Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଦାରେ ପଡିଲା ଚୀନର ପୁରୁଣା ଅଭ୍ୟାସ, କାହିଁକି ପ୍ରଥମେ ଅତିକ୍ରମଣ ଓ ପରେ ଅପସାରଣ
ଆଜିର ଖବର

ପଦାରେ ପଡିଲା ଚୀନର ପୁରୁଣା ଅଭ୍ୟାସ, କାହିଁକି ପ୍ରଥମେ ଅତିକ୍ରମଣ ଓ ପରେ ଅପସାରଣ

July 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଲିଙ୍ଗରାଜ ମିଶ୍ର

ଶେଷରେ ପଦାରେ ପଡିଲା ଚୀନର ପୁରୁଣା ଅଭ୍ୟାସ। ଜିତିଲା ଭାରତ, ବଢିଲା ଦେଶର ସମ୍ମାନ ଓ ଭାରତୀୟ ଯବାନଙ୍କ ମନୋବଳ। ଯେଉଁ ଗଲୱାନ ଘାଟୀରେ ରକ୍ତାକ୍ତ ସଂଘର୍ଷ ନେଇ ଦୁଇ ଦେଶ ମଧ୍ୟରେ ବଢିଥିଲା ସାମରିକ ଉତ୍ତେଜନା, ତାହାର ସାମୟିକ ଅବସାନ ବୋଲି କହିପାରିବା। କାରଣ ପୂର୍ବ ଲଦାଖରେ ଥିବା ଗଲୱାନ ଉପତ୍ୟକାରୁ ଚୀନ ସେନା ପ୍ରାୟ ଦେଢରୁ ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ପ୍ରକୃତ ନିଯନ୍ତ୍ରଣ ରେଖା LACରେ ଥିବା ହଟ୍ ସ୍ପ୍ରିଙ୍ଗସ ଏବଂ ଗୋଗ୍ରା ଏରିଆରୁ ମଧ୍ୟ ଚୀନ ତାର ସେନା ହଟାଇବା ସହ ବିବାଦୀୟ ଅଞ୍ଚଳରେ ପକାଇଥିବା ଟେଣ୍ଟ ସବୁ ମଧ୍ୟ ଅପସାରଣ କରି ନେଇଛି। ଭାରତ ମଧ୍ୟ ତା ସ୍ଥାନରୁ ପଛକୁ ହଟିଥିବାର ସୂଚନା ରହିଛି। ତେବେ ସେ ଯାହା ହେଉ ନା କାହିଁକି, ସେନା ଅପସାରଣ ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦ ଜନିତ ସମସ୍ୟାର ସମାଧାନ ପାଇଁ ବାଟ ଖୋଲିଛି।

ଗଲୱାନ ଭ୍ୟାଲିର ଯେଉଁ ସ୍ଥାନରେ ଜୁନ୍ 15ରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ, ସେହି ଅଞ୍ଚଳକୁ ଦୁଇ ସେନା ହଟିବା ପରେ ବଫର ଜୋନ୍ କରାଯାଇଛି। ଚୀନର ପିପୁଲସ ଲିବରେସନ ଅଫ୍ ଆର୍ମି ବା PLA ପୂର୍ବ ଲଦାଖରେ ଅତିକ୍ରମଣ କରି ତିନି ମାସ ହେଲା ବାରମ୍ବାର ଉତ୍ତେଜନା ସୃଷ୍ଚି କରିବା ପରେ ଭାରତ ଏହାର କଡା ଜବାବ ରଖିଥିଲା। ବିଶେଷ କରି ଜୁନ 15 ଘଟଣା ପରେ ଭାରତ ଆଗରେ ଚୀନର ମୁଖା ଖୋଲି ଯାଇଥିଲା। ଚୀନ୍ ଡୋକଲାମ ବିବାଦର ପୁନରାବୃତ୍ତି କରିଥିଲା ଗଲୱାନରେ। ଉପତ୍ୟକାର ଅନେକ ସ୍ଥାନରେ ଆଡ୍ଡା ଜମାଇ ସାମରିକ ସାଜସଜ୍ଜା ଚଳାଇ ଆସୁଥିବା। ସୀମାରେ ପହରା ଦେଉଥବା ଭାରତୀୟ ଯବାନ ଏହାକୁ ପ୍ରତିରୋଧ କରିବାରୁ ହୋଇଥିଲା ରକ୍ତାକ୍ତ ସଂଘର୍ଷ। କୁହାଯାଇଥିଲା ସେତେବେଳେ PLA ପ୍ରକୃତ ନିୟନ୍ତ୍ରଣ ରେଖାର କିଛି ବିବାଦୀୟ ଅଞ୍ଚଳରେ ଅତିକ୍ରମଣ କରି ସାରିଥିଲା।

