେଟା ଅନ୍ତତଃ ଗତ କାଲି ନଥିଲା। ମହାମାରୀର ସଂକ୍ରମଣ ରୋକିବା ଦିଗରେ ଆମକୁ ଅଧିକ ବାସ୍ତବବାଦୀ ଓ ବୈଜ୍ଞାନିକ ଆଧାର ଉପରେ କଥାବାର୍ତ୍ତା କରିବାକୁ ପଡିବ। କରୋନା ଭୂତାଣୁର ସଂକ୍ରମଣ, ଏହାର ପ୍ରଭାବ ଓ ଭବିଷ୍ୟତ ବିଷୟରେ କିଛି ବି ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ। ପୃଥିବୀର ଏକ କୋଟି ପାଞ୍ଚ ଲକ୍ଷ ଲୋକ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ସାରିଲେଣି ଓ ପ୍ରାୟ ୫.୭୦ ଲକ୍ଷ ଲୋକ ମୃତ୍ୟୁ ବରଣ କଲେଣି। ତା ସତ୍ତ୍ୱେ ଗତ ସୋମବାର ଦିନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ କହିଲେ ଯେ, ଏ ମହାମାରୀର ମାରାତ୍ମକ ଚେହେରା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ସବୁ ପ୍ରକାର ସତର୍କତା ଓ ସଚେତନତା ସତ୍ତ୍ୱେ ଏହି ଭୂତାଣୁ ପୃଥିବୀ ସାରା ମାଡି ଚାଲିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଘନିଷ୍ଠ ସହଯୋଗୀ ଅମିତ ଶାହ ଗତ କିଛି ଦିନ ହେଲା ବାରମ୍ବାର କହୁଛନ୍ତି ଯେ, ପୃଥିବୀର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତ କୋଭିଡ ସଂକ୍ରମଣ ରୋକିବାରେ ସଫଳକାମ ହୋଇଛି। ତେବେ ଏହା ସତ୍ୟର ଅପାଳାପ ମାତ୍ର। ଆମେ ଯେତେବେଳେ ସଂକ୍ରମଣ ରୋକିବା ଲାଗି ସବୁଠୁ କଠୋର ପଦକ୍ଷେପ ନେବା ଆରମ୍ଭ କଲେ, ସେତେବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୫୦୦ ଥିଲା। ପୃଥିବୀର ସବୁଠୁ କଠୋରତମ ଓ ଦୀର୍ଘ ଲକ ଡାଉନ ସତ୍ତ୍ୱେ ଆମେ ଦେଶରେ ସଂକ୍ରମଣ ରୋକିବାରେ ସଫଳ ହୋଇନାହୁଁ। ଭାରତ ସହିତ ଏକା ସାଙ୍ଗରେ ସଂକ୍ରମଣର ଶିକାର ହୋଇଥିବା ମାଲେସିଆ, ଇଣ୍ଡୋନେସିଆ, ଶ୍ରୀଲଙ୍କା ଭଳି ଦେଶ ସଂକ୍ରମଣ ରୋକିବାରେ ଅତ୍ୟନ୍ତ ସଫଳତାର ସହିତ କାମ କରିଛନ୍ତି।

ଉତ୍ତରପ୍ରଦେଶ ସରକାରଙ୍କର ଏକ କାର୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁରୋପର ଚାରୋଟି ପ୍ରମୁଖ ଦେଶ-ଇଂଲଣ୍ଡ,ଫ୍ରାନ୍ସ, ସ୍ପେନ ଓ ଇଟାଲିର ଜନସଂଖ୍ୟା ପ୍ରାୟ ଉତ୍ତର ପ୍ରଦେଶର ଜନସଂଖ୍ୟା ସହିତ ସମାନ। ହେଲେ ୟୁରୋପର ଏହି ଚାରୋଟି ଦେଶରେ ୧.୩୦ଲକ୍ଷ ଲୋକ ମରିଥିବା ବେଳେ ଉତ୍ତର ପ୍ରଦେଶରେ ମୃତ୍ୟୁ ସଂଖ୍ୟା ମାତ୍ର ୬୦୦। ଏ କଥା ଶୁଣିବାକୁ ହୁଏତ ଭଲ ଲାଗୁଛି। ତେବେ ୟୁରୋପର ଏହି ଚାରୋଟି ଦେଶରେ ଅଢେଇ କୋଟିରୁ ଅଧିକ କରୋନା ପରୀକ୍ଷା ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ଏହାର ସଂଖ୍ୟା ମାତ୍ର ୭ ଲକ୍ଷ। ସଂକ୍ରମଣ ବ୍ୟାପିବାର ୩ ମାସ ପରେ ମଧ୍ୟ ଉତ୍ତର ପ୍ରଦେଶର ପରୀକ୍ଷା ହାର ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ। ଓଡିଶା ଭଳି ରାଜ୍ୟ ପ୍ରତି ଦଶ ଲକ୍ଷ ଲୋକରେ ୫୯୬୩ ପରୀକ୍ଷା କରୁଥିବା ବେଳେ ଉତ୍ତର ପ୍ରଦେଶରେ ଏହା ମାତ୍ର ୩୧୪୬ ରହିଛି। ଦୁଇ ସପ୍ତାହ ପୂର୍ବରୁ ଏହା ୧୨୦୦ ଭିତରେ ସୀମିତ ଥିଲା। ବିନା ପରୀକ୍ଷାରେ ଆମେ ୟୁରୋପ ଠାରୁ ଭଲ କରିଛୁ ବୋଲି କହି ସାବାସି ନେବାର କୌଣସି କାରଣ ନାହିଁ।

ଭାରତରେ ରାଜ୍ୟମାନଙ୍କ ମଧ୍ୟରେ କୋଭିଡ ମୁକାବିଲାର ଦୁଇ ପ୍ରକାର ଚେହେରା ଆମେ ଦେଖୁଛୁ। ସର୍ବାଧିକ ସଂକ୍ରମିତ ଏବଂ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀ ସବୁଠାରୁ ଅଧିକ ପରୀକ୍ଷା ମଧ୍ୟ କରୁଛନ୍ତି। ମହାରାଷ୍ଟ୍ରରେ ପ୍ରତି ୧୦ ଲକ୍ଷରେ ୭୭୪୯ ଏବଂ ଦିଲ୍ଲୀରେ ୨୫,୯୭୦ ପରୀକ୍ଷା କରା ଯାଉଛି। ଦିଲ୍ଲୀର ପରୀକ୍ଷା ହାର ଯେ କୌଣସି ବିକଶିତ ଦେଶ ସହିତ ତୁଳନା କରା ଯାଇପାରେ। ଏହାର ବିପରୀତରେ ଗୁଜରାଟ ୫୪୧୩, ମଧ୍ୟପ୍ରଦେଶ ୪୩୦୦, ବିହାର ୧୭୭୯, ତେଲେଙ୍ଗାନା ୨୨୮୭ ସଂଖ୍ୟକ ପରୀକ୍ଷା କରୁଛନ୍ତି। ବିଶେଷକରି ବିହାର, ଉତ୍ତରପ୍ରଦେଶ   ଓ ତେଲେଙ୍ଗାନାରେ ପରୀକ୍ଷା ହାର ଅତ୍ୟନ୍ତ ଦୟନୀୟ।