ଏହାକୁ ନେଇ ଚୀନର ଔଦ୍ଧତ୍ବ ଚରମ ସୀମାରେ ପହଞ୍ଚି ସାରିଥିଲା। ସାରା ବିଶ୍ବର ନଜର ମହାମାରୀ କରୋନାର ମୁକାବିଲା ଉପରେ ଥିବା ବେଳେ ଡ୍ରାଗନର ଦୃଷ୍ଟି ଥିଲା ପ୍ରକୃତ ନିଯନ୍ତ୍ରଣ ରେଖା LACରେ ପୁଣି ଥରେ ଅଶାନ୍ତି ସୃଷ୍ଟି କରିବା। କିନ୍ତୁ ଏଥର ଭାରତ ଚୀନକୁ କଡ଼ା ଜବାବ ରଖିଥିଲା। ଭାରତ ପ୍ରଥମେ ଚାହିଁଥିଲା ଏହାର ଶାନ୍ତିପୂର୍ଣ୍ଣ ସମାଧାନ। କିନ୍ତୁ ଚୀନ ନିଜର ସୁପର ପାୱାର ଦର୍ଶାଇ ଯୁଦ୍ଧର ଭୟ ସୃଷ୍ଟି କରିଥିଲା, ଭାବିଥିଲା ଏଥିରେ ସଫଳ ହେବ। ଜୁନ୍ 30 ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ହେଲା। ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ ରଖିଥିଲା। କିନ୍ତୁ ଚୀନ୍ ତାର ମତିଗତି ପ୍ରକାଶ କରିବା ପରିବର୍ତ୍ତେ ବିବାଦୀୟ ସୀମାରେଖା ଅଞ୍ଚଳରେ ଅଧିକରୁ ଅଧିକ ସେନା ମୁତୟନ କରି ଚାଲିଲା।

ଭାରତ ପାଖରେ ଯୁଦ୍ଧ ପ୍ରସ୍ତୁତି ବ୍ୟତୀତ ଆଉ କିଛି ବିକଳ୍ପ ହିଁ ନଥିଲା। ଭାରତୀୟ ସେନା ବାହିନୀ ହାତରେ ସୀମାର ସୁରକ୍ଷା ଦାୟିତ୍ବ ଟେକି ଦେଇଥିଲେ ସରକାର ଭାରତ ସହିତ ବିବାଦକୁ ଆମେରିକା, ବ୍ରିଟେନ, ଫ୍ରାନସ, ଜାପାନ ଭଳି ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଗ୍ରହଣ କରି ନପାରି ଚୀନକୁ ପରୋକ୍ଷରେ ଚେତାବନୀ ମଧ୍ୟ ଶୁଣାଇଥିଲେ। ଗୋଟିଏ ପଟେ ଭାରତ କୂଟନୈତିକ କ୍ଷେତ୍ରରେ ସମଗ୍ର ବିଶ୍ବର ସମର୍ଥନ ପାଇଥିବା ବେଳେ, ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଠୋସ୍ ପଦକ୍ଷେପ ଚୀନକୁ ଅଡୁଆରେ ପକାଇ ଦେଇଥିଲା। ଚୀନ୍ ସାମଗ୍ରୀ ବର୍ଜନ ପାଇଁ 130 କୋଟି ଭାରତୀୟଙ୍କ ବଜ୍ର ଶପଥ ଏବଂ ଟିକ୍ ଟିକ୍ ଓ ହେଲୋ ଭଳି ଅତ୍ୟନ୍ତ ଲୋକପ୍ରିୟ ଚାଇନିଜ୍ ଆପ୍ ସବୁକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିବା ମଧ୍ୟ ଚୀନ ପାଇଁ ମହଙ୍ଗା ପଡିଥିଲା।

ଏହାରି ଭିତରେ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲଦାଖ ଗସ୍ତ କରି ଯବାନମାନଙ୍କୁ ଆହ୍ବାନ ଦେବା, ଚୀନର ନାଁ ଉଲ୍ଲେଖ ନକରି ବିସ୍ତାରବାଦୀ ନୀତି ଆଉ ଏବେ ଚଳିବ ନାହିଁ ବୋଲି ରୋକ ଠୋକ୍ କହିବାର ତିନି ଦିନ ନପୂରୁଣୁ ଚୀନ୍ ସେନା ପଛଘୁଞ୍ଚା ଦେଇଛନ୍ତି। ଇଞ୍ଚେ ବି ଜମି ଭାରତ ଛାଡିବ ନାହିଁ ବୋଲି ମୋଦିଙ୍କ କଡା ଜବାବ ଚୀନକୁ ମେଡିସିନ୍ ଭଳି କାମ ଦେଇଛି।

ଏବେ ଚୀନ୍ ଭାରତରୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରସ୍ତାବ ଦେଇପାରେ । କିନ୍ତୁ ଭାରତ ଏବେ ସ୍ପଷ୍ଟ କରିଦେବା ଉଚିତ ଯେ, ଦେଶ କେବେ ବି ତାର ଅଖଣ୍ଡତାରେ ଆଞ୍ଚ ଆଣିବାକୁ ଦେବନାହିଁ। ଆଉ ଏକ ବଡ କଥା ହେଉଛି, ଦୁଇ ଦେଶ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଦୁଇ ପକ୍ଷର ଗ୍ରହଣୀୟ ହେଲା ଭଳି ଏକ ଅନ୍ତର୍ଜାତୀୟ ମ୍ୟାପ୍ ପ୍ରସ୍ତୁତ ହେବା ଉଚିତ୍। ନଚେତ୍ ଚୀନ ପୂର୍ବର ଅନେକ ଘଟଣା ପରି ଆଗକୁ ବି ଅତିକ୍ରମଣ କରିପାରେ। କାରଣ ଚୀନ 1962 ଯୁଦ୍ଧ ପରେ ଯେତେଥର ବି ଅତିକ୍ରମଣ କରିଛି, ଆଲୋଚନା ପରେ ପଛକୁ ହଟିଛି। କିନ୍ତୁ ଯେତିକି ଅତିକ୍ରମଣ କରୁଛି, ସେତିକି ପଛକୁ ହଟୁନାହିଁ। ଚୀନ ଏହି ପୁରୁଣା ଅଭ୍ୟାସ ଛାଡି ଗଲୱାନ ଘାଟୀରୁ ପୂରା ହଟିଯିବା ଉଚିତ୍। ..

Share. Facebook Twitter LinkedIn Email WhatsApp Copy Link

Related Posts

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026

ସ୍ୱାଧୀନତା ଦିବସ ପାଇଁ ବଡ଼ ପ୍ରସ୍ତୁତି: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

August 10, 2026
Latest News

କଲମ୍ବିଆରେ ଭୂମିକମ୍ପ: ମୃତ୍ୟୁସଂଖ୍ୟା ୭୭, ଉଦ୍ଧାର ପାଇଁ ମୁତୟନ ହେଲା ସେନା

August 10, 2026

ବୈଧ ବୀମା ନଥିବା ଗାଡ଼ି ଉପରେ କଡ଼ା ନଜର: ଜବତ ହେବ ଗାଡ଼ି

August 10, 2026

ଏଗ୍ରିଷ୍ଟାକ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ

August 10, 2026

ସ୍ୱାଧୀନତା ଦିବସ ପାଇଁ ବଡ଼ ପ୍ରସ୍ତୁତି: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

August 10, 2026

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତେଲେଙ୍ଗାନା ଗସ୍ତ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.