ପ୍ରଧାନମନ୍ତ୍ରୀ ନିଜର ପଦକ୍ଷେପ ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚି ଯାଇଛି ବୋଲି ଦାବି କରୁଛନ୍ତି। ହେଲେ ଅସଲ ସତ୍ୟ ହେଉଛି କୋଭିଡ କାରଣରୁ ୧୭ ହଜାରରୁ ଅଧିକ ଭାରତୀୟ ପ୍ରାଣ ହରାଇ ସାରିଲେଣି। ଦୈନିକ ମୃତ୍ୟୁ ହାର ବଢୁଛି। ଏବେ ପ୍ରତି ଦିନ ୪୦୦ ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ପୃଥିବୀର ସର୍ବାଧିକ ସଂକ୍ରମିତ  ତାଲିକାରେ ଆମେ ଚତୁର୍ଥ ଓ ମୃତ୍ୟୁ ସଂଖ୍ୟାରେ ଆମେ ସପ୍ତମ ସ୍ଥାନରେ ରହିଛୁ। ଯେଉଁ ୟୁରୋପୀୟ ଦେଶ ଗୁଡିକ ସହିତ ଆମେ ନିଜକୁ ତୁଳନା କରୁଛୁ, ସେ ସବୁ ଦେଶରେ ଏବେ ସଂକ୍ରମଣ କମିଆସିଲାଣି। ତେଣୁ ଶେଠୀ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମୁଛି। ଇଟାଲୀ ସମେତ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକରେ ଏବେ ଦୈନିକ ହାରାହାରି ମୃତ୍ୟୁ ସଂଖ୍ୟା ୧୦-୧୫ ଭିତରେ ରହିଛି। ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଆମେ ଆମେରିକା ଓ ବ୍ରାଜିଲ ସହିତ ଅଛୁ। ଆମେରିକା ସହିତ ଏ କ୍ଷେତ୍ରରେ ଆମର ତୁଳନା ଅତ୍ୟନ୍ତ ମାରାତ୍ମକ।

ପୃଥିବୀର ୨୧୫ ଟି ଦେଶ ଏବେ କୋଭିଡ ଭୂତାଣୁର ମୁକାବିଲା କରୁଛନ୍ତି। ଆମ ଠାରୁ ୨୧୨ ଟି ଦେଶଙ୍କର ପ୍ରଦର୍ଶନ ଯଥେଷ୍ଟ ଭଲ। ତେଣୁ ନିଜକୁ ନିଜେ ପ୍ରଶଂସା କରିବା ଅପେକ୍ଷା ଏହି ଲମ୍ବା ସଂଘର୍ଷରେ ଆମେ ଆଉ କେତେ ଜୀବନ ବଞ୍ଚାଇମ ପାରିବା, ତାହା ହିଁ ବଡ ଆହ୍ଵାନ। ଆମର ମାତ୍ର ୧୭ ହଜାର ଲୋକ ମରିଛନ୍ତି ବୋଲି ସାନ୍ତ୍ଵନା ଦେଉଥିବା ପ୍ରଧାନମନ୍ତ୍ରୀଙ୍କ ଲାଗି ଆମେ କହିବାକୁ ଚାହିଁବୁ ଯେ, ମହାଶୟ! ଦେଖନ୍ତୁ, ଭିଏତନାମରେ ଜଣେ ବି କେହି ମରି ନାହାନ୍ତି। ଏପରିକି ଆମଠୁ ଅଧିକ ଆକ୍ରାନ୍ତ ଋଷିଆରେ ମୃତ୍ୟୁ ସଂଖ୍ୟା ମାତ୍ର ୯ ହଜାର, ଅର୍ଥାତ ଆମଠୁ ପ୍ରାୟ ଅଧା। ୟୁରୋପରେ ଅନ୍ୟ ଦେଶ ଗୁଡିକରେ ବହୁ ଲୋକ ପ୍ରାଣ ହରାଉଥିବା ବେଳେ ଜର୍ମାନୀ ମୃତ୍ୟୁ ସଂଖ୍ୟାକୁ ୯୦୦୦ ରେ ସୀମିତ ରଖି ପାରିଥିଲା। ତେଣୁ ଆମେ ଯଦି ସଫଳତାର ତୁଳନା କରିବା ତା ହେଲେ ଏମାନଙ୍କ ସହିତ କାହିଁକି ନୁହେଁ??

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